• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ସମ୍ବଲପୁର

ବଜାରକୁ ନୂଆ ରୂପରେ ଆସିଲା ସମ୍ବଲପୁରୀ ବାପ୍ତା ଡିଜାଇନ

January 21, 2021 By LocalWire Leave a Comment

ଭୁବନେଶ୍ୱର, ଜାନୁଆରୀ ୨୧(ଲୋକାଲ ୱାୟାର): ପୁଣିଥରେ ନୂଆ ରୂପରେ ବଜାରକୁ ଆସିଛି ହଜିଯାଉଥିବା ସମ୍ବଲପୁରୀ ବାପ୍ତା ଡିଜାଇନ୍ ।

ପାରମ୍ପରିକ ବାପ୍ତାର ଏହି ନୂଆ ଡିଜାଇନରେ ରଙ୍ଗ ଓ ପ୍ୟାଟର୍ଣ୍ଣକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।

ପୂର୍ବରୁ ପ୍ରସ୍ତୁତ ବାପ୍ତା ଶାଢ଼ୀ ଗାଢ଼ ରଙ୍ଗରେ ବୁଣାଯାଉଥିବା ବେଳେ ଏବେ ଏଥିରେ ଚେକ୍, ଫୋଡ଼ାକୁମ୍ଭ, ଇକ୍କତ ସହ ବିଭିନ୍ନ ରଙ୍ଗର ମିକ୍ସ ପ୍ୟାଟର୍ଣ୍ଣକୁ ହସ୍ତତନ୍ତରେ ରୂପ ଦେବାକୁ ପ୍ରୟାସ କରାଯାଉଛି ।

ପାରମ୍ପରିକ ବାପ୍ତା ଡିଜାଇନକୁ ନୂଆ ରୂପରେ ଆଜିର ଯୁବପିଢ଼ିଙ୍କ ପାଖରେ ପହଞ୍ଚାଇବାର ଏଭଳି ପ୍ରୟାସ ଆରମ୍ଭ କରିଛନ୍ତି ଫ୍ୟାଶନ୍ ଡିଜାଇନର ସ୍ୱୀକୃତି ପ୍ରଧାନ ।

ରସୁଲଗଡ଼ ସ୍ଥିତ ମନୋରମା ଇଷ୍ଟେଟ୍ ସୋସାଇଟି ନିକଟରେ ‘ରଷ୍ଟିକ୍ ହୁ୍ୟ’ ନାମରେ ଏକ ବୁଟିକ୍ କରି ମନୋରମା ଏହି ଅଭିଯାନ ଜାରି ରଖିଛନ୍ତି ।

ଏ ବାବଦରେ ସ୍ୱୀକୃତି କହନ୍ତି ବାପ୍ତା ଶାଢ଼ୀ ପ୍ରତି ଏହି ଆବିଳତା ମୋର ପିଲାବେଳୁ ।

ପରିବାରରେ ମା’, ମାଉସୀ, ପିଉସୀ, ଜେଜେମା, ଆଈ ମାନଙ୍କ ପାଖରେ ମୁଁ ସେହି ଶାଢ଼ୀ ଦେଖିଛି ।

ହେଲେ ଗୋଟିଏ କିମ୍ବା ଦୁଇଟି ପ୍ୟାଟର୍ଣ୍ଣରେ ଏହା ସୀମିତ । ନିଫ୍ଟରୁ ପାସ୍ ଆଉଟ୍ ହେଲା ପରେ ଯେବେ ମୁଁ ବଜାରରେ ବାପ୍ତା ଡିଜାଇନର ଶାଢ଼ୀ ଖୋଜିବା ଆରମ୍ଭ କଲି ସେବେ ମୋତେ ସେମିତି କିଛି ମିଳିଲାନି ।

ଆଉ ଯାହା ମିଳିଲା ତାହା ପାରମ୍ପରିକତା ହରାଇ ସାରିଥିଲା । ଯେଉଁଥିପାଇଁ ଏହି ଡିଜାଇନର ଆଦୃତି ଥିଲା ତାହାର ଗୁଣାତ୍ମକ ମାନ ଠିକ୍ ଭାବେ ବଜାୟ ହେଉନଥିଲା ।

ସାଧାରଣତଃ ପାଟ ସୂତା ଓ କଟନ୍ ସୂତାକୁ ନେଇ ବାପ୍ତା ଡିଜାଇନ୍ ପ୍ରସ୍ତୁତ ହେଉଥିବା ବେଳେ ଧୀରେ ଧୀରେ ବୁଣାକାରମାନେ ଏହାକୁ କରିବା ବନ୍ଦ କରି ଦେଇଥିଲେ ।

ତେଣୁ ପାରମ୍ପରିକ ବାପ୍ତା ଡିଜାଇନର ଗୁଣାତ୍ମକମାନକୁ ବଜାୟ ରଖି କିପରି ନୂଆ ପିଢ଼ିର ଗ୍ରାହକଙ୍କୁ ଏଥିପ୍ରତି ଆକୃଷ୍ଟ କରାଯାଇ ପାରି ସେ ଦିଗରେ ଚେଷ୍ଟା ଆରମ୍ଭ କଲି ।

ଏଥିପାଇଁ ମୋତେ ବାପା ପ୍ରଶାନ୍ତ କୁମାର ପ୍ରଧାନ ଓ ମା’ କୁନ୍ଦନ କୁମାର ପ୍ରଧାନଙ୍କ ପ୍ରେରଣା ଆଗକୁ ବଢ଼ିବାରେ ସାହାଯ୍ୟ କରିଛି ।

କଲେଜ ଅଫ୍ ଇଞ୍ଜିନିୟରିଂରେ ପାଠପଢ଼ା ଶେଷ କଲା ପରେ ଭୁବନେଶ୍ୱର ସ୍ଥିତ ନ୍ୟାସ୍ନାଲ୍ ଇନଷ୍ଟିଚୁ୍ୟଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜିରେ ସ୍ନାତକୋତ୍ତର ପଢ଼ା ଶେଷ କରିଥିବା ସ୍ୱୀକୃତି ପ୍ରଧାନ ଆଜିକୁ ଦେଢ଼ ବର୍ଷ ହେଲାଣି ଏ ଦିଗରେ ନିଜର ଗବେଷଣା ଆରମ୍ଭ କରିବା ସହ ଏହାକୁ ବଜାରୀକରଣ କରିବାର ପ୍ରୟାସ ଆରମ୍ଭ କରିଛନ୍ତି ।

କେବଳ ପାଟ ସୂତା କି କର୍ଟନ୍ ସୂତା ନୁହେଁ ବରଂ ଏହାକୁ ଲିନନ୍ ସହ କିପରି ଫୁ୍ୟଜନ୍ କରି ଲିନନ୍ ବାପ୍ତା କରାଯାଇ ପାରିବ ସେ ଦିଗରେ ବି ଗବେଷଣା ଆରମ୍ଭ କରିଛନ୍ତି ।

ଯାହାର ଦେହରେ ଫୋଡ଼ାକୁମ୍ଭ ଓ ଆଞ୍ଚଲରେ ଇକ୍କତ ଡିଜାଇନ୍ ରହୁଛି । ରଙ୍ଗ ଚୟନଠାରୁ ଆରମ୍ଭ କରି ସ୍କ୍ରାଚ୍ ପ୍ରସ୍ତୁତ ପୁଣି ଡିଜାଇନ୍ ଚୟନଠାରୁ ବୁଣାବୁଣି ଯାଏଁ ସବୁ କିଛି ସ୍ୱିକୃତୀ ନିଜସ୍ୱ ତତ୍ତ୍ୱାବଧାନରେ କରିଥାନ୍ତି ।

କେବଳ ଡିଜାଇନ୍ ପ୍ରସ୍ତୁତି ନୁହେଁ ଏଥିରେ କିପରି ନୂଆ ମେଟେରିଆଲ୍ ବ୍ୟବହାର କରାଯାଇ ପାରିବ ଓ ନୂଆ ଡିଜାଇନ୍ ପ୍ରସ୍ତୁତ କରାଯାଇ ପାରିବ ସେଥିପାଇଁ ମଧ୍ୟ ତାଙ୍କର ଗବେଷଣା ଅବ୍ୟାହତ ରହିଛି ।

ଆଗକୁ ଫ୍ୟାଶନ୍ ବଜାରରେ ବାପ୍ତାର କିପରି ଅଧିକ ଚାହିଦା ହେବ ସେଥିପାଇଁ ସ୍ୱୀକୃତି ଯୋଜନା କରୁଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ସମ୍ବଲପୁର

ସମ୍ବଲପୁରରେ ବିଜେପିର ବିଶାଳ ଚାଷୀ ଅଧିକାର ରାଲି, ଆରଡିସି ଅଫିସ ଘେରାଉ

January 21, 2021 By LocalWire Leave a Comment

ଭୁବନେଶ୍ୱର, ଜାନୁଅଆରୀ ୨୧(ଲୋକାଲ ୱାୟାର): ତୁରନ୍ତ ମଣ୍ଡିରୁ ଧାନ ଉଠାଇବା ଓ କଟନୀଛଟନୀ ବନ୍ଦ କରିବା ନେଇ ଗୁରୁବାର ସମ୍ବଲପୁରରେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ବିଶାଳ ଚାଷୀ ଅଧିକାର ରାଲିରେ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛି ବିଜେପି ।

ଚଷାଚାଷୀ ଅଞ୍ଚଳ ସମ୍ବଲପୁରରେ ରାଜ୍ୟ ସରକାରଙ୍କ ଅପାରଗତା ଓ ଅବ୍ୟବସ୍ଥା କାରଣରୁ ମଣ୍ଡିରେ ଧାନ ପଡ଼ରହୁଥିବା କାରଣରୁ ଚାଷୀମାନେ ଚିନ୍ତାଗ୍ରସ୍ତ ହୋଇ ପ୍ରାଣ ହରାଉଛନ୍ତି ।

ଟୋକନ୍ ଓ ମଣ୍ଡି ବ୍ୟବସ୍ଥା ନେଇ ୩୭ଟି ବିଧାନସଭା କ୍ଷେତ୍ରର ଚାଷୀ ସମ୍ବଲପୁର ଆରଡିସି ଅଫିସ ଘେରାଉ କରିଥିବା ବେଳେ ବିଜେପିର ବିଶାଳ ଚାଷୀ ସମାବେଶରେ ହଜାର ହଜାର ଚାଷୀ ସାମିଲ ହୋଇଥିଲେ ।

ରାଜ୍ୟସଭା ସାଂସଦ ତଥା ଓଡିଶାର ସହପ୍ରଭାରୀ ବିଜୟପାଲ ସିଂ ତୋମାର ଓଡ଼ିଶା ସରକାରଙ୍କୁ ସମାଲଚୋନା କରି କହିଛନ୍ତି ଯେ ଓଡ଼ିଶାରେ ଅନେକ କେନ୍ଦ୍ରୀୟ ଯୋଜନା ଲାଗୁ ହେଉଥିବା ବେଳେ ରାଜ୍ୟ ସରକାର କାହିଁକି ଲାଗୁ କରିନାହାନ୍ତି? ଦୀର୍ଘ ଦିନ ଧରି କଂଗ୍ରେସ ଶାସନ କ୍ଷମତାରେ ରହିଥିଲେ ମଧ୍ୟ ଚାଷୀମାନେ ଅବହେଳିତ ହୋଇଆସୁଥିଲେ ଏବଂ ସେମାନଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳୁନଥିଲା । ଓଡ଼ିଶାରେ ମଧ୍ୟ ଅନୁରପ

ଭାବେ ଏଭଳି ଅବ୍ୟବସ୍ଥା ଦେଖାଯାଇଛି । ରାଜ୍ୟ ସରକାର ଓ ଦଲାଲଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଓ କଟନୀଛଟନୀ କାରଣରୁ ଚାଷୀମାନେ ହଇରାଣ ହେଉଛନ୍ତି ।

ଅପରପକ୍ଷରେ ଗରିବଙ୍କ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇଁ ଆୟୁଷ୍ମାନ ଯୋଜନା ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସରକାର କାହିଁକି ଲାଗୁ କରିନାହାନ୍ତି ବୋଲି ଶ୍ରୀ ତୋମାର ପ୍ରଶ୍ନ କରିଛନ୍ତି ।

ସେହିପରି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ରାଜ୍ୟରେ ଟୋକନ ବ୍ୟବସ୍ଥା ଥିଲେ ଚାଷୀଙ୍କୁ ଉତ୍ପାଦିତ କୃଷି ସାମଗ୍ରୀର ଉଚିତ୍ ମୂଲ୍ୟ ମିଳୁନାହିଁ ।

ସେହିପରି ସଠିକ୍ ମୂଲ୍ୟ ନପାଇ ବରଗଡ଼ରେ ଚାଷୀଙ୍କ ହୃଦଘାତରେ ମୃତୁ୍ୟ ଘଟିବା ଚିନ୍ତାଜନକ ।

ସମ୍ବଲପୁର ଅଂଚଳରେ ମଣ୍ଡି ସମସ୍ୟା ସମାଧାନ ହେଉନଥିବା ବେଳେ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ମଣ୍ଡିରେ ଶହଶହ ବସ୍ତା ଧାନ ପଡ଼ି ବିକ୍ରି ହୋଇପାରୁନାହିଁ ।

ରାଜ୍ୟ ସରକାର ଟୋକନ ବ୍ୟବସ୍ଥା ଉଚ୍ଛେଦ କରି ନିର୍ଦ୍ଧାରିତ ଅଣଜଳସେଚିତ ଜମିରୁ ୧୩ କ୍ୱିଣ୍ଟାଲ ଓ ଜଳସେଚିତ ଜମିରୁ ୧୯ କ୍ୱିଣ୍ଟାଲ ଧାର୍ଯ୍ୟ ସୀମାକୁ ବନ୍ଦ କରି ଚାଷୀର ଉତ୍ପାଦିତ ସମସ୍ତ ଧାନକୁ କିଣନ୍ତୁ ।

ଖରିଫ ଋତୁରେ ଅଚଳ ହୋଇଥିବା ଟାକନର ପୁନଃକାର୍ଯ୍ୟକ୍ଷମ କରାଯିବା ନେଇ ମଧ୍ୟ ଶ୍ରୀ ମହାନ୍ତି ଦାବୀ କରିଛନ୍ତି ।

ଅପରପକ୍ଷରେ ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ଫସଲ ବୀମା ଯୋଜନାର ଶୁଭାରମ୍ଭ କରିବା ସହ ଓଡ଼ିଶାର ୨୦ ଲକ୍ଷ ଚାଷୀଙ୍କ ପାଇଁ ୪ହଜାର କୋଟି ଟଙ୍କା ଦେବାର ବ୍ୟବସ୍ଥା କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୧୩୧୦ଟଙ୍କାରୁ ବଢ଼ି ୧୮୬୮ରେ ପହଁଚିଛି ।

ମାତ୍ର ରାଜ୍ୟରେ ଚାଷୀମାନେ ସଠିକ୍ ଏମଏସପି ମୂଲ୍ୟ କାହିଁକି ପାଉନାହାନ୍ତି ତାହାର ଉତ୍ତର ରାଜ୍ୟ ସରକାର ଦିଅନ୍ତୁ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ସମ୍ବଲପୁର

ସମଲେଶ୍ୱରୀ ମନ୍ଦିରର ପାରିପାର୍ଶ୍ୱିକ ବିକାଶ ଓ ସୌନ୍ଦର୍ଯ୍ୟକରଣ ଶୀଘ୍ର

January 19, 2021 By LocalWire Leave a Comment

ସମ୍ବଲପୁର, ଜାନୁଆରୀ ୧୯(ଲୋକାଲ ୱାୟାର): ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ମନ୍ଦିର ବୁଲିବା ପରେ ବରିଷ୍ଠ ଅଧିକାରୀ ମଙ୍ଗଳବାର କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଙ୍ଗଳବାର ସମ୍ବଲପୁର ଗସ୍ତରେ ଯାଇ ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିଦର୍ଶନ କରିବା ସହ ମନ୍ଦିରର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ ।

ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମାନଙ୍କ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ପୀଠ ଅନ୍ୟତମ ।

ପଶ୍ଚିମ ଓଡ଼ିଶାର ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନ ସହ ସମଲେଶ୍ୱରୀ ପୀଠର ଘନିଷ୍ଠ ସମ୍ପର୍କ ରହିଛି ।

ଏହାକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କୋଭିଡ ପୂର୍ବରୁ ମନ୍ଦିର ପରିଦର୍ଶନ ଅବସରରେ ଘୋଷଣା କରିଥିଲେ ।

ସମଲେଶ୍ୱରୀ ମନ୍ଦିର ବିକାଶ ପ୍ରକଳ୍ପରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ ପାରିପାଶ୍ୱର୍କ ବିକାଶ, ଐତିହ୍ୟ କରିଡରର ବିକାଶ, ଭୋଗମଣ୍ଡପ, ଯାତ୍ରୀ ଓ ଭକ୍ତ ନିବାସ, ପାର୍କିଂ ସୁବିଧା ଏବଂ ନଦୀ ସମ୍ମୁଖ ଭାଗର ବିକାଶକୁ ଅନ୍ତର୍ଭୁକ୍ତ କରାଯାଇଛି ।

ଏଥିରେ ମନ୍ଦିରର ପୂଜାରୀ ତଥା ଜମି ହରାଉଥିବା ଲୋକମାନଙ୍କର ପୁନର୍ବାସ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯିବ ।

ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ଏବଂ ୨ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ଗସ୍ତରେ ଯାଇଥିବା ପ୍ରତିନିଧି ଦଳରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ୫-ଟି ସଚିବ ଭି.କେ. ପାଣ୍ଡିଆନ ଯାଇଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ସମ୍ବଲପୁର

୨୫ ହଜାର ପ୍ୟାକେଟ୍ ନକଲି ସର୍ଫ ଜବତ, ଛତିଶଗଡ଼ରୁ ନିୟମିତ ଆସୁଛି

January 16, 2021 By LocalWire Leave a Comment

ସମ୍ବଲପୁର, ଜାନୁଆରୀ ୧୬(ଲୋକାଲ ୱାୟାର): ନିୟମିତ ଛତିଶଗଡ଼ରୁ ଆଣି ସମ୍ବଲପୁରରେ ନକଲି ସର୍ଫ ବିକ୍ରି କରୁଥିବା ଏକ ର୍ୟାକେଟକୁ ପୁଲିସ ଠାବ କରିବା ସହ ୨୫ ହଜାର ପ୍ୟାକେଟ ନକଲି ସର୍ଫ ଜବତ କରାଯାଇଥିବା ଜଣେ ଅଧିକାରୀ ଶନିବାର କହିଛନ୍ତି ।

ଅଇଁଠାପାଲି ଥାନା ଅନ୍ତର୍ଗତ ଅଞ୍ଚଳରେ ପୁଲିସ ଦୁଇଟି ଗୋଦାମରେ ଚଢ଼ାଉ କରି ୨୪୪ଟି ବସ୍ତାରେ ଥିବା ୨୫ ହଜାର ନକଲି ସର୍ଫ ଜବତ କରିଛି ।

ଏହି କାରବାର ସହ ଜଡ଼ିତ ଥିବା ଦୁଇ ଜଣ ବ୍ରବସାୟୀ ଆଶିଷ ଅଗ୍ରୱାଲ ଓ ନରେଶ ଅଗ୍ରୱାଲଙ୍କୁ ଅଟକ ରଖି ପୁଲିସ ଅଧିକ ତଦନ୍ତ କରୁଛି ।

ଉଲ୍ଲେଖଯୋଗ୍ୟ, ସମ୍ବଲପୁର ବଜାରରେ ନକଲି ସର୍ଫ ଏକ୍ସେଲ ବିକ୍ରି ହେଉଥିବା ଖବର ପାଇ ହିନ୍ଦୁସ୍ତାନ ଲିଭର କମ୍ପାନି ପକ୍ଷରୁ ବଜାରରୁ ନମୁନା ସଗ୍ରହ କରି ପରୀକ୍ଷା କରାଯାଇଥିଲା ।

ପରୀକ୍ଷାରୁ ଏହା ନକଲି ବୋଲି ଜଣାପଡ଼ିବା ପରେ ପୁଲିସକୁ କମ୍ପାନି ପକ୍ଷରୁ ସୂଚନା ଦିଆଯାଇଥିଲା ।

ଏସପି ବାତୁଲା ଗଙ୍ଗାଧରଙ୍କ ନିଦେ୍ର୍ଦଶରେ ଶନିବାର ଚଢ଼ାଉ କରି ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ସମ୍ବଲପୁର

ଆଇଆଇଏମ ସମ୍ବଲପୁର କ୍ୟାମ୍ପସର ଶିଳାନ୍ୟାସ କଲେ ମୋଦି, ଭୋକାଲ ଫର ଲୋକାଲ ସପକ୍ଷରେ ମତ ରଖିଲେ

January 2, 2021 By LocalWire Leave a Comment

ଭୁବନେଶ୍ୱର, ଜାନୁଆରୀ ୨(ଲୋକାଲ ୱାୟାର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସମ୍ବଲପୁରସ୍ଥିତ ଆଇଆଇଏମ (ଇଣ୍ଡିଆନ ଇନଷ୍ଟିଚୁ୍ୟଟ ଅଫ ମ୍ୟାନେଜମେଣ୍ଟ) କ୍ୟାମ୍ପସର ଶିଳାନ୍ୟାସ ଭର୍ଚୁଆଲ ମୋଡରେ କରିଥିବା ବେଳେ ଉଦବୋଧନ ଦେଇ ଭୋକାଲ ଫର ଲୋକାଲ ସପକ୍ଷରେ ମତ ରଖିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ମୋଡରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଯୋଗ ଦେଇଥିବା ବେଳେ ସମ୍ବଲପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଥିଲେ, ଦେଶର ଆଇଆଇଏମ ଗୁଡ଼ିକ ପୂର୍ବତନ ଛାତ୍ରଛାତ୍ରୀମାନଙ୍କ ସହାୟତାରେ ଲୋକାଲ ସାମଗ୍ରୀକୁ ବିଶ୍ୱସ୍ତରରେ ପହଞ୍ଚାଇପାରିବେ ବୋଲି ମୁଁ ଆଶାବାଦୀ ରହିଛି ।

ଯୁବପିଢ଼ିଙ୍କ ନୂତନ ଚିନ୍ତାଧାରା ମାଧ୍ୟମରେ ଭବିଷ୍ୟତରେ ସମ୍ବଲପୁର ପର୍ଯ୍ୟଟକମାନଙ୍କ ଆକର୍ଷଣର ଶୀର୍ଷରେ ରହିପାରିବ ।

ଜାତୀୟ ବିକାଶରେ ଆଇଆଇଏ ଗୁଡ଼ିକର ଅବଦାନ ପାଇଁ ଦେଶ ଗର୍ବିତ । ଆଇଆଇଏମ ସମ୍ବଲପୁର ଏବେ ସହରକୁ ଏକ ଏଜୁକେସନ ହବରେ ପରିଣତ କରିବ ।

ଏହା ସ୍ଥାନୀୟ ଏବଂ ବିଶ୍ୱସ୍ତରୀୟ ସାମଗ୍ରୀ ତଥା ବଜାର ମଧ୍ୟରେ ସେତୁ ସଦୃଶ କାମ କରିବ । ସମ୍ବଲପୁର ବିପୁଳ ଖଣିଜ ଓ ରତ୍ନପଥରର ସମ୍ଭାର ।

ହୀରାକୁଦ ଡ୍ୟାମ, ଡେବ୍ରିଗଡ଼ ଅଭୟାରଣ୍ୟ ଏବଂ ସମ୍ବଲପୁରୀ ବସ୍ତ୍ର ଓଡ଼ିଶା ପର୍ଯ୍ୟଟନକୁ ନୂତନ ସ୍ତରରେ ପହଞ୍ଚାଇଛି ।

ସମ୍ପୂର୍ଣ୍ଣ ଅଞ୍ଚଳ ଛୋଟ ଛୋଟ ଉଦ୍ୟୋଗ ଭର୍ତ୍ତି ହୋଇ ରହିିଛି । ଏହା ‘ଭୋକାଲ ଫର ଲୋକାଲ’କୁ ପ୍ରୋତ୍ସାହିତ କରୁଛି ।

ଓଡ଼ିଶା ପାଖରେ ରଙ୍ଗବତୀ ଠାରୁ ଆରମ୍ଭ କରି ସ୍ୱଭାବ କବି ଗଙ୍ଗାଧରଙ୍କ କବିତା ଅଛି ।

ସମ୍ବଲପୁରୀ ବସ୍ତ୍ରଠାରୁ ଆରମ୍ଭ କରି କଟକର ତାରକସି କାମ ରହିଛି । ଏହା ଓଡ଼ିଶାର ବିକାଶକୁ ଗତିଶୀଳ କରାଉଛି ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଥିଲେ, ମୁଁ ଖୁସି ଯେ ଓଡ଼ିଶା ଶିକ୍ଷା କ୍ଷେତ୍ରରେ ନିଜର ଆଧିପତ୍ୟ ଜାହିର କରିବା ସହ ଧୀରେ ଧୀରେ ରିସର୍ଚ୍ଚ ହବ୍ ରେ ପରିଣତ ହେବାକୁ ଯାଉଛି ।

ରାଜ୍ୟରେ ଏବେ ଆଇଆଇଏମ, ଆଇଆଇଟି, ନାଇଜର, ଆଇଜର ଏବଂ ଏନଏଲୟୁ ପ୍ରତିଷ୍ଠା ହୋଇଥିବାରୁ ଜାତୀୟ କ୍ଷେତ୍ରରେ ଗୁରୁତ୍ୱ ବୃଦ୍ଧି ପାଇପାରିଛି ।

ମାନବ ସମ୍ବଳର ବିକାଶକୁ ରାଜ୍ୟ ସର୍ବାଧିକ ଗୁରୁତ୍ୱ ଦେଉଛି ଏବଂ ସ୍କିଲଡ୍ ଇନ ଓଡ଼ିଶା ଏବେ ଜାତୀୟ ବ୍ରାଣ୍ଡ ହୋଇପାରିଛି ।

୨୦୧୫ରେ ସ୍ଥାପିତ ହୋଇଥିବା ଆଇଆଇଏମ ସମ୍ବଲପୁର ଇତି ମଧ୍ୟରେ ଦେଶର ପ୍ରମୁଖ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ଭାବେ ପରିଚିତ ପାଇଛି ବୋଲି ସେ କହିଥିଲେ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବୋଧନ ଦେଇ କହିଥିଲେ, ପାଞ୍ଚବର୍ଷ ତଳେ ପୂର୍ବତନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀଙ୍କ ସମୟରେ ଏହି ପ୍ରତିଷ୍ଠାନ ପାଇଁ ଅର୍ଥ ବରାଦ ହୋଇଥିଲା ।

ସମ୍ବଲପୁରର ସୁଯୋଗ୍ୟ ସନ୍ତାନ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଚକ୍ଟର ପ୍ରମୋଦ ମିଶ୍ରଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଫଳରେ ପାଖାପାଖି ୪ ଶହ କୋଟି ଟଙ୍କାରେ ଏହି ଅନୁଷ୍ଠାନ ହୋଇପାରିଛି । ଏହା ବିଶ୍ୱ ଅର୍ଥନୀତିର ଏକ ହଟସ୍ପଟ ହେବ ବୋଲି ସେ କହିଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ସମ୍ବଲପୁର

୧୪ ଡିଗ୍ରୀ ତଳେ ୧୪ ସହରର ପାରଦ; ଚାନ୍ଦବାଲିରେ ଘନ କୁହୁଡି

December 6, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୬ (ଲୋକାଲ ୱାୟାର) : ଓଡ଼ିଶାର ଅଧିକାଂଶ ସହରରେ ରାତିରେ ସର୍ବନିମ୍ନ ତାପମାତ୍ରା ଖସୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୪ଟି ସହରର ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ତଳକୁ ଖସିଛି ।

ସୋନପୁରରେ ସବୁଠାରୁ କମ୍ ୭.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ରବିବାର ସୂଚନା ଦିଆଯାଇଛି ।

ସର୍ବନିମ୍ନ ୧୪ ଡିଗ୍ରୀ ସେଲସିୟସ ତଳେ ଥିବା ୧୪ ସହର ହେଲା, ଫୁଲବାଣୀ (୮.୩), ଦାରିଙ୍ଗିବାଡ଼ି (୯), ଅନୁଗୁଳ (୧୦), ଭବାନୀପାଟଣା (୧୦.୨), କୋରାପୁଟ (୧୧.୬), ତାଳଚେର (୧୧.୯), ସୁନ୍ଦରଗଡ (୧୨), କେନ୍ଦୁଝର (୧୨.୪), ବଲାଙ୍ଗୀର (୧୨.୮), ଝାରସୁଗୁଡ଼ା (୧୩), ବାରିପଦା (୧୩.୪), ହୀରାକୁଦ (୧୩.୬) ଓ ସମ୍ବଲପୁର (୧୪.୭) ।

ତେବେ ଭୁବନେଶ୍ୱରରେ ତାପମାତ୍ରା ୧୭.୬ ଡିଗ୍ରୀ ସେଲସିୟସ ରହିଥିବା ବେଳେ କଟକରେ ୧୫.୮ ଡିଗ୍ରୀ ଅଛି ।

ଅନ୍ୟପଟେ ଚାନ୍ଦବାଲିରେ ଆଜି ଅତିଘନ କୁହୁଡ଼ି ହୋଇଥିବା ବେଳେ ଦୃଶ୍ୟମାନ ଦୂରତା ୩୦ ମିଟର ରହିଥିଲା ।

ସେହିଭଳି ପାରାଦୀପରେ ଘନକୁହୁଡି ଦୃଶ୍ୟମାନ ଦୂରତା ୫୦ ମିଟର ଥିବାବେଳେ ଭୁବନେଶ୍ୱର, କଟକ ଏବଂ ଫୁଲବାଣୀରେ ଦୃଶ୍ୟମାନ ଦୂରତା ୮୦୦ ମିଟରରୁ କମ ଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, ଓଡିଶା, କେନ୍ଦୁଝର, କୋରାପୁଟ, ଚାନ୍ଦବାଲି, ଝାରସୁଗୁଡା, ତାଳଚେର, ଦାରିଙ୍ଗିବାଡ଼ି, ପାରାଦୀପ, ଫୁଲବାଣୀ, ବଲାଙ୍ଗିର, ବଲାଙ୍ଗିର, ବାରିପଦା, ଭବାନୀପାଟଣା, ସମ୍ବଲପୁର, ସୁନ୍ଦରଗଡ, ହୀରାକୁଦ

୧୫ ଡିଗ୍ରୀ ତଳେ ୧୬ ସହର; ବୌଦ୍ଧ, ସୁନ୍ଦରଗଡ଼ ଓ ସୋନପୁରରେ ଘନ କୁହୁଡି

December 4, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୪ (ଲୋକାଲ ୱାୟାର) : ଓଡ଼ିଶାର ଅଧିକାଂଶ ସହରରେ ରାତିରେ ସର୍ବନିମ୍ନ ତାପମାତ୍ରା ଖସୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଛି ।

ସୋନପୁରରେ ସବୁଠାରୁ କମ୍ ୮.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି ।

ସର୍ବନିମ୍ନ ୧୫ ଡିଗ୍ରୀ ସେଲସିୟସ ତଳେ ଥିବା ୧୬ ସହର ହେଲା, ଦାରିଙ୍ଗିବାଡ଼ି (୯), ଫୁଲବାଣୀ (୧୦), ଅନୁଗୁଳ (୧୦), ଭବାନୀପାଟଣା (୧୦.୮), ଝାରସୁଗୁଡ଼ା (୧୧.୮), ତାଳଚେର (୧୨), କେନ୍ଦୁଝର (୧୨.୮), ସୁନ୍ଦରଗଡ (୧୩), ବଲାଙ୍ଗୀର (୧୩.୨), କୋରାପୁଟ (୧୩.୨), ବାରିପଦା (୧୪), ହୀରାକୁଦ (୧୪.୧), ସମ୍ବଲପୁର (୧୪.୨), ଟିଟିଲାଗଡ଼ (୧୪.୨) ଏବଂ ବୌଦ୍ଧ (୧୪.୫) ।

ତେବେ ଭୁବନେଶ୍ୱରରେ ତାପମାତ୍ରା ୧୬.୬ ଡିଗ୍ରୀ ସେଲସିୟସ ରହିଥିବା ବେଳେ କଟକରେ ୧୫ ଡିଗ୍ରୀ ଅଛି ।

ଅନ୍ୟପଟେ ବୌଦ୍ଧ, ସୁନ୍ଦରଗଡ଼ ଓ ସୋନପୁରରେ ଆଜି ଘନ କୁହୁଡ଼ି ଦେଖିବାକୁ ମିଳିଛି ।

ବୌଦ୍ଧରେ ଦୃଶ୍ୟମାନ ଦୂରତା ୫୦ ମିଟର ଥିବାବେଳେ ସୁନ୍ଦରଗଡ଼ ଓ ସୋନପୁରରେ ଦୃଶ୍ୟମାନ ଦୂରତା ୧୦୦ ମିଟରରୁ କମ ଥିଲା ।

କୋରାପୁଟ ଏବଂ ଫୁଲବାଣୀରେ ମଧ୍ୟମ ଧରଣର କୁହୁଡ଼ି ରହିଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, ଓଡିଶା, କେନ୍ଦୁଝର, କୋରାପୁଟ, ଝାରସୁଗୁଡା, ଟିଟିଲାଗଡ଼, ତାଳଚେର, ଦାରିଙ୍ଗିବାଡ଼ି, ଫୁଲବାଣୀ, ବଲାଙ୍ଗିର, ବଲାଙ୍ଗିର, ବାରିପଦା, ବୌଦ୍ଧ, ଭବାନୀପାଟଣା, ସମ୍ବଲପୁର, ସୁନ୍ଦରଗଡ, ସୋନପୁର, ହୀରାକୁଦ

ଛଅ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତିଙ୍କୁ ନିଯୁକ୍ତି

November 23, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୩(ଲୋକାଲ ୱାୟାର): ରାଜ୍ୟର ୬ ବିଶ୍ୱବିଦ୍ୟାଳୟରେ ସୋମବାର ନୂତନ କୁଳପତିଙ୍କ ନିଯୁକ୍ତକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନୁମୋଦନ ଦେଇଛନ୍ତି ।

ବିଜ୍ଞପ୍ତି ଅନୁସାରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ଅପରାଜିତା ଚୌଧୁରୀ, ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଫେସର ସବିତା ଆଚାର୍ଯ୍ୟ, ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଦୀନବନ୍ଧୁ ସାହୁ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ପ୍ରଫେସର ଏନ. ନାଗରାଜୁ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ପ୍ରଫେସର କିଶୋର କୁମାର ବାସା ଏବଂ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ପ୍ରଫେସର ପ୍ରଫୁଲ୍ଲ ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି ।

ନୂତନ କୁଳପତିମାନଙ୍କର କାର୍ଯ୍ୟକାଳ ୪ ବର୍ଷ ରହିବ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଗଞ୍ଜାମ, ବାଲେଶ୍ଵର, ଭୁବନେଶ୍ବର, ସମ୍ବଲପୁର

ରାଜ୍ୟରେ ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

November 23, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୩ (ଲୋକାଲ ୱାୟାର) : ରାଜ୍ୟରେ ଆଉ ୧୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ସୋମବାର ସ୍ୱାସ୍ଥ୍ୟ ବିଭାଗ କହିଛି ।

କରୋନାରେ ଜୀବନ ହରାଇଥିବା ୧୭ ଜଣଙ୍କ ମଧ୍ୟରୁ ଭୁବନେଶ୍ୱର ଓ ସୁନ୍ଦରଗଡରୁ ସର୍ବାଧିକ ୪ ଜଣ ଲେଖାଏଁ, ସମ୍ବଲପୁର ଜିଲ୍ଲାରୁ ୩ ଜଣ, ବରଗଡ ଓ ଝାରସୁଗୁଡା ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ବଲାଙ୍ଗୀର ଓ କେନ୍ଦ୍ରାପଡା ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି ।

ଭୁବନେଶ୍ୱରର ୪ ମୃତକଙ୍କ ମଧ୍ୟରୁ ଜଣେ ମହିଳା (୫୫) ଓ ୩ ଜଣ ପୁରୁଷ (୮୪, ୩୪ ଓ ୬୫ ବର୍ଷ) ଅଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାର ୪ ମୃତକ ମଧ୍ୟରୁ ଜଣେ ମହିଳା (୫୦) ଓ ୩ ଜଣ ପୁରୁଷ (୮୪, ୫୩ ଓ ୭୦ ବର୍ଷ) ଅଛନ୍ତି ।

ସମ୍ବଲପୁରର ୩ ମୃତକ ହେଲେ ପୁରୁଷ (୫୨, ୭୨ ଓ ୫୬ ବର୍ଷ) ।

ବରଗଡ଼ରେ ୨ ପୁରୁଷ (୬୦ ଓ ୫୩ ବର୍ଷ)ଙ୍କ ଜୀବନ ନେଇଛି କରୋନା ।

ଝାରସୁଗୁଡ଼ାର ୨ ମୃତକ ପୁରୁଷ (୭୩ ଓ ୫୬ ବର୍ଷ) ।

ବଲାଙ୍ଗୀରରେ ଜଣେ ବ୍ୟକ୍ତି (୩୬) ଓ କେନ୍ଦ୍ରାପଡ଼ାରେ ଜଣେ ପୁରୁଷ (୭୦) ପ୍ରାଣ ହରାଇଛନ୍ତି ।

ଏମାନେ ସମସ୍ତେ କରୋନା ପଜିଟିଭ ଚିହ୍ନଟ ହେଲା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ସମସ୍ତଙ୍କର ମୃତ୍ୟୁ ହୋଇଛି ।

ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୫୭କୁ ବୃଦ୍ଧି ହୋଇଛି ।

ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।

ଏ ସମସ୍ତଙ୍କୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୧,୭୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ରାଜ୍ୟରେ ଏବେ ସୁଦ୍ଧା ୩, ୧୪, ୬୨୯ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩, ୦୫, ୮୩୧ ଜଣ ସୁସ୍ଥ ହୋଇଛନ୍ତି ।

୭,୧୦୬ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କରୋନା, କେନ୍ଦ୍ରାପଡା, ଝାରସୁଗୁଡା, ବରଗଡ, ଭୁବନେଶ୍ବର, ସମ୍ବଲପୁର, ସୁନ୍ଦରଗଡ

ବଦଳିଲେ ପୁରୀ, ସମ୍ବଲପୁର ଏସପି

November 20, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୦(ଲୋକାଲ ୱାୟାର): ପୁରୀ ଓ ସମ୍ବଲପୁର ଏସପିଙ୍କୁ ବଦଳାଯାଇଥିବା ଶୁକ୍ରବାର ପ୍ରକାଶିତ ସରକାରୀ ବିଜ୍ଞପ୍ତିରୁ ଜଣାପଡ଼ିଛି ।

ପୁରୀ ଏସପି ଅଖିଳେଶ୍ୱର ସିଂଙ୍କୁ ପୁରୀରୁ ହଟାଯାଇ ପୁଲିସ ମୁଖ୍ୟାଳୟରେ ଏସପି ଭାବେ ଅବସ୍ଥାପିତ କରାଯାଇଛି ।

ସମ୍ବଲପୁର ଏସପି କନୱର ବିଶାଳ ସିଂହଙ୍କୁ ପୁରୀ ଏସପି ଭାବେ ଅବସ୍ଥାପିତ କରାଯାଇଛି । ସମ୍ବଲପୁର ଏସପି ଭାବେ କାହାକୁ ଅବସ୍ଥାପିତ କରାଯାଇନାହିଁ ।
ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ପୁରୀ, ସମ୍ବଲପୁର

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 25
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire