• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ଭୁବନେଶ୍ୱର

ରାଜ୍ୟସ୍ତରୀୟ ଗୀତିନାଟ୍ୟ ଉତ୍ସବ ଅନୁଷ୍ଠିତ

January 28, 2021 By LocalWire Leave a Comment

ଭୁବନେଶ୍ୱର, ଜାନୁଆରୀ ୨୭(ଲୋକାଲ ୱାୟାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ‘ରାଜ୍ୟସ୍ତରୀୟ ଗୀତିନାଟ୍ୟ’ ଉତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଲାବର୍ୟ ଥିଏଟର୍ ପକ୍ଷରୁ ‘ମହୀରାବଣ ବଧ’ ଗୀତିନାଟ୍ୟ ପରିବେଷିତ ହୋଇଥିଲା ।

ଗୀତିନାଟ୍ୟଦଳକୁ ଗୋଟିଏ ମଞ୍ଚରେ ପରିବେଷଣ କରିବାର ସୁଯୋଗ ପ୍ରଦାନ କରିବା ଫଳରେ ଗୀତିନାଟ୍ୟର, କଳାକାର ଏବଂ ଦର୍ଶକମାନଙ୍କ ମଧ୍ୟରେ ପରସ୍ପର ସାଂସ୍କୃତିକ ଐକ୍ୟ ଏବଂ ଜାତୀୟ ସଂହତିର ଚେତନା ସୃଷ୍ଟି କରିବା ସହିତ, ସାମାଜିକ ଗୁଣବତ୍ତାର ମାନ ବୃଦ୍ଧି କରିବା ।

ସମାଜରେ ଘଟୁଥିବା ବିଭିନ୍ନ ଘଟଣାବଳୀକୁ ଜନମାନସରେ ପହଞ୍ଚାଇବା ସହିତ ନାଚ ଗୀତ, ସୁଆଙ୍ଗ, ଲୀଳା ଓ ତାମସା ମାଧ୍ୟମରେ ବିଭିନ୍ନ ଚରିତ୍ରର ଅବତାରଣା କରାଯାଇ ଲୋକମାନଙ୍କୁ ସଚେତନାର ବାର୍ତ୍ତା ପ୍ରଦାନ କରାଯାଇଥିଲା ।

କାର୍ଯ୍ୟକ୍ରମରେ ଅତିଥିଭାବେ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଭାଗୀୟ ନିଦେ୍ର୍ଦଶକ ରଞ୍ଜନ କୁମାର ଦାସ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ଯୋଗ ଦେଇଥିଲେ।

ଏହି ଅବସରରେ ଏକାଡେମୀ ପକ୍ଷରୁ ୧୯୯୩ ମସିହାରୁ ଏଯାବତ୍ ସମ୍ବର୍ଦ୍ଧିତ ହୋଇଥିବା ଶିଲ୍ପୀମାନଙ୍କୁ ନେଇ ହୋଇଥିବା ପୁସ୍ତକ ‘ସମ୍ବର୍ଦ୍ଧିତ ଶିଳ୍ପୀ ପରିଚୟ’ ଉନ୍ମୋଚିତ ହୋଇଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଭୁବନେଶ୍ୱର

ଋୁପାଲି ଛକ ଓ ରସୁଲଗଡ଼ ଶିଳ୍ପାଞ୍ଚଳରୁ ଜବରଦଖଲ ଉଚ୍ଛେଦ

January 27, 2021 By LocalWire Leave a Comment

ଭୁବନେଶ୍ୱର, ଜାନୁଆରୀ ୨୭(ଲୋକାଲ ୱାୟାର): ରାଜଧାନୀରେ ବୁଧବାର ୨ ଟି ପ୍ରମୁଖ ସ୍ଥାନରୁ ଜବରଦଖଲ ଉଚ୍ଛେଦ କରାଯାଇଛି ।

ପ୍ରଥମ ଉଚ୍ଛେଦରେ ରୁପାଲିଛକରେ ଥିବା ଭେଣ୍ଡିଂ ଜୋନକୁ ଉଚ୍ଛେଦ କରାଯାଇଥିଲା । ଜନପଥ ନିକଟରେ ଦୋକାନୀମାନଙ୍କୁ ଥଇଥାନ କରିବା ପାଇଁ ସ୍ମାର୍ଟ କିଓସ୍କ କରାଯାଇଛି । ମାତ୍ର ଦୋକାନୀମାନେ ନିଜର ପୁରୁଣା ଦୋକାନ ଛାଡ଼ୁନଥିଲେ ।

ସ୍ମାର୍ଟସିଟି ପ୍ଲାନ୍ ଅନୁଯାୟୀ ଜନପଥର ଦୁଇ କଡ଼ରେ କେବଳ ସ୍ମାର୍ଟ କିଓସ୍କ ହିଁ ରହିବ । ତେଣୁ ବୁଧବାର ବିଏମସି ବିଡିଏର ମିଳିତ ଏନଫୋର୍ସମେଣ୍ଟ ଟିମ୍ ଏହି ଉଚ୍ଛେଦ କରିଛି ।

ତେବେ ଏହି ଉଚ୍ଛେଦରେ ୧୨ ଟି ଭେଣ୍ଡିଂ ଜୋନ୍ ଭଙ୍ଗା ଯାଇଥିବା ବେଳେ ଅଞ୍ଚଳକୁ ଜବରଦଖଲ ମୁକ୍ତ କରାଯାଇଛି ।

ସେହିପରି ଦ୍ୱିତୀୟ ଉଚ୍ଛେଦରେ ରସୁଲଗଡ଼ ଶିଳ୍ପାଞ୍ଚଳରୁ ଉଚ୍ଛେଦ କରାଯାଇଥିଲା । ଏସପ୍ଲାନେଡ୍ ମଲଠାରୁ ଏହି ଶିଳ୍ପାଞ୍ଚଳ ମଧ୍ୟରେ ମୋଟ୍ ୪୯ ଟି ବେଆଇନ୍ ନିର୍ମାଣ ଭଙ୍ଗା ହୋଇଛି । ଏଥିରେ ୧୧ ଟି ଆଜବେଷ୍ଟସ ଘର, ୧୯ଟି ବାଉଁଶ ଛପର ହୋଟେଲ ରହିଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଭୁବନେଶ୍ୱର

ପାଠକ ବାପା-ପୁଅଙ୍କୁ ଜାମିନ୍, ତଥାପି ଜେଲରେ ରହିବେ

January 27, 2021 By LocalWire Leave a Comment

ଭୁବନେଶ୍ୱର, ଜାନୁଆରୀ ୨୭(ଲୋକାଲ ୱାୟାର): ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ଗିରଫ ହୋଇଥିବା ନିଲମ୍ବିତ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଏବଂ ଚାକିରି ନାରେ ଠକେଇ ମାମଲାରେ ଗିରଫ ହୋଇଥିବା ତାଙ୍କ ପୁତ୍ର ଆକାଶ ପାଠକଙ୍କୁ ବୁଧବାର ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ଜଜ୍ ଏସ୍. ଦୁବେ ଜାମିନ ପ୍ରଦାନ କରିଛନ୍ତି ।

ଭିଜିଲାନ୍ସ ପକ୍ଷରୁ ଚାର୍ଜସିଟ୍ ଦାଖଲ ହୋଇ ନଥିବାରୁ ଉଭୟଙ୍କୁ ଜାମିନ ମିଳିଯାଇଛି ।

ଦୁଇ ଲକ୍ଷ ଟଙ୍କାର ବଣ୍ଡ୍ ସହ ୨୦,୦୦୦ ଟଙ୍କା ସିକ୍ୟୁରିଟି ଜମାରେ ୨ଜଣ ଜାମିନଦାରଙ୍କ ମୁଚାଲିକାରେ ଏହି ଜାମିନ ଦିଆଯାଇଛି ।

ତେବେ ଉଭୟ ବିନା ଅନୁମତିରେ ସହର ବାହାରକୁ ଯିବେନାହିଁ କିମ୍ବା ମାମଲାର ସାକ୍ଷୀମାନଙ୍କୁ ପ୍ରଭାବିତ କରିବେ ନାହିଁ ବୋଲି ଜାମିନରେ ସର୍ତ୍ତ ରହିଛି ।

ତେବେ ଉଭୟଙ୍କ ନାମରେ କ୍ରାଇମବ୍ରାଞ୍ଚ ତଦନ୍ତର ମାମଲା ଥିବାରୁ ସେମାନେ ଏବେ ଜେଲରୁ ମୁକୁଳି ପାରିବେ ନାହିଁ ବୋଲି ଜଣାପଡ଼ିଛି ।

ଅପରପକ୍ଷରେ, ଭିନ୍ନ ଭିନ୍ନ ରାଜ୍ୟରେ ମାମଲାର ତଦନ୍ତ ଥିବାରୁ ଏବଂ କେନ୍ଦ୍ରୀୟ ଅଧିକାରୀ ଭାବେ କେନ୍ଦ୍ରର ଅନୁମତି ଆବଶ୍ୟକ ଥିବାରୁ ଭିଜିଲାନ୍ସ ୬୧ ଦିନ ପରେ ମଧ୍ୟ ମାମଲାରେ ଚାର୍ଜସିଟ୍ ଦାଖଲ କରିପାରିନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଭୁବନେଶ୍ୱର

ପ୍ରଖ୍ୟାତ କଥାକାର ରାମଚନ୍ଦ୍ର ବେହେରା ପାଇବେ ଅତିବଡ଼ୀ ଜଗନ୍ନାଥ ପୁରସ୍କାର

January 27, 2021 By LocalWire Leave a Comment

ଭୁବନେଶ୍ୱର,ଜାନୁଆରୀ ୨୭(ଲୋକାଲ ୱାୟାର): ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ୨୦୨୦ ବର୍ଷ ପାଇଁ ପ୍ରଖ୍ୟାତ କଥାକାର ରାମଚନ୍ଦ୍ର ବେହେରାଙ୍କୁ ପ୍ରଦାନ କରାଯିବ ବୋଲି ବୁଧବାର ଏକାଡେମୀର କାର୍ଯ୍ୟକାରୀ ପରିଷଦ ବୈଠକରେ ସ୍ଥିର ହୋଇଛି ।

ଏଥିସହ ୨୦୨୦ ମସିହା ପାଇଁ ୧୫ ଜଣ ବୟୋଜ୍ୟେଷ୍ଠ ସାରସ୍ୱତ ସାଧକ/ସାଧିକାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି ।

ଚୟନ ହୋଇଥିବା ଏହି ସାରସ୍ୱତ ସାଧକ/ସାଧିକାମାନଙ୍କ ମଧ୍ୟରେ ଅଛନ୍ତି ଦେବେନ୍ଦ୍ର କୁମାର ଦାଶ, ଗିରିଜା ଶଙ୍କର ଶର୍ମା, ଅଶୋକ କୁମାର ପଟ୍ଟନାୟକ, ବାବାଜୀ ଚରଣ ପଟ୍ଟନାୟକ, ଜୀବନକୃଷ୍ଣ ମହାପାତ୍ର, ଦିଗରାଜ ବ୍ରହ୍ମା, ରୁଦ୍ରନାରାୟଣ ପୃଷ୍ଟି, ସୌଭାଗିନୀ ମିଶ୍ର, ସ୍ୱରାଜ୍ୟଲକ୍ଷ୍ମୀ ମିଶ୍ର, କୃପାସିନ୍ଧୁ ନାୟକ, ନିର୍ମଳପ୍ରଭା ନାୟକ, ରାସେଶ୍ୱରୀ ମିଶ୍ର, ରାଧାବିନୋଦ ନାୟକଏବଂ ମହେଶ୍ୱର ମୂଳିଆ ।
ଏକ ସ୍ୱତନ୍ତ୍ର ଉତ୍ସବରେ ଏମାନଙ୍କୁ ସମ୍ମାନିତ କରାଯିବ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଭୁବନେଶ୍ୱର

ଗତ ପାଞ୍ଚ ଦିନ ଧରି ଭୁବନେଶ୍ୱରେ ୫ରୁ କମ୍ କରୋନା ଆକ୍ରାନ୍ତ ଚିହ୍ନଟ

January 27, 2021 By LocalWire Leave a Comment

ଭୁବନେଶ୍ୱର,ଜାନୁଆରୀ ୨୭(ଲୋକାଲ ୱାୟାର): ରାଜଧାନୀ ଭୁବନେଶ୍ୱରରେ ବିଗତ ପାଞ୍ଚ ଦିନ ଧରି ଦୈନିକ ୫ ଜଣରୁ କମ୍ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବିଏମସି ଦେଉଥିବା ତଥ୍ୟରୁ ପ୍ରକାଶ ।

ବୁଧବାର ରାଜଧାନୀରେ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସୁସ୍ଥ ହୋଇଛନ୍ତି ।

ଏ ପର୍ଯ୍ୟନ୍ତ ରାଜଧାନୀରେ ମୋଟ ୩୧ ହଜାର ୮୪୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୧ ହଜାର ୩୮୧ ଜଣ ସୁସ୍ଥ ହୋଇଛନ୍ତି ।

୨୪୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ୨ ଶହ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କରୋନା, ଭୁବନେଶ୍ୱର

ପରୀକ୍ଷା ଦର୍ପଣ’ ଏକ ମହତ ଉଦ୍ୟମ : ନବୀନ

January 27, 2021 By LocalWire Leave a Comment

ଭୁବନେଶ୍ୱର, ଜାନୁଆରୀ ୨୭(ଲୋକାଲ ୱାୟାର): ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାରେ ସହାୟକ ହେବା ସକାଶେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀଙ୍କ ଦ୍ୱାରା ପ୍ରକାଶିତ ‘ପରୀକ୍ଷା ଦର୍ପଣ’ ଏକ ମହତ ଉଦ୍ୟମ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେ କହିଛନ୍ତି, ବହୁତ ଦିନ ପରେ ସ୍କୁଲ ଖୋଲିଛି । ଛାତ୍ରଛାତ୍ରୀ ଓ ଶିକ୍ଷକ ସମସ୍ତଙ୍କ ମନରେ ଖୁସି ଆସିଛି ।

ଚଳିତ ୨୦୨୦-୨୧ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ହିଁ ସ୍କୁଲ ବନ୍ଦ କରି ଦିଆଯାଇଥିଲା । ଆମକୁ ଏକ ଅସ୍ୱାଭାବିକ ପରିସ୍ଥିତିର ସାମନା କରିବାକୁ ପଡ଼ିଥିଲା ।

ପିଲାମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇ ସେତେବେଳେ ସ୍କୁଲ ବନ୍ଦ ନିଷ୍ପତ୍ତି ନିଆଯାଇଥିଲା ।

କରୋନା ମହାମାରୀ ଆମର ଶିକ୍ଷା ବ୍ୟବସ୍ଥାକୁ ସବୁଠାରୁ ଅଧିକ ପ୍ରଭାବିତ କରିଛି । ବର୍ତ୍ତମାନ ରାଜ୍ୟରେ କରୋନାର ପ୍ରଭାବ ହ୍ରାସ ପାଇଛି ।

ତେଣୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ବାର୍ଷିକ ପରୀକ୍ଷା ନିମନ୍ତେ ପ୍ରସ୍ତୁତ କରିବାକୁ ସ୍କୁଲଗୁଡ଼ିକ ଖୋଲାଯାଇଛି ।

କୋଭିଡ ନିୟମ ମାନି ଶିକ୍ଷାଦାନ ଆରମ୍ଭ ହୋଇଥିବା ଖୁସିର କଥା । କାରଣ ଶ୍ରେଣୀ ଗୃହ ଶିକ୍ଷାର ବିକଳ୍ପ ନାହିଁ ।

ଚଳିତ ଶିକ୍ଷାବର୍ଷରେ ଆମ ଛାତ୍ରଛାତ୍ରୀମାନଙ୍କର ଯେଉଁ କ୍ଷତି ହୋଇଛି, ତାକୁ ଭରଣା କରିବା ସହଜ ନୁହେଁ ।

ତଥାପି ଛାତ୍ରଛାତ୍ରୀମାନେ ଯେଭଳି ବୋର୍ଡ ପରୀକ୍ଷାକୁ ଦୃଢ଼ ଆତ୍ମବିଶ୍ୱାସର ସହ ଦେଇପାରିବେ, ସେଥିପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି ।

ଏହାର ଏକ ଅଂଶସ୍ୱରୂପ ପାଠ୍ୟକ୍ରମର ବିଭିନ୍ନ ବିଷୟର ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତର ସମ୍ବଳିତ ଏକ ସହାୟକ ପୁସ୍ତିକା ‘ପରୀକ୍ଷା ଦର୍ପଣ’ ପ୍ରକାଶିତ ହେବ ଏକ ମହତ ଉଦ୍ୟମ ବୋଲି ସେ କହିଛନ୍ତି ।

ଏଥିସହ ମୁ୍ଖ୍ୟମନ୍ତ୍ରୀ ୨୦୨୧ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ଦେବାକୁ ଯାଉଥିବା ସବୁ ଛାତ୍ରଛାତ୍ରୀମାନଙ୍କୁ ଶୁଭକାମନା ଜଣାଇଛନ୍ତିି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଭୁବନେଶ୍ୱର

ଏକ କୋଟିରୁ ଅଧିକ ବେପାର ହେଲାଣି ହସ୍ତତନ୍ତ ମେଳାରେ

January 26, 2021 By LocalWire Leave a Comment

ଭୁବନେଶ୍ୱର, ଜାନୁଆରୀ ୨୬(ଲୋକାଲ ୱାୟାର): ରାଜଧାନୀ ଭୁବନେଶ୍ୱରରେ ଚାଲିଥିବା ଜାତୀୟ ହସ୍ତତନ୍ତ ମେଳାରେ ଏ ପର୍ଯ୍ୟନ୍ତ ଏକ କୋଟି ଟଙ୍କାରୁ ଅଧିକ ବେପାର ହୋଇ ସାରିଥିବା କର୍ତ୍ତୃପକ୍ଷ କହିଛନ୍ତି ।

ଜାନୁଆରୀ ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳାରେ କ୍ରମେ ଭିଡ଼ ଜମିବାରେ ଲାଗିଛି ।

କେବଳ ‘ବୟନିକା’ପ୍ରଥମ ୬ ଦିନରେ ୩୦ ଲକ୍ଷ ଟଙ୍କାର ବେପାର କରିଛି । ଓଡ଼ିଶା ସମେତ ୧୬ଟି ରାଜ୍ୟର ହସ୍ତତନ୍ତ ସମିତି ଓ ଅନୁଷ୍ଠାନମାନେ ଯୋଗଦାନ କରିଛନ୍ତି ।

ଓଡ଼ିଶାର ବାନ୍ଧବସ୍ତ୍ର, ବମକାଇ, କୋଟପାଡ଼ ଓ ଟସର ବସ୍ତ୍ର ସମସ୍ତଙ୍କୁ ଆକୃଷ୍ଟ କରୁଛି ।

ଓଡ଼ିଶା ବ୍ୟତୀତ ତାମିଲନାଡ଼ୁର କାଞ୍ଜିବରମ ସିଲକ୍ ଶଢ଼ୀ, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାର ପୁଚମପଲ୍ଲୀ ବାନ୍ଧ, ମଧ୍ୟପ୍ରଦେଶର ଚନେ୍ଦରୀ ଓ ମାହେଶ୍ୱରୀ, ରାଜସ୍ଥାନର ବନ୍ଧନି ଶାଢ଼ି, ପଶ୍ଚିମବଙ୍ଗର ଟାଙ୍ଗାଇଲ ଓ ଜାମଦାନୀ, ଦିଲ୍ଲୀ, ହରିଆନା ଓ ପଞ୍ଜାବର ବିଛଣା ଚାଦର, କମ୍ବଳ ଓ କୁସନ କଭର, କର୍ଣ୍ଣାଟକର ଅତି ସୂକ୍ଷ୍ମ ସିଲକ୍ ଶାଢ଼ୀ, ପନାରସର ବ୍ରୋକେଡ ଶାଢ଼ୀ ଇତ୍ୟାଦି ଗ୍ରାହକଙ୍କ ମନକୁ ବାନ୍ଧି ରଖିଛି ।

ମେଳା ମଧ୍ୟରେ ଥିବା ଥିମ୍ ପାଭିଲିଅନ ଭିତରେ ହସ୍ତତନ୍ତ ବୁଣା କାର୍ଯ୍ୟ ଓ ପ୍ରିଣ୍ଟିଂ କଳା ଭୁବନେଶ୍ୱରର ‘ବୁଣାକାର ସେବାକେନ୍ଦ୍ର’ ଦ୍ୱାରା ପ୍ରଦର୍ଶନ କରାଯାଉଛି ।

ଏଥିରେ ଓଡ଼ିଶାର ପଂଜିକୃତ ୯ଟି ଯାକ ଜିଆଇ (ଭୋଗୋଳିକ ସୂଚକ) ଉତ୍ପାଦକୁ ପ୍ରଦର୍ଶନ କରାଯାଇଛି ।

ମେଳା ମଧ୍ୟରେ ଲାଗିଥିବା ଏଲଇଡି ସ୍କ୍ରିନରେ ପ୍ରଦର୍ଶିତ ବୟନିକାର ପ୍ରମୋ ଫିଲ୍ମ ଓ ଓଡ଼ିଶାର ବିଭିନ୍ନ ମୁଖ୍ୟ ଉତ୍ପାଦର ପ୍ରସ୍ତୁତି ପ୍ରଣାଳୀ ଗ୍ରାହକଙ୍କ ମନକୁ ବିମୋହିତ କରୁଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଭୁବନେଶ୍ୱର

ଓଡ଼ିଶା ଦେଶର ବିକାଶ ମାନଚିତ୍ରରେ ନିଜର ସ୍ଥିତି ମଜବୁତ କରିପାରିଛି: ନବୀନ

January 26, 2021 By LocalWire Leave a Comment

ଭୁବନେଶ୍ୱର, ଜାନୁଆରୀ ୨୬(ଲୋକାଲ ୱାୟାର): ଓଡ଼ିଶା ଦେଶର ବିକାଶ ମାନଚିତ୍ରରେ ନିଜର ସ୍ଥାନ ମଜଭୁତ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନରାଜ୍ୟ ଦିବସ ଅବସରରେ ରାଜ୍ୟବାସୀଙ୍କ ଉପଲକ୍ଷେ ଏକ ବାର୍ତ୍ତାରେ କହିଛନ୍ତି ।

ସେ ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଜାତିର ଜନକ ମହାତ୍ମା ଗାନ୍ଧୀ, ପଣ୍ଡିତ ନେହରୁ, ନେତାଜୀ ସୁଭାଷ ବୋଷ, ମୌଲାନା ଆଜାଦ, ଡ. ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ଉତ୍କଳମଣି ଗୋପବନ୍ଧୁ ଦାସ, ଉକ୍ରଳ ଗୌରବ ମଧୁସୂଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ସହିଦ ଲକ୍ଷ୍ମଣ ନାୟକ, ରମାଦେବୀ, ମାଳତୀ ଚୌଧୁରୀ, ପାର୍ବତୀ ଗିରି, ଡ. ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ ସଂଗ୍ରାମୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଦେଶର ଏକତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦ୍ ଓ ସହିଦ ହୋଇଥିବା କୋଭିଡ ଯୋଦ୍ଧାମାନଙ୍କ ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତ ବହୁ ଭାଷା, ବହୁ ଧର୍ମ ଓ ବହୁ ଜାତିକୁ ବହୁମତ, ବହୁ ବର୍ଣ୍ଣ, ବହୁ ବିଶ୍ୱାସକୁ ନେଇ ଗଠିତ ହୋଇଛି ।

ବିଭିନ୍ନ ଅଞ୍ଚଳର ଭୂଗୋଳ ମଧ୍ୟ ଭିନ୍ନ ଭିନ୍ନ । ଏହି ବିବିଧତା ହିଁ ଆମର ସବୁଠାରୁ ବଡ଼ ଶକ୍ତି । ଏହାହିଁ ଆମ ସଂସ୍କୃତିକୁ, ସମାଜକୁ ସମୃଦ୍ଧ କରିଛି ।

ଆମ ସମ୍ବିଧାନରେ ଏହା ସୁନ୍ଦର ଭାବେ ପ୍ରତିଫଳିତ ହୋଇଛି ଏବଂ ସମସ୍ତଙ୍କ ପାଇଁ ବିକାଶର ସମାନ ସୁଯୋଗ ସୃଷ୍ଟି କରିଛି ।

ଆମ ବିବିଧତାର ସୁରକ୍ଷା ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରସଙ୍ଗରେ ସହମତି ପାଇଁ ଆମେ ସମସ୍ତେ କାମ କରିବା ଦରକାର । ଏହା ଆମ ଗଣତନ୍ତ୍ରକୁ ସୁଦୃଢ଼ କରିବା ସହ ଦେଶକୁ ଆହୁରି ଶକ୍ତିଶାଳୀ କରିବ ।

କୃଷି, ଶିଳ୍ପ ଓ ଭିତ୍ତିଭୂମି ପରି ଅର୍ଥନୀତି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଓଡ଼ିଶା ଆଜି ଉନ୍ନତି କରିପାରିଛି । ରାଜ୍ୟରେ ଜଳସେଚନର କ୍ଷମତା ବଢ଼ିଛି ।

କୃଷି ଉତ୍ପାଦନ ବଢ଼ିଛି । ଚାଷୀଙ୍କ ରୋଜଗାର ବଢ଼ିଛି । ରାଜ୍ୟକୁ ନୂଆ ନୂଆ ପୁଞ୍ଜି ଆସିଛି । ଭିତ୍ତିଭୂମିର ବିକାଶ ଅର୍ଥନୀତିକୁ ଚଳଚଞ୍ଚଳ କରିବାକୁ ସୁଯୋଗ ସୃଷ୍ଟି କରିଛି ।

ବିଭିନ୍ନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ସାରା ଦେଶରେ ସ୍ୱତନ୍ତ୍ର ।

ଖାଦ୍ୟ ସୁରକ୍ଷା ଠାରୁ ଆରମ୍ଭ କରି ସାମାଜିକ ସୁରକ୍ଷା ପର୍ଯ୍ୟନ୍ତ ଆମର ସବୁ କଲ୍ୟାଣ କାର୍ଯ୍ୟକ୍ରମ ଲୋକଙ୍କ ମୁହଁରେ ହସ ଆଣିଛି ।

ବିଗତ ଦଶମାସ ଧରି କୋଭିଡ ସହ ଲଢ଼େଇରେ ଓଡ଼ିଶା ସଫଳତା ପାଇଛି । ଟିକା ଆସିଥିଲେ ମଧ୍ୟ କୋଭିଡ ଗାଇଡଲାଇନକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଭୁବନେଶ୍ୱର

ଏକାମ୍ର କ୍ଷେତ୍ରର ସବୁ ଦୋକାନ ହେବ ଗୋଟିଏ ଡିଜାଇନରେ

January 25, 2021 By LocalWire Leave a Comment

ଭୁବନେଶ୍ୱର, ଜାନୁଆରୀ ୨୫(ଲୋକାଲ ୱାୟାର): ଏକାମ୍ର କ୍ଷେତ୍ରର ସବୁ ଦୋକାନ ଗୋଟିଏ ଡିଜାଇନରେ ଶୋଭା ପାଇବ ।

ବିଡିଏ ପକ୍ଷରୁ ଏନେଇ ପୂର୍ବରୁ ଘୋଷଣା ହୋଇଥିଲା ବେଳେ ପ୍ରାଥମିକ ପ୍ରକ୍ରିୟା ଆରମ୍ଭ ହୋଇଛି ।

ମାଉସୀ ମା ଛକରୁ ଆରମ୍ଭ କରି ଲିଙ୍ଗରାଜ ମନ୍ଦିର ଯାଏଁ ପ୍ରଶସ୍ତ ରଥ ରୋଡକୁ ଏଥିପାଇଁ ପ୍ରାଥମିକତା ଦିଆଯାଇଛି ।

ରାସ୍ତାର ଦୁଇ କଡରେ ଥିବା ୧୦୦ରୁ ଅଧିକ ଦୋକାନ ଘରକୁ ଏଥିପାଇଁ ବିଡିଏ ଚିହ୍ନଟ କରି ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ଆରମ୍ଭ କରିଛି ।

ଆସନ୍ତା ୧ ମାସ ଭିତରେ ଏହି ନୂଆ ଡିଜାଇନର ନାମ ଫଳକ ଲଗାଯିବାକୁ ନିଦେ୍ର୍ଦଶ ଦିଆଯାଇଛି ।

ପୁରୀ ଐତିହ୍ୟ ସହର ଢାଞ୍ଚାରେ ଏଠାରେ ମଧ୍ୟ ସବୁ ଦୋକାନ ଘର ଆଗରେ ସମାନ ପ୍ରକାର ଡିଜାଇନର ନାମ ଫଳକ ଲାଗିବ ।

ଏଥିପାଇଁ ଡିଜାଇନ୍ ବି ଚୂଡ଼ାନ୍ତ ହୋଇ ସାରିଛି । ନୂଆ ନିୟମ ଅନୁସାରେ ଦୋକାନ ଘର ନାମ ଫଳକର ରଙ୍ଗ ଇଷତ୍ ଧଳା ହେବ ।

ପାର୍ଶ୍ଵ ବା ଧାଡି ଏବଂ ଅକ୍ଷରଗୁଡ଼ିକ ନାଲିମାଟି ବା ଗେରୁଆ ରଙ୍ଗରେ ଲେଖାହେବ । ତେବେ ଲୋଗୋ ପାଇଁ ରଙ୍ଗ ଜନିତ ନିୟନ୍ତ୍ରଣ ନଥିବା ବେଳେ ଫଳକର ଉଚ୍ଚତା ୬୦୦ ମିଲିଲିଟର ଓ ସେହି ସ୍ଥାନର ଉପଲବ୍ଧତାକୁ ନେଇ ପ୍ରସ୍ଥ ରହିବ ।

ନାମ ଫଳକ ଲଗାଇବା ଯୋଗୁଁ ଯେପରି ପୂର୍ବ ସ୍ଥିତ କୋଠାର ସ୍ଥାପତ୍ୟ ଶୈଳୀ ଦବି ଯିବନାହିଁ ସେ ଉପରେ ଧ୍ୟାନ ଦିଆଯିବ । ତ୍ରିରଥ ଶୈଳୀରେ ଏହି ଡିଜାଇନ୍ କରାଯାଇଛି ।

ଯେଉଁ ନାମ ଫଳକରେ ଆଲୋକୀକରଣର ଆବଶ୍ୟକତା ଅଛି ସେଠାରେ ତାହା କରାଯାଇ ପାରିବ ।

ପ୍ରତ୍ୟେକ ବିଜ୍ଞାପନ ଫଳକର ଭାଷା ନିଶ୍ଚିତ ଭାବେ ଓଡ଼ିଆ ହେବା ବାଧ୍ୟତାମୂଳକ । ନୂଆ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ସମସ୍ତ ଦୋକାନ ଘର ମାଲିକ, ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ଯାଇ ଏ ବାବଦରେ ଅବଗତ କରାଇଛନ୍ତି ।

ଆସନ୍ତା ୧ ମାସ ଭିତରେ ଏହି ନୂଆ ଡିଜାଇନର ନାମ ଫଳକ ଲଗାଯିବ । ଯଦି କେହି ଏହି ନିୟମକୁ ଖିଲାପ କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡ଼ିଏ ପକ୍ଷରୁ କୁହାଯାଇଛି ।

ଏ ବାବଦରେ ବିଡିଏ ସଚିବଙ୍କ ପକ୍ଷରୁ ଏକ ଚିଠି କରାଯାଇଛି । ଯେଉଁଥିରେ କୁହାଯାଇଛି, ଏକାମ୍ରକ୍ଷେତ୍ର ଅଞ୍ଚଳକୁ ହୋର୍ଡିଂ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ।

ନୂଆ ବିଜ୍ଞାପନ ଫଳକ ଲଗାଇବା ପାଇଁ କର୍ତ୍ତୃପକ୍ଷଙ୍କୁ ପୂର୍ବ ଅନୁମତି ନେବାକୁ କୁହାଯାଇଛି ।

ଏଟିଏମ୍ ଘରଗୁଡ଼ିକରେ ଗ୍ରାହକଙ୍କ ସୂଚନା ପାଇଁ ସଂପୃକ୍ତ ବ୍ୟାଙ୍କର ନାମ ଓ ଏହାର ଲୋଗୋ କାଚରେ ଲଗାଯିବ ।

ତେବେ ପୂର୍ବରୁ ପାରମ୍ପରିକ ଶୈଳୀରେ ଲେଖା (ଖୋଦିତ) ବିଜ୍ଞାପନ ଫଳକୁ ଯେତେଦୂର ସମ୍ଭବ ଅକ୍ଷୁଣ୍ଣ ରଖାଯିବ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଭୁବନେଶ୍ୱର

ଗିଫ୍ଟ ପକ୍ଷରୁ ସୁରକ୍ଷା ସମ୍ମାନ ପ୍ରଦାନ ଉତ୍ସବ

January 25, 2021 By LocalWire Leave a Comment

ଭୁବନେଶ୍ୱର, ଜାନୁଆରୀ ୨୫(ଲୋକାଲ ୱାୟାର): ଗ୍ଲୋରି ଅଫ୍ ଇଣ୍ଟରନ୍ୟାସନାଲ୍ ଫାଉଣ୍ଡେସନ୍ ଟ୍ରଷ୍ଟ(ଗିଫ୍ଟ) ପକ୍ଷରୁ ସ୍ଥାନୀୟ ରୋଟାରୀ ଭବନଠାରେ ‘ସୁରକ୍ଷା ସମ୍ମାନ’ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ‘ମହିଳା ବିରୋଧୀ ଅପରାଧର କାରଣ ଓ ସୁରକ୍ଷା’ ଜାତୀୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।

ଟ୍ରଷ୍ଟର ଅଧ୍ୟକ୍ଷା ଆଇନଜୀବୀ ସଙ୍ଗୀତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ମୁଖ୍ୟ ବକ୍ତାଭାବେ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ, ପୂର୍ବତନ ବି·ରପତି କୃଷ୍ଣ ଚନ୍ଦ୍ର ରଥ, ଭୁବନେଶ୍ୱର ଓକିଲ ସଂଘର ସଭାପତି ମହମ୍ମଦ ଜିୱାଲ ହକ୍, ସମ୍ପାଦକ ରାଜ କିଶୋର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦିନକୁ ଦିନ ମହିଳାମାନଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଉଛି ।

ସୁସମାଜ ଗଠନ ଓ ସଚେତନ ଦ୍ୱାରା ମହିଳା ସୁରକ୍ଷା ରହିବା ସହ ସମାଜରେ ଅଧିକ ବିକାଶ କରିପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁଲିସ ଜୋନ୍-୨ ଏସିପି ବିଷ୍ଣୁ ପ୍ରସାଦ ପାତ୍ର, ଥାନା ଅଧିକାରୀ ବିଜୟନୀ ସିଂ, ସ୍ନାୟୁ ବିଭାଗ ଡାକ୍ତର ଶ୍ରୀକାନ୍ତ ସାହୁ, ଆଇନଜୀବୀ ଲିଙ୍ଗରାଜ ସାହୁ, ରୋଟାରୀ ଇନର୍ହ୍ୱିଲର ସଭାପତି ସାଗରିକା ସାମଲ, ରୁଦ୍ର ସାମନ୍ତରାୟ, ମନୋଜ ମହାନ୍ତି, ଶବ ବାହିକା ରିତୁରାଣୀ ସାମଲଙ୍କୁ ‘ସୁରକ୍ଷା ସମ୍ମାନ-୨୦୨୧’ ପ୍ରଦାନ କରାଯାଇଥିଲା ।

ପ୍ରାରମ୍ଭରେ ସସ୍ମିତା ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ଶେଷରେ ଦୀପକ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଭୁବନେଶ୍ୱର

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 534
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire