• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ରାୟଗଡା

ରାୟଗଡ଼ା ସିଡିଏମଓଙ୍କ ସମେତ ଅଫିସର ସମସ୍ତ କର୍ମଚାରୀ କ୍ୱାରେଣ୍ଟାଇନରେ

June 10, 2020 By LocalWire Leave a Comment

ରାୟଗଡ଼ା, ଜୁନ୍ ୧୦(ଲୋକାଲ ୱାୟାର): ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ)ଙ୍କ ସମେତ ତାଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଥିବା ବୁଧବାର କହିଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ।

ସିଡିଏମଓଙ୍କ କାର୍ଯ୍ୟାଳୟର ଜଣେ ଭ୍ୟାକ୍ସିନ୍ ଇନ୍ସପେକ୍ଟର କରୋନାରେ ଆକ୍ରାନ୍ତ ବୋଲି ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ସିଡିଏମଓଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି ।

ଉକ୍ତ କାର୍ଯ୍ୟାଳୟକୁ ମଧ୍ୟ ସାନିଟାଇଜ କରିବା ଦିଗରେ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତକାଲି ଭୁବନେଶ୍ୱର ଏମ୍ସରେ ମଧ୍ୟ ୪ ଜଣ ଡାକ୍ତର କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଥିଲେ ।

ସେମାନଙ୍କୁ ମିଶାଇ ଏମ୍ସରେ ଏ ପର୍ଯ୍ୟନ୍ତ ମୋଟ ୫ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହେଲେଣି ।

ମୟୁରଭଞ୍ଜ ମେଡିକାଲ କଲେଜରେ ମଧ୍ୟ ୨ ଜଣ ଡାକ୍ତର, ୨ ଜଣ ନର୍ସ ଏବଂ ୯ ଜଣ ଅନ୍ୟ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି ।

ସେମାନେ ଜଣେ ମହିଳା କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ବ୍ରହ୍ମପୁର ଅଶୋକ ନଗରସ୍ଥିତ ଏକ କ୍ଲିନିକର ଡାକ୍ତର ଓ ଅନ୍ୟ କର୍ମଚାରୀମାନଙ୍କୁ ମଧ୍ୟ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦେଶ ଦିଆଯାଇଛି ।

ଏହି କ୍ଲିନିକର ଜଣେ ରୋଗୀ କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ରାଉରକେଲାରେ ୨ ଜଣ ଡାକ୍ତର ଓ କଟକରେ ଜଣେ ଡାକ୍ତର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ସାରିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ରାୟଗଡା

କୋଟିଏ ଟଙ୍କାର ଗଞ୍ଜେଇ ସହ ୯ ବାଇକ୍ ଜବତ

June 1, 2020 By LocalWire Leave a Comment

ରାୟଗଡ଼ା, ଜୁନ୍ ୧(ଲୋକାଲ ୱାୟାର): ରାୟଗଡ଼ା ଜିଲ୍ଲାର ଗୁଡାରୀ ଅଞ୍ଚଳରେ କେବେ ବ୍ୟକ୍ତି ଛତିଶଗଡ଼କୁ କଞ୍ଜେଇ ଚାଲାଣ କରୁଥିବା ବେଳେ ପୁଲିସ ଚଢ଼ାଉ କରି ପ୍ରାୟ କୋଟିଏ ଟଙ୍କାର ଗଞ୍ଜେଇ ସହ ୯ଟି ବାଇକ୍ ଜବତ ହୋଇଥିବା ସୋମବାର ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ।

ଗୁଡାରୀ ଥାନା ଅନ୍ତର୍ଗତ ଝଇରାଗୁଡ଼ା ଗ୍ରାମ ପାଖ ଜଙ୍ଗଲରେ ଗଞ୍ଜେଇ ଚାଲାଣ ପାଇଁ ପ୍ୟାକିଂ କରାଯାଉଥିବା ଖବର ପାଇ ପୁଲିସ ଟିମ୍ ଚଢ଼ାଉ କରିଥିଲେ ।

ଚଢ଼ାଉ ବେଳେ ସେଠାରେ ଉପସ୍ଥିତ ଥିବା ୧୧/୧୨ ଜଣ ଲୋକ ଖସିଯିବାରେ ସଫଳ ହୋଇଥିବା ବେଳେ ୧ ଟନରୁ ଅଧିକ ଗଞ୍ଜେଇ ଜବତ ହୋଇଥିଲା ।

ରାଜ୍ୟ ବାହାରକୁ ଚାଲାଣ କରିବାକୁ ଏହି ଗଞ୍ଜେଇ ବହୁଗୁଡ଼ିଏ ବସ୍ତାରେ ପ୍ୟାକିଂ କରାଯାଇଥିଲା ।

ଘଟଣାସ୍ଥଳରୁ ନିକଟସ୍ଥ ସର୍ଗିଗୁଡ଼ା ଗ୍ରାମର ସମୀର ମାଝୀ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯିବା ସହ ୯ଟି ବାଇକ ମଧ୍ୟ ଜବତ ହୋଇଥିଲା ।

ଜବତ ଗଞ୍ଜେଇର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ଏବଂ ଫେରାର ହୋଇ ଯାଇଥିବା ଲୋକମାନଙ୍କୁ ଗିରଫ କରିବାକୁ ଉଦ୍ୟମ ଚାଲିଥିବା କହିଛନ୍ତି ଏସପି ଡ. ଶର୍ବଣା ବିବେକ ଏମ୍. ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ରାୟଗଡା

ରାୟଗଡାରେ ଟେଲି ମେଡିସିନ୍ ସେବା ଆରମ୍ଭ

April 23, 2020 By LocalWire Leave a Comment

ରାୟଗଡା, ଏପ୍ରିଲ ୨୩ (ଲୋକାଲ ୱାୟାର) : ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେଲି ମେଡିସିନ ସେବା ଆରମ୍ଭ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି ।

ଏହା ମାଧ୍ୟମରେ ୬ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଡାକ୍ତର ଫୋନ୍ ମାଧ୍ୟମରେ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବେ ।

Telemedicine facilities for patients has started at DHH, Rayagada.

Day: Monday to Saturday
Timing: 8 AM to 12 PM

Stay at home & consult Doctors through #WhatsApp voice/video calls. #OdishaFightsCorona pic.twitter.com/Dr10aw8Qog

— H & FW Dept Odisha (@HFWOdisha) April 22, 2020

ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ସକାଳ ୮ଟା ରୁ ମଧ୍ୟାହ୍ଣ ୧୨ଟା ମଧ୍ୟରେ ଭଏସ୍ ଓ ଭିଡ଼ିଓ କଲ୍ ଏବଂ ହ୍ୱାଟସ୍ ଆପରେ ମେସେଜ୍ କରି ରୋଗୀ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧରେ ପରାମର୍ଶ ନେଇପାରିବେ ।

ଏହି ୬ଟି ବିଭାଗ ହେଲା ଜେନେରାଲ୍ ଓପିଡି, ଜେନେରାଲ ମେଡିସିନ୍‌, ପ୍ରସୂତି ଓ ସ୍ତ୍ରୀରୋଗ, ଶିଶୁରୋଗ, ଫୁସ୍‌ଫୁସ୍‌ଜନିତ ରୋଗ, କର୍ଣ୍ଣ ଓ ନାସା ରୋଗ ବିଭାଗ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ରାୟଗଡା

କରୋନା: ମା’ ମଝିଘରିଆଣୀ ମନ୍ଦିର ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଭକ୍ତଙ୍କୁ ମନା

March 19, 2020 By LocalWire Leave a Comment

ରାୟଗଡ଼ା, ମାର୍ଚ୍ଚ ୧୯(ଲୋକାଲ ୱାୟାର): ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ରାୟଗଡ଼ାର ମା’ ମଝିଘରିଆଣୀ ମନ୍ଦିର ମଧ୍ୟ କରୋନା ପ୍ରକୋପରୁ ବର୍ତ୍ତି ପାରିନାହିଁ । ଏହି ମନ୍ଦିର ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଭକ୍ତଙ୍କୁ ମନା ।

ରାୟଗଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମା’ ମଝିଘରିଆଣୀ ମନ୍ଦିରରେ ଆଜିଠାରୁ ଭକ୍ତଙ୍କ ଦର୍ଶନ ମନ୍ଦ ରଖାଯାଇଛି ।

ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏହି ନିଷ୍ପତ୍ତିରେ ମଧ୍ୟ ମନ୍ଦିର ଟ୍ରଷ୍ଟ ସହମତ ହୋଇଛି ।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ସମେତ ପଡ଼ୋଶୀ ଅନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ରୁ ଦୈନିକ ହଜାର ହଜାର ଭକ୍ତ ଏହି ମନ୍ଦିରକୁ ଆସିଥାନ୍ତି ।

ବିଶେଷ କରି ଚୈତ୍ର ମାସରେ ଭକ୍ତଙ୍କ ଭିଡ଼ ଲାଗି ରହିଥାଏ । ପ୍ରତି ସପ୍ତାହରେ ରବିବାର, ବୁଧବାର ଓ ଶୁକ୍ରବାର ଏଠାରେ ଭକ୍ତଙ୍କ ପ୍ରବଳ ଗହଳି ହୋଇଥାଏ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କରୋନା, ରାୟଗଡା

ରାୟଗଡ଼ାରେ ପୋଖରୀରେ ବୁଡ଼ିଗଲେ ଭାଇ ଭଉଣୀ

March 17, 2020 By LocalWire Leave a Comment

ରାୟଗଡ଼ା, ମାର୍ଚ୍ଚ ୧୭(ଲୋକାଲ ୱାୟାର): ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅଞ୍ଚଳରେ ମଙ୍ଗଳବାର ପୋଖରୀରେ ବୁଡ଼ି ଯାଇ ସମ୍ପର୍କୀୟ ଭାଇ ଭଉଣୀ ପ୍ରାଣ ହରାଇଥିବା ସ୍ଥାନୀୟ ପୁଲିସ କହିଛି ।

ଝାଡ଼ଖଣ୍ଡର ଧାନବାଦରୁ ମନୁ ସାହୁ (୨୨)ଏହି ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମକୁ ବୁଲିବାକୁ ଆସିଥିଲେ ।

ମଙ୍ଗଳବାର ମନୁ ତାଙ୍କ ସମ୍ପର୍କୀୟ ଭାଇ ଶୁଭମ୍ ନାୟକ (୧୪) ଓ ସମ୍ପର୍କୀୟ ଭଉଣୀ ଶିବାନୀ ସାହୁ (୧୧)ଙ୍କ ସହ ଗାଁର ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ।

ତେବେ ପୋଖରୀରେ ଥିବା ଏକ ଡଙ୍ଗାରେ ଚଢ଼ି ସେମାନେ ଖେଳୁଥିବା ବେଳେ ଡଙ୍ଗାଟି ବୁଡ଼ି ଯାଇଥିଲା । ମନୁ ଓ ଶିବାନୀ ବୁଡ଼ି ଯାଇ ପ୍ରାଣ ହରାଇଥିବା ବେଳେ ଶୁଭମ୍ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ରାୟଗଡା

ପରମିଟ୍ ନଥିବା ଟ୍ରକକୁ ୧,୧୦,୮୦୦ ଟଙ୍କା ଜରିମାନା

March 1, 2020 By LocalWire Leave a Comment

ରାୟଗଡ଼ା, ମାର୍ଚ୍ଚ ୧(ଲୋକାଲ ୱାୟାର): ସଂଶୋଧିତ ମୋଟର ଯାନ ଆଇନ ଅନୁସାରେ ରବିବାର ଠାରୁ ଟ୍ରାଫିକ ଚେକିଂ କଡ଼ାକଡ଼ି କରାଯାଇଥିବା ବେଳେ ପରମିଟ ନ ଥାଇ ଚଳାଚଳ କରୁଥିବା ଏକ ଟ୍ରକକୁ ୧ ଲକ୍ଷ ୧୦ ହଜାର ୮ ଶହ ଟଙ୍କା ଜରିମାନା କରାଯାଇଥିବା ସ୍ଥାନୀୟ ଆରଟିଓ ଦିଲ୍ଲୀପ କୁମାର ଦଳାଇ କହିଛନ୍ତି ।

ରାୟଗଡ଼ା ସହର ଉପକଣ୍ଠ ଖଲିଗୁଡ଼ା ନିକଟରେ ପରିବହନ ଓ ପୁଲିସ ବିଭାଗ ପକ୍ଷରୁ ମିଳିତ ଭାବେ ଯାଞ୍ଚ କରାଯାଉଥିବା ବେଳେ ଆନ୍ଧ୍ର ପ୍ରଦେଶର ବିଜୟନଗରମଠାରୁ ଜେକେ କାଗଜକଳକୁ ଯାଉଥିବା ଏକ କାଠ ବୋଝେଇ ଟ୍ରକକୁ ଅଟକାଇ ଯାଞ୍ଚ କରାଯାଇଥିଲା ।

ଟ୍ରକ୍ ଟିର ପରମିଟ୍ ନଥିବା ବେଳେ ରାଜ୍ୟ ଭିତରେ ତାହା କୌଣସି ଟିକସ ପଇଠ କରି ନଥିବା ଜଣାପଡ଼ିଥିଲା ।

ଟ୍ରାଫିକ୍ ନିୟମର ବିଭିନ୍ନ ଆଇନ ଉଲ୍ଲଂଘନ କରିଥିବାରୁ ଟ୍ରକ ମାଲିକଙ୍କ ନାମରେ ମୋଟ ୧ ଲକ୍ଷ ୧୦ ହଜାର ୮ଶହ ଟଙ୍କା ଜରିମାନାର ଚାଲାଣ କଟାଯାଇଥିବା ସୂଚନା ଦିଆଯାଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ରାୟଗଡା

ରାୟଗଡ଼ାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ସର୍ବାଧିକ ଡ୍ରପ୍ ଆଉଟ୍ :ମନ୍ତ୍ରୀ

February 26, 2020 By LocalWire Leave a Comment

ଭୁବନେଶ୍ବର, ଫେବ୍ରୁଆରି ୨୬ (ଲୋକାଲ ୱାୟାର): ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ରାୟଗଡ଼ାରେ ସର୍ବାଧିକ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡୁଥିବା ବୁଧବାର ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ବିଧାନସଭାରେ ସୂଚନା ଦେଇଛନ୍ତି।

ରାୟଗଡା ଜିଲ୍ଲାରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଡ୍ରପ୍ ଆଉଟ୍ ସଂଖ୍ୟା ସର୍ବାଧିକ ୧୧.୬୭ ଥିବାବେଳେ କେନ୍ଦ୍ରାପଡ଼ାରେ ୮.୯୩ ପ୍ରତିଶତ ଓ କଳାହାଣ୍ଡିରେ ୮.୪୬ ପ୍ରତିଶତ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡୁଥିବା ମନ୍ତ୍ରୀ କହିଛନ୍ତି ।

ସେହିଭଳି ଉଚ୍ଚ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ମଧ୍ୟ ରାୟଗଡ଼ାରେ ସର୍ବାଧିକ ୧୭.୧୦ ପ୍ରତିଶତ ପିଲା ଅଧାରୁ ପାଠ ଛାଡୁଛନ୍ତି ।

ମାଲକାନଗିରିରେ ଏହି ହାର ୧୩.୭୮ ପ୍ରତିଶତ ଥିବାବେଳେ ଯାଜପୁରରେ ୧୨.୬୩ ପ୍ରତିଶତ ରହିଛି।

ଅନ୍ୟପଟେ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ପୁରୀରେ ସର୍ବାଧିକ ୧୦.୫ ପ୍ରତିଶତ ପିଲା ଅଧାରୁ ପାଠ ଛାଡୁଥିବା ବେଳେ ବାଲେଶ୍ୱରରେ ୮.୭୩ ଓ ସମ୍ବଲପୁରରେ ୮.୧୬ ପ୍ରତିଶତ ପିଲା ପାଠ ଛାଡୁଛନ୍ତି।

ଲୋକାଲ ୱାୟାର୍

Filed Under: Odia Tagged With: କଳାହାଣ୍ଡି, ବାଲେଶ୍ୱର, ଭୁବନେଶ୍ବର, ଯାଜପୁର, ରାୟଗଡା

ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ଦୁଇ ଦିନ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

February 25, 2020 By LocalWire Leave a Comment

ଭୁବନେଶ୍ବର, ଫେବ୍ରୁଆରି ୨୫ (ଲୋକାଲ ୱାୟାର): ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ଦୁଇ ଦିନ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଏହି ସମୟ ମଧ୍ୟରେ କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି ।

ସେହିପରି ଦକ୍ଷିଣ ଉପକୂଳ ଓଡିଶା ସମେତ ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, କେନ୍ଦୁଝର, ରାୟଗଡ଼ା ଓ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ସାଙ୍ଗକୁ ଘଣ୍ଟାକୁ ୩୦ରୁ ୪୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବ।

ଅନ୍ୟପଟେ ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ, କନ୍ଧମାଳ, ଜଗତସିଂହପୁର, ଗଞ୍ଜାମ, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାରେ ଘନକୁହୁଡିର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, ଆଜି ମାଲକାନଗିରିରେ ସର୍ବାଧିକ ୩୫ ଡିଗ୍ରୀ ଓ ଅନୁଗୁଳରେ ସର୍ବନିମ୍ନ ୧୧.୬ ଡିଗ୍ରୀ ତାପମାତ୍ରା ରହିଛି ।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ସୋନପୁରରେ ସର୍ବାଧିକ ୫୭.୮ ମିମି ବର୍ଷା ରେକର୍ଡ ହୋଇଛି ।

ଲୋକାଲ ୱାୟାର୍

Filed Under: Odia, ପାଣିପାଗ Tagged With: ଓଡିଶା, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ଢେଙ୍କାନାଳ, ପାଣିପାଗ, ବୌଦ୍ଧ, ମୟୂରଭଞ୍ଜ, ଯାଜପୁର, ରାୟଗଡା, ସୁବର୍ଣ୍ଣପୁର, ସୋନପୁର

ଆଗାମୀ ଦୁଇଦିନ ମଧ୍ୟରେ କେତେକ ସ୍ଥାନରେ ବର୍ଷା ସମ୍ଭାବନା

February 23, 2020 By LocalWire Leave a Comment

ଭୁବନେଶ୍ୱର, ଫେବୃଆରୀ ୨୩ (ଲୋକାଲ ୱାୟାର) ରାଜ୍ୟର କେତେକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଆଗାମୀ ଦୁଇଦିନ ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ରବିବାର କହିଛି ।

ଏହି ଜିଲ୍ଲା ଗୁଡିକ ହେଲା ବରଗଡ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, କେନ୍ଦୁଝର ଓ ମୟୂରଭଞ୍ଜ ।

ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକରେ ପାଗ ଶୁଖିଲା ରହିବ ।

ରବିବାର ବିଭିନ୍ନ ସ୍ଥାନରେ ତାପମାତ୍ରା ଅନୁଗୁଳ (୧୧.୬), ଫୁଲବାଣୀ (୧୨.୦), ଦାରିଙ୍ଗିବାଡି (୧୨.୦), ସୋନପୁର (୧୨.୪), ସୁନ୍ଦରଗଡ (୧୩.୫), ରାୟଗଡା (୧୩.୫), ବୌଦ୍ଧ (୧୪.୦), ଟିଟିଲାଗଡ(୧୫.୦), ନୟାଗଡ (୧୫.୦), ତାଳଚେର (୧୫.୩), କେନ୍ଦୁଝର (୧୫.୪), କଟକ (୧୫.୫), କୋରାପୁଟ (୧୫.୬) ଓ ବାଲେଶ୍ୱର (୧୫.୮) ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା ।

ତେବେ ରାଜ୍ୟର କୌଣସି ଜିଲ୍ଲାର ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇନାହିଁ । ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବିଭାଗ ସୂଚନା ଦେଇଛି ।

ଆଗାମୀ ଦିନ ଯାଏଁ ଉପକୂଳ ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟ କୁହୁଡି ହୋଇପାରେ ।

ଲୋକାଲ ୱାୟାର

Filed Under: Odia, Weather, ପାଣିପାଗ Tagged With: Weather, ଓଡିଶା, ଝାରସୁଗୁଡ଼ା, ବୌଦ୍ଧ, ଭୁବନେଶ୍ୱର, ମୟୂରଭଞ୍ଜ, ରାୟଗଡା, ସୋନପୁର

୫ ବର୍ଷରେ ରାଜ୍ୟରେ ଦୁଇ ଗୁଣ ବଢିଛି ଗଞ୍ଜେଇ ଚାଷ

February 23, 2020 By Prabeen Sahoo Leave a Comment

କଟକ,ଫେବୃଆରୀ ୨୩ (ଲୋକାଲ ୱାୟାର): ବିଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ଦୁଇ ଗୁଣ ଗଞ୍ଜେଇ ଚାଷ ବୃଦ୍ଧି ପାଇଥିବା ଜଣେ ସରକାରୀ ପଦାଧିକାରୀ ଶନିବାର ଦିନ ସୂଚନା ଦେଇଛନ୍ତି ।

ରାଜ୍ୟରେ ଗଞ୍ଜେଇ ଚାଷ ବୃଦ୍ଧି ଉଭୟ ଅବକାରୀ ଓ ଓଡିଶା ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି ।

ବର୍ଷକୁ ଯେତିକି ପରିମାଣର ବେଆଇନ ଗଞ୍ଜେଇ ଚାଷ ନଷ୍ଟ ହେଉଛି, ପରବର୍ଷ ତାହାଠାରୁ ଅଧିକ ଜମିରେ ଗଞ୍ଜେଇ ଚାଷ ହେଉଛି ।

୨୦୧୨-୧୩ରେ ରାଜ୍ୟରେ ମାତ୍ର ୧୩୦୧ ଏକର ଜମିରେ ଗଂଜେଇ ଚାଷ ନଷ୍ଟ କରାଯାଇଥିଲା ।

ଏବେ ଏହା ବୃଦ୍ଧି ପାଇ ୫ ହଜାର ଏକରରେ ପହଂଚିଛି ।

ରାଜ୍ୟର ଉପାନ୍ତ ଜିଲ୍ଲା ମାନଙ୍କରୁ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଛି୤ କ୍ରାଇମବ୍ରାଂଚ ପକ୍ଷରୁ ସାଟେଲାଇଟ ଫଟୋ ମାଧ୍ୟମରେ ଗଂଜେଇ ଚାଷକୁ ଠାବ କରାଯିବା ସହିତ ଏହାକୁ ନଷ୍ଟ କରାଯିବା ପାଇଁ ନିଆଯାଇଥିବା ପଦକ୍ଷେପ ମଧ୍ୟ ଏକ ପ୍ରକାର ଫେଲ ମାରିଛି ।

ବୌଦ୍ଧ,ଅନୁଗୁଳ, ଦେବଗଡ, ସମ୍ବଲପୁର, ଗଜପତି, କନ୍ଧମାଳ, ରାୟଗଡା,କୋରାପୁଟ, ମାଲକାନାଗିରି,ନୟାଗଡ ଆଦି ଜିଲ୍ଲାରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ବେଳେ କନ୍ଧମାଳ ଓ ଗଜପତିରେ ସର୍ବାଧିକ ଗଂଜେଇ ଚାଷ ହେଉଥିବା ଜଣାପଡିଛି ।

ଟ୍ରେନରେ ଏହି ଗଂଜେଇ ପଡୋଶୀ ରାଜ୍ୟ ବିହାର,ପଶ୍ଚିମବଙ୍ଗ,ଆନ୍ଧ୍ରପ୍ରଦେଶ,ମହାରାଷ୍ଟ୍ର ଚାଲାଣ ହେଉଛି ।

ଖୁବଶୀଘ୍ର ରାଜ୍ୟ କ୍ରାଇମବ୍ରାଂଚ ପକ୍ଷରୁ ଏ ନେଇ ଏକ ଉଚ୍ଚସ୍ତରୀୟ ସମନ୍ବୟ ବୈଠକ ଡକାଯାଇ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia, ଘଟଣା Tagged With: ଓଡିଶା, କଟକ, କନ୍ଧମାଳ, ଗଜପତି, ଘଟଣା, ବୌଦ୍ଧ, ରାୟଗଡା

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to page 5
  • Interim pages omitted …
  • Go to page 17
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire