• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ରାୟଗଡା

କୁକୁଡା ଫାର୍ମରେ ଅଗ୍ନିକାଣ୍ଡ ଘଟି ଜଣେ ମୃତ, ୨୦୦ କୁକୁଡା ନଷ୍ଟ

January 28, 2019 By LocalWire Leave a Comment

ରାୟଗଡା, ଜାନୁଆରୀ ୨୮ (ଲୋକାଲ ୱାୟାର): ଜିଲ୍ଲାର ଚନ୍ଦ୍ରଗିରି ଗାଁରେ ଏକ କୁକୁଡା ଫାର୍ମରେ ନିଆଁ ଲାଗିଯିବା କାରଣରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ପୁଲିସ ସୋମବାର କହିଛି ।

ଏହି ଅଗ୍ନିକାଣ୍ଡରେ ଅନ୍ୟ ଜଣେ ବ୍ୟକ୍ତି ପୋଡି ଗୁରୁତର ଆହତ ହୋଇଥିବା ବେଳେ ପ୍ରାୟ ୨୦୦ କୁକୁଡା ପୋଡି ଯାଇଛନ୍ତି ।

ରାତି ପ୍ରାୟ ୧.୩୦ ବେଲେ କୌଣସି କାରଣରୁ ନିଆଁ ଲାଗିଯିବାରୁ ଫାର୍ମରେ ଶୋଇଥିବା ଦୁଇ ତତ୍ତ୍ଵାବଧାରକଙ୍କ ମଧ୍ୟରୁ ଗୋକୁଳ ଚନ୍ଦ୍ର ଦୋରାଙ୍କର ମୃତ୍ୟୁ ଘଟିଥିବା ବେଳେ ଭାଗିରଥୀ ପରିଚ୍ଛା ଗୁରୁତର ଆହତ ହୋଇଛନ୍ତି ।

ଆହତ ଶ୍ରୀଯୁକ୍ତ ପରିଚ୍ଛାଙ୍କୁ ପ୍ରଥମେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ବ୍ରହ୍ମପୁରସ୍ଥିତ ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି ।

ଲୋକାଲ ୱାୟାର

Filed Under: Odia Tagged With: ରାୟଗଡା

ରେଳ ଧାରଣାରେ ଫାଟ, ମରାମତି ପରେ ରେଳ ଚଳାଚଳ

January 10, 2019 By LocalWire Leave a Comment

ରାୟଗଡ଼ା,ଜାନୁଆରୀ ୧୦(ଲୋକାଲ ୱାୟାର) ରାୟଗଡ଼ା ଜିଲ୍ଲାର ସିଙ୍ଗାପୁରମ ରେଳ ଷ୍ଟେସନ ଠାରେ ରେଳ ଧାରଣାରେ ଦେଖା ଦେଇଥିବା ଫାଟର ମରାମତି ପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିବା କହିଛନ୍ତି ରେଳବାଇର ଜନୈିକ ଅଧିକାରୀ ।

ଗୁରୁବାର ସକାଳେ ରାୟଗଡ଼ା ଷ୍ଟେସନ ଠାରୁ ୧୦ କିଲୋମିଟର ଦୂର ସିଙ୍ଗାପୁରମ ଷ୍ଟେସନ ଠାରେ ପ୍ଲାଟଫର୍ମ ନଂ ୧ ପାଖ ରେଳ ଧାରଣାରେ ଫାଟ ଥିବା ଜଣେ ଲାଇନ୍ସ ମ୍ୟାନ ଦେଖିବାକୁ ପାଇଥିଲେ ।

ସେ ସଙ୍ଗେ ସଙ୍ଗେ ଏ ସମ୍ପର୍କରେ ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ । ଏହି ସମୟରେ ସେହି ରୁଟରେ ଆସୁଥିବା ଦୁର୍ଗ-ବିଶାଖାପଟ୍ଟନମ ପାସେଞ୍ଜର ଟ୍ରେନକୁ ତତକ୍ଷଣାତ ପୂର୍ବରୁ ଅଟକାଇ ଦିଆଯାଇଥିଲା ।

ଇଞ୍ଜିନିୟରମାନେ ପହଞ୍ଚି ଟ୍ରାକ ମରାମତି କରିବା ପରେ ପ୍ରାୟ ଅଧଘଣ୍ଟା ମଧ୍ୟରେ ଟ୍ରେନଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଶୀତ ଦିନେ ସାଧାରଣତଃ ରେଳଧାରଣାରେ ଏପରି ଫାଟ ହୋଇଥାଏ ବୋଲି ଷ୍ଟେସନ ମାଷ୍ଟର କହିଛନ୍ତି ।

ସ୍ମରଣଯୋଗ୍ୟ, ଗତ ଡିସେମ୍ବର ୨୫ ତାରିଖରେ ରାୟଗଡ଼ା ଷ୍ଟେସନ ପାଖରେ ଏହିପରି ଟ୍ରାକରେ ଫାଟ ଦେଖା ଦେବାରୁ ହୀରାଖଣ୍ଡ ଟ୍ରେନକୁ ଘଣ୍ଟାଧିକ କାଳ ଅଟକି ରହିବାକୁ ପଡ଼ିଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ରାୟଗଡା

ଦୁର୍ଘଟଣାରୁ ବର୍ତ୍ତିଲା ହୀରାଖଣ୍ଡ ଏକ୍ସପ୍ରେସ୍

December 25, 2018 By LocalWire Leave a Comment

ରାୟଗଡ଼ା,ଡିସେମ୍ବର ୨୫(ଲୋକାଲ ୱାୟର) ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ ସୋମବାର ସକାଳେ ଅଳ୍ପକେ ଏକ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଯାତ୍ରୀମାନେ ପ୍ରକାଶ କରିଛନ୍ତି ।

ରାୟଗଡ଼ା ଜିଲ୍ଲାର ସିଙ୍ଗାପୁର ଷ୍ଟେସନରେ ବୈଷ୍ଣବ ଗୌଡ଼ ନାମକ ସିଗନାଲ ମ୍ୟାନ୍ ରେଳ ଧାରଣାରେ ଏକ ଫାଟ ହୋଇଥିବା ଦେଖିବା ପରେ ତୁରନ୍ତ ଷ୍ଟେସନ ମାଷ୍ଟରଙ୍କୁ ଅବଗତ କରାଇଥିଲେ । ଷ୍ଟେସନ ମାଷ୍ଟର ଜରୁରି ପଦକ୍ଷେପ ନେଇ ହୀରାଖଣ୍ଡକୁ ଅଟକାଇଥିଲେ ।

ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ଟ୍ରାକ ମରାମତି ହୋଇଥିଲା ଏବଂ ପ୍ରାୟ ଦେଢ଼ ଘଣ୍ଟା ପରେ ଟ୍ରେନଟି ପୁନର୍ବାର ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଥିଲା ।

ତେବେ ସାଧାରରତଃ ଶୀତଦିନେ ଅତ୍ୟଧିକ ଥଣ୍ଡାରେ ଏପରି ଭାବେ ଟ୍ରାକରେ ଫାଟ ସୃଷ୍ଟି ହେବା ଏକ ସାଧାରଣ ଘଟଣା । ତେଣୁ ଏଥିପାଇଁ ନିମୟିତ ପାଟ୍ରୋଲ ମ୍ୟାନକୁ ମୁତୟନ କରାଯାଇଥାଏ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

ଲୋକାଲ ୱାୟର

Filed Under: Odia Tagged With: ରାୟଗଡା

ପୁଣି ବଜ୍ରକାପ୍ତା ଜବତ୍, ଗୁଣୁପୁରରେ ୫ ଗିରଫ

December 23, 2018 By LocalWire Leave a Comment

ରାୟଗଡ଼ା, ଡିସେମ୍ବର ୨୩(ଲୋକାଲ ୱାୟର) ମୟୁରଭଞ୍ଜ ଏବଂ ନବରଙ୍ଗପୁର ଜିଲ୍ଲା ପରେ ଏବେ ପୁଣି ରାୟଗଡ଼ା ଜିଲ୍ଲାର ଗୁଣୁପୁରରେ ରବିବାର ପୁଲିସ ଓ ବନବିଭାଗ ଅଧିକାରୀମାନେ ଏକ ବଜ୍ରକାପ୍ତା ର‌୍ୟାକେଟ ଉପରେ ଚଢାଉ କରି ଗୋଟିଏ ବଜ୍ରକାପ୍ତା ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ପୁଲିସ ଓ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ପାଟ୍ରେଲିଂ କରୁଥିବା ବେଳେ ଏକ କାରରେ ୫ ଜଣ ସନ୍ଦିଗ୍ଧଙ୍କୁ ଦେଖି ଅଟକାଇଥିଲେ । ସେମାନଙ୍କ ମଧ୍ୟରେ ଆନ୍ଧ୍ରର ପଲାସାରୁ ଆସିଥିବା ଦୁଇ ଜଣ ମହିଳା ମଧ୍ୟ ଥିଲେ । ଟିମ୍ ଗୋଟିଏ ବଜ୍ରକାପ୍ତା ଓ କାରକୁ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି । ଜବତ କାରଟି ଭୁବନେଶ୍ୱରରେ ପଂଜିକୃତ ହୋଇଥିବା ଜଣାପଡ଼ିଛି ।

ସ୍ମରଣଯୋଗ୍ୟ, ଏହା ପୂର୍ବରୁ କ୍ରାଇମବ୍ରାଞ୍ଚର ଏସଟିଏଫ ନବରଙ୍ଗପୁରର ଉମରକୋଟ ଓ ମୟୁରଭଞ୍ଜର ଉଦଳାରୁ ବଜ୍ରକାପ୍ତା ଚଲୋଣ ର‌୍ୟାକେଟର ସଦସ୍ୟମାନଙ୍କୁ ଗିରଫ କରିବା ସହ କେତୋଟି ବଜାକାପ୍ତା ଜବତ କରିଥିଲେ ।

ଲୋକାଲ ୱାୟର

Filed Under: Odia Tagged With: ରାୟଗଡା

ସେଲ୍ଫି ନେଉଥିବା ବେଳେ ନଦୀକୁ ଖସି ଯୁବକଙ୍କ ମୃତ୍ୟୁ

November 6, 2018 By LocalWire Leave a Comment

ରାୟଗଡ଼ା, ନଭେମ୍ବର ୬ (ଲୋକାଲ ୱାୟର) ରାୟଗଡ଼ାରେ ନାଗାବଳୀ ନଦୀ ଉପରେ ମଙ୍ଗଳବାର ସକାଳେ ଜଣେ ଯୁବକ ସେଲ୍ଫି ନେଉଥିବା ବେଳେ ନଦୀକୁ ଖସି ପ୍ରାଣ ହରାଇଥିବା କହିଛନ୍ତି ସ୍ଥାନୀୟ ଜଣେ ପୁଲିସ ଅଧିକାରୀ ।

ଆନ୍ଧ୍ର ପ୍ରଦେଶ ବିଜୟନଗରମର ଟି. ଗଙ୍ଗାରାଜୁ ମଙ୍ଗଳ ସକାଳେ କେତେକ ବନ୍ଧୁମାନଙ୍କ ସହ ରାୟଗଡ଼ାର ମଝିଘରିଆଣୀ ମନ୍ଦିର ବୁଲିବାକୁ ଆସିଥିଲେ । ମନ୍ଦିର ବୁଲିବା ପରେ ସେ ନାଗାବଳୀ ନଦୀ ଉପରେ ଥିବା ଝୁଲା ପୋଲ ବୁଲିବାକୁ ଯାଇଥିଲେ । ସେଠାରେ ସେ ମୋବାଇଲ ଫୋନରେ ସେଲଫି ନେଉଥିବା ବେଳେ ଅଚାନକ ନଦୀ ମଧ୍ୟକୁ ଖସି ପଡ଼ିଥିଲେ ।

ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ତାଙ୍କୁ ନଦୀରୁ ଉଦ୍ଧାର କରିଥିଲେ ମଧ୍ୟ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା ।

ଲୋକାଲ ୱାୟର

Filed Under: Odia Tagged With: ଓଡିଶା, ରାୟଗଡା

ରୋଗ ପାଇଁ ହାତ ହରାଇଥିବା ଯୁବତୀ ପାଇବେ କୁତ୍ରିମ ହାତ

October 29, 2018 By LocalWire Leave a Comment

କଟକ,ଅକ୍ଟୋବର ୨୯ (ଲୋକାଲ ଓ୍ବାୟର) ଗୁରୁତର ରୋଗଯୋଗୁଁ ଜଣେ ଯୁବତୀ ଡାହାଣ ହାତ ହରାଇଥିବା ବେଳେ ଉକ୍ତ ସ୍ଥାନରେ ଏକ କୁତ୍ରିମ ହାତ ଲଗାଇବା ପାଇଁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସସିବି)ର ପ୍ଲାଷ୍ଟିକ ସର୍ଜରୀ ବିଭାଗ ପଦକ୍ଷେପ ନେଉଥିବା ସୋମବାର ସୂଚନା ଦେଇଛି ।

ହସ୍ପିଟାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗର ର ୧୨ ନମ୍ବର ଶଯ୍ୟାରେ ଚିକିତ୍ସିତ ହେଉଥିବା ମିତା ଶବରଙ୍କ ଡାହାଣ ହାତ ଅସ୍ବାଭାବିକ ଭାବେ ବୃଦ୍ଧିପାଇଥିଲା। ଉପାନ୍ତ ରାୟଗଡା ଜିଲ୍ଲା ପଦ୍ମପୁର ପେରୁପାଙ୍ଗ ଗ୍ରାମର ଏହି ଯୁବତୀ ପିଲାଦିନରୁ ମା ଓ ବାପାଙ୍କୁ ହରାଇଥିଲେ । ତାଙ୍କର ଭରଣ ପୋଷଣ ପାଇଁ ବଡ ଭଉଣୀ ସମସ୍ତ ଦାୟିତ୍ୱ ବହନ କରିଥିଲେ ।

ମାତ୍ର ମିତାଙ୍କୁ ସାତ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ଡାହଣ ହାତର ମାଂସ ଦିନକୁ ଦିନ ବଢିବାର ଲାଗିଥିଲା । ମାଂସ ଏପରି ବଢିଲା ଯେ ବାମ ହାତର ଠାରୁ ଡାହାଣ ହାତ ଦୁଇ ଗୁଣ ଅଧିକ ଓଜନ ହୋଇଗଲା ହାତର ଓଜନ ବେକ ଉପରେ ପ୍ରଭାବ ପକାଇଲା । ଏହି ଓଜନିଆ ହାତକୁ ନେଇ ଯାତାୟତ କରିବା ତାଙ୍କ ପାଇଁ ଅସମ୍ଭବ ଥିଲା । ଶେଷରେ ସେ ପାଠ ପଢିବା ଛାଡିଦେଲେ ।

ଖାଇବା ପିଇବା ଓ ଚଲାବୁଲା ଉପରେ ଏହାର ମଧ୍ୟ ପ୍ରଭାବ ପଡିଥିଲା । ଆର୍ଥିକ ଦ୍ରୁଷ୍ଟିରୁ ସ୍ବଚ୍ଛଳ ନ ଥିବାରୁ ତାଙ୍କ ଚିକିତ୍ସା ହୋଇପାରୁ ନଥିଲା। ଗ୍ରାମର କିଛି ସାମାଜିକ କର୍ମୀଙ୍କ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଏହି ରୋଗର ନିରାକରଣ ପାଇଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ସେପରି ସୁବିଧା ନଥିଲା ।

ଚିକିତ୍ସାଳୟର ସିଡିଏମଓ ତାଙ୍କୁ ବଡ ଡାକ୍ତର ଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରିଥିଲେ । ଅଗଷ୍ଟ ମାସରୁ ତାଙ୍କୁ ଏସସିବିର ପ୍ଲାଷ୍ଟିକ ସର୍ଜରୀରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପ୍ଲାଷ୍ଟିକ ସର୍ଜରୀର ବିଭାଗୀୟ ମୁଖ୍ୟ ପ୍ରଫେସର ଅନ୍ନଦା ପଟ୍ଟନାୟକଙ୍କ ନେତୃତ୍ୱରେ ମିତାଙ୍କ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଥିଲା ।

ଏହି ରୋଗଟି କଣ ସେ ସମ୍ପର୍କରେ ଗବେଷଣା ଚାଲିବା ସହ ତାଙ୍କ ଚିକିତ୍ସା ପାଇଁ ହାତରୁ ମାଂସ ସଂଗ୍ରହ କରାଯାଇ ବାୟୋପିସ,ଏଫଏନଏସି, ସିଟି ସ୍କାନ, ଏକ୍ସରେ, ଥାଇରଡ ଆଦି ବିଭିନ୍ନ ପରୀକ୍ଷା କରଯାଇଥିଲା । ପରୀକ୍ଷାରୁ ଜଣା ପଡିଥିଲା ଯେ, ଏହି ରୋଗ ପ୍ଲେକ୍ସିଫର୍ମ ନ୍ୟୁଫାଇବ୍ରୋମା ।

ଏହା ଜଣାପଡିବା ପରେ ଡାହଣ ହାତର ମାଂସ ପିଣ୍ଡୁଳାର କିଛି ଅଂଶ ପ୍ରଥମେ ଅସ୍ତ୍ରପଚାର କରାଯାଇ କଟାଯାଇଥିଲା । ହାତକୁ ରକ୍ଷା କରିବା ପାଇଁ ଡାକ୍ତରୀ ଟିମ ବହୁ ଚେଷ୍ଟା କରିଥିଲେ । ମାତ୍ର ଅପରେସନ ପରେ ହାତ ସଂକ୍ରମିତ ହେବାରୁ ତାଙ୍କର ଅବସ୍ଥା ଗୁରୁତର ହେବାରେ ଲାଗିଥିଲା । ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଦ୍ୱିତୀୟ ଥର ପାଇଁ ଡାକ୍ତରୀ ଟିମ ଅସ୍ତ୍ରପଚାର କରିଥିଲେ ।

ଏହି ଅସ୍ତ୍ରପଚାରରେ ପ୍ରାୟ ତେର କେଜି ମାଂସ ଥିବା ମିତାଙ୍କ ଡାହଣ ହାତକୁ ସମ୍ପୂର୍ଣ୍ଣ ଭାବେ କାନ୍ଧ ନିକଟରୁ ଅଲଗା କରି ଦିଆଯାଇଛି । ମିତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି । କିଛି ଦିନ ଚିକିତ୍ସାଧିନ ରହିବା ପରେ ତାଙ୍କର କୃତ୍ରିମ ହାତ ଲଗାଯିବ ।

ଏହି କୃତ୍ରିମ ହାତ ସାହାଯ୍ୟରେ ମିତା ସମସ୍ତ କାର୍ଯ୍ୟ କରି ପାରିବେ। ତାଙ୍କୁ ସରକାରୀ ସ୍ତରରେ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ମେଡିକାଲ କର୍ତ୍ତୃପକ୍ଷ ଲୋକାଲ ଓ୍ବାୟରକୁ କହିଛନ୍ତି ।

ଲୋକାଲ ଓ୍ବାୟର

Filed Under: Odia Tagged With: ଓଡିଶା, କଟକ, ରାୟଗଡା, ସ୍ୱାସ୍ଥ୍ୟ

  • « Go to Previous Page
  • Go to page 1
  • Interim pages omitted …
  • Go to page 15
  • Go to page 16
  • Go to page 17

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire