• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ମାଲକାନାଗିରି

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

December 16, 2020 By Sri Akhanda 2 Comments

ଆଦିବାସୀବହୁଳ ମାଲାକାନଗିରି ଜିଲ୍ଲାରେ ଶିକ୍ଷାର ଅବସ୍ଥା ଶୋଚନୀୟ ହୋଇ ପଡିଥିବା ବେଳେ ଏହି ସମୟରେ ଜିଲ୍ଲା ଦୁଇଜଣ ଝିଅ ନିଜ ଉଦ୍ୟମରେ ସ୍ଥାନୀୟ ପିଲାଙ୍କୁ ପାଠ ପଢାଇ ଶିକ୍ଷିତ କରିବା ପାଇଁ ଆଗେଇ ଆସିଛନ୍ତି ।

ଏହି ଦୁଇ ଝିଆ ହେଲେ ଗୋରାସେତୁ ଗାଁର କୁସମଣୀ ଓ ତୋଙ୍ଗପାଲୀ ଗାଁର ନମିତା ।

ଗୋରାସେତୁ ଗାଁର କୁସମଣୀ :

ମାଓ ପ୍ରବଣ ଅଂଚଳ ଚିତ୍ରକୋଣ୍ଡା ବ୍ଲକର ଗୋରାସେତୁ ଗାଁର ୧୯ ବର୍ଷୀୟ ଝିଅ କୁସମଣୀ ଖିଲୋ ।

ମାଓବାଦୀଙ୍କ ଗଡ ଭାବେ ପରିଚିତ ଏହି ଦୁର୍ଗମ ଓ ଉପାନ୍ତ ଅଂଚଳର କୁସମଣୀ କିନ୍ତୁ ଶିକ୍ଷାର ଆଲୋକ ବାଂଟୁଛନ୍ତି ।

କୋରୋନା ସମୟରେ ସ୍କୁଲ ବନ୍ଦ ଥିବାରୁ କୁସମଣୀ ନିଜ ଅଂଚଳର ପିଲାମାନଙ୍କୁ ପଢାଇବା ପାଇଁ ନିଷ୍ପତ୍ତିି ନେବା ସହ ପିଲାମାନଙ୍କୁ ଦୁଇ ଓଳା ପାଠ ପଢାଉଛନ୍ତି ।

ଦିନରେ ଗାଁର ବିଦ୍ୟାଳୟରେ ଓ ରାତିରେ ଅଙ୍ଗନବାଡି କେନ୍ଦ୍ରରେ ଛୋଟ ଛୋଟ ପିଲାଙ୍କୁ ଶିକ୍ଷାଦାନ କରନ୍ତି ସେ ।

କୁସମଣୀ ନିଜେ ଚିତ୍ରକୋଣ୍ଡା ଆବାସିକ ବିଦ୍ୟାଳୟରୁ ହାଇସ୍କୁଲ ପାଠ ପଢା ସାରିଛନ୍ତି ।

ଏବେ ସେ ବାଲିମେଳା ମହାବିଦ୍ୟାଳୟରେ ଯୁକ୍ତ ତିନି କଳାର ତୃତୀୟ ବର୍ଷର ଛାତ୍ରୀ ।

କୋରୋନା ଯୋଗୁଁ ତାଙ୍କ କଲେଜ୍ ବନ୍ଦ ରହିଥିବାରୁ ନିଜ ଅଂଚଳର ପିଲାମାନଙ୍କୁ ପଢାଇବେ ବୋଲି ସେ ସ୍ଥିର କରିଛନ୍ତି । ।

ଘର ଘର ବୁଲି ସେ ପିତାମାତାଙ୍କୁ ବୁଝାଇ ପିଲାମାନଙ୍କୁ ପାଠ ପଢିବା ପାଇଁ ଛାଡିବାକୁ କହିଥିଲେ ।

ବିଶେଷକରି ଝିଅମାନଙ୍କୁ ପାଠ ପଢାଇବା ପାଇଁ ସେ ସମସ୍ତଙ୍କୁ ବୁଝାଉଛନ୍ତି । ଏହା ଫଳରେ ଗାଁର ଅଧିକରୁ ଅଧିକ ଝିଅ ପାଠ ପଢା ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି ।

କୁସମଣୀ କହନ୍ତି, “ମୁଁ ଜଣେ ଝିଅ ହୋଇ ପାଠ ପଢାଉଥିବାରୁ ଗାଁ ଲୋକେ ସେମାନଙ୍କ ଝିଅ ମଧ୍ୟ ପାଠ ପଢୁ ବୋଲି ଭାବୁଛନ୍ତି ଏବଂ ମୋ ପାଖକୁ ପାଠ ପଢିବା ପାଇଁ ଛାଡୁଛନ୍ତି ।

ଝିଅ ମଧ୍ୟ ପୁଅମାନଙ୍କ ପରି ସବୁ କିଛି କରିପାରିବ । ତେଣୁ ଝିଅଙ୍କୁ ଶୀଘ୍ର ବାହା ନଦେବାକୁ ମଧ୍ୟ ମୁଁ ଲୋକଙ୍କୁ ବୁଝାଉଛି ।”

ତୋଙ୍ଗପାଲୀ ଗାଁର ନମିତା :

କୁସମଣୀଙ୍କ ପରି ଆଉ ଜଣେ ଝିଅ ହେଉଛନ୍ତି ଉଡୁପା ପଂଚାୟତର ସୀମାନ୍ତ ତୋଙ୍ଗପାଲୀ ଗାଁର ନମିତା ମାଡକାମୀ ।

ଅର୍ଥ ଅଭାବରୁ ଅଧାରୁ କଲେଜ୍ ପାଠପଢା ଛାଡିଥିଲେ ମଧ୍ୟ ତାଙ୍କର ପାଠ ପଢିବା ଓ ପଢାଇବାର ନିଶା ଯାଇନାହିଁ ।

ସେ ଦୁଇବର୍ଷରୁ ନିଜ ଗାଁ ସ୍କୁଲରେ ପିଲାଙ୍କୁ ପାଠ ପଢାଉଛନ୍ତି । ତାଙ୍କ ପାଠ ପଢା ଶୈଳୀ କୌଣସି ତାଲିମ ପ୍ରାପ୍ତ ଶିକ୍ଷକଙ୍କ ଠାରୁ କମ୍ ନୁହେଁ ।

ବିଶେଷକରି ସ୍ଥାନୀୟ ଭାଷାରେ ସେ ପିଲାଙ୍କ ସହ ଭାବ ବିନିମୟ କରିବା ସହିତ ସେହି ଭାଷାରେ ପିଲାଙ୍କୁ ପାଠ ବୁଝାଉଥିବାରୁ ସେ ପିଲାମାନଙ୍କର ବେଶ୍ ପ୍ରୀୟ ହୋଇପାରିଛନ୍ତି ।

ନମିତା ନିଜେ ବହୁ ସମସ୍ୟାର ସାମ୍ନା କରି ମାଟ୍ରିକ ପର୍ଯ୍ୟନ୍ତ ପଢିଥିଲେ ଏବଂ ଏମଭି-୭୯ କଲେଜ୍ ରେ ନାଁ ଲେଖାଇଥିଲେ ।

କିନ୍ତୁ ଅର୍ଥ ଅଭାବରୁ ସେ ଅଧାରୁ କଲେଜ୍ ପାଠ ଛାଡି ଚାଲି ଆସିଥିଲେ । କିନ୍ତୁ ନିଜେ ପାଠ ପଢିବା ଓ ଅନ୍ୟକୁ ଶିକ୍ଷିତ କରାଇବାର ତାଙ୍କର ଲକ୍ଷ୍ୟ ମଉଳି ନଥିଲା । ସେ ଗାଁର ପିଲାମାନଙ୍କୁ ପାଠ ପଢାଇବା ଆରମ୍ଭ କଲେ ।

ତାଙ୍କର ଆଗ୍ରହ ଦେଖି ଗାଁ ଲୋକେ ତାଙ୍କୁ ସ୍କୁଲରେ ପଢାଇବା ପାଇଁ କହିଲେ । ଏବେ ସେ ସ୍କୁଲରେ ପାଠ ପଢାଉଛନ୍ତି ।

ତାଙ୍କୁ ଗାଁ ଲୋକେ ମାସିକ ଏକ ହଜାର ଟଙ୍କା ପାରିଶ୍ରମିକ ଆକାରରେ ଦେଉଛନ୍ତି । ଏହି ଟଙ୍କା ସଂଚୟ କରି ସେ ଆଗକୁ ନିଜ ପାଠପଢା ସାରିବେ ବୋଲି କହିଛନ୍ତି ।

ଏନେଇ ନମିତା କୁହନ୍ତି, ମୁଁ ପ୍ରାଥମିକ ସ୍କୁଲରେ ପଢିବା ବେଳେ ବହୁ ସମସ୍ୟାରେ ଗତି କରିଛି ।

ତେବେ ଏହି ସମସ୍ୟା ଆମ ଗାଁର ପିଲାମାନେ ନ ଭୋଗନ୍ତୁ, ସେଥିପାଇଁ ମୁଁ ପିଲାମାନଙ୍କୁ ପଢାଇବା ପାଇଁ ଆଗକୁ ବାହାରିଛିା ଏହା ମୋତେ ଖୁସୀ ଦେଉଛି ଯେ ମୋତେ ଦେଖି ଅନ୍ୟ ପିଲାମାନେ ବିଶେଷକରି ଝିଅମାନେ ପାଠ ପଢିବାକୁ ଆଗକୁ ଆସୁଛନ୍ତି ।

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଯାହା ଅନ୍ୟମାନଙ୍କୁ ବିକାଶର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଛି ।

Filed Under: Odia, Special, ବିଶେଷ Tagged With: Special, ଓଡିଶା, ବିଶେଷ, ଭୁବନେଶ୍ୱର, ମାଲକାନଗରି, ମାଲକାନାଗିରି

ସିମେଣ୍ଟ ଟ୍ରକରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୨ ମାଫିଆ ଗିରଫ

October 15, 2019 By LocalWire Leave a Comment

ମାଲକାନଗିରି, ଅକ୍ଟୋବର ୧୫(ଲୋକାଲ ୱାୟାର): ଆନ୍ଧ୍ର ପ୍ରଦେଶରୁ ଅନୁଗୁଳକୁ ଏକ ସିମେଣ୍ଟ ଟ୍ରକରେ ଚାଲାଣ ହେଉଥିବା ପ୍ରାୟ ଏକ କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ବେଳେ ୨ ଜଣଙ୍କୁ ଗିରଫ କରାଯାଇଥିବା ମାଲକାନଗିରି ଏସପି ରିଶିକେଶ ଖିଲାରି ଡି ମଙ୍ଗଳବାର ସୂଚନା ଦେଇଛନ୍ତି ।

ସୋମବାର ବିଳମ୍ବିତ ରାତିରେ ଚିତ୍ରକୋଣ୍ଡା ଥାନା ଇନ୍ସପେକ୍ଟର ଯୁଗଳ କିଶୋର ଶବରଙ୍କ ନେତୃତ୍ୱରେ ଏକ ଟିମ୍ ଦୋରାଗୁଡା ଏସଆର କମ୍ପାନି ଛକରେ ପାଟ୍ରୋଲିଂ କରୁଥିବା ବେଳେ ଦ୍ରୁତ ଗତିରେ ଆନ୍ଧ୍ରରୁ ଆସୁଥିବା ଏକ ସିମେଣ୍ଟ ଟ୍ରକକୁ ଅଟକାଇଥିଲେ ।

କିନ୍ତୁ ଟ୍ରକଟି ଅଟକି ନଥିଲା ଏବଂ କିଛି ବାଟ ପରେ ଟ୍ରକରୁ ଦୁଇ ଜଣ ଓହ୍ଲାଇ ଦୌଡ଼ି ପଳାଇଥିଲେ ।

ପୁଲିସ ଟିମ୍ ଆନ୍ଧ୍ରର ଦାରାକୋଣ୍ଡାରୁ ଆସିଥିବା ଏହି ଟ୍ରକରୁ ୧୫୦୦ କେଜି ଗଞ୍ଜେଇ ଓ ୨୦ ଟନ୍ ସିମେଣ୍ଟ ଜବତ କରିବା ସହ ପଳାଇଥିବା ୨ ଜଣଙ୍କୁ ମଧ୍ୟ ଧରିବାରେ ସଫଳ ହୋଇଥିଲା ।

ଗିରଫ ଦୁଇ ଜଣ ହେଲେ ଅନୁଗୁଳ ଜିଲ୍ଲାର ବିଶ୍ୱଜିତ ଭଦ୍ରି(୨୬) ଓ ସିନୁ ସାମଲ(୨୨) । ଏକ ମାମଲା ରୁଜୁ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ଏସପି ।

ଲୋକାଲ ୱାୟାର

Filed Under: Odia, ଅପରାଧ Tagged With: ଅନୁଗୁଳ, ଅପରାଧ, ମାଲକାନାଗିରି

ପୋଖରୀରେ ବୁଡ଼ି ସେବାଶ୍ରମ ଛାତ୍ର ମୃତ, ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଲୋକେ

July 15, 2019 By LocalWire Leave a Comment

ମାଲକାନଗିିରି, ଜୁଲାଇ ୧୫ (ଲୋକାଲ ୱାୟାର): ସ୍କୁଲ କର୍ତ୍ତୃପକ୍ଷଙ୍କ ହେଳା ଯୋଗୁ ନିକଟରେ କେତେକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମୃତାହତ ହୋଇଥିବା ବେଳେ ଏକ ଘଟଣାରେ ସୋମବାର ସକାଳେ ମାଲକାନଗରି ଜିଲ୍ଲାର ଏକ ସେବାଶ୍ରମର ଛାତ୍ର ପୋଖରୀରେ ବୁଡ଼ି ଯାଇ ପ୍ରାଣ ହରାଇଥିବା ସ୍ଥାନୀୟ ପୁଲିସ ସୂଚନା ଦେଇଛି ।

ମାଲକାନଗିରି ଜିଲ୍ଲାର ଗଙ୍ଗାଲା ସେବାଶ୍ରମର ପ୍ରଥମ ଶ୍ରେଣୀର ଛାତ୍ର ଅମିତ କାଲେକୁରା ସକାଳେ ଶୌଚ ହେବାକୁ ନିକଟସ୍ଥ ପୋଖରୀକୁ ଯାଇଥିଲା ।

ସେଠାରେ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲା ।

ଗ୍ରାମବାସୀ ତାକୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ପୁଲିସ ପହଞ୍ଚି ଏହି ଘଟଣାର ତଦନ୍ତ କରୁଛି ।

ଅପରପକ୍ଷରେ ସେବାଶ୍ରମ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁ ଏହି ଅଘଟଣ ହେଲା ବୋଲି ଗ୍ରାମର ଲୋକେ ଅଭିଯୋଗ କରିଛନ୍ତି ।

ଲୋକାଲ ୱାୟାର

Filed Under: Odia, ଘଟଣା Tagged With: ଓଡିଶା, ଘଟଣା, ମାଲକାନାଗିରି

ନକ୍ସଲ ପ୍ରବଣ ବିଚ୍ଛିନାଞ୍ଚଳରେ ଚାଲି ଚାଲି ପହଞ୍ଚିଲେ ବିଡିଓ, ଲୋକଙ୍କ କଥା ଶୁଣିଲେ

June 8, 2019 By LocalWire Leave a Comment

ମାଲକାନଗିରି, ଜୁନ୍ ୮(ଲୋକାଲ ୱାୟାର): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବିଚ୍ଛିନାଞ୍ଚଳକୁ ମାଓବାଦୀଙ୍କ ଭୟରେ କୌଣସି ପ୍ରଶାସନିକ ଅଧିକାରୀ ଯାଉ ନଥିବା ବେଳେ ନିକଟରେ ଜଣେ ବିଡିଓ ଏହି ଦୁର୍ଗମ ଅଞ୍ଚଳ ଗସ୍ତ କରି ଲୋକଙ୍କ ଦୁଃଖ ଶୁଣିବା ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି ।

ମାଓ ପ୍ରଭାବିତ ଚିତ୍ରକୋଣ୍ଡା ବ୍ଲକର ୭ଟି ପଞ୍ଚାୟତ ବିଚ୍ଛିନାଞ୍ଚଳ ଭାବେ ପରିଚିତ ।

୨୦୧୧ ମସିହାରେ ତକ୍ରାଳୀନ ମାଲକାନଗିରି ଜିଲ୍ଲାପାଳ ଭିନିଲ କ୍ରିଷ୍ଣା ଏହି ଅଞ୍ଚଳ ଗସ୍ତରେ ଯାଇଥିବା ବେଳେ ମାଓବାଦୀମାନେ ତାଙ୍କୁ ଅପହରଣ କରିନେଇଥିଲେ, ଯାହାକି ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା ।


ଏହା ପରଠାରୁ ଏଠାରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ପଡ଼ିନଥିଲା ।

କିନ୍ତୁ ଦୁଇ ଦିନ ତଳେ ଚିତ୍ରକୋଣ୍ଡା ବ୍ଲକ ବିଡିଓ ଲରିମନ ଖରସେଲ ମାଓବାଦୀଙ୍କୁ ଖାତିର ନକରି ପ୍ରଥମେ ଚିତ୍ରକୋଣ୍ଡାରୁ ୩୦ କିଲୋମିଟର ଦୂର ମାଳିଗୁଡ଼ାଠାରେ ବହୁ କଷ୍ଟରେ ପହଞ୍ଚିଥିଲେ ।

ପରେ ସେଠାରୁ ଆବଡ଼ାଖାବଡ଼ା. ନାଳ ଓ ଜଙ୍ଗଲ ରାସ୍ତାରେ ୭ କିଲୋମିଟର ବାଟ ଅତିକ୍ରମ କରି ଧୂଳିପୁଟ ପଞ୍ଚାୟତରେ ପହଞ୍ଚିଥିଲେ । ଏଥିପାଇଁ ତାଙ୍କୁ ୩ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା ।

କେବେ ପ୍ରଶାସନିକ ଅଧିକାରୀଙ୍କ ପାଦ ପଡ଼ୁ ନଥିବା ବେଳେ ଅଚାନକ ବିଡିଓ ମହାଶୟଙ୍କୁ ଦେଖି ପଞ୍ଚାୟତର ଲୋକେ ଖୁସି ହୋଇ ଯାଇଥିଲେ ।

ନାଚଗୀତର ଆୟୋଜନ ହୋଇଥିଲା । ବିଡିଓ ବି ଆଦିବାସୀଙ୍କ ସହ ପାଦ ମିଳାଇ ନାଚିଥିଲେ ।

ସେମାନଙ୍କ ସହ ଭୋଜିଭାତରେ ସାମିଲ ହୋଇଥିଲେ ।

ଏହାପରେ ସେ ଧୈର୍ଯ୍ୟର ସହ ସ୍ଥାନୀୟ ଲୋକଙ୍କ ଦୁଃଖ ଶୁଣିଥିଲେ । ଗାଁର ସମସ୍ୟା ନିଜେ ବୁଲି ଦେଖିଥିଲେ ।

ସେମାନେ କିପରି ପିଡିଏସ ଚାଉଳ, ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା, ଇନ୍ଦିରା ଆବାସ, ଶୌଚାଳୟ ସୁବିଧାରୁ ବଂଚିତ ହୋଇ ରହିଛନ୍ତି ସେ ସମ୍ପର୍କରେ ଅବଗତ ହୋଇଥିଲେ

ବିଡିଓ ଲରିମନଙ୍କ ଏହି ଉଦ୍ୟମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଥିବା ବେଳେ ଆସନ୍ତା ଦିନରେ କିପରି ଓ ସଂପୃକ୍ତ ଅଞ୍ଚଳରେ ରାଜ୍ୟ ଓ କେନ୍ଦ୍ରର ବିକାଶମୂଳକ ଯୋଜନା ଗୁଡ଼ିକ କାର୍ଯ୍ୟକାରୀ ହୋଇପାରିବ ସେ ଦିଗରେ ଉଦ୍ୟମ କରିବେ ବୋଲି ଲରିମନ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: Opinion, ଓଡିଶା, ମାଲକାନାଗିରି

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

କ୍ୟାନସର ରୋଗୀଙ୍କ ପାଇଁ ଚୁଟି ଦାନ କଲେ ଶ୍ରୁତି

ବାରିପଦାରେ ଗତ କିଛି ବର୍ଷ ହେବ ୟୁନିସେକ୍ସ ସେଲୋନ୍ ଅରମ୍ଭ ହୋଇଛି । ତେଣୁ ମୁଁ ସେମାନଙ୍କୁ ଯାଇ ଚୁଟି ଦାନ ବାବଦରେ ପଚାରିଥିଲି ।

ସେଠାରୁ ନିରାଶ ହେବା ପରେ ମୁଁ ମୋର ଜଣେ ସିନିୟର ଆନନ୍ଦମୟୀ ଦିଦିଙ୍କ ସହ ସଂସ୍ପର୍ଶରେ ଆସିଲି ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire