• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ମୟୂରଭଞ୍ଜ

ରାତିରେ ହ୍ରାସ ପାଇବ ସର୍ବନିମ୍ନ ତାପମାତ୍ରା, ଘନ କୁହୁଡି ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି

January 18, 2021 By LocalWire Leave a Comment

ଭୁବନେଶ୍ୱର, ଜାନୁଆରୀ ୧୮ (ଲୋକାଲ ୱାୟାର) : ଆଭ୍ୟନ୍ତରୀଣ ଓଡିଶା ଏବଂ ଆଖପାଖ ଅଞ୍ଚଳରେ ସ୍ଥଳଭାଗରେ ସମୁଦ୍ର ପତନ ଠାରୁ ୦.୯ କିଲୋମିଟର ଉଚ୍ଚରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ୍ ପ୍ରବାହ ଏବେ ଦୁର୍ବଳ ହୋଇ ପଡ଼ିଥିବାରୁ ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବହୁ ଜିଲ୍ଲାରେ ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ସହ ପ୍ରତ୍ୟୁଷରୁ ଘନରୁ ହାଲୁକା କୁହୁଡ଼ି ପଡ଼ିବ ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ବୁଲେଟିନରେ କୁହାଯାଇଛି।

ବୁଲେଟିନ୍ ଅନୁସାରେ, ଆଜିଠାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ଅଧିକ ରହିଛି।

ସେହିଭଳି ମଙ୍ଗଳବାର ଓ ବୁଧବାର ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର,ମୟୂରଭଞ୍ଜ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ଏ ସମସ୍ତ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, ଓଡିଶା, କଟକ, କନ୍ଧମାଳ, କେନ୍ଦ୍ରାପଡା, ଜଗତସିଂହପୁର, ନୟାଗଡ଼, ବାଲେଶ୍ୱର, ବୌଦ୍ଧ, ଭଦ୍ରକ, ମୟୂରଭଞ୍ଜ

ଶିକାରୀଙ୍କ ଗଡ ପାଲଟିଛି ଶିମିଳିପାଳ

December 29, 2020 By Sukant Sahu Leave a Comment

ବାରିପଦା, ଡିସେମ୍ବର ୨୯ (ଲୋକାଲ ୱାୟାର): କର୍ମଚାରୀ ଓ ସୁରକ୍ଷା ଅଭାବରୁ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଶିକାରୀଙ୍କ ଗଡ ପାଲଟିଛି ।

ଅବାଧ ଶିକାର ଯୋଗୁଁ ୨୫୭୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ଅଭୟାରଣ୍ୟରୁ ହାତୀ ଓ ଅନ୍ୟ ବନ୍ୟପ୍ରାଣୀ ଜନବସତି ଆଡକୁ ଚାଲି ଆସୁଛନ୍ତି ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଅଭୟାରଣ୍ୟର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ କର୍ମଚାରୀ ଅଭାବ ଯୋଗୁଁ ଶିକାର ରୋକା ଯାଇ ପାରୁନାହିଁ ।

ସୋମବାର ୧୦.୫ କିଲୋଗ୍ରାମ ସମ୍ବର ମାଂସ ଜବତ କରିବା ଘଟଣା ଅଭୟାରଣ୍ୟର ଢିଲା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି ।

ବାରିପଦା ରେଞ୍ଜର ଏଲଡି ବେହେରା ମାଂସ ଜବତ କରିଥିଲେ ମଧ୍ୟ ଶିକାରୀ ଫେରାର ହୋଇଯାଇଛି ।

ପୂର୍ବରୁ ଶିକାର ଅଭିଯୋଗରେ ଡିସେମ୍ବର ୧୧ରେ ଓଡିଶା ପୁଲିସର ଦୁଇ କନଷ୍ଟେବଲ ଗିରଫ ହୋଇଥିଲେ । ସେମାନଙ୍କ ନିକଟରୁ ହରିଣ ମାଂସ ଓ ଶିକାରରେ ବ୍ୟବହୃତ ବନ୍ଧୁକ ଜବତ ହୋଇଥିଲା ।

ଉଭୟେ ବାଲେଶ୍ୱର ଜିଲ୍ଲାର ସହଦେବଖୁଣ୍ଟା ଥାନାରେ କାର୍ଯ୍ୟରତ ଥିଲେ । ଏଥିରୁ ବନ ବିଭାଗର ପାରିଲା ପଣିଆ ସ୍ପଷ୍ଟ ହେଉଛି ।

ପୂର୍ବରୁ ବନ ବିଭାଗ ପକ୍ଷରୁ ଅଭୟାରଣ୍ୟ ପାଖରେ ଥିବା ଗାଁଗୁଡ଼ିକର ନିୟମିତ ଯାଞ୍ଚ ହେଉଥିଲା । ହେଲେ କିଛି ବର୍ଷ ହେବ ତାହା ବନ୍ଦ ହୋଇଯାଇଛି ।

ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ସୁରକ୍ଷା ଅଭାବରୁ ଅଭୟାରଣ୍ୟରୁ ବ୍ୟାପକ ଶିକାର ହେଉଛି ବୋଲି ପରିବେଶବିତମାନେ ଅଭିଯୋଗ କରିଛନ୍ତି ।

ତେବେ ଶିକାର ରୋକିବା ପାଇଁ ବନ ବିଭାଗ ତରଫରୁ କଡାକଡି ପାଟ୍ରୋଲିଂ ହେଉଛି ବୋଲି ବାରିପଦା ବନ୍ୟପ୍ରାଣୀ ଡିଭିଜନର ଡିଏଫଓ ସନ୍ତୋଷ କୁମାର ଯୋଶୀ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ମୟୂରଭଞ୍ଜ

ଝଡ଼ର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ; ୨୫ ଓ ୨୬ ଓଡ଼ିଶାରେ ପ୍ରବଳ ବର୍ଷା

November 23, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୩ (ଲୋକାଲ ୱାୟାର) : ଦକ୍ଷିଣ-ପୂର୍ବ ତଥା ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାର ଅଞ୍ଚଳରେ ସୃଷ୍ଟ ଲଘୁଚାପ ୱେଲମାର୍କରେ ପରିଣତ ହୋଇଥିବା ବେଳେ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ।

ଆଗାମୀ ୨୪ ଘଣ୍ଟାରେ ଆହୁରି ଘନୀଭୂ ହୋଇ ସାମୁଦ୍ରିକ ଝଡ ବା ବାତ୍ୟାର ରୂପନେଇ ପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକା ପାଣିପାଗ ବିଜ୍ଞାନ କେନ୍ଦ୍ର ସୋମବାର ସୂଚନା ଦେଇଛି ।

ଏହା ପ୍ରଭାବରେ ଆସନ୍ତା ୨୫ରୁ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଲଘୁଚାପଟି ପଶ୍ଚିମ-ଉତ୍ତରପଶ୍ଚିମକୁ ମୁହାଁଇ ୨୫ ସୁଦ୍ଧା ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଛୁଇଁବ ।

ଏହାର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ନାହିଁ ବୋଲି ପାଣିପାଗ ବିଭାଗ କହିଛି ।

ପ୍ରଭାବରେ ୨୫ରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଏବଂ ୨୬ରେ ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି।

ଆଜି କନ୍ଧମାଳ, ଅନୁଗୁଳ, ମୟୂରଭଞ୍ଜ, କଳାହାଣ୍ଡି, ଗଜପତି, ରାୟଗଡ଼ା ଓ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

୨୫ ତାରିଖରେ କୋରାପୁଟ, ରାୟଗଡ଼ା ଓ ଗଜପତିରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୨୬ ତାରିଖରେ ଗଜପତି ଓ ରାୟଗଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି । ଏ ସମସ୍ତ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, ଓଡିଶା, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ଗଜପତି, ଢେଙ୍କାନାଳ, ନବରଙ୍ଗପୁର, ମୟୂରଭଞ୍ଜ, ମାଲକାନଗିରି, ରାୟଗଡା

ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ, ମେଡିକାଲ ସମ୍ମୁଖରେ ପରିବାର ଲୋକଙ୍କ ଧାରଣା

November 2, 2020 By LocalWire Leave a Comment

ବାରିପଦା, ନଭେମ୍ବର ୨ (ଲୋକାଲ ୱାୟାର) : ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି ।

ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକେ ମେଡ଼ିକାଲ ଫାଟକ ସମ୍ମୁଖରେ ମୃତ ଦେହ ରଖି ଧାରଣାରେ ବସିଛନ୍ତି । ପରିବାର ଲୋକେ ଡାକ୍ତରଙ୍କ ବହିଷ୍କାର ଦାବି କରିଛନ୍ତି ।

ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବତୀ ଥାଲାସେମିଆ ରୋଗରେ ପୀଡିତ ଥିଲେ ।

ତାଙ୍କୁ ୩ ଦିନ ପୂର୍ବରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସୋମବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା । ଚିକିତ୍ସା ଅବହେଳାରୁ ଯୁବତୀଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବାରିପଦା, ମୟୁରଭଞ୍ଜ, ମୟୂରଭଞ୍ଜ

ପୁଲିସ ମାଡ଼ରେ ଯୁବକଙ୍କ ଆଖିରେ ଗୁରୁତର ଆଘାତ

October 28, 2020 By Sukant Sahu Leave a Comment

ବାରିପଦା, ଅକ୍ଟୋବର ୨୮ (ଲୋକାଲ ୱାୟାର): ପୁଲିସ ମାଡ଼ରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ଥାନା ଅନ୍ତର୍ଗତ ୨୫ନମ୍ବର ୱାର୍ଡର ସିପୁ ଦାସ (୨୮)ଙ୍କ ଆଖିରେ ଗୁରୁତର ଆଘାତ ଲାଗିଛି ।

ଏଭଳି ଅମାନବୀୟ ଆଚରଣ ଯୋଗୁଁ ପୁଲିସ ଉପରୁ ଲୋକେ ଭରସା ହରାଉଛନ୍ତି ।

ଗତ ଗୁରୁବାର ସକାଳେ ଷ୍ଟେସନ ବଜାରରୁ ସିପୁ ଔଷଧ କିଣି ବାଇକରେ ଫେରୁଥିବା ବେଳେ ପୁଲିସ ହେଲମେଟ ଓ ମାସ୍କ ଚେକ କରୁଥିବା ଦେଖିଥିଲେ ।

ମାସ୍କ ଓ ହେଲମେଟ ପିନ୍ଧି ନଥିବାରୁ ପାଲବଣି ବାଇପାସ ନିକଟରେ ରାସ୍ତା କଡରେ ଗାଡ଼ି ରଖିବା ବେଳେ ଜଣେ ପୁଲିସ କର୍ମଚାରୀ ତାଙ୍କ ଆଖିରେ ବାଡ଼ି ଗେଞ୍ଜି ଦେବାରୁ ଆଖି ଫୁଲି ଯାଇଛି ।

ତାଙ୍କୁ ଭଲ ଭାବରେ ଦେଖା ଯାଉନାହିଁ । ସିପୁ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଛନ୍ତି । ବାରିପଦା ସହରର ଜଣେ ବ୍ୟକ୍ତି ସିପୁଙ୍କ ଆଘାତପ୍ରାପ୍ତ ଆଖିର ଫଟୋ ସାମାଜିକ ଗଣମାଧ୍ୟମ ଭାଇରାଲ ହୋଇଛି ।

ଏହାକୁ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା କରାଯାଇଛି । ସିପୁ ମାସ୍କ ଓ ହେଲମେଟ ପିନ୍ଧି ନଥିଲେ ପୁଲିସ ତାଙ୍କ ଠାରୁ ଫାଇନ ଆଦାୟ କରି ପାରିଥାନ୍ତା କିମ୍ବା ତାଙ୍କ ଘରକୁ ଚାଲାଣ ପଠାଇଥାନ୍ତା ।

ଏପରି ଅମାନବୀୟ ଭାବେ ମାଡ଼ ଦେବାକୁ ପୁଲିସକୁ କିଏ ଅଧିକାର ଦେଇଛି ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଏହି ଘଟଣାରେ ପୁଲିସର ଆଚରଣ ଅତ୍ୟନ୍ତ ନିନ୍ଦନୀୟ ବୋଲି ଲୋକେ ମତ ଦେଇଛନ୍ତି ।

ତେବେ ପୀଡ଼ିତଙ୍କ ପରିବାର ପକ୍ଷରୁ ପୁଲିସରେ କୌଣସି ଅଭିଯୋଗ ହୋଇନାହିଁ । ଯଦି ଅଭିଯୋଗ ହୁଏ ତେବେ ତଦନ୍ତ କରି ସଂପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏସପିଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିବା କହିଛନ୍ତି ବାରିପଦା ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବାରିପଦା, ମୟୂରଭଞ୍ଜ

ନଭେମ୍ବର ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ

October 28, 2020 By LocalWire Leave a Comment

ବାରିପଦା, ଅକ୍ଟୋବର ୨୮ (ଲୋକାଲ ୱାୟାର) : ମୟୂରଭଞ୍ଜ ଜିଲ୍ଳାସ୍ଥିତ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଆସନ୍ତା ନଭେମ୍ବର ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ବୋଲି ପ୍ରକଳ୍ପ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଆସୁଥିବା ପର୍ଯ୍ୟଟକମାନେ କୋଭିଡ-୧୯ ନିୟମ ପାଳନ କରିବା ବାଧ୍ୟତାମୂଳକ ।

ସେହିପରି ଦୈନିକ ସର୍ବାଧିକ ୩୫ ଗୋଟି ଚାରି ଚକିଆ ଯାନ କଳିଆଣି ତନଖି ଫାଟକ (ଯଶୀପୁର) ଓ ୨୫ ଟି ଚାରି ଚକିଆ ଯାନ ପିଠାବଟା ତନଖି ଫାଟକ ଦେଇ ଭିତରକୁ ପ୍ରବେଶ କରିବ।

ଏହି ଦୁଇ ତନଖି ଫାଟକରେ ପ୍ରବେଶ ଅନୁମତି ପତ୍ର ସକାଳ ୬ ଟା ରୁ ୯ ଟା ଭିତରେ ବୁକିଂ କାଉଣ୍ଟରରେ ଉପଲବ୍ଧ ରହିବ।

ଶିମିଳିପାଳରେ ଥିବା ଯାତ୍ରୀ ନିବାସ ଗୁଡିକରେ ରାତ୍ରୀ ଯାପନ ପାଇଁ ପର୍ଯ୍ୟଟକମାନେ http://www.ecotourodisha.comୱେବସାଇଟ ରେ ଅଗ୍ରୀମ ବୁକିଂ କରି ପାରିବେ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବାରିପଦା, ମୟୂରଭଞ୍ଜ

ରାଜ୍ୟରୁ ବିଦାୟ ନେବ ମୌସୁମୀ, ପ୍ରଭାବରେ ଉପକୂଳ ଓଡ଼ିଶାରେ ହାଲକା ବର୍ଷା ସମ୍ଭାବନା

October 26, 2020 By LocalWire Leave a Comment

ଭୁବନେଶ୍ୱର, ଅକ୍ଟୋବର ୨୬ (ଲୋକାଲ ୱାୟାର) : ଗତ ଦୁଇ ଦିନ ହେବ ରାଜ୍ୟରୁ ମୌସୁମୀ ଫେରିବା ଆରମ୍ଭ କରିଥିବା ବେଳେ ଆସନ୍ତା ଦୁଇ ଦିନ ଭିତରେ ଏହା ସମ୍ପୂର୍ଣ୍ଣ ଭାବେ ରାଜ୍ୟରୁ ଅପସରିଯିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

ମୌସୁମୀ ବିଦାୟ ନେବା ବେଳେ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି ।

ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଏହାପରେ ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟର ପାଗ ଶୁଖିଲା ରହିବ ।

ଅନ୍ୟପଟେ ଆସନ୍ତା ୩୦ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ମୟୂରଭଞ୍ଜ

ହତ୍ୟା ଅଭିଯୋଗ ଆଣି ବନ କର୍ମଚାରୀଙ୍କ ଗିରଫ ଦାବିରେ ବିକ୍ଷୋଭ

October 23, 2020 By Sukant Sahu Leave a Comment

ବାରିପଦା, ଅକ୍ଟୋବର ୨୩ (ଲୋକାଲ ୱାୟାର): ବନ ଅଧିକାରୀମାନେ ବାଡ଼େଇ ବାଡ଼େଇ ମାରି ଦେଇଥିବା ଅଭିଯୋଗ କରି ମୃତକଙ୍କ ପରିବାର ଶୁକ୍ରବାର ପୋଡିଡିହା ଫରେଷ୍ଟ ଅଫିସ ଆଗରେ ଶବ ରଖି ଅଭିଯୁକ୍ତ ଅଧିକାରୀଙ୍କ ଗିରଫ ଦାବିରେ ଧାରଣା ଦେଇଥିଲେ ।

ମୃତକ କପ୍ତିପଦା ଥାନା ଅନ୍ତର୍ଗତ ନଚ୍ଛିପୁର ଗାଁର ଗଜେନ୍ଦ୍ର ନାୟକ (୪୦) ବୋଲି ଜଣାପଡିଛି ।

ତିନି ଦିନ ହେଲା ପତ୍ର ଗୋଟେଇବା ପାଇଁ ଜଙ୍ଗଲକୁ ଯାଇ ଗଜେନ୍ଦ୍ର ଫେରି ନଥିଲେ ବୋଲି ସ୍ତ୍ରୀ ବିନୋଦିନୀ କହିଛନ୍ତି ।

ନିଖୋଜ ହେବାର ଦିନକ ପରେ ଗଜେନ୍ଦ୍ର ପିଆରଏମ ମେଡିକାଲ କଲେଜରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବନ ଅଧିକାରୀ ସୂଚନା ଦେଇଥିଲେ ।

ପରେ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଗୁରୁବାର ତାଙ୍କର ମୃତ୍ୟୁ ହୋଇଥିଲା ।

ଏହି ଘଟଣାରେ ଉତ୍ୟକ୍ତ ହୋଇ ପରିବାର ଲୋକଙ୍କ ସହ ନଚ୍ଛିପୁର ଗ୍ରାମବାସୀ ଗଜେନ୍ଦ୍ରଙ୍କ ଶବକୁ ପୋଡାଡିହା ଫରେଷ୍ଟ ଅଫିସ ଆଗରେ ରଖି ଅଭିଯୁକ୍ତ ଅଧିକାରୀଙ୍କ ଗିରଫ ଦାବି କରିଥିଲେ ।

ବିନୋଦିନୀ ଇ-ଅଭିଯୋଗ ଆଧାରରେ ଅସ୍ୱାଭାବିକ ମୃତ୍ୟୁ ମାମଲା ପଞ୍ଜିକୃତ ହୋଇଛି ।

ସ୍ୱାମୀ ଜଙ୍ଗଲରୁ ପତ୍ର ସଂଗ୍ରହ କରିବାକୁ ଯାଇଥିବା ବେଳେ ବନ ଅଧିକାରୀମାନେ ତାଙ୍କୁ ମାରି ଦେଇଛନ୍ତି ବୋଲି ବିନୋଦିନୀ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।

ଏ ସମ୍ପର୍କରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ଉପନିଦେ୍ର୍ଦଶକ ଯଜ୍ଞଦତ ପତି କହିଛନ୍ତି ବନ କର୍ମଚାରୀମାନେ ଗଜେନ୍ଦ୍ରଙ୍କୁ ଭଞ୍ଜବାସା ପାଖରୁ ଆହତ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଉଦଳା ଡାକ୍ତରଖାନା ପରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଭର୍ତି କରିଥିଲେ ।

ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରା ଯାଇଥିଲା । ହେଲେ ଡାକ୍ତରମାନେ ତାଙ୍କୁ ମୃତ ଘୋଷିତ କରିଥିଲେ । ମୃତକଙ୍କ ପରିବାର ନିକଟ ସମ୍ପର୍କୀୟଙ୍କୁ ୫ ହଜାର ଟଙ୍କା ସହାୟତା ଦିଆଯାଇଛି ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ନଚ୍ଛିପୁର ଗାଁର ୮ ଜଣ ଶିମିଳିପାଳକୁ ଶିକାର କରିବାକୁ ଯାଇଥିବା ବେଳେ ବନ କର୍ମଚାରୀଙ୍କ ହାବୁଡରେ ପଡିଥିଲେ ।

ବନ କର୍ମଚାରୀଙ୍କ ସବ ବାକବିତଣ୍ଡା ହୋଇଥିଲା । ଶୀକାରିମାନେ ସେଠାରୁ ପଳାଇ ଯାଉଥିବବେଳେ ଗଜେନ୍ଦ୍ର ଏକ ଗାତରେ ଗଳି ପଡିଥିଲେ ।

ମୃତକ ଘର ଠାରୁ ୩୦ କିଲୋମିଟର ଦୂରରେ ଘଟଣାଟି ଘଟିଥିଲା । ବନ ଅଧିକାରୀମାନେ ଏ ନେଇ ପୁଲିସକୁ ସୂଚନା ଦେଇଥିଲେ ବୋଲି କପ୍ତିପଦା ଆଇଆଇସି ସଞ୍ଜୟ ପ୍ରଧାନ କହିଛନ୍ତି ।

ମୃତ ଗଜେନ୍ଦ୍ରଙ୍କ ଶବ ସକ୍ରାର ପାଇଁ ୫ ହଜାର ଟଙ୍କା ଆର୍ଥିକ ସହାୟତା ବନ ବିଭାଗ ଯୋଗାଇ ଦେଇଛି । ଘଟଣାର ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବାରିପଦା, ମୟୂରଭଞ୍ଜ

ପୁତ୍ର ହତ୍ୟା ଅଭିଯୋଗରେ ବାପା ଗିରଫ

October 23, 2020 By Sukant Sahu Leave a Comment

ବାରିପଦା, ଅକ୍ଟୋବର ୨୩(ଲୋକାଲ ୱାୟାର): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ବେଲଡୁଙ୍ଗୁରି ଗ୍ରାମରେ ଗୁରୁବାର ରାତିରେ ୫ ବର୍ଷର ପୁଅକୁ ହତ୍ୟା କରିଥିବା ଅଭିଯୋଗରେ ବାପା ଚେପା ଦେହୁରୀ (୩୫)କୁ ଗିରଫ କରାଯାଇଥିବା ସ୍ଥାନୀୟ ପୁଲିସ ଶୁକ୍ରବାର କହିଛି ।

ଚେପାର ଘର କୁଳିଅଣା ଥାନା ଅନ୍ତର୍ଗତ ବାଲିଡିହ ଗ୍ରାମରେ । ତେବେ ତା’ ପତ୍ନୀ, ପୁତ୍ର ଓ ଝିଅ ବେଲଡୁଙ୍ଗୁରି ଗ୍ରାମସ୍ଥିତ ଶଶୁର ଘର ଅର୍ଥାତ ବନମାଳି ଦେହୁରିଙ୍କ ଘରେ ରହୁଥିଲେ ।

ଚେପା ଗତକାଲି ଶଶୁର ଘରକୁ ଯାଇଥିଲେ ମଧ୍ୟ ପତ୍ନୀ ଓ ଝିଅକୁ ପାଇ ନଥିଲା । ସେମାନଙ୍କ ସମ୍ପର୍କରେ ସେ ଶାଶୁଙ୍କୁ ପଚାରିଥିଲା ।

ସେମାନେ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ଏବଂ ଶୀଘ୍ର ଫେରିବେ ବୋଲି ଶାଶୁ କହିଥିଲେ ।

କିନ୍ତୁ ରାତିରେ ପତ୍ନୀ ଘରକୁ ନ ଫେରିବାରୁ ରାଗରେ ଚେପା ପୁଅକୁ ଶାଶୁଙ୍କ କୋଳରୁ ଟାଣି ଆଣି ପଥରେ ଛେଚି ହତ୍ୟା କରିଥିଲା ।

ଏ ସମ୍ପର୍କରେ ଅଭିଯୋଗ ପାଇବା ପରେ ଚେପାକୁ ଗିରଫ କରାଯାଇଥିବା କହିଛନ୍ତି ପୁଲିସ ଅଧିକାରୀ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବାରିପଦା, ମୟୂରଭଞ୍ଜ

ଅବ୍ୟବସ୍ଥା ଘେରରେ ମୟୂରଭଞ୍ଜ ଜିଲ୍ଲାର ବିହନ ଉତ୍ପାଦନ ଓ ଗୋପ୍ରଜନନ ଫାର୍ମ

October 22, 2020 By Sukant Sahu Leave a Comment

ବାରିପଦା, ଅକ୍ଟୋବର ୨୨ (ଲୋକାଲ ୱାୟାର): ମୟୂରଭଞ୍ଜ ଜିଲ୍ଲା ବେତନଟି ଥାନା ଅନ୍ତର୍ଗତ କାଠପାଳରେ ଥିବା ବିହନ ଉତ୍ପାଦନ ଓ ଗୋପ୍ରଜନନ ଫାର୍ମ ପ୍ରଶାସନିକ ଅବହେଳା ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଦୟନୀୟ ସ୍ଥିତିରେ ପହଞ୍ଚିଲାଣି ।

ଫାର୍ମକୁ ଜମି ମାଫିଆମାନେ ମାି ବସିଲେଣି । ୧୯୮୩ରେ ନିର୍ମିତ ଏହି ଫାର୍ମର ଉଦ୍ଦେଶ୍ଯ ଥିଲା ଗୋପ୍ରଜନନ ଓ ଗୋଖାଦ୍ୟ ପାଇଁ ଉନ୍ନତମାନର ଘାସର ବିହନ ଉତ୍ପାଦନ ।

୧୨୦ ଏକର ଜମିକୁ ନେଇ ଗଢି ଉଠିଥିବା ଏହି ଫାର୍ମର କିଛି ଅଂଶରେ ଶେଡ୍, ଜଳ ଯୋଗାଣ ପ୍ରକଳ୍ପ, ଗୋବର ଗ୍ୟାସ ପ୍ଲାଣ୍ଟ, ଷ୍ଟାଫ୍ କ୍ୱାଟର୍ସ ରହିଥିବା ବେଳେ ବଳକା ଜମିରେ ସ୍ଥାନୀୟ ଗୋପାଳକଙ୍କ ଚାହିଦା ପୂରଣ ପାଇଁ ହାଇବ୍ରିଡ ଘାସ ଚାଷ ହେଉଛି ।

ଫାର୍ମର ପ୍ରବନ୍ଧନ ମୁଖ୍ୟ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ହେଉଥିବା ବେଳେ ଉପ-ସହାୟକ ଗୋଖାଦ୍ୟ ବିକାଶ ଅଧିକାରୀ (ଏସଓଏଫଡିଓ), ଜଣେ କନିଷ୍ଠ ଯନ୍ତ୍ରୀ, ଜଣେ ୱାଚମ୍ୟାନ ଓ ତିନି କାଜୁଆଲ କର୍ମଚାରୀ ଫାର୍ମର ଦେଖାଶୁଣା କରୁଛନ୍ତି ।

ଅର୍ଥାଭାବ ଯୋଗୁଁ କର୍ମଚାରୀମାନେ ଫାର୍ମର ଯତ୍ନ ଠିକ ଭାବେ ନେଇ ପାରୁନାହାନ୍ତି । ଫାର୍ମ ଚାରିପଟେ ପାଚେରି ନଥିବା ଯୋଗୁଁ ଲୋକେ ନିଜ ଗାଈଗୋରୁଙ୍କୁ ଫାର୍ମ ଭିତରେ ଚରିବାକୁ ଛାଡ଼ି ଦେଉଛନ୍ତି ।

ହାତୀ ଚଳପ୍ରଚଳ ବେଳେ ବିଦ୍ୟୁତ୍ କାଟ ଓ ବାରମ୍ବାର ବିଦ୍ୟୁତ୍ କାଟ ବେଳେ ଅସାମାଜିକ ବ୍ୟକ୍ତିମାନେ ତାର କାଟି ନେଉଛନ୍ତି ।

ଫାର୍ମରେ ଥିବା ଘାସ କଟା ମେସିନ, ଟ୍ରାକ୍ଟର, ପାୱାର ଟିଲର ଓ ତିନିଟି ଜଳ ଯୋଗାଣ ପଏଣ୍ଟ ମରାମତି ଅଭାବରୁ ଅଚଳ ହୋଇ ପଡ଼ିଥିବାରୁ ଜଳସେଚନରେ ସମସ୍ୟା ହେଉଛି ବୋଲି ଫାର୍ମର କର୍ମଚାରୀମାନେ କହିଛନ୍ତି ।

ବାରିପଦା ଓ ଜିଲ୍ଲା ବାହାରକୁ ଦୁଗ୍ଧ ଯୋଗାଣ ପାଇଁ ଫାର୍ମରେ ସିନ୍ଧି, ହୋଲଷ୍ଟିନ, ଅନ୍ୟ ଉନ୍ନତ ପ୍ରଜାତିର ଗାଈ ଓ ବାଛୁରୀ ରଖାଯାଇଛି ।

ସେହିପରି ଗୋଖାଦ୍ୟ ପାଇଁ ଫାର୍ମରେ ସିଓ୩, ସମ୍ପର୍ଣ୍ଣା, ଗିନିଆ ଓ କାଓପି ଭଳି ଗୁଣବତ୍ତା ସମ୍ପନ୍ନ ଘାସ ଚାଷ ହେଉଛି ବୋଲି ଏସଏଏଫଡିଓ ବିକାଶ କୁମାର ମହାପାତ୍ର କହିଛନ୍ତି ।

୧୯୮୩ରୁ ୨୦୦୦ ପର୍ଯ୍ୟନ୍ତ ଫାର୍ମରେ ଗୋପ୍ରଜନନ ହେଉଥିଲା । ପରେ ଫାର୍ମରେ ଷଣ୍ଢ ରଖା ଯାଇ ୨୦୧୫-୧୬ ବେଳକୁ ବନ୍ଦ ହୋଇଥିଲା । ଏବେ ଫାର୍ମରେ ଗୋପ୍ରଜନନ ବନ୍ଦ ରହିଛି ।

ପାଚେରି ନଥିବାରୁ ଲୋକେ ଫାର୍ମର ଜମି ଅକ୍ତିଆର କରିନେଲେଣି । ଆଉ କେତେକ ସ୍ଥାନରେ ଜଙ୍ଗଲ ସୃଷ୍ଟି ହୋଇଗଲାଣି ।

ସରକାର ରବି ଓ ଖରିଫ ଋତୁରେ ବିହନ ଉତ୍ପାଦନ ପାଇଁ ସହାୟତା ଦେଉଥିବା ବେଳେ ଗୁହାଳ, ଷ୍ଟାଫ କ୍ୱାର୍ଟର୍ସ, ଯନ୍ତ୍ରପାତି, ଜଳଯୋଗା ପଏଣ୍ଟ ମରାମତି ପାଇଁ ଅର୍ଥ ମଞ୍ଜୁର କରୁନାହାନ୍ତି ।

ସରକାରୀ ଫାର୍ମ ପାଚେରି ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିନାହାନ୍ତି ବୋଲି ଜିଲ୍ଲା ମୁଖ୍ୟ ପଶୁଚିକିତ୍ସା ଅଧିକାରୀ ପ୍ରଭାକର ସାହୁ କହିଛନ୍ତି ।

ଜମି ଜବରଦଖଲ ସମ୍ପର୍କରେ ବାରମ୍ବାର ବାରିପଦା ତହସିଲଦାରଙ୍କୁ କୁହାଯିବା ସହ ବ୍ୟକ୍ତିଗତ ଭାବେ ଭେଟି କୁହା ଯାଇଥିଲେ ମଧ୍ୟ ସେ ଜମି ସୀମା ନିର୍ଦ୍ଧାରଣ କରୁନାହାନ୍ତି ।

ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ରାଜନୈତିକ ଇଚ୍ଛାଶକ୍ତି ହିଁ ଫାର୍ମର ସ୍ଥିତି ସୁଧାରି ପାରିବ ବୋଲି କାଠପାଳ ଗ୍ରାମବାସୀ ଆଶାବାଦୀ ଅଛନ୍ତି ।

ଲୋକାଲ ୱାୟାର

Filed Under: Odia, Uncategorized Tagged With: ଓଡିଶା, ବାରିପଦା, ମୟୂରଭଞ୍ଜ

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 15
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire