ସମ୍ବଲପୁର, ଜାନୁଆରୀ ୪ (ଲୋକାଲ ୱାୟାର) : ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ପ୍ରତି ଛାତ୍ରଛାତ୍ରୀ ଅନ୍ତତଃ ୩ ଟି ଜିନିଷ ନିହାତି ଭାବେ କିଣିବା ଦରକାର । ଗୋଟିଏ ପାଠ୍ୟ ପୁସ୍ତକ, ଦ୍ୱିତୀୟରେ ଶଦ୍ଦକୋଷ ଓ ତୃତୀୟଟି ଏକ ଭଏସ୍ ରେକର୍ଡର ବୋଲି ଭାରତୀୟ ନୃତତ୍ୱ ସର୍ବେକ୍ଷଣର ନିର୍ଦେଶକ ପ୍ରଫେସର ବିନୟ କୁମାର ଶ୍ରୀବାସ୍ତବ ଗୁରୁବାର ସମ୍ବଲପୁର ବିଶ୍ୱବିଦ୍ୟାଳୟର ୫୨ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ।
ସମ୍ମାନିତ ଅତିଥି ଭାବେ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ମହାଦେବ ଜୟଶ୍ୱାଲ ଯୋଗଦେଇଥିଲେ ।
ଏହି ଅବସରରେ ପଦ୍ମଶ୍ରୀ ଡ.ଚନ୍ଦ୍ରଶେଖର କମ୍ବାରାଙ୍କୁ ଗଙ୍ଗାଧର ଜାତୀୟ ସମ୍ମାନ ପ୍ରଦାନ କରାଯାଇଥିଲା । ୨୦୧୮ ବର୍ଷ ପାଇଁ ଶ୍ରେଷ୍ଠ ଖେଳାଳି ଭାବେ ଆଶିଷ ପାତ୍ରଙ୍କୁ ସ୍ୱର୍ଗତ ହାଡ଼ିବନ୍ଧୁ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା ।
ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା ଉତ୍ସବରେ ଅଧ୍ୟକ୍ଷତା କରି ସ୍ୱାଗତ ଭାଷଣ ଦେବା ସହ ଶେଷରେ ପି.ଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଏ.କେ. ଦାଶ ଧନ୍ୟବାଦ ଦେଇଥିଲେ ।
ଲୋକାଲ ୱାୟାର