• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ଯାଜପୁର

ନରହନ୍ତା ଶିକାରୀ ଗିରଫ

January 11, 2021 By Ashis Senapati Leave a Comment

ଯାଜପୁର, ଜାନୁଆରୀ ୧୧ (ଲୋକାଲ ୱାୟାର): ବାରହା ଭାବି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଶିକାରୀକୁ ଯାଜପୁର ଜିଲ୍ଲା କାଳିଆପାଣି ପୁଲିସ ଗିରଫ କରିଛି ।

ଶନିବାର ରାତିରେ କୁନିଡା ଗାଁର ଗୋବିନ୍ଦ ବେହେରା, ଛଳି ସେଠି ଓ ଚଗଲା ଦାସ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ କିଛି ଲୋକ ବାରହା ଶୀକାର ପାଇଁ ଯାଇଥିଲେ ।

ଜଙ୍ଗଲରେ କିଛି ଶବ୍ଦ ହେବାରୁ ବାରହା ବୋଲି ଭାବି ହୁଡିସାହିପାଟଣାର ଜୟରାମ ଗାଣ୍ଡୁଆ ନିଜ ଦେଶୀ ବନ୍ଧୁକରୁ ଗୁଳି ଚଳାଇଥିଲେ ।

ଗୁଳିଟି ଗୋବିନ୍ଦଙ୍କ ଛାତିରେ ବାଜିଥିଲା । ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ତାଙ୍କର ମୃତ୍ଯୁ ହୋଇଥିଲା । ଶିକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ ।

ସୋମବାର ଗୋବିନ୍ଦଙ୍କ ପୁଅ ଥାନାରେ ଏଫଆଇଆର ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରି ଏକ ଗୁମ୍ଫାରେ ଲୁଚିଥିବା ଜୟରାମଙ୍କୁ ଗିରଫ କରିଥିଲା ।

ଅନ୍ୟ ଶିକାରୀମାନେ ଗାଁ ଛାଡି ଫେରାର ହୋଇ ଯାଇଥିବାରୁ ସେମାନଙ୍କୁ ଗିରଫ କରିବା ପାଇଁ ଚଢ଼ାଉ ଜାରି ରହିଛି ।

ଗିରଫ ଅଭିଯୁକ୍ତ ବିରୋଧରେ ଆଇପିସିର ଧାରା ୩୦୨, ଭାରତୀୟ ଆର୍ମ ଆକ୍ଟର ଧାରା ୨୫ ଓ ୨୭ ଅନୁଯାୟୀ ମାମଲା ରୁଜୁ ହୋଇଛି ।

ଅଭିଯୁକ୍ତକୁ ସୋମବାର ସ୍ଥାନୀୟ ଅଦାଲତରେ ହାଜର କରାଯାଇଥିଲା । ଅଦାଲତ ଜାମିନ ନାମଞ୍ଜୁର କରି ଅଭିଯୁକ୍ତକୁ ଜେଲକୁ ପଠାଇ ଦେଇଛନ୍ତି ବୋଲି ଆଇଆଇସି କାଳିଆପାଣି ରମାକାନ୍ତ ମୁଦୁଲି କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଯାଜପୁର

ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କର ଚଣ୍ଡିଖୋଲ ଗ୍ରାମୀଣ କ୍ୟାମ୍ପସ ପରିଦର୍ଶନ

January 8, 2021 By LocalWire Leave a Comment

ଭୁବନେଶ୍ୱର, ଜାନୁଆରୀ ୮(ଲୋକାଲ ୱାୟାର): ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଶୁକ୍ରବାର ଚଣ୍ଡିଖୋଲରେ ସ୍ଥାପିତ ଉତ୍କଳ ଗ୍ରାମୀଣ କ୍ୟାମ୍ପସ ପରିଦର୍ଶନ କରିଛନ୍ତି ।

ଗ୍ରାମୀଣ କ୍ୟାମ୍ପସର ଭିତ୍ତିଭୂମି ନିର୍ମାଣ ସ୍ଥିତି ତଦାରଖ କରିବାକୁ ସେ ଏହି ଗସ୍ତ କରିଥିଲେ ।

ସିଆ ପଞ୍ଚାୟତଠାରେ ନିର୍ମାଣାଧୀନ କ୍ୟାମ୍ପସ ପରିଦର୍ଶନ କରିବା ପରେ ସେ କହିଛନ୍ତି, କୌଶଳ ଭିତ୍ତିକ ପାଠ୍ୟକ୍ରମ ଜରିଆରେ ଏହି ଅଞ୍ଚଳର ବିକାଶ ଆଣିବା ପାଇଁ ଉକ୍ରଳ ବିଶ୍ୱବିଦ୍ୟାଳୟ ପ୍ରତିବଦ୍ଧ ଅଟେ ।

ଯଥାଶୀଘ୍ର ଏଠାରେ ବିଦ୍ୟାର୍ଥୀମାନଙ୍କ ପାଇଁ ହଷ୍ଟେଲର ସୁବିଧା କରାଯିବ । ଗସ୍ତ କାଳରେ ବିଧାୟକ ଅମର ପ୍ରସାଦ ଶତପଥି, କୁଳସଚିବ ଅଭୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଯାଜପୁର

ମହାନଦୀ ମୁହାଣର ପ୍ରସ୍ତାବିତ ବନ୍ଦରରେ ଖର୍ଚ୍ଚ ହେବ ୪ ହଜାର କୋଟି

December 20, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୨୦(ଲୋକାଲ ୱାୟାର): କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଆଖଡ଼ାଶାଳିରେ ମହାନଦୀରେ ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦରରେ ପ୍ରାୟ ୪ ହଜାର ୬୨ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହାଦ୍ୱାରା ୬ ହଜାର ଲୋକଙ୍କୁ ନିଯୁକ୍ତି ମିଳିପାରିବ ବୋଲି ରବିବାର ବରିଷ୍ଠ ଅଧିକାରୀ କହିଛନ୍ତି ।

ପ୍ରସ୍ତାବିତ ବନ୍ଦର ପାରାଦୀପର ମହାନଦୀ ମୁହାଣରୁ ୧୩ କିଲୋମିଟର ଦୂରରେ ଗଢ଼ିଉଠିବ ।

ପିପିପି ମୋଡ୍ ରେ ହେଉଥିବା ଏହି ବନ୍ଦରର ବାର୍ଷିକ ପରିବହନ କ୍ଷମତା ରହିବ ୫୪ ମିଲିଅନ ଟନ୍ ।

ପ୍ରଥମ ପର୍ଯ୍ୟାୟରେ ପ୍ରସ୍ତାବିତ ବନ୍ଦରରେ ୨୫୬୨ କୋଟି ଟଙ୍କା ଖର୍ଚ୍ଚରେ ବାର୍ଷିକ ୨୨ ମିଲିଅନ ଟନ୍ କ୍ଷମତାର ସୁବିଧା ପ୍ରସ୍ତୁତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ୪ ହଜାର ଲୋକଙ୍କୁ ଏବଂ ପରେ ୧୭ଶହ ଲୋକଙ୍କୁ ଏଠାରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ନିଯୁକ୍ତିର ସୁଯୋଗ ମିଳିପାରିବ ।

ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୩ ଶହ ହେକ୍ଟର ଜମି ଚିହ୍ନଟ କରିଛନ୍ତି । ୨୦୧୮ରେ ଏହି ବନ୍ଦର ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇ ଆଗେଇଥିଲେ ମଧ୍ୟ ପ୍ରକଳ୍ପକୁ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଥିବା କମ୍ପାନିମାନେ ଅନାଗ୍ରହ ଦେଖାଇଥିଲେ ।

ପରେ ପାରାଦୀପ ପୋର୍ଟ ଟ୍ରଷ୍ଟ ଏଥିପାଇଁ ଆଗ୍ରହ ପ୍ରକାଶ କରି ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା ।

କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରାଳୟ ମଧ୍ୟ ଏହି ପ୍ରସ୍ତାବରେ ସହମତି ଦେଇଛି, ଯାହାର କି ବିକାଶ ଦାୟିତ୍ୱ ନେଇଛି ପାରାଦୀପ ବନ୍ଦର ଟ୍ରଷ୍ଟ ।

ଋବିବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫-ଟି ସଚିବ ଭି.କେ. ପାଣ୍ଡିଆନ, ବାଣିଜ୍ୟ ଓ ପରିବହନ ବିଭାଗ ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ର, ପାରାଦୀପ ବନ୍ଦର ଟ୍ରଷ୍ଟ ଅଧ୍ୟକ୍ଷ ରିଙ୍କେଶ ରାୟ ପ୍ରମୁଖ ପାରାଦୀପ ବନ୍ଦରାଞ୍ଚଳର ବିକାଶ ସମ୍ପର୍କେରେ ଆଲୋଚନା କରିବା ସହ ବୋଟ୍ ଯୋଗେ ପ୍ରସ୍ତାବିତ ବନ୍ଦର ସ୍ଥାନକୁ ଯାଇ ସ୍ଥିତିର ସମୀକ୍ଷା କରିଥିଲେ ।

ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ ଉପସ୍ଥିତ ଥିଲେ ।

ପ୍ରସ୍ତାବିତ ବନ୍ଦର, ହରିଦାସପୁର-ପାରାଦୀପ ରେଳ ଲାଇନ ଆଦି ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାର ଆର୍ଥିକ ବିକାଶ ହୋଇପାରିବ ବୋଲି ଏହି ଅବସରରେ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ କହିଥିଲେ ।

ମହାକାଳପଡ଼ା ବନ୍ଦର ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଳ୍ପାୟନକୁୁ ପ୍ରୋତ୍ସାହନ ମିଳିପାରିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହାର ତଦାରଖ କରୁଛନ୍ତି ବୋଲି ଅଧିକାରୀ କହିଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କେନ୍ଦ୍ରାପଡା, ଯାଜପୁର

ବେଆଇନ କ୍ରସର ୟୁନିଟ ବନ୍ଦ କଲା ଯାଜପୁର ଜିଲ୍ଲା ପ୍ରଶାସନ

December 3, 2020 By Ashis Senapati Leave a Comment

ଯାଜପୁର, ଡିସେମ୍ବର ୩ (ଲୋକାଲ ୱାୟାର): ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ୨୦ଟି ବେଆଇନ କ୍ରସର ୟୁନିଟକୁ ପ୍ରଶାସନ ସିଲ୍ କରିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪୩ଟି ବେଆଇନ କ୍ରସର ୟୁନିଟ ଠାବ କରିଛି ।

ଅଧିକାଂଶ ୟୁନିଟ ବାୟୁ ପ୍ରଦୂଷଣ ଓ ନିବାରଣ ଆଇନ ୧୯୮୧ ଓ ପରିବେଶ ସଂରକ୍ଷଣ ଆଇନ ୧୯୮୬ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି ।

ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଜାନୁଆରୀ ୯, ୨୦୨୧ ସୁଦ୍ଧା ବେଆଇନ କ୍ରସର ୟୁନିଟଗୁଡିକ ବନ୍ଦ କରିବାକୁ ଓଡିଶା ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି ।

ଏଥିପାଇଁ ତହସିଲଦାର, ବିଡିଓ, ଶ୍ରମ ଅଧିକାରୀ, ପ୍ରଦୂଷଣ ବୋର୍ଡ ଅଧିକାରୀ, ପୁଲିସକୁ ନେଇ ଟାସ୍କ ଫୋର୍ସ ଗଠିତ ହୋଇଛି ।

ଗତ ବର୍ଷ ଜିଲ୍ଲା ପ୍ରଶାସନ ଲାଇସେନ୍ସପ୍ରାପ୍ତ କ୍ରସରଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ ।

ଏଥିପାଇଁ ଆରୁହା, ଅଞ୍ଜିରା, ଅଲାଝରି, ବିଚାଖଣି ଗାଁରେ ପ୍ରାୟ ୧୬୦ ଏକର ଜମି ଚିହ୍ନଟ ହୋଇଛି ।

୮୭ କ୍ରସର ମାଲିକ ଏଠାରେ ୟୁନିଟ ସ୍ଥାପନ ପାଇଁ ଆବେଦନ କରିଛନ୍ତି ବୋଲି ଯାଜପୁର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଅକ୍ଷୟ କୁମାର ମଲ୍ଲିକ କହିଛନ୍ତି ।

ସୁରକ୍ଷିତ ସ୍ଥାନକୁ କ୍ରସର ସ୍ଥାନାନ୍ତରଣ ପାଇଁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ସ୍ୱାଗତ କରୁଛୁ । ତେବେ କ୍ରସର ୟୁନିଟରେ କାମ କରି ପ୍ରାୟ ୨୦ ହଜାର ଲୋକ ଜୀବିକାର୍ଜନ କରୁଛନ୍ତି ।

ଜିଲ୍ଲା ପ୍ରଶାସନ ସ୍ଥିର କରିଥିବା ସ୍ଥାନରେ କ୍ରସର ୟୁନିଟ ପାଇଁ ୧୬୦ ଜଣ ଆବେଦନ କରିଛନ୍ତି ।

ହେଲେ ପ୍ରଶାସନ ଏଯାଏଁ ଜମି ଦେଇନାହିିଁ ବୋଲି ଜିଲ୍ଲା କ୍ରସର ୟୁନିଟ ମାଲିକ ସଙ୍ଘ ସାଧାରଣ ସମ୍ପାଦକ ଚନ୍ଦନ ନାୟକ କହିଛନ୍ତି ।

ୟୁନିଟଗୁଡ଼ିକ ଯୋଗୁଁ ଲୋକେ ଆଲର୍ଜି ଓ ଶ୍ୱାସକ୍ରିୟା ଜନିତ ରୋଗରେ ପୀଡ଼ିତ ହେଉଛନ୍ତି ।

ଆଇନ ଅନୁଯାୟୀ କ୍ରସର କର୍ମଚାରୀଙ୍କୁ ଚଷମା, ହେଲମେଟ, ଜୋତା ଦିଆଯିବା କଥା । ହେଲେ କ୍ରସର ମାଲିକମାନେ ଏସବୁ ମାନୁନାହାନ୍ତି ବୋଲି ଧର୍ମଶାଳାର ହିଂମାଶୁ ଦାସ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଯାଜପୁର

୮୫ ବର୍ଷୀୟ ବଳାତ୍କାର ଅଭିଯୁକ୍ତ ଗିରଫ

November 24, 2020 By Ashis Senapati Leave a Comment

ଯାଜପୁର, ନଭେମ୍ବର ୨୪ (ଲୋକାଲ ୱାୟାର): ବରିଷ୍ଠ ସରକାରୀ ଅଧିକାରୀଙ୍କ ବଳାତ୍କାର ଅଭିଯୁକ୍ତ ୮୫ ବର୍ଷୀୟ ଶ୍ୱଶୁରଙ୍କୁ ଯାଜପୁର ପୁଲିସ ଗିରଫ କରିଛି ।

ଡାକ୍ତରଖାନାରୁ ଛାଡ଼ ପାଇବା ପରେ ୮୫ ବର୍ଷୀୟ ପ୍ରଫୁଲ୍ଲ ମହାପାତ୍ରଙ୍କୁ ଗିରଫ କରାଯାଇଛି ।

ପଚରାଉଚୁରା ବେଳେ ସେ ଅପରାଧ ସ୍ୱୀକାର କରିଛନ୍ତି ।

ତାଙ୍କୁ ଯାଜପୁର ଜିଲ୍ଲା ଓ ଦୌରାଜଜଙ୍କ ଅଦାଲତରେ ହାଜର କରାଯାଇଛି ।

ପ୍ରଫୁଲ୍ଲଙ୍କ ବିରୋଧରେ ଜ୍ୱାଇଁଙ୍କ ଘରେ କାମ କରୁଥିବା ଜଣେ ୧୫ ବର୍ଷୀୟା ଆଦିବାସୀ ନାବାଳିକାକୁ ବଳାତ୍କାର କରି ଗର୍ଭବତୀ କରିବା ଅଭିଯୋଗ ହୋଇଥିଲା ।

ନାବାଳିକାଙ୍କ ମାଆ ଏ ନେଇ ବାଲିଚନ୍ଦ୍ରପୁର ଥାନାରେ ଏଫଆଇଆର ଦେଇଥିଲେ ।

ଏଫଆଇଆରକୁ ଭିତି କରି ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୭୬ (ଧର୍ଷଣ), ପୋକ୍ସୋ ଆଇନର ଧାରା ୬ ଓ ଏସସିଏସଟି ଆଇନର ଧାରା ୩ ଅନୁଯାୟୀ ମାମଲା ରୁଜୁ ହୋଇଛି ।

ସେହିପରି ଅଭିଯୁକ୍ତଙ୍କ ଜ୍ୱାଇଁ ବିଏମସିର ତତ୍କାଳୀନ ଡେପୁଟି କମିଶନରଙ୍କ ବିରୋଧରେ ଶିଶୁ ଶ୍ରମିକ ନିରୋଧ ଆଇନ, ୧୯୮୬ର ଧାରା ୧୪ ଅନୁଯାୟୀ ମାମଲା ରୁଜୁ ହୋଇଛି ।

ତେବେ ତଦନ୍ତ ଚାଲି ଥିବାରୁ ତାଙ୍କୁ ଗିରଫ କରାଯାଇନାହିଁ ବୋଲି ଯାଜପୁର ଡିଏସପି ସଂଗ୍ରାମ ଟୁଡୁ ସୂଚନା ଦେଇଛନ୍ତି ।

୮ ମାସ ଗର୍ଭବତୀ ଥିବା ନାବାଳିକାଙ୍କୁ ସିଡବ୍ଲସି ନିର୍ଦ୍ଦେଶ ଅନୁଯାୟୀ ଯାଜପୁର ସହରର ଏକ ସରକାରୀ ଆଶ୍ରୟସ୍ଥଳୀରେ ରଖାଯାଇଛି ବୋଲି ଜିଲ୍ଲା ମୁଖ୍ୟ ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଯାଜପୁର

ଡାକ୍ତରଖାନାରେ ଠାବ ହେଲା ୮୫ ବର୍ଷୀୟ ବଳାତ୍କାର ଅଭିଯୁକ୍ତ

November 7, 2020 By Ashis Senapati Leave a Comment

ଯାଜପୁର, ନଭେମ୍ବର ୭ (ଲୋକାଲ ୱାୟାର): ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଏକ ଗାଁର ୧୫ ବର୍ଷୀୟା ନାବାଳିକାକୁ ବଳାତ୍କାର କରି ଗର୍ଭବତୀ କରିବା ଅଭିଯୋଗରେ ପୁଲିସ ଅଭିଯୁକ୍ତକୁ ଠାବ କରିଛି । ତେବେ ଅଭିଯୁକ୍ତ ଚିକିତ୍ସିତ ହେଉଥିବାରୁ ତାକୁ ଗିରଫ କରାଯାଇ ପାରିନାହିଁ ।

ତଦନ୍ତ ବେଳେ ୮୫ ବର୍ଷୀୟ ଅଭିଯୁକ୍ତ ପ୍ରଫୁଲ୍ଲ ପୃଷ୍ଟିଙ୍କୁ ଭୁବନେଶ୍ୱରର ଏକ ଡାକ୍ତରଖାନାରୁ ଠାବ କରାଯାଇଛି । ତାଙ୍କୁ ୨୪ ଘଣ୍ଟିଆ ପହରା ମଧ୍ୟରେ ରଖାଯାଇଛି ।

ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେବା ନେଇ ଡାକ୍ତରୀ ସୂଚନା ମିଳିଲେ ତାଙ୍କୁ ଜେରା କରାଯିବ ।

ବୃଦ୍ଧାବସ୍ଥା ଜନିତ ଅସୁସ୍ଥତା ଯୋଗୁଁ ଚିକିତ୍ସିତ ହେଉଥିବାରୁ ଅଭିଯୁକ୍ତଙ୍କୁ ଗିରଫ କରା ଯାଇନାହିଁ ବୋଲି ବାଲିଚନ୍ଦ୍ରପୁର ଥାନାର ଆଇଆଇସି ସୁକାନ୍ତ ପାତ୍ର କହିଛନ୍ତି ।

ପୀଡ଼ିତା ଭୁବନେଶ୍ୱରରେ ଜଣେ ବରିଷ୍ଠ ଅଧିକାରୀଙ୍କ ଘରେ ଘରୋଇ ସେବିକା ଭାବେ କାମ କରୁଥିଲେ ।

ଗୁରୁବାର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପୀଡିତାଙ୍କ ଡାକ୍ତରୀ ମାଇନା ହୋଇଥିଲା । ସେ ୮ ମାସର ଗର୍ଭବତୀ ଥିବା ଜଣାପଡ଼ିଛି ବୋଲି ପୁଲିସ ଅଧିକାରୀ କହିଛନ୍ତି ।

ପ୍ରଚଳିତ ନିୟମ ଅନୁଯାୟୀ ଅଭିଭାବକଙ୍କ ଲିଖିତ ଅନୁମତି ନେଇ ଗର୍ଭଧାରଣର ୨୦ ସପ୍ତାହ (୪ ମାସ) ମଧ୍ୟରେ ଗର୍ଭପାତ ହୋଇପାରିବ । ତେବେ ଏହି ମାମଲାରେ ଗର୍ଭପାତ ହୋଇପାରିବ ନାହିଁ ବୋଲି ଆଇନଜୀବୀ ସୁବାସ ଦାସ କହିଛନ୍ତି ।

ଗତବର୍ଷ ସେପ୍ଟେମ୍ବର ୨୩ରେ ଓଡ଼ିଶା ହାଇକୋର୍ଟ ଜୀବନ ପ୍ରତି ବିପଦ ଥିବାରୁ ୨୪ ସପ୍ତାହର ଜଣେ ଗର୍ଭବତୀ ବଳାକ୍ରାର ପୀଡ଼ିତାଙ୍କ ଗର୍ଭପାତ ପାଇଁ ମନା କରିଥିଲେ ।

ତେବେ ୭ ଦିନ ମଧ୍ୟରେ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ବଳାକ୍ରାର ପୀଡ଼ିତାଙ୍କ ପୁଅ ହେଲେ ୩ ଲକ୍ଷ ଓ ଝିଅ ହେଲେ ୫ ଲକ୍ଷ ଟଙ୍କା ଅତିରିକ୍ତ ସହାୟତା ପ୍ରଦାନ କରିବାକୁ ଉଚ୍ଚ ନ୍ୟାୟାଳୟ ନିଦେ୍ର୍ଦଶ ଦେଇଥିଲେ ।

ଜନ୍ମ ହେବାକୁ ଥିବା ଶିଶୁର ସମ୍ପୂର୍ଣ୍ଣ ପାଠ ପଢ଼ା ଖର୍ଚ୍ଚ ତୁଲାଇବା ସହିତ ଏସସିବି ମେଡିକାଲ କଲେଜ ଓ ଡାକ୍ତରଖାନା, କଟକରେ ପ୍ରସବକାଳୀନ ସର୍ବୋତମ ସ୍ୱାସ୍ଥ୍ୟ ସେବା ଓ ପ୍ରସବ ପରବର୍ତ୍ତୀ ଯତ୍ନ ନେବାକୁ ନିଦେ୍ର୍ଦଶ ଦେଇଥିଲେ ।

ଉଚ୍ଚ ନ୍ୟାୟାଳୟ ଏ ନେଇ ୧୧ ସୂତ୍ରୀ ସ୍ୱତନ୍ତ୍ର ନିଦେ୍ର୍ଦଶନାମା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି ।

ଏହା ସହିତ ଜିଲ୍ଲା ଅଦାଲତ, ରାଜ୍ୟ ଆଇନ ସେବା କର୍ତ୍ତୃପକ୍ଷ, ପୁଲିସ ଓ ଡାକ୍ତରଙ୍କୁ ଭବିଷ୍ୟତରେ ଏପରି ମାମଲାର ପରିଚାଳନା ପାଇଁ ୧୪ ସୂତ୍ରୀ ସାଧାରଣ ନିଦେ୍ର୍ଦଶନାମା ଜାରି କରିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଯାଜପୁର

ସମୁଦ୍ରରେ ଗାଧୋଇବା ବେଳେ ଇଞ୍ଜିନିୟରିଂ ଛାତ୍ର ନିଖୋଜ

November 1, 2020 By Ashis Senapati Leave a Comment

କେନ୍ଦ୍ରାପଡ଼ା, ନଭେମ୍ବର ୧(ଲୋକାଲ ୱାୟାର): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ପେଣ୍ଠରେ ରବିବାର ସମୁଦ୍ରରେ ଗାଧୋଇବା ବେଳେ ଜଣେ ଇଞ୍ଜିନିୟରିଂ ଛାତ୍ର ନିଖୋଜ ହୋଇ ଯାଇଥିବା ସ୍ଥାନୀୟ ପୁଲିସ କହିଛି ।

ନିଖୋଜ ହୋଇଥିବା ଛାତ୍ର ଗୌରବ ରଥଙ୍କ ଘର ଯାଜପୁର ଜିଲ୍ଲାର ଜରି ଗ୍ରାମରେ । ଗୌରବଙ୍କ ସମେତ ୪ ଜଣ ଛାତ୍ର ସମୁଦ୍ରରେ ଗାଧୋଇବା ବେଳେ ଗୌରବ ଲହଡ଼ିରେ ଭାସି ଯାଇଥିଲେ ।

ପୁଲିସ ଏବଂ ଅଗ୍ନିଶମ ବାହିନୀ ତାଙ୍କୁ ଠାବ କରିବାକୁ ଉଦ୍ୟମ ଚଳାଇଥିବା ରାଜନଗର ଥାନାଧିକାରୀ ତପନ ନାୟକ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କେନ୍ଦ୍ରାପଡା, ଯାଜପୁର

ଶେଷ ହେଲା ମା ବିରଜାଙ୍କ ରଥଯାତ୍ରା

October 24, 2020 By Ashis Senapati Leave a Comment

ଯାଜପୁର, ଅକ୍ଟୋବର ୨୪ (ଲୋକାଲ ୱାୟାର): ତ୍ରୟୋଦଶ ଶତାବ୍ଦୀର ମା ବିରଜା ମନ୍ଦିରର ନବ ଦିନ ବ୍ୟାପି ରଥଯାତ୍ରା ଶନିବାର ଶେଷ ହୋଇଛି ।

କୋଭିଡ-୧୯ ପ୍ରତିବନ୍ଧକ ଯୋଗୁଁ ଚଳିତ ବର୍ଷ ବାହୁଡା ଯାତ୍ରା ଭକ୍ତଙ୍କ ବିନା ସମାପନ ହୋଇଥିଲା ।

ଛେରା ପହଁରା ନୀତି ପରେ ସେବାୟତମାନେ ରଥ ଟାଣିଥିଲେ । ଯାଜପୁର ସହରର ସମସ୍ତ ପ୍ରବେଶ ପଥ ସିଲ୍ ହୋଇଥିଲା ଓ ଭକ୍ତମାନଙ୍କୁ ଘରେ ରହିବାକୁ ନିବେଦନ କରା ଯାଇଥିଲା ।

କୋଭିଡ ପରୀକ୍ଷଣରେ ନେଗେଟିଭ ଥିବା ସେବାୟତ, ପୁଲିସ କର୍ମଚାରୀ ଓ ମନ୍ଦିର କର୍ମକର୍ତାମାନେ ବାହୁଡା ଯାତ୍ରାରେ ଭାଗ ନେଇଥିଲେ ।

ସେବାୟତମାନେ ମାସ୍କ, ସାନିଟାଇଜର ବ୍ୟବହାର କରିବା ସହ ସାମାଜିକ ଦୂରତ୍ୱ ବଜାୟ ରଖିଥିଲେ ବୋଲି ଯାଜପୁର ଜିଲ୍ଲାପାଳ ଚକବର୍ତୀ ସିଂହ ରାଠୋର କହିଛନ୍ତି ।

ଜନସ୍ୱାର୍ଥ ମାମଲାର ଶୁଣାଣି କରି ଓଡିଶା ହାଇକୋର୍ଟ ଅକ୍ଟୋବର ୮ରେ ବିରଜାଙ୍କ ରଥଯାତ୍ରାକୁ ଅନୁମତି ଦେବା ସହ କୋଭିଡ ନିୟମାବଳୀ ଅନୁଯାୟୀ ରଥଯାତ୍ରା ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଦଶ ଦେଇଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଯାଜପୁର

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ହିତେଶକୁମାରଙ୍କୁ ୧୧ଟି ପୁରସ୍କାର

October 23, 2020 By LocalWire Leave a Comment

ଭୁବନେଶ୍ୱର, ଅକ୍ଟୋବର ୨୩(ଲୋକାଲ ୱାୟାର): ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଓଡ଼ିଆ ପୁଅ ହିତେଶକୁମାରଙ୍କୁ ୧୧ଟି ପୁରସ୍କାର ମିଳିଛି ।

ମୁମ୍ବାଇର ରୋସନୀ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ହିତେଶକୁମାର ମୋଟ୍ ୪ଟି ଫିଲ୍ମରେ ୧୧ଟି ବର୍ଗରେ ପୁରସ୍କୃତ ହୋଇଛନ୍ତି ।

ଯାଜପୁରର ହିତେଶ କୁମାରଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ‘ବିଜୟନୀ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିବା ସହ ଶ୍ରେଷ୍ଠ ପୋଷ୍ଟର୍ ଡିଜାଇନ୍, ଶ୍ରେଷ୍ଠ ସଂଳାପ, ଦୁଇ କଳାକାର ମନସ୍ୱିନୀ ଦ୍ୱିବେଦୀ ଓ ଶ୍ୟାମଳେନ୍ଦୁ ପାତ୍ର ଶ୍ରେଷ୍ଠ କଳାକାର ଭାବେ ପୁରସ୍କୃତ କରାଯାଇଛି ।

ହିତେଶଙ୍କ ଅନ୍ୟ ଏକ କ୍ଷୁଦ୍ର ଚଳଚ୍ଚିତ୍ର ‘ଆଜାଦୀ’ ଶ୍ରେଷ୍ଠ ଡକୁ୍ୟମେଣ୍ଟାରୀ ଫିଲ୍ମ ସହ ଶିଶୁ କଳାକାର ଆୟାନ ଅମ୍ରିତଙ୍କୁ ମିଳିଛି ଶ୍ରେଷ୍ଠ ଶିଶୁ କଳାକାର ସମ୍ମାନ ।

ଶ୍ରେଷ୍ଠ କାହାଣୀ ଭାବେ ହିତେଶ ଓ ଶିବାନନ୍ଦ ବିଶ୍ୱାଳ ସମ୍ମାନିତ ହୋଇଛନ୍ତି । ଏହାବାଦ୍ ଶ୍ରେଷ୍ଠ ଡିଓପି ପାଇଁ ମଧ୍ୟ ପୁରସ୍କାର ପାଇଛି ଏହି ସିନେମା ।

ଶ୍ରେଷ୍ଠ ସଙ୍ଗୀତ ନିଦେ୍ର୍ଦଶନା ଭାବରେ ହିତେଶ କୁମାରଙ୍କ ଶ୍ରେଷ୍ଠ ସଙ୍ଗୀତଭିତ୍ତିକ ଡକୁ୍ୟମେଣ୍ଟାରୀ ଚଳଚ୍ଚିତ୍ର ‘ଜୟତୁ ଜୟତୁ ଭାରତମ୍’ ସମ୍ମାନିତ ହୋଇଛି ।

ଏଥିସହ ସମ୍ପୂର୍ଣ୍ଣ ରୂପେ ଘରେ ସୁଟିଂ ହୋଇଥିବା ଫିଲ୍ମ ‘ଲକଡାଉନ୍ ଆଟ୍ ହୋମ୍’ ସ୍ୱତନ୍ତ୍ର ସମ୍ମାନ ପାଇଛି । ସେହି ଫିଲ୍ମ ଉତ୍ସବରେ ଓଡ଼ିଆ ଝିଅ ଅନୁଷ୍କା ପ୍ରିୟଦର୍ଶିନୀଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ‘ସଂଭାବନା’ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସହ ଶ୍ରେଷ୍ଠ ନିଦେ୍ର୍ଦଶନା ପୁରସ୍କାର ମିଳିଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଯାଜପୁର

ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡାଇଙ୍କୁ କରୋନା

October 20, 2020 By LocalWire Leave a Comment

ଯାଜପୁର, ଅକ୍ଟୋବର ୨୦ (ଲୋକାଲ ୱାୟାର) : ଯାଜପୁର ଜିଲ୍ଲା ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡାଇ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ମଙ୍ଗଳବାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, “ମୁଁ ସଙ୍ଗରୋଧରେ ଅଛି । ମୋର କୌଣସି କରୋନା ଲକ୍ଷଣ ନାହିଁ ।

କିନ୍ତୁ ମୋର ସ୍ୱାବ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଡାକ୍ତରଙ୍କ ପରାମର୍ଶରେ ମୁଁ ୨ ସପ୍ତାହ ସଙ୍ଗରୋଧରେ ରହୁଛି’’ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କରୋନା, ଯାଜପୁର

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 59
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire