• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ସମ୍ବଲପୁର

୧୫ ଡିଗ୍ରୀ ତଳେ ୧୬ ସହର; ବୌଦ୍ଧ, ସୁନ୍ଦରଗଡ଼ ଓ ସୋନପୁରରେ ଘନ କୁହୁଡି

December 4, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୪ (ଲୋକାଲ ୱାୟାର) : ଓଡ଼ିଶାର ଅଧିକାଂଶ ସହରରେ ରାତିରେ ସର୍ବନିମ୍ନ ତାପମାତ୍ରା ଖସୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଛି ।

ସୋନପୁରରେ ସବୁଠାରୁ କମ୍ ୮.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି ।

ସର୍ବନିମ୍ନ ୧୫ ଡିଗ୍ରୀ ସେଲସିୟସ ତଳେ ଥିବା ୧୬ ସହର ହେଲା, ଦାରିଙ୍ଗିବାଡ଼ି (୯), ଫୁଲବାଣୀ (୧୦), ଅନୁଗୁଳ (୧୦), ଭବାନୀପାଟଣା (୧୦.୮), ଝାରସୁଗୁଡ଼ା (୧୧.୮), ତାଳଚେର (୧୨), କେନ୍ଦୁଝର (୧୨.୮), ସୁନ୍ଦରଗଡ (୧୩), ବଲାଙ୍ଗୀର (୧୩.୨), କୋରାପୁଟ (୧୩.୨), ବାରିପଦା (୧୪), ହୀରାକୁଦ (୧୪.୧), ସମ୍ବଲପୁର (୧୪.୨), ଟିଟିଲାଗଡ଼ (୧୪.୨) ଏବଂ ବୌଦ୍ଧ (୧୪.୫) ।

ତେବେ ଭୁବନେଶ୍ୱରରେ ତାପମାତ୍ରା ୧୬.୬ ଡିଗ୍ରୀ ସେଲସିୟସ ରହିଥିବା ବେଳେ କଟକରେ ୧୫ ଡିଗ୍ରୀ ଅଛି ।

ଅନ୍ୟପଟେ ବୌଦ୍ଧ, ସୁନ୍ଦରଗଡ଼ ଓ ସୋନପୁରରେ ଆଜି ଘନ କୁହୁଡ଼ି ଦେଖିବାକୁ ମିଳିଛି ।

ବୌଦ୍ଧରେ ଦୃଶ୍ୟମାନ ଦୂରତା ୫୦ ମିଟର ଥିବାବେଳେ ସୁନ୍ଦରଗଡ଼ ଓ ସୋନପୁରରେ ଦୃଶ୍ୟମାନ ଦୂରତା ୧୦୦ ମିଟରରୁ କମ ଥିଲା ।

କୋରାପୁଟ ଏବଂ ଫୁଲବାଣୀରେ ମଧ୍ୟମ ଧରଣର କୁହୁଡ଼ି ରହିଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, ଓଡିଶା, କେନ୍ଦୁଝର, କୋରାପୁଟ, ଝାରସୁଗୁଡା, ଟିଟିଲାଗଡ଼, ତାଳଚେର, ଦାରିଙ୍ଗିବାଡ଼ି, ଫୁଲବାଣୀ, ବଲାଙ୍ଗିର, ବଲାଙ୍ଗିର, ବାରିପଦା, ବୌଦ୍ଧ, ଭବାନୀପାଟଣା, ସମ୍ବଲପୁର, ସୁନ୍ଦରଗଡ, ସୋନପୁର, ହୀରାକୁଦ

ଛଅ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତିଙ୍କୁ ନିଯୁକ୍ତି

November 23, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୩(ଲୋକାଲ ୱାୟାର): ରାଜ୍ୟର ୬ ବିଶ୍ୱବିଦ୍ୟାଳୟରେ ସୋମବାର ନୂତନ କୁଳପତିଙ୍କ ନିଯୁକ୍ତକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନୁମୋଦନ ଦେଇଛନ୍ତି ।

ବିଜ୍ଞପ୍ତି ଅନୁସାରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ଅପରାଜିତା ଚୌଧୁରୀ, ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଫେସର ସବିତା ଆଚାର୍ଯ୍ୟ, ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଦୀନବନ୍ଧୁ ସାହୁ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ପ୍ରଫେସର ଏନ. ନାଗରାଜୁ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ପ୍ରଫେସର କିଶୋର କୁମାର ବାସା ଏବଂ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ପ୍ରଫେସର ପ୍ରଫୁଲ୍ଲ ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି ।

ନୂତନ କୁଳପତିମାନଙ୍କର କାର୍ଯ୍ୟକାଳ ୪ ବର୍ଷ ରହିବ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଗଞ୍ଜାମ, ବାଲେଶ୍ଵର, ଭୁବନେଶ୍ବର, ସମ୍ବଲପୁର

ରାଜ୍ୟରେ ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

November 23, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୩ (ଲୋକାଲ ୱାୟାର) : ରାଜ୍ୟରେ ଆଉ ୧୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ସୋମବାର ସ୍ୱାସ୍ଥ୍ୟ ବିଭାଗ କହିଛି ।

କରୋନାରେ ଜୀବନ ହରାଇଥିବା ୧୭ ଜଣଙ୍କ ମଧ୍ୟରୁ ଭୁବନେଶ୍ୱର ଓ ସୁନ୍ଦରଗଡରୁ ସର୍ବାଧିକ ୪ ଜଣ ଲେଖାଏଁ, ସମ୍ବଲପୁର ଜିଲ୍ଲାରୁ ୩ ଜଣ, ବରଗଡ ଓ ଝାରସୁଗୁଡା ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ବଲାଙ୍ଗୀର ଓ କେନ୍ଦ୍ରାପଡା ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି ।

ଭୁବନେଶ୍ୱରର ୪ ମୃତକଙ୍କ ମଧ୍ୟରୁ ଜଣେ ମହିଳା (୫୫) ଓ ୩ ଜଣ ପୁରୁଷ (୮୪, ୩୪ ଓ ୬୫ ବର୍ଷ) ଅଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାର ୪ ମୃତକ ମଧ୍ୟରୁ ଜଣେ ମହିଳା (୫୦) ଓ ୩ ଜଣ ପୁରୁଷ (୮୪, ୫୩ ଓ ୭୦ ବର୍ଷ) ଅଛନ୍ତି ।

ସମ୍ବଲପୁରର ୩ ମୃତକ ହେଲେ ପୁରୁଷ (୫୨, ୭୨ ଓ ୫୬ ବର୍ଷ) ।

ବରଗଡ଼ରେ ୨ ପୁରୁଷ (୬୦ ଓ ୫୩ ବର୍ଷ)ଙ୍କ ଜୀବନ ନେଇଛି କରୋନା ।

ଝାରସୁଗୁଡ଼ାର ୨ ମୃତକ ପୁରୁଷ (୭୩ ଓ ୫୬ ବର୍ଷ) ।

ବଲାଙ୍ଗୀରରେ ଜଣେ ବ୍ୟକ୍ତି (୩୬) ଓ କେନ୍ଦ୍ରାପଡ଼ାରେ ଜଣେ ପୁରୁଷ (୭୦) ପ୍ରାଣ ହରାଇଛନ୍ତି ।

ଏମାନେ ସମସ୍ତେ କରୋନା ପଜିଟିଭ ଚିହ୍ନଟ ହେଲା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ସମସ୍ତଙ୍କର ମୃତ୍ୟୁ ହୋଇଛି ।

ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୫୭କୁ ବୃଦ୍ଧି ହୋଇଛି ।

ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।

ଏ ସମସ୍ତଙ୍କୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୧,୭୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ରାଜ୍ୟରେ ଏବେ ସୁଦ୍ଧା ୩, ୧୪, ୬୨୯ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩, ୦୫, ୮୩୧ ଜଣ ସୁସ୍ଥ ହୋଇଛନ୍ତି ।

୭,୧୦୬ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କରୋନା, କେନ୍ଦ୍ରାପଡା, ଝାରସୁଗୁଡା, ବରଗଡ, ଭୁବନେଶ୍ବର, ସମ୍ବଲପୁର, ସୁନ୍ଦରଗଡ

ବଦଳିଲେ ପୁରୀ, ସମ୍ବଲପୁର ଏସପି

November 20, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୦(ଲୋକାଲ ୱାୟାର): ପୁରୀ ଓ ସମ୍ବଲପୁର ଏସପିଙ୍କୁ ବଦଳାଯାଇଥିବା ଶୁକ୍ରବାର ପ୍ରକାଶିତ ସରକାରୀ ବିଜ୍ଞପ୍ତିରୁ ଜଣାପଡ଼ିଛି ।

ପୁରୀ ଏସପି ଅଖିଳେଶ୍ୱର ସିଂଙ୍କୁ ପୁରୀରୁ ହଟାଯାଇ ପୁଲିସ ମୁଖ୍ୟାଳୟରେ ଏସପି ଭାବେ ଅବସ୍ଥାପିତ କରାଯାଇଛି ।

ସମ୍ବଲପୁର ଏସପି କନୱର ବିଶାଳ ସିଂହଙ୍କୁ ପୁରୀ ଏସପି ଭାବେ ଅବସ୍ଥାପିତ କରାଯାଇଛି । ସମ୍ବଲପୁର ଏସପି ଭାବେ କାହାକୁ ଅବସ୍ଥାପିତ କରାଯାଇନାହିଁ ।
ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ପୁରୀ, ସମ୍ବଲପୁର

ବ୍ୟାଙ୍କ ଗାଡ଼ିରୁ ୩୯ ଲକ୍ଷ ଲୁଟ୍ ମାମଲାରେ ୯ ଗିରଫ, ୧୦ ଲକ୍ଷ ଜବତ

November 19, 2020 By LocalWire Leave a Comment

ସମ୍ବଲପୁର, ନଭେମ୍ବର ୧୯(ଲୋକାଲ ୱାୟାର): ସମ୍ବଲପୁର ଜିଲ୍ଲାରେ ୟୁନିଅନ ବ୍ୟାଙ୍କର ଏକ ଗାଡ଼ିରୁ ଗତ ୯ ତାରିଖରେ ୩୯ ଲକ୍ଷ ଟଙ୍କା ଲୁଟ୍ ମାମଲାରେ ୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୦ ଲକ୍ଷ ଟଙ୍କା ଜବତ ହୋଇଥିବା ଗୁରୁବାର କହିଛନ୍ତି ସମ୍ବଲପୁର ଏସପି କନୱର ବିଶାଲ ସିଂ ।

ଗିରଫ ଡକାୟତମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ାରୁ ୪ଜଣ, ରାଉରକେଲାରୁ ଜଣେ, କୁଚିଣ୍ଡାରୁ ୨ ଜଣ, ବ୍ରଜରାଜନଗରରୁ ୨ ଜଣ ଅଛନ୍ତି ।

ସେମାନଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରି ପୁଲିସ ଗିରଫ କରିଛି । ଡକାୟତମାନେ ଲୁଟ ଟଙ୍କାରୁ ୫ ଲକ୍ଷରେ ଏକ ଦାମୀ କାର ଏବଂ ୨ଟି ବାଇକ୍ କିଣିଥିବା ପୁଲିସ କହିଛି ।

କାର୍ ଓ ବାଇକ ଦୁଇଟି ମଧ୍ୟ ଜବତ କରାଯାଇଛି । ଏହି ଲୁଟରେ ସଂପୃକ୍ତ ଥାଇ ଫେରାର ଥିବା ଅନ୍ୟ ଦୁଇ ଡକାୟତଙ୍କୁ ଗିରଫ କରିବାକୁ ଉଦ୍ୟମ ଚାଲିଥିବା ଏସପି କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ୯ ତାରିଖରେ କୁଚିଣ୍ଡା ୟୁନିଅନ ବ୍ୟାଙ୍କ ଶାଖାର ମୁଖ୍ୟ ପ୍ରବନ୍ଧକ ଓ ଜଣେ ପିଅନ ସମ୍ବଲପୁରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରୁ ୩୯ ଲକ୍ଷ ୪୨ ହଜାର ଟଙ୍କା ନେଇ ଲଇମୁରା ଶାଖାକୁ ଯାଉଥିଲେ ।

କୁଚିଣ୍ଡା ଥାନା ଅନ୍ତର୍ଗତ କରାଙ୍ଗାମାଳ ନିକଟରେ ଡକାୟତମାନେ ଗାଡ଼ିକୁ ଅଟକାଇ ଟଙ୍କା ଲୁଟି ନେଇଥିଲେ ।

ଏହି ଘଟଣାରେ କୁଚିଣ୍ଡାରୁ ୨ ଜଣଙ୍କୁ ଗିରଫ କରାଯିବା ପରେ ଅନ୍ୟମାନଙ୍କ ସମ୍ପର୍କରେ ସୂଚନା ମିଳିଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ସମ୍ବଲପୁର

ଡିସେମ୍ବର ୮ରୁ ହୀରାକୁଦରେ ହେବ ଇକୋ-ରିଟ୍ରିଟ୍‌

November 16, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୧୬(ଲୋକାଲ ୱାୟାର): ଆସନ୍ତା ୮ ତାରିଖରୁ ପ୍ରଥମ ଥର ପାଇଁ ହୀରାକୁଦରେ ଇକୋ-ରିଟ୍ରିଟ କାର୍ଯ୍ୟକ୍ରମ ହେବ ବୋଲି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି ।

ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ଉପସ୍ଥିତିରେ ବଲାଙ୍ଗୀରରେ ପର୍ଯ୍ୟଟନ କାର୍ଯ୍ୟାଳୟର ନିଜସ୍ୱ କୋଠା ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଶ୍ରୀମୟୀ ଏହା କହିଛନ୍ତି ।

ପର୍ଯ୍ୟଟନ ବିଭାଗର ଏହି କାର୍ଯ୍ୟାଳୟ କୋଠା ନିର୍ମାଣ ସହ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ କାର୍ଯ୍ୟାଳୟ ପରିସରରେ ଅନ୍ୟାନ୍ୟ ବ୍ୟବସ୍ଥା କରିବା ନିମନ୍ତେ ଶ୍ରୀମତୀ ମିଶ୍ର ପରାମର୍ଶ ଦେଇଛନ୍ତି ।

ପଶ୍ଚିମ ଓଡ଼ିଶାରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଉପରେ ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଉଥିବା ସେ କହିଛନ୍ତି ।

ହୀରାକୁଦର ଇକୋ-ରିଟ୍ରିଟ୍ କାର୍ଯ୍ୟକ୍ରମ ହୀରାକୁଦର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାରେ ପର୍ଯ୍ୟଟକମାନଙ୍କ ନିମନ୍ତେ ଏକ ସୁଯୋଗ ସୃଷ୍ଟି କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ସମ୍ବଲପୁର, ହୀରାକୁଦ

ସମ୍ବଲପୁର ସାଂସଦଙ୍କ କାରକୁ ଧକ୍କାଦେଲା ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ

November 13, 2020 By LocalWire Leave a Comment

ସମ୍ବଲପୁର, ନଭେମ୍ବର ୧୩ (ଲୋକାଲ ୱାୟାର) : ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ କାରକୁ ଗୁରୁବାର ବିଳମ୍ବିତ ରାତିରେ ଦେବଗଡ଼ କୁରଡ଼ସ୍ଥିତ ୪୯ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିବା ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ସାଂସଦ ଶ୍ରୀ ଗଙ୍ଗଦେବ, ତାଙ୍କ ସିଏସଓ ଏବଂ ଡ୍ରାଇଭର ସୁରକ୍ଷିତ ଅଛନ୍ତି ।

ଦୁର୍ଘଟଣାରେ କାରର ପଛପାଖ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି ବୋଲି ସାଂସଦଙ୍କ ପ୍ରତିନିଧି ସୂଚନା ଦେଇଛନ୍ତି ।

ପୁଲିସ ଦୁର୍ଘଟଣାକୁ ନେଇ ଏକ ମାମଲା ରୁଜୁ କରି ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖିଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ସମ୍ବଲପୁର

ବୁର୍ଲାରେ ପୂର୍ବ ଶତ୍ରୁତାରୁ ମରଣାନ୍ତ ଆକ୍ରମଣ ଘଟଣା; ୨ ଭାଇ ମୃତ

November 11, 2020 By LocalWire Leave a Comment

ବୁର୍ଲା, ନଭେମ୍ବର ୧୧ (ଲୋକାଲ ୱାୟାର) : ବୁର୍ଲା ସହରର ସେଣ୍ଟର ଲାଇନରେ ପୂର୍ବ ଶତ୍ରୁତାରୁ ଗୋଟିଏ ପରିବାରକୁ ମରଣାନ୍ତ ଆକ୍ରମଣ ଘଟଣାରେ ଆଉ ଜଣକ ମୃତ୍ୟୁ ହୋଇଥିବା ବୁଧବାର ସ୍ଥାନୀୟ ପୁଲିସ କହିଛି ।

ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚି ଥିବାବେଳେ ଗୁରୁତର ଅନ୍ୟ ୩ ଜଣଙ୍କ ବୁର୍ଲା ମେଡିକାଲରେ ଚିକିତ୍ସା ଚାଲିଛି ।

ସୂଚନା ଅନୁସାରେ, ସେଣ୍ଟର ଲାଇନ୍ କଲୋନୀରେ ରହୁଥିବା ବିଶୋଇ ପରିବାରଙ୍କ ଉପରେ ମଙ୍ଗଳବାର ରାତିରେ ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା ।

ଏଥିରେ ପିତାବାଶ ବିଶୋଇ (୫୦), ତାଙ୍କ ସ୍ତ୍ରୀ ସଙ୍ଗୀତା ବିଶୋଇ (୪୭), ତାଙ୍କ ବଡ଼ ପୁଅ ବୁଲୁ ବିଶୋଇ (୩୪), ସାନ ପୁଅ ମୁନା ବିଶୋଇ (୩୦) ଓ ପିତାବାଶଙ୍କ ଶଳା ନରେନ୍ଦ୍ର ଭାଣ୍ଡେକର (୫୨) ଗୁରୁତର ଆହତ ହୋଇଥିଲେ ।

ସମସ୍ତଙ୍କୁ ଭୁଜାଲିରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର ହୋଇ ଯାଇଥିଲେ ।

ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଭିମସାର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ଚିକିତ୍ସାଧୀନ ଅବସ୍ଥାରେ ଦୁଇ ପୁଅ ମୁନ୍ନା ଓ ବୁଲୁର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଗୁରୁତର ଅଛନ୍ତି ।

ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବୁର୍ଲା, ସମ୍ବଲପୁର

ବ୍ୟାଙ୍କ ଯାଉଥିବା ୩୫ ଲକ୍ଷ ଟଙ୍କା ବନ୍ଧୁକ ଦେଖାଇ ଲୁଟିନେଲେ

November 9, 2020 By LocalWire Leave a Comment

ସମ୍ବଲପୁର, ନଭେମ୍ବର ୯(ଲୋକାଲ ୱାୟାର): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନାଞ୍ଚଳରେ ସୋମବାର ଅପରାହ୍ଣରେ ଏକ ବ୍ୟାଙ୍କକୁ ଯାଉଥିବା ୩୫ ଲକ୍ଷ ୪୨ ହଜାର ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଥିବା ବ୍ୟାଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ତଦନ୍ତ ଚାଲିଥିବା ସ୍ଥାନୀୟ ପୁଲିସ କହିଛି ।

ସୋମବାର ଅପରାହ୍ଣରେ ସମ୍ବଲପୁରରୁ ଦେବଗଡ଼ର ଲଇମୁରା ୟୁନିଅନ ବ୍ୟାଙ୍କକୁ କେତେକ କର୍ମଚାରୀ ଏକ ବୋଲେରୋରେ ଏହି ଟଙ୍କା ନେଇ ଯାଉଥିବା ବେଳେ ବାଟରେ ୩ଟି ବାଇକରେ ୬ ଜଣ ଦୁର୍ବୃତ୍ତ ଆସି ସେମାନଙ୍କୁ ଅଟକାଇଥିଲେ ।

ବୋଲେରୋରେ ଥିବା ବ୍ୟାଙ୍କର ଦୁଇ ଜଣ କର୍ମଚାରୀ, ଜଣେ ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କୁ ଲୁଟେରାମାନେ ବନ୍ଧୁକ ଦେଖାଇ ଭୟଭୀତ କରାଇ ସବୁତକ ଟଙ୍କା ଲୁଟି ଚାଲିଯାଇଥିବା ଅଭିଯୋଗ ହୋଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଦେବଗଡ଼, ସମ୍ବଲପୁର

ରାଜ୍ୟର ୧୧ଟି ସ୍ଥାନରେ ୧୫ ଡିଗ୍ରୀ ତଳେ ପାରଦ

November 8, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୮ (ଲୋକାଲ ୱାୟାର) : ସାରା ରାଜ୍ୟରେ ଶୀତ ଅନୁଭୂତ ହେଉଥିବା ବେଳେ ୯.୬ ଡିଗ୍ରୀ ତାପମାତ୍ରା ସହ ସୋନପୁର ସବୁଠୁ ଥଣ୍ଡା ସହର ପାଲଟିଥିବା ବେଳେ ୧୧ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ତଳେ ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ରବିବାର କହିଛି ।

ଅନୁଗୁଳରେ ୧୧, ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ୧୦.୫, ଝାରସୁଗୁଡ଼ାରେ ୧୩, କୋରାପୁଟରେ ୧୧.୬, ଭବାନୀପାଟଣାରେ ୧୨.୨ ଓ କେନ୍ଦୁଝରରେ ୧୩.୮ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।

ସେହିପରି, ବାରିପଦାରେ ୧୪.୨, ବଲାଙ୍ଗିରରେ ୧୪.୬ ଓ ସମ୍ବଲପୁରରେ ୧୪.୭ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି ।

ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀ ସେଲସିୟସ ରହିଥିବା ବେଳେ କଟକରେ ୧୬.୮ ଡିଗ୍ରୀ ସେଲସିୟସ୍ ରହିଛି ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, ଓଡିଶା, କଟକ, କେନ୍ଦୁଝର, କୋରାପୁଟ, ଝାରସୁଗୁଡା, ଫୁଲବାଣୀ, ବଲାଙ୍ଗିର, ବଲାଙ୍ଗିର, ବାରିପଦା, ଭବାନୀପାଟଣା, ଭୁବନେଶ୍ୱର, ସମ୍ବଲପୁର, ସୋନପୁର

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Interim pages omitted …
  • Go to page 26
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire