• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ମାଲକାନଗିରି

ମାଓବାଦୀଙ୍କ ଲ୍ୟାଣ୍ଡମାଇନରୁ ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ

December 20, 2020 By LocalWire Leave a Comment

ମାଲକାନଗିରି, ଡିସେମ୍ବର ୨୦(ଲୋକାଲ ୱାୟାର): ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ରବିବାର ସକାଳେ କମ୍ବିଂ ବେଳେ ମାଓବାଦୀ ପୋତିଥିବା ଲ୍ୟାଣ୍ଡମାଇନ କବଳରୁ ଅଳ୍ପକେ ବିଏସଏଫ ଯବାନମାନେ ବର୍ତ୍ତିଛନ୍ତି ।

ସକାଳେ ପିପଳପଦର ଓ ନାକାମାମୁଡ଼ି ଅଞ୍ଚଳରେ ଯବାନମାନେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ବିଜୟ ପାଲଙ୍କ ନେତୃତ୍ୱରେ କମ୍ବିଂ କରୁଥିବା ବେଳେ ସୌଭାଗ୍ୟକୁ ଲ୍ୟାଣ୍ଡମାଇନ ଠାବ କରିପାରିଥିଲେ । ତତକ୍ଷଣାତ ଏହାକୁ ଅକାମୀ କରାଯାଇଥିଲା ।

ବିଗତ କିଛି ଦିନ ଧରି ଯବାନଙ୍କ ଲଗାତାର କମ୍ବିଂ ଯୋଗୁ ଅଞ୍ଚଳବାସୀ ମାଓବାଦୀ ସଙ୍ଗଠନ ପ୍ରତି ବିମୁଖ ହୋଇ ଉଠିଛନ୍ତି । ତେଣୁ ମାଓବାଦୀମାନେ ପ୍ରତିହିଂସାପରାୟଣ ହୋଇ ଯବାନମାନଙ୍କୁ ଟାର୍ଗେଟ କରି ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡମାଇନ ପୋତୁଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ମାଲକାନଗିରି

ଠିିକାଦାରଙ୍କୁ ହତ୍ୟା କରି ତିନି ଗାଡ଼ି ପୋଡ଼ିଲେ ମାଓବାଦୀ

December 17, 2020 By LocalWire Leave a Comment

ମାଲକାନଗିରି, ଡିସେମ୍ବର ୧୭(ଲୋକାଲ ୱାୟାର): ଯବାନଙ୍କ କ୍ରମାଗତ କମ୍ବିଂ ଯୋଗୁ ଦୀର୍ଘ ଦିନ ଧରି ବ୍ୟାକଫୁଟରେ ଥିବା ମାଓବାଦୀମାନେ କିଛି ଦିନ ଧରି ନିରବ ରହିବା ପରେ ମାଲକାନଗିରି ଜିଲ୍ଲାରେ ଜଣେ ଠିକାଦାରଙ୍କୁ ହତ୍ୟା କରିବା ସହ ତିନୋଟି ଗାଡ଼ି ପୋଡ଼ି ଦେଇଥିବା ସ୍ଥାନୀୟ ପୁଲିସ କହିଛି ।

ଛତିଶଗଡ଼ ସୀମାକୁ ଲାଗିଥିବା ମାଥିଲି ଥାନା ଅନ୍ତର୍ଗତ ଗୋଲିଆରେ ରାସ୍ତା କାମ ଚାଲିଥିବାରୁ ଠିକାଦାରଙ୍କ କ୍ୟାମ୍ପ ହୋଇଥିଲା ।

କିନ୍ତୁ ଏହି ରାସ୍ତା ନିର୍ମାଣକୁ ମାଓବାଦୀମାନେ ବିରୋଧ କରି ଆସୁଥିଲେ । ଗୁରୁବାର ଦିନ ୧୫/୨୦ ଜଣ ସଶସ୍ତ୍ର ମାଓବାଦୀ କ୍ୟାମ୍ପରେ ପହଞ୍ଚି ଠିକାଦାର ସୁକୁମାର ମଣ୍ଡଳଙ୍କୁ ବାହାରକୁ ଟାଣି ନେଇ ନିସ୍ତୁକ ମାଡ଼ ମାରିଥିଲେ ।

ଏହାପରେ ସେମାନେ ଟାଙ୍ଗିଆରେ ତାଙ୍କୁ ହାଣି ହତ୍ୟା କରିଥିଲେ । କ୍ୟାମ୍ପ ଛାଡ଼ି ଯିବା ପୂର୍ବରୁ ସୁକୁମାରଙ୍କ ଏସୟୁଭି, ଏକ ଟ୍ରାକ୍ଟର ସମେତ ତିନୋଟି ଗାଡ଼ିରେ ମାଓବାଦୀମାନେ ନିଆଁ ଲଗାଇ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ, ଗତ ରବିବାର ସ୍ୱାଭିମାନ ଅଞ୍ଚଳରେ ଯବାନଙ୍କ ସହ ଗୁଳି ବିନିମୟରେ ଦୁଇ ଜଣ ମାଓ କ୍ୟାଡର ନିହତ ହୋଇଥିଲେ । ତେଣୁ ମାଓବାଦୀ ଏବେ ପ୍ରତିଶୋଧପରାୟଣ ହୋଇ ହତ୍ୟା ଓ ପୋଡ଼ାଜଳା କରିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ମାଲକାନଗିରି

୧୪ ଡିଗ୍ରୀ ତଳେ ୧୨ ସହରର ପାରଦ

December 7, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୭ (ଲୋକାଲ ୱାୟାର) : ଓଡ଼ିଶାରେ ଶୀତ ବଢୁଥିବା ବେଳେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ପ୍ରଚଣ୍ଡ ଜାଡ଼ ଅନୁଭୂତ ହେଉଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୧୨ଟି ସହରର ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ତଳକୁ ଖସିଥିବା ବେଳେ ଫୁଲବାଣୀରେ ସବୁଠାରୁ କମ୍ ୮.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି ।

ସର୍ବନିମ୍ନ ୧୪ ଡିଗ୍ରୀ ସେଲସିୟସ ତଳେ ଥିବା ୧୨ ସହର ହେଲା, ସୋନପୁର (୮.୮), ଦାରିଙ୍ଗିବାଡ଼ି (୯), ଅନୁଗୁଳ (୧୦.୬), କୋରାପୁଟ (୧୦.୬), ଭବାନୀପାଟଣା (୧୧.୬), ସୁନ୍ଦରଗଡ଼ (୧୩), ମାଲକାନଗିରି (୧୩), ବୌଦ୍ଧ (୧୩), ତାଳଚେର (୧୩.୩), ଝାରସୁଗୁଡ଼ା, (୧୩.୪) ଏବଂ ବଲାଙ୍ଗୀରରେ (୧୩.୫) ।

ତେବେ ଭୁବନେଶ୍ୱରରେ ତାପମାତ୍ରା ୧୭.୬ ଡିଗ୍ରୀ ସେଲସିୟସ ରହିଥିବା ବେଳେ କଟକରେ ୧୬.୪ ଡିଗ୍ରୀ ଅଛି ।

ଅନ୍ୟପଟେ ଚାନ୍ଦବାଲି ଏବଂ ରାୟଗଡ଼ାରେ ଅତିଘନ କୁହୁଡ଼ି ହୋଇଥିବା ବେଳେ ଦୃଶ୍ୟମାନ ଦୂରତା ୪୦ ମିଟର ରହିଥିଲା ।

ସେହିଭଳି ପାରାଦୀପ, ସୋନପୁର ଏବଂ ବୌଦ୍ଧରେ ମଧ୍ୟ ଘନକୁହୁଡି ରହିଥିଲା । ପାରାଦୀପଠାରେ ଦୃଶ୍ୟମାନ ଦୂରତା ୫୦ ମିଟର ଥିବାବେଳେ ସୋନପୁର ଏବଂ ବୌଦ୍ଧ ଠାରେ ଦୃଶ୍ୟମାନ ଦୂରତା ୧୦୦ ମିଟର ରହିଥିଲା ।

ଭୁବନେଶ୍ୱର, କଟକ, କୋରାପୁଟ ଏବଂ ନୟାଗଡ଼ରେ ହାଲୁକା କୁହୁଡି ରହିଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, ଓଡିଶା, କୋରାପୁଟ, ଝାରସୁଗୁଡା, ତାଳଚେର, ଦାରିଙ୍ଗିବାଡ଼ି, ପାରାଦୀପ, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା, ମାଲକାନଗିରି, ରାୟଗଡା, ସୁନ୍ଦରଗଡ, ସୋନପୁର

ଗୁଳି ବିନିମୟରେ ଜଣେ ମାଓବାଦୀ ନିହତ, ଏକେ ୪୭ ଜବତ

November 26, 2020 By LocalWire Leave a Comment

ମାଲକାନଗିରି, ନଭେମ୍ବର ୨୬(ଲୋକାଲ ୱାୟାର): ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଗୁଳି ବିନିମୟରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଥିବା ବେଳେ ଗୋଟିଏ ଏକେ-୪୭ ଜବତ ହୋଇଥିବା ପୁଲିସ ଗୁରୁବାର କହିଛି ।

ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ନିକଟ ଜଙ୍ଗଲରେ କମ୍ବିଂ ଅପରେସନ ସମୟରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ ।

ଗୁଳି ବିନିିମୟରେ ସିପିଆଇ–ମାଓବାଦୀ ମାଲକାନଗିରି ଡିଭିଜନର ଜଣେ କ୍ୟାଡର ମାଓବାଦୀ ନିହତ ହୋଇଛି ।

ତା’ ନିକଟରୁ ଏକ ଏକେ-୪୭ ଓ ବିସ୍ଫୋରକ ଜବତ ହୋଇଛି । ଏବେ ବି ଜଙ୍ଗଲରେ କମ୍ବିଂ ଚାଲିଥିବାରୁ ଅଧିକ ସୂଚନା ମିଳିପାରି ନଥିବା ଏସପି କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ମାଲକାନଗିରି

ଲାଞ୍ଚ ମାମଲା ସହ ସଂପୃକ୍ତି ଥିବାରୁ ମେଡିକାଲ ଅଫିସର ଭିଜିଲାନ୍ସ ଦ୍ୱାରା ଗିରଫ

November 23, 2020 By LocalWire Leave a Comment

ମାଲକାନଗିରି, ନଭେମ୍ବର ୨୩(ଲୋକାଲ ୱାୟାର): ମାଲକାନଗିରି ଜିଲ୍ଲା ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପାଣୁ ଚରଣ ମଣ୍ଡଳ ଏକ ଲାଞ୍ଚ ମାମଲାରେ ସଂପୃକ୍ତ ଥିବାରୁ ତାଙ୍କୁ ଗିରଫ କରାଯାଇଥିବା ସୋମବାର ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

ଗତ ଅକ୍ଟୋବର ୨୦ ତାରିଖରେ ସ୍ଥାନୀୟ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀମନ୍ତ ଅତିବୁଦ୍ଧି ଡାକ୍ତରଖାନାରେ ନିୟୋଜିତ ହୋଇଥିବା ଏକ ଗାଡ଼ି ପାଇଁ ବିଲ୍ କରିବାକୁ ରାକେଶ ଚନ୍ଦ୍ର ଦାଶ ନାମକ ବ୍ୟକ୍ତିଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ ।

ଏହି ଲାଞ୍ଚ କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ଡାକ୍ତର ପାଣୁ ଚରଣ ମଣ୍ଡଳଙ୍କୁ ଏବେ ଗିରଫ କରାଯାଇଥିବା ଭିଜିଲାନ୍ସ କହିଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ମାଲକାନଗିରି

ଝଡ଼ର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ; ୨୫ ଓ ୨୬ ଓଡ଼ିଶାରେ ପ୍ରବଳ ବର୍ଷା

November 23, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୩ (ଲୋକାଲ ୱାୟାର) : ଦକ୍ଷିଣ-ପୂର୍ବ ତଥା ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାର ଅଞ୍ଚଳରେ ସୃଷ୍ଟ ଲଘୁଚାପ ୱେଲମାର୍କରେ ପରିଣତ ହୋଇଥିବା ବେଳେ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ।

ଆଗାମୀ ୨୪ ଘଣ୍ଟାରେ ଆହୁରି ଘନୀଭୂ ହୋଇ ସାମୁଦ୍ରିକ ଝଡ ବା ବାତ୍ୟାର ରୂପନେଇ ପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକା ପାଣିପାଗ ବିଜ୍ଞାନ କେନ୍ଦ୍ର ସୋମବାର ସୂଚନା ଦେଇଛି ।

ଏହା ପ୍ରଭାବରେ ଆସନ୍ତା ୨୫ରୁ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଲଘୁଚାପଟି ପଶ୍ଚିମ-ଉତ୍ତରପଶ୍ଚିମକୁ ମୁହାଁଇ ୨୫ ସୁଦ୍ଧା ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଛୁଇଁବ ।

ଏହାର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ନାହିଁ ବୋଲି ପାଣିପାଗ ବିଭାଗ କହିଛି ।

ପ୍ରଭାବରେ ୨୫ରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଏବଂ ୨୬ରେ ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି।

ଆଜି କନ୍ଧମାଳ, ଅନୁଗୁଳ, ମୟୂରଭଞ୍ଜ, କଳାହାଣ୍ଡି, ଗଜପତି, ରାୟଗଡ଼ା ଓ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

୨୫ ତାରିଖରେ କୋରାପୁଟ, ରାୟଗଡ଼ା ଓ ଗଜପତିରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୨୬ ତାରିଖରେ ଗଜପତି ଓ ରାୟଗଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି । ଏ ସମସ୍ତ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, ଓଡିଶା, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ଗଜପତି, ଢେଙ୍କାନାଳ, ନବରଙ୍ଗପୁର, ମୟୂରଭଞ୍ଜ, ମାଲକାନଗିରି, ରାୟଗଡା

ସ୍ୱାଭିମାନ ଅଞ୍ଚଳବାସୀଙ୍କୁ ମିଳିବ ମାଗଣା ସ୍ମାର୍ଟ ମୋବାଇଲ ଫୋନ୍: ନବୀନ

November 17, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୧୭(ଲୋକାଲ ୱାୟାର): ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳବାସୀଙ୍କୁ ରାଜ୍ୟ ସରକାର ମାାଗଣାରେ ସ୍ମାର୍ଟ ମୋବାଇଲ ଫୋନ୍ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଅଞ୍ଚଳର ବାସିନ୍ଦାଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ଅବସରରେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୧୮ ଜୁଲାଇ ମାସରେ ସ୍ୱାଭିମାନ ଅଞ୍ଚଳକୁ ଯାଇ ଗୁରୁପ୍ରିୟା ସେତୁ ଉଦଘାଟନ କରିଥିଲି ।

ସ୍ୱାଭିମାନ ଅଞ୍ଚଳର ବିକାଶ ଆଗେଇ ନେବାକୁ ୧୦୦ କୋଟି ଟଙ୍କାର ସ୍ପେସିଆଲ ପ୍ୟାକେଜ ସେତୁ ଯୋଜନାରେ ଘୋଷଣା କରାଯାଇଥିଲା ।

ପରେ ଏହା ୨୧୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ମିଶନ ଶକ୍ତିର ମା’ ମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ସ୍ୱାଭିମାନ ଅଞ୍ଚଳରେ ଭଲ ହଳଦୀ ଚାଷ ହେଉଥିବାରୁ ଏହାର ପ୍ରୋସେିସିଂ ଓ ବ୍ରାଣ୍ଡିଂ ପାଇଁ ପଦକ୍ଷେପ ନିଆଯାଇଛି ।

ଅଞ୍ଚଳରେ ବିଜୁଳି ସେବା ପାଇଁ ୩୩ କେଭି ସବଷ୍ଟେସନ କାମ ଏବଂ ୧୧ କେଭି ଥ୍ର୍ରୀ ଫେଜ୍ ଲାଇନ କାମ ଶୀଘ୍ର ଶେଷ ହେବ ।

ଗାଁ ଗୁଡ଼ିକରେ କଂକ୍ରିଟ ରାସ୍ତାଠାରୁ ଆରମ୍ଭ କରି ୭୮ କିଲୋମିଟର ପିଚୁ ରାସ୍ତା ଓ ୭ଟି ସେତୁ ପାଇଁ ଶହେ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ୨୦ କୋଟି ଟଙ୍କାରେ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଛି ଏବଂ ୨୫୦ଟି ଟୁ୍ୟବ ୱେଲ କାମ ଶେଷ ହୋଇଛି ।

୩୨ କୋଟି ଟଙ୍କାରେ ଜଳସେଚନ ପାଇଁ ୪୩ଟି ଉଠା ଜଳସେଚନ ପ୍ରକଳ୍ପ ଓ ୪୧୯ଟି କ୍କ୍ଷ୍ଟର ଡିପ୍ ବୋର୍ ୱେଲ କରାଯିବ ।

ଏହାଦ୍ୱାରା ୧୭ଶହ ହେକ୍ଟର ଜମିକୁ ପାଣି ମିଳିପାରିବ । ଅଞ୍ଚଳରେ ୮୨ଟି ଅଙ୍ଗନବାଡ଼ି କେନ୍ଦ୍ର ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଓ ଉପକେନ୍ଦ୍ର ନିର୍ମାଣ ଚାଲିଛି ଏବଂ ଶୀଘ୍ର ଶେଷ ହେବ ।

ଅଞ୍ଚଳରେ ୪ଟି ମୋବାଇଲ ଟାୱାର ନିର୍ମାଣ ଶେଷ ହୋଇଛି ଏବଂ ୪ଜି ସୁବିଧା ସହ ଆଉ ତିନୋଟି ଟାୱାର ଶୀଘ୍ର ଶେଷ ହେବ ।

ସେଥିପାଇଁ ଭାରତ ଇନଫ୍ରାଟେଡ ପ୍ରାଇଭେଟ ଲିମିଟେଡକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ମାଓବାଦୀମାନଙ୍କୁ ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟଧାରାରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ମାଲକାନଗିରି

ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ଆଜି କଥା ହେବେ ମୁଖ୍ୟମନ୍ତ୍ରୀ

November 17, 2020 By LocalWire Leave a Comment

ମାଲକାନଗିରି, ନଭେମ୍ବର ୧୭ (ଲୋକାଲ ୱାୟାର) : ମାଲକାନଗିରି ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହିତ ଆଜି ପୂର୍ବାହ୍ନ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଲିଫୋନ ଯୋଗେ କଥା ହେବେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଲୋକଙ୍କ ସୁବିଧାଅସୁବିଧା କଥା ପଚାରି ବୁଝିବା ସହ ମୋବାଇଲ ଫୋନ ପ୍ରଦାନ କରିବେ ।

ସ୍ୱାଭିମାନ ଅଞ୍ଚଳରେ ଗମନାଗମନର ବ୍ୟବସ୍ଥା ସହ ୫ଟି ଟେଲିଫୋନ ଟାଓ୍ୱାର ସ୍ଥାପନ କରିଛନ୍ତି ରାଜ୍ୟ ସରକାର ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ମାଲକାନଗିରି

ହତ୍ୟା ମାମଲା ପରେ ବଦଳିଲେ ମାଲକାନଗିରି ଜିଲ୍ଲାପାଳ, ୱାଇ. ବିଜୟ ନେବେ ଦାୟିତ୍ୱ

November 16, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୧୬(ଲୋକାଲ ୱାୟାର): ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ନାମରେ ହତ୍ୟା ମାମଲା ରୁଜୁ ହେବା ପରେ ରାଜ୍ୟ ସରକାର ଆଜି ତାଙ୍କୁ ଜିଲ୍ଲାପାଳ ପଦବିରୁ ହଟାଇ ଦେଇଥିବା ସରକାରୀ ବିଜ୍ଞପ୍ତିରୁ ପ୍ରକାଶ ।

ବିଜ୍ଞପ୍ତି ଅନୁସାରେ ୱାଇ. ବିଜୟଙ୍କୁ ମାଲକାନଗିରିର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।

ମନିଷ ଅଗ୍ରୱାଲଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ଉପସଚିବ ପଦବିରେ ଅବସ୍ଥାପିିତ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଡିସେମ୍ବର ମାସରେ ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ନିଖୋଜ ହେବା ଏବଂ ପରଦିନ ତାଙ୍କ ମୃତଦେହ ସତିଗୁଡ଼ା ଜଳଭଣ୍ଡାରରୁ ମିଳିବା ଘଟଣାରେ କୋର୍ଟ ଜିଲ୍ଲାପାଳ ଓ ତାଙ୍କ କାର୍ଯ୍ୟାଳୟର ୩ ଜଣ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିଦେ୍ର୍ଦଶ ଦେଇଥିଲେ ।

ନିଦେ୍ର୍ଦଶ ଅନୁସାରେ ପୁଲିସ ମାମଲା ରୁଜୁ କରିଛି । ମୃତ ପିଏ ଦେବନାରାୟଣ ପଣ୍ଡାଙ୍କ ପତ୍ନୀଙ୍କ ଆବେଦନ କ୍ରମେ କୋର୍ଟ ଏହି ନିଦେ୍ର୍ଦଶ ଦେଇଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ମାଲକାନଗିରି

ପିଏ ମୃତ୍ଯୁ ଘଟଣାରେ ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ହତ୍ୟା ମାମଲା ରୁଜୁ

November 15, 2020 By LocalWire Leave a Comment

ମାଲକାନଗିରି, ନଭେମ୍ବର ୧୫(ଲୋକାଲ ୱାୟାର): ପିଏ (ବ୍ୟକ୍ତିଗତ ସହାୟକ)ଙ୍କ ମୃତ୍ଯୁ ଘଟଣାରେ ମାଲକାନଗିରି ଜିଲ୍ଲା ମନିଷ ଅଗ୍ରୱାଲ ଏବଂ ତାଙ୍କ କାର୍ଯ୍ୟାଳୟର ୩ ଜଣ କର୍ମଚାରୀଙ୍କ ନାମରେ କୋର୍ଟଙ୍କ ନିର୍ଦ୍ଦେଶରେ ହତ୍ୟା ମାମଲା ରୁଜୁ ହୋଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ରବିବାର କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଡିସେମ୍ବର ୨୭ ତାରିଖରେ ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡା ନିଖୋଜ ହୋଇ ଯାଇଥିଲେ ।

ପରଦିନ ତାଙ୍କ ମୃତଦେହ ସତିଗୁଡ଼ା ଜଳଭଣ୍ଡାରରୁ ଉଦ୍ଧାର କରାଯାଇଥିଲା । ଡ୍ୟାମ ନିକଟରୁ ତାଙ୍କ ବାଇକ୍, ହେଲମେଟ ଏବଂ ଜୋତା ମଧ୍ୟ ମିଳିଥିଲା ।

ଦେବନାରାୟଣଙ୍କ ମୃତ୍ଯୁ ପାଇଁ ତାଙ୍କ ପରିବାର ଜିଲ୍ଲାପାଳଙ୍କ ଦାୟୀ କରି କୋର୍ଟକୁ ଯାଇଥିଲେ ।

ମାଲକାନଗିରି ଏସଡିଜେଏମଙ୍କ କୋର୍ଟରେ ଦେବନାରାୟଣଙ୍କ ପତ୍ନୀ ବନଜା ପଣ୍ଡା ଏକ ଆବେଦନକରିଥିଲେ ।

ଏଥିରେ ଜିଲ୍ଲାପାଳ ଓ ତାଙ୍କ କାର୍ଯ୍ୟାଳୟର ୩ ଜଣ କର୍ମଚାରୀ (ଭି.ବେଣୁ, ପି. କେ. ସ୍ୱାଇଁ ଏବଂ ବି.ପାଣିଗ୍ରାହୀ)ଙ୍କୁ ଦେବନାରାୟଣଙ୍କ ମୃତ୍ଯୁ ପାଇଁ ଦାୟୀ କରାଯାଇଥିଲା ।

କୋର୍ଟ ବନଜାଙ୍କ ଆବେଦନକୁ ଗ୍ରହଣ କରି ବନଜାଙ୍କ ଅଭିଯୋଗ ଅନୁଯାୟୀ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେବା ପରେ ପୁଲିସ ଆଇପିସିର ଧାରା ୩୦୨/୫୦୬/୧୨୦ବି /୩୪ରେ ହତ୍ୟା ମାମଲା କରିଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ମାଲକାନଗିରି

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 22
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire