ଭୁବନେଶ୍ୱର, ନଭେମ୍ବର ୮ (ଲୋକାଲ ୱାୟାର) : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣଙ୍କ (ଜୋ ବାଇଡେନ୍) କାର୍ଯ୍ୟକାଳ ସମୟରେ ଭାରତ ସହ ଆମେରିକାର ସମ୍ପର୍କ ଅହୁରି ସୁଦୃଢ ହେବ ।
ଦୁଇଟି ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ମିଳିତ ଭାବରେ ବିଶ୍ୱର ବିକାଶ ଦିଗରେ କାମ କରନ୍ତୁ ବୋଲି ଆଶା ପ୍ରକାଶ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋଲାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରି ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଜୋ ବାଇଡେନ୍ ୪୬ ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ।
ସେହିଭଳି ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ଆମେରିକାର ଉପରାଷ୍ଟ୍ରପତି ହୋଇଛନ୍ତି ।
ଲୋକାଲ ୱାୟାର