• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ରାଉରକେଲା

ଅର୍ଜୁନ ପୁରସ୍କାର ବିଜେତା ହକି ଖେଳାଳି ମାଇକେଲ କିଣ୍ଡୋଙ୍କ ପରଲୋକ

December 31, 2020 By LocalWire Leave a Comment

ରାଉରକେଲା, ଡିସେମ୍ବର ୩୧ (ଲୋକାଲ ୱାୟାର): ଅର୍ଜୁନ ପୁରସ୍କାରପ୍ରାପ୍ତ ହକି ଖେଳାଳି ମାଇକେଲ କିଣ୍ଡୋ (୭୪)ଙ୍କର ଗୁରୁବାର ଅପରାହ୍ଣରେ ପରଲୋକ ହୋଇ ଯାଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ।

ଝାଡ଼ଖଣ୍ଡ (ପୂର୍ବ ବିହାର)ର ସିମଡେଗାରେ ୧୯୪୭ ଜୁନ ୨୦ରେ ମାଇକେଲଙ୍କ ଜନ୍ମ ହୋଇଥିଲା ।

ନୌସେନାରେ ନିଯୁକ୍ତି ପାଇଥିବା ମାଇକେଲ ୧୯୬୮ରେ ସେ ଭାରତୀୟ ହକି ଟିମରେ ମିଡ ଫିଲ୍ଡର ଭାବେ ସାମିଲ ହୋଇଥିଲେ ।

୧୯୭୨ ଅଲିମ୍ପିକ୍ସ, ୧୯୭୩ ଓ ୧୯୭୫ ବିଶ୍ୱକପ୍ ସେ ଖେଳିଛନ୍ତି । ୨୦ ନଭେମ୍ବର ୧୯୭୩ ମସିହାରେ ତକ୍ରାଳୀନ ରାଷ୍ଟ୍ରପତି ଡ. ଭି.ଭି.ଗିରିଙ୍କ ଦ୍ୱାରା ସେ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

ପରେ ସେ ନୌସେନା ଛାଡ଼ି ରେଳବାଇରେ କିଛି ବର୍ଷ କାମ କରିବା ପରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଚାକିରି କରିଥିଲେ ।

ଗତ କେଇ ମାସ ଧରି ସେ ଅସୁସ୍ଥ ହୋଇପଡ଼ିଥିବା ବେଳେ ଆଜି ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ରାଉରକେଲା

ରାଉରକେଲାରେ ହେବ ଦେଶର ସର୍ବବୃହତ ହକି ଷ୍ଟାଡିୟମ, ୨୦୨୩ ବିଶ୍ୱକପ୍ ପ୍ରସ୍ତୁତି

December 24, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୨୪(ଲୋକାଲ ୱାୟାର): ରାଉରକେଲାରେ ୨୦ ହଜାର ଦର୍ଶକ କ୍ଷମତାର ଏକ ବିଶ୍ୱସ୍ତରୀୟ ତଥା ଦେଶର ସର୍ବର୍ବୃହତ ହକି ଷ୍ଟାଡିୟମ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କହିଛନ୍ତି ।

ଏହି ହକି ଷ୍ଟାଡିୟମ ବିଶ୍ୱର ଅନ୍ୟ ଷ୍ଟାଡିୟମ ପାଇଁ ଉଦାହରଣ ପାଲଟିବ । ବିଜୁ ପଟ୍ଟନାୟକ ୟୁନିଭରସିଟି ଆଣ୍ଡ ଟେକ୍ନୋଲୋଜି କ୍ୟାମ୍ପସ ପରିସରରେ ୧୫ ଏକର ପରିମିତ ଜମିରେ ଏହି ଷ୍ଟାଡିୟମ ଛିଡ଼ା ହେବ ବୋଲି ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୩ ବିଶ୍ୱକପ୍ ହକି ଟୁର୍ଣ୍ଣାମେଣ୍ଟର ମ୍ୟାଚ ଗୁଡ଼ିକ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ଏହି ଷ୍ଟାଡିୟମରେ ଅନୁଷ୍ଠିତ ହେବ ।

ସୁନ୍ଦରଗଡ଼ ଜିଲ୍ଲା ହକିର ଏକ ପାୱାର ହାଉସ୍ ଏବଂ ଏହି ଜିଲ୍ଲାରୁ ଅନେକ ହକି ଖେଳାଳି ଆନ୍ତର୍ଜାତିକ ସ୍ତରରେ ଭାରତ ପ୍ରତିନିିଧିତ୍ୱ କରିଛନ୍ତି ।

ଦିଲ୍ଲୀପ ତିର୍କୀ ଏବଂ ସୁନିତା ଲାକ୍ରାଙ୍କ ନେତୃତ୍ୱରେ ଭାରତୀୟ ଦଳ ଦେଶ ପାଇଁ ଅନେକ ଗୌରବ ଆଣିପାରିଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାର ଲୋକଙ୍କ ନିକଟରେ ଥିବା ହକି ପ୍ରେମ ବିଶ୍ୱର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ ।

ଭାରତୀୟ ହକି ପ୍ରତି ସୁନ୍ଦରଗଡ଼ବାସୀଙ୍କ ଅବଦାନକୁ ସ୍ୱୀକୃତି ଜଣାଇ ଏହି ଆନ୍ତର୍ଜାତିକ ହକି ଷ୍ଟାଡିୟମ ନିର୍ମାଣ କରାଯିବ ।

ପ୍ରସ୍ତାବିତ ଷ୍ଟାଡିୟମରେ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ ଏବଂ ଏହା ଅନନ୍ୟ ଅଭିଜ୍ଞତା ଦେବ ।

ଏହା ଏହି ଅଞ୍ଚଳରେ କ୍ରୀଡ଼ା ମାନଚିତ୍ରକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେବ । ହକି ପାଇଁ ବିଶ୍ୱରେ ଏହା ସର୍ବଶ୍ରେଷ୍ଠ ଷ୍ଟାଡିୟମ ହେବ ବୋଲି ଆଶା କରାଯାଉଥିବା ସେ କହିଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ମଧ୍ୟ ଇତି ମଧ୍ୟରେ ସିନ୍ଥେଟିକ୍ ହକି ଟର୍ଫ ବିଛା କାମ ଆରମ୍ଭ ହୋଇସାରିଛି । ଯାହାକି ଜିଲ୍ଲାରେ ହକିର ବିକାଶକୁ ପ୍ରୋତ୍ସାହିତ କରିବ ।

ଉଲ୍ଲେଖଯୋଗ୍ୟ, ୨୦୨୩ ବିଶ୍ୱକପ୍ ହକି ପାଇଁ ପ୍ରସ୍ତୁତି ସ୍ୱରୂପ ଇତି ମଧ୍ୟରେ ହକି ଇଣ୍ଡିଆ, ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ଅଧିକାରୀମାନେ ଏକାଧିକବାର ରାଉରକେଲା ଗସ୍ତ କରି ସମୀକ୍ଷା କରିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ରାଉରକେଲା, ସୁନ୍ଦରଗଡ

ଜିଏସଟି ଠକେଇର ଗଡ଼ ପାଲଟିଛି ରାଉରକେଲା

December 16, 2020 By LocalWire Leave a Comment

ରାଉରକେଲା, ଡିସେମ୍ବର ୧୬ (ଲୋକାଲ ୱାୟାର): ଶହ ଶହ କୋଟି ଟଙ୍କାର ଜିଏସଟି (ବସ୍ତୁ ଓ ସେବା କର) ଠକେଇର ଗଡ ପାଲଟିଛି ଇସ୍ପାତ ନଗରୀ ରାଉରକେଲା ।

କୋଏଲ ନଗରର ଜଣେ ପରିବା ଦୋକାନୀଙ୍କୁ ୧୦୦ କୋଟି ଟଙ୍କାର ଜିଏସଟି ଠକେଇ ନୋଟିସ ମିଳିବାର ଦିନକ ପରେ ୩୦୦ କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗରେ ଜଣକୁ ଗିରଫ କରାଯାଇଛି ।

ଗରିବ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ନାମରେ କିଛି ଅସାଧୁ ବ୍ୟବସାୟୀ ନକଲି କମ୍ପାନୀ ଖୋଲି ଟଙ୍କା ନେଣଦେଣ କରୁଛନ୍ତି ।

ଅକ୍ଟୋବର ୨୩ରେ ରାଉରକେଲାର ୧୮ ଜଣଙ୍କ ବ୍ୟାଙ୍କ ଆକାଉଂଟ ମାଧ୍ୟମରେ ୪୨ କୋଟି ଟଙ୍କା ଟିକସ ଠକେଇ ଅଭିଯୋଗ ହୋଇଥିଲା ।

ସେହି ମାସରେ ରାଉରକେଲାର ସେକ୍ଟର ୨୦ରେ ରହୁଥିବା ଜଣେ ଡ୍ରାଇଭରଙ୍କ ବିରୋଧରେ ୨୩.୯୬ କୋଟି ଟଙ୍କାର ଜିଏସଟି ଓ ନକଲି ବିଲ୍ ଦ୍ୱାରା ୪.୩୧ କୋଟି ଟଙ୍କାର ସିଜିଏସଟି ଓ ଏସଜିଏସଟି ଠକେଇ ହୋଇଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ରାଉରକେଲା, ସୁନ୍ଦରଗଡ

ବିଶ୍ୱକପ୍ ପାଇଁ ନୂଆ ରୂପ ନେବ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍‌

December 10, 2020 By LocalWire Leave a Comment

ରାଉରକେଲା, ଡିସେମ୍ବର ୧୦(ଲୋକାଲ ୱାୟାର): ୨୦୨୩ ବିଶ୍ୱକପ୍ ହକି ପାଇଁ ରାଉରକେଲାର ସେକ୍ଟର-୫ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମକୁ ନୂଆ ରୂପ ଦିଆଯାଉଛି ଏବଂ ଗୁରୁବାର ହକି ଇଣ୍ଡିଆର ଛଅ ଜଣ ସଦସ୍ୟ ଷ୍ଟାଡିୟମ ବୁଲି ଭିତ୍ତିଭୂମିର ଅନୁଧ୍ୟାନ କରିଛନ୍ତି ।

ରାଉରକେଲାରେ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ ଓ ଇସ୍ପାତ ଷ୍ଟାଡିୟମ୍ ଏବଂ ପାଖ ଅଞ୍ଚଳକୁ ମିଶାଇ ମୋଟ ୮୫ ଏକର ପରିବ୍ୟାପ୍ତ ରହିଛି ।

ଷ୍ଟାଡିୟମରେ ପୁରୁଣା ଘରକୁ ଭଙ୍ଗାଯାଇ ତିନି ମହଲା କରାଯିବ ।

ଏବେ ୨୫ ହଜାର ଦର୍ଶକଙ୍କ ପାଇଁ ବ୍ୟବସ୍ଥା ଥିବା ବେଳେ ତାହା ୩୫ ହଜାରକୁ ବୃଦ୍ଧି କରାଯିବ ।

ଷ୍ଟାଡିୟମରେ ୩ଟି ଆଷ୍ଟ୍ରୋ ଟର୍ଫ ପଡ଼ିବ ଏବଂ ଲିଫ୍ଟ ଓ ଫ୍ଲଡ ଲାଇଟ ବ୍ୟବସ୍ଥା କରାଯିବ ।

ପାର୍କିଂ ଲାଗି ୬ଟି ସ୍ଥାନ ଚିହ୍ନଟ କରାଯାଇଛି ଏବଂ ପଡ଼ିଆରେ ମୋଟ ଆଠଟି ଗେଟ ରହିବ ।

ଗୁରୁବାର ଷ୍ଟାଡିୟମ ଅନୁଧ୍ୟାନ କରିଥିବା ଟିମରେ ହକି ଇଣ୍ଡିଆର ଯୁଗ୍ମ ନିର୍ଦ୍ଦେଶକ ବି. ନାଗ ଭୂଷଣ, ସିନିୟର ମ୍ୟାନେଜର ବିକ୍ରମ ପାଲ ସିଂହ, ସମନ୍ୱୟ କମିଟିର ମ୍ୟାନେଜର ଆଜାଦ ଆଜମୀ, ଭିତ୍ତିଭୂମି କମିଟି ସଦସ୍ୟ ଦୀପ୍ତି ଦାଶ, ସ୍ୱାଗତ ସିଂହ ଓ ଶେଖ ଅବଦୁଲ ପ୍ରମୁଖ ଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ରାଉରକେଲା

ରାଉରକେଲାରେ ପ୍ଲାଷ୍ଟିକ୍ ଗଦାରେ ଭୟଙ୍କର ଅଗ୍ନିକାଣ୍ଡ

November 19, 2020 By LocalWire Leave a Comment

ରାଉରକେଲା, ନଭେମ୍ବର ୧୯(ଲୋକାଲ ୱାୟାର): ରାଉରକେଲାର ଉଦିତନଗରର ଏକ ପଡ଼ିଆରେ ଥିବା ପ୍ଲାଷ୍ଟିକ୍ ପାଇପ ଗଦାରେ ଗୁରୁବାର ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି ।

ଉଦିତନଗରର ଏହି ପଡ଼ିଆ ଚତୁଃପାର୍ଶ୍ଵରେ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ରହିଛି ।

ପୂର୍ବାହ୍ନରେ ଅଚାନକ ପ୍ଲାଷ୍ଟିକ୍ ଗଦାରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । କିଛି ସମୟ ମଧ୍ୟରେ ତାହା ଭୟଙ୍କର ହୋଇଥିଲା ।

ଆକାଶକୁ ଉଠୁଥିବା କଳାଧୂଆଁ ବହୁ କିଲୋମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇଥିଲା । ଅଗ୍ନିଶମ ବାହିନୀର ଏକାଧିକ ଗାଡ଼ି ପହଞ୍ଚି ନିଆଁକୁ ଆୟତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।

ଏଲ ଆଣ୍ଡ ଟି କମ୍ପାନି ପକ୍ଷରୁ ଏଠାରେ ପ୍ଲାଷ୍ଟିକ୍ ପାଇପ ଗଚ୍ଛିତ କରି ରଖାଯାଇଥିଲା ବୋଲି ଜଣାପଡ଼ିଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ରାଉରକେଲା, ସୁନ୍ଦରଗଡ

ପାକିସ୍ତାନରୁ ଫେରିଥିବା ବିରଜୁଙ୍କୁ ଜନ୍ମମାଟିରେ ସ୍ୱାଗତ

November 13, 2020 By LocalWire Leave a Comment

ରାଉରକେଲା, ନଭେମ୍ବର ୧୩(ଲୋକାଲ ୱାୟାର): ପାକିସ୍ତାନ ଜେଲରେ ୨୦ ବର୍ଷ ରହିବ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିବା ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକର ବିରଜୁ କୁଲୁଙ୍କୁ ଶୁକ୍ରବାର ତାଙ୍କ ଜନ୍ମମାଟିରେ ଅଞ୍ଚଳବାସୀ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି ।

ଗତ ଅକ୍ଟୋବର ୨୬ ତାରିଖରେ ଭାରତକୁ ପ୍ରତ୍ୟର୍ପିତ ହୋଇଥିବା ବିରଜକୁ ପଞ୍ଜାବର ଅମୃତସରସ୍ଥିତ ପାରାୟଣଗଡ଼ କୋଭିଡ ସେଣ୍ଟରରେ ଚିକିତ୍ସାଧୀନ ଥିଲେ ।

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କୁତ୍ରାର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମଦନ ସିଂ ତାଙ୍କୁ ଆଣିବାକୁ ଯାଇଥିଲେ ।

ଶୁକ୍ରବାର ପୂର୍ବାହ୍ନରେ ଏକ ସ୍ୱତନ୍ତ୍ର ଗାଡ଼ିରେ ବିରଜୁ ନିଜ ଗ୍ରାମ ତଥା କୁତ୍ରା ବ୍ଲକ ଅନ୍ତର୍ଗତ କଟଙ୍ଗର ଜଙ୍ଗାଟୋଲିରେ ପହଞ୍ଚିଥିଲେ ।

ବିରଜୁଙ୍କ ପରିବାର, ସମ୍ପର୍କୀୟ, ଅଞ୍ଚଳବାସୀ ଏବଂ ପ୍ରଶାସନିକ ଅଧିକାରୀମାନେ ଉତ୍ସୁକତାର ସହ ଅପେକ୍ଷା କରି ରହିଥିଲେ । ତାଙ୍କୁ ସ୍ୱାଗତ କରିବାକୁ ନାଚଗୀତର ଭବ୍ୟ ଆୟୋଜନ ମଧ୍ୟ କରାଯାଇଥିଲା ।

ବିରଜୁଙ୍କ ବାପା-ମା’ ନଥିବା ବେଳେ ଉଭଣୀ ବିବାହ କରି ଅନ୍ୟତ୍ର ରହୁଛନ୍ତି । ଗାଁରେ କେବଳ ବଡ଼ବାପାଙ୍କ ପୁଅ ଓ କାକାଙ୍କ ପୁଅ ରହୁଛନ୍ତି ।

ବିରଜୁଙ୍କର ନିଜର ଘର ନାହିଁ । ତେଣୁ ପ୍ରଶାସନ ତାଙ୍କ ପାଇଁ ଘର, ରାସନ ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବ ବୋଲି ସ୍ଥାନୀୟ ବିଡିଓ ମାନସ ରଞ୍ଜନ ରାୟ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ରାଉରକେଲା, ସୁନ୍ଦରଗଡ

ଘରକୁ ଫେରିଲେ ରାଉରକେଲାର ଅପହୃତ ଶିଳ୍ପପତି

November 12, 2020 By LocalWire Leave a Comment

ରାଉରକେଲା, ନଭେମ୍ବର ୧୨ (ଲୋକାଲ ୱାୟାର): ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ନିକଟରୁ ଗତ ଶନିବାର ନିଖୋଜ ଥିବା ଶିଳ୍ପପତି ପ୍ରଦୀପ କୁଣ୍ଡୁ ଗତକାଲି (ବୁଧବାର) ବିଳମ୍ବିତ ରାତିରେ ନିଜ ଘରକୁ ଫେରିଛନ୍ତି ବୋଲି ସୁନ୍ଦରଗଡ଼ ଏସପି ଗୁରୁବାର ସୂଚନା ସୂଚନା ଦେଇଛନ୍ତି ।

ସେ କେମିତି ଆସିଲେ, କେଉଁଠୁ ଆସିଲେ , ତାଙ୍କ ସହିତ କ’ଣ ହୋଇଥିଲା ସେ ନେଇ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ ବୋଲି ଏସପି କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ପ୍ରଦୀପ ନଭେମ୍ବର ୭ ତାରିଖ ଅପରାହ୍ଣରେ କୁଆଁରମୁଣ୍ଡା ବିଜାବାହାଲସ୍ଥିତ ନିଜ କ୍ରସରକୁ କୌଣସି କାମରେ ଯାଇ ସନ୍ଧ୍ୟାରେ ଘର ଅଭିମୁଖେ ବାହାରିଥିଲେ ।

କିନ୍ତୁ ସେ ଘରେ ନପହଞ୍ଚିବାରୁ ସେହି ଦିନ ରାତିରେ ତାଙ୍କ ପରିବାର ପକ୍ଷରୁ ବୀରମିତ୍ରପୁର ଥାନାରେ ଅଭିଯୋଗ ଦିଆଯାଇଥିଲା।

ପୁଲିସ ଟିମ୍ ତଲାସୀ ଅଭିଯାନ ଚଳାଇବା ବେଳେ ବିଜାବାହାର କ୍ରସରଠାରୁ କିଛି ଦୂରରେ ପ୍ରଦୀପଙ୍କ କାର, ମୋବାଇଲ ଫୋନ୍ ଏବଂ ଇଂଜେକ୍ସନ ସିରିଞ୍ଜ ମିଳିଥିଲା ।

ତେଣୁ ତାଙ୍କୁ ଅପହରଣ କରାଯାଇଥିବା ସନ୍ଦେହ ହୋଇଥିଲା ।

ପରେ ଅପହର୍ତ୍ତାମାନେ ଗତ ରବିବାର ମଧ୍ୟାହ୍ନରେ ପ୍ରଦୀପଙ୍କ ପତ୍ନୀଙ୍କୁ ଫୋନ୍ କରି ୧ କୋଟି ଟଙ୍କା ଦାବି କରିଥିବା ପୁଲିସକୁ ସୂଚନା ଦେଇଥିଲେ ।

ନିଖୋଜ ପ୍ରଦୀପଙ୍କୁ ଠାବ କରିବା ଲାଗି ପୁଲିସ ଦୁଇଟି ଟିମ୍ ଗଠନ କରି ତଦନ୍ତ ଚଳାଇଥିବା ବେଳେ ଗତରାତି ସେ ଘରକୁ ଫେରିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ରାଉରକେଲା, ସୁନ୍ଦରଗଡ

ଡ୍ରାଇଭରଙ୍କର ନାଁରେ ୨୮ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ ଅଭିଯୋଗ

October 29, 2020 By LocalWire Leave a Comment

ରାଉରକେଲା, ଅକ୍ଟୋବର ୨୯ (ଲୋକାଲ ୱାୟାର) : ରାଉରକେଲାରେ ଜଣେ ଡ୍ରାଇଭର ୨୮ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ କରିଥିବା ଅଭିଯୋଗରେ କଟକ ସେଣ୍ଟ୍ରାଲ ଜିଏସଟି କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।

ଆର୍.ପି ଏଣ୍ଟରପ୍ରାଇଜେସ୍ ନାଁ ରେ ଫେକ କମ୍ପାନୀ ଖୋଲି ଫେକ ଇନଭଏସ, ଫେକ ବିଲ କରି ୨୮ କୋଟି ୨୮ଲକ୍ଷ ଟଙ୍କାର ଠକେଇ ନେଇ ନୋଟିସ୍ ହୋଇଛି।

ଏହି ଡ୍ରାଇଭର ଜଣକ ହେଲେ ରାଉରକେଲା ସେକ୍ଟର-୨୦ ସି ବ୍ଲକ କ୍ବାଟର୍ ନଂ-୧୭ରେ ରହୁଥିବା ରାଜେନ୍ଦ୍ର ପଲେଇ ।

ଏ ବାବଦରେ ଡ୍ରାଇଭରଙ୍କୁ ୪ କୋଟି ଟଙ୍କାର ଜୋରିମାନା ଦେବାକୁ ମଧ୍ୟ ନୋଟିସ୍ କରାଯାଇଛି।

ତେବେ ଜିଏସଟି ଠକେଇ ସମ୍ପର୍କରେ ରାଜେନ୍ଦ୍ର କିଛି ଜାଣିନଥିବା କହିଛନ୍ତି। ତାଙ୍କ ନାଁକୁ ବ୍ୟବହାର କରି ଆଉ କେହି ଏଭଳି ଠକେଇ କରିଥିବା ସେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ଜିଏସଟି ବିଭାଗ ତଦନ୍ତ କରୁଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ରାଉରକେଲା, ସୁନ୍ଦରଗଡ

ରାଉରକେଲାରେ ୧୨ କୋଟିର ଜିଏସଟି ଠକେଇ ଅଭିଯୋଗ

October 21, 2020 By LocalWire Leave a Comment

ରାଉରକେଲା, ଅକ୍ଟୋବର ୨୧ (ଲୋକାଲ ୱାୟାର) : ରାଉରକେଲାରେ ନିର୍ମାଣ ଶ୍ରମିକଙ୍କ ଜାଲ କାଗଜ ପତ୍ର ଦେଇ ୧୨ କୋଟି ଟଙ୍କାର ଜିଏସ୍‌ଟି ଠକେଇ ହୋଇଥିବା ନେଇ ଅଭିଯୋଗ ହେବା ପରେ ଜିଏସ୍‌ଟି ବିଭାଗ ତଦନ୍ତ ଆରମ୍ଭ କରିଛି ବୋଲି ବୁଧବାର ଜଣେ ଅଧିକାରୀ କହିଛନ୍ତି ।

ନିର୍ମାଣ ଶ୍ରମିକଙ୍କ ନାଁରେ ଜାଲ୍ କାଗଜପତ୍ର ଦେଇ ବିଭିନ୍ନ କମ୍ପାନୀ ଖୋଲି ଏହି ଠକେଇ ହୋଇଛି ।

ଜାଲ୍ ଆକାଉଣ୍ଟ ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କରେ ମିଡଟାଉନ୍ ଶାଖାରେ ଖୋଲାଯାଇଥିବା ସୂଚନା ମିଳିଛି ।

ଏଥିରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ସନ୍ଦେହ କରାଯାଉଛି । ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ଖୋଳତାଡ ଆରମ୍ଭ ହୋଇଛି ।

ରାଉରକେଲା ସହରର ବସ୍ତି ଅଞ୍ଚଳରେ ରହୁଥିବା ବିଶ୍ୱଜିତ୍ ତାଣ୍ଡିଆଙ୍କ ନାଁରେ ଜାଲ୍ ଆକାଉଣ୍ଟ ଖୋଲା ଯାଇଥିବା ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ଏହାର ପରେ ସାଙ୍ଘାତିକ ସତ ସାମ୍ନାକୁ ଆସିଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ରାଉରକେଲା

ରାଉରକେଲାର ସୋଏବ ଅଫତାବ୍ ଦେଶରେ ନିଟ୍ ଟପ୍ପର, ଶତ ପ୍ରତିଶତ ନମ୍ବର ରଖିଛନ୍ତି

October 16, 2020 By LocalWire Leave a Comment

ଭୁବନେଶ୍ୱର, ଅକ୍ଟୋବର ୧୬(ଲୋକାଲ ୱାୟାର): ରାଷ୍ଟ୍ରୀୟ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ)ଦ୍ୱାରା ଆୟୋଜିତ ନିଟ୍ ୟୁଜି(ସ୍ନାତକ) ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଥିବା ବେଳେ ରାଉରକେଲାର ଛାତ୍ର ସୋଏବ ଅଫତାବ୍ (୧୮ ବର୍ଷ) ମୋଟ ୭୨୦ ନମ୍ବରରୁ ୭୨୦ (ଶତ ପ୍ରତିଶତ ) ନମ୍ବର ରଖି ସମଗ୍ର ଦେଶରେ ଟପ୍ପର ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।

ରାଉରକେଲାର ଆଜାଦ ବସ୍ତିର ବାସିନ୍ଦା ଶେଖ ମହମ୍ମଦ ଆବାସଙ୍କ ପୁଅ ସୋଏବ ରାଉରକେଲାର ଡିସୁଜା ସ୍କୁଲରୁ ଦଶମ ଶ୍ରେଣୀ ପାଠ ଶେଷ କରିବା ପରେ ଏବେ ରାଜସ୍ଥାନର କୋଟାର ଏକ ଘରୋଇ ବିଦ୍ୟାଳୟରେ ଯୁକ୍ତ ଦୁଇରେ ଅଧ୍ୟୟନରତ ।

ବାପା ଇଟାବାଲି ବ୍ୟବସାୟ କରି ଯାହା ରୋଜଗାର କରୁଥିଲେ ପୁଅର ପାଠପଢ଼ାରେ ଖର୍ଚ୍ଚ କରିବାକୁ କାର୍ପଣ୍ୟ କରୁ ନଥିଲେ ।

ଏପରିକି ସୋଏବଙ୍କ ପାଠପଢ଼ାରେ ଯେପରି ଅସୁବିଧା ନ ହେବ ସେଥିପାଇଁ ତାଙ୍କ ମା’ ଓ ସାନ ଭଉଣୀ ମଧ୍ୟ କୋଟାରେ ଘରଭଡ଼ା ନେଇ ରହୁଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ରାଉରକେଲା

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 19
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire