• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ସୁନ୍ଦରଗଡ

ଆରଏସପି ଦୁର୍ଘଟଣାରେ ୪ ମୃତ, ୨ ଡିଜିଏମ ନିଲମ୍ବିତ, ଉଚ୍ଚସ୍ତରୀୟ ତଦନ୍ତ

January 6, 2021 By LocalWire Leave a Comment

ରାଉରକେଲା, ଜାନୁଆରୀ ୬(ଲୋକାଲ ୱାୟାର): ରାଉରକେଲା ଇସ୍ପାତ କାରଖାନା (ଆରଏସପି)ର କୋଲ୍ କେମିକାଲ ବିଭାଗରେ ବୁଧବାର ପୂର୍ବାହ୍ନରେ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ୪ ଜଣ ଠିକା ଶ୍ରମିକଙ୍କ ମୃତ୍ଯୁ ଘଟିବା ପରେ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରାଣ ହରାଇଥିବା ୪ ଜଣ ଶ୍ରମିକ ହେଲେ ବ୍ରହ୍ମାନନ୍ଦ ପଣ୍ଡା (୫୧), ଅଭିମନୁ୍ୟ ସା (୩୩), ରବିନ୍ଦ୍ର ସାହୁ (୫୯) ଏବଂ ଗଣେଶ ଚନ୍ଦ୍ର ପାହିଲ (୫୫) ।

ଗୁରୁତର ଅବସ୍ଥାରେ ସେମାନଙ୍କୁ ଇସ୍ପାତ ଜେନେରାଲ ହସପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତ ମୃତ ଘୋଷଣା କରିଥିଲେ ।

ଏହି ଘଟଣାରେ ଆରଏସପି କର୍ତ୍ତୃପକ୍ଷ କର୍ତ୍ତବ୍ୟରେ ଅବହେଳା ପାଇଁ ଏନର୍ଜି ମ୍ୟାନେଜମେଣ୍ଟ ବିଭାଗର ଡିଜିଏମ୍ ଜି. ବାରିକ ଏବଂ ସିସିଡିର ଡିଜିଏମ୍ ଏନ୍.ଦାସଙ୍କୁ ନିଲମ୍ବନ କରିଛନ୍ତି ।

ଦୁର୍ଘଟଣା କାହିଁକି ଓ କିପରି ହେଲା ତାହାର ଯାଞ୍ଚ ଲାଗି ମ୍ୟାଟେରିଆଲ ମ୍ୟାନେଜମେଣ୍ଟର ସିଜିଏମ୍(ଇନଚାର୍ଜ) ସି.ଆର.ମହାପାତ୍ର, ପ୍ରୋଜେକ୍ଟ ବିଭାଗର ସିଜିଏମ୍ ଏସ୍.କେ.ବେହେରା ଓ ସିଜିଏମ୍ ଏ.ଭି. ରାଜଜ ଶେଖରଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ।

ତେବେ ପ୍ରତି ମୃତକଙ୍କ ପରିବାରର ଜଣକୁ କାରଖାନାରେ ସ୍ଥାୟୀ ଚାକିରି, ଠିକା ସଂସ୍ଥା ପକ୍ଷରୁ ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ ଏବଂ ଶବ ସକ୍ରାର ଲାଗି ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ସୁନ୍ଦରଗଡ

ପାକିସ୍ତାନ ଜେଲରୁ ଫେରିଥିବା ବିରଜୁ ପୁଣି ନିଖୋଜ ଅଭିଯୋଗ

January 3, 2021 By LocalWire Leave a Comment

ସୁନ୍ଦରଗଡ଼, ଜାନୁଆରୀ ୩(ଲୋକାଲ ୱାୟାର): ପାକିସ୍ତାନ ଜେଲରେ ୨୦ ବର୍ଷ ରହିବା ପରେ ଜନ୍ମଭୂମିକୁ ଫେରିଥିବା ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଜଙ୍ଗରପଡ଼ାର ବିରଜୁ କୁଲୁ (୫୧) ପୁଣି ଥରେ ନିଖୋଜ ହୋଇ ଯାଇଥିବା ତାଙ୍କ ଭଉଣୀ ରବିବାର ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି ।

ଶନିବାର ରାତିରେ ସେ ଘରୁ କୁଆଡ଼େ ଚାଲି ଯାଇଥିବା ଭଉଣୀ ବେର୍ଣ୍ଣାଦେତ୍ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।

ଅଭିଯୋଗ ମିଳିବା ପରେ ପୁଲିସ ତାଙ୍କୁ ଖୋଜିବା ପାଇଁ ଅଭିଯାନ ଆରମ୍ଭ କରିଥିବା ବେଳେ ପଡ଼ୋଶୀ ରାଜ୍ୟ ପୁଲିସର ସହାୟତା ମଧ୍ୟ ଲୋଡ଼ିଛି ।

ସ୍ମରଣଯୋଗ୍ୟ, ବିରଜୁ ୨୫ ବର୍ଷ ତଳେ ଘରୁ କୁଆଡ଼େ ଚାଲି ଯାଇଥିଲେ । ତେବେ ସେ ପାକିସ୍ତାନର ଲାହୋର ଜେଲରେ ବନ୍ଦୀ ଥିବା ମାସେ ତଳେ ପରିବାର ଲୋକେ ଖବର ପାଇଥିଲେ ।

ଭାରତ ସରକାରଙ୍କ ଉଦ୍ୟମ କ୍ରବେ ଗତ ଅକ୍ଟୋବର ୨୬ରେ ସେ ମୁକ୍ତ ହୋଇ ଅମୃତସରରେ ପହଞ୍ଚିଥିଲେ ।

ଓଡ଼ିଶାର ଯାଇଥିବା ଏକ ସ୍ୱତନ୍ତ୍ର ଟିମ୍ ତାଙ୍କୁ ସୁନ୍ଦରଗଡ଼ ଆଣି ନିଜ ଘରେ ଛାଡ଼ିଥିଲେ ।

ତାଙ୍କ ଚଳିବା ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ତାଙ୍କୁ ରାସନ ସାମଗ୍ରୀ ଓ ଅର୍ଥ ସହାୟତା ଦେଇଥିଲା । ତେବେ ଏବେ ପୁଣି ସେ ନିଖୋଜ ହୋଇ ଯାଇଥିବା ଅଭିଯୋଗ ହୋଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ସୁନ୍ଦରଗଡ

ତିରିଶ ବର୍ଷ ଲିଭ୍-ଇନ ରେ ରହିବା ପରେ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

December 29, 2020 By LocalWire Leave a Comment

ସୁନ୍ଦରଗଡ଼, ଡିସେମ୍ବର ୨୯(ଲୋକାଲ ୱାୟାର): ଦୀର୍ଘ ତିରିଶ ବର୍ଷ ଧରି ଜଣେ ମହିଳାଙ୍କ ସହ ଲିଭ୍-ଇନ ସମ୍ପର୍କରେ ରହିବା ପରେ ତାଙ୍କୁ ହତ୍ୟା କରି ପୋତି ଦେଇଥିବା ଅଭିଯୋଗରେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି ।

ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ସବଡେଗାରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଅଭିଯୁକ୍ତ ଖେରୁ ନାୟକ ଗତ ଶନିବାରଠାରୁ ଏହି ହତ୍ୟାକାଣ୍ଡ ଘଟାଇଥିଲେ ମଧ୍ୟ ଏହା ଗତକାଲି ଗ୍ରାମବାସୀଙ୍କ ନଜରକୁ ଆସିଥିଲା ଏବଂ ସେମାନେ ଅଭିଯୁକ୍ତକୁ ଧରି ଆଜି ପୁଲିସକୁ ହସ୍ତାନ୍ତର କରିଛନ୍ତି ।

ଗ୍ରାମବାସୀ ଅଭିଯୋଗ କରିଛନ୍ତି, ଶକୁନ୍ତଳା ନାୟକ ନାମ୍ନୀ ମହିଳା ପ୍ରାୟୟ ୩୦ ବର୍ଷ ତଳେ ସ୍ୱାମୀ ଓ ଦୁଇଟି ସନ୍ତାନକୁ ଛାଡ଼ି ଖେରୁ ନାୟକ ସହ ସବଡେଗା ବସ୍ତିରେ ରହିବା ଆରମ୍ଭ କରିଥିଲା ।

କିନ୍ତୁ ବିଗତ କିଛି ଦିନ ଧରି ଅନ୍ୟ ଜଣେ ମହିଳାଙ୍କ ସହ ଖେରୁ ସମ୍ପର୍କ ରଖିବା ଆରମ୍ଭ କରିଥିଲା ।

ଏହାକୁ ନେଇ ଶକ୍ତୁନ୍ତଳା ଓ ଖେରୁଙ୍କ ମଧ୍ୟରେ ମନାନ୍ତର ଆରମ୍ଭ ହୋଇଥିଲା । ସମ୍ପର୍କ ଥିବା ଅନ୍ୟ ମହିଳାଙ୍କ ସହ ମିଶି ଖେରୁ ଶକୁନ୍ତଳାଙ୍କୁ ହତ୍ୟା କରି ଘର ପଛ ପାଶ୍ୱର୍ରେ ମାଟି ତଳେ ପୋତି ଦେଇଥିଲା ।

ତେବେ ଅଚାନକ ଶକୁନ୍ତଳା ନିଖୋଜ ହୋଇ ଯିବାରୁ ଗ୍ରାମବାସୀ ସନ୍ଦେହ କରିଥିଲେ ।

ସେମାନେ ଗତକାଲି ଖେରୁକୁ ଅଟକ ରଖି ଲଗାତର ଜେରା କରିଥିଲେ । ଶେଷରେ ଖେରୁ କାନ୍ଦି କାନ୍ଦି ନିଜ ଅପରାଧ ସ୍ୱୀକାର କରିଥିଲା ।

ଲୋକଙ୍କ ଠାରୁ ଖବର ପାଇ ସ୍ଥାନୀୟ ପୁଲିସ ଗ୍ରାମରେ ପହଞ୍ଚି ଖେରୁକୁ ଗିରଫ କରିଛି । ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ମାଟି ଖୋଳି ବ୍ୟବଚ୍ଛେଦ ପାଇଁଁ ପଠାଯିବ ବୋଲି ସ୍ଥାନୀୟ ପୁଲିସ ଅଧିକାରୀ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ସୁନ୍ଦରଗଡ

ସୁନ୍ଦରଗଡ଼ର ଖୁଣ୍ଟଗାଁଠାରେ ହେବ ଅତ୍ୟାଧୁନିକ ଟସର ସିଲକ ପାର୍କ

December 25, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୨୫(ଲୋକାଲ ୱାୟାର): ଟସର ଚାଷ ପାଇଁ ପ୍ରସିଦ୍ଧି ପାଇଥିବା ସୁନ୍ଦରଗଡ଼ ଜିଲ୍ଲାର ଖୁଣ୍ଟଗାଁଠାରେ ଏକ ଅତ୍ୟାଧୁନିକ ଟସର ସିଲକ୍ ପାର୍କ ପ୍ରତିଷ୍ଠା କରାଯିବ ବୋଲି ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ କୁହାଯାଇଛି ।

ସୁନ୍ଦରଗଡ଼ ଜିଲ୍ଲାର ବଣେଇ, କୋଇଡ଼ା, ଲହୁଣିପଡ଼ା, ବିଶ୍ରା, ବଡ଼ଗାଁ ବ୍ଲକରେ ଟସର ଚାଷ କରାଯାଉଛି ।

ଚାଷୀମାନଙ୍କୁ ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଇ ଦେବା ପାଇଁ ରେଶମ ନିର୍ଦ୍ଦେଶାଳୟ ଅଧୀନରେ ଏହି ଜିଲ୍ଲାରେ ୯ଟି ଚାଷୀ ସହଯୋଗ ସମିତି ରହିଛି ।

ଏହି ଜିଲ୍ଲାରେ ପ୍ରାୟତଃ ୬୦ ଲକ୍ଷରୁ ଅଧିକ ଟସର କୋଷା କ୍ରୟବିକ୍ରୟ ହେଉଥିବା ବେଳେ ୨ କୋଟିରୁ ଅଧିକ ଟଙ୍କାର କାରବାର ହେଉଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ସୁନ୍ଦରଗଡ

ରାଉରକେଲାରେ ହେବ ଦେଶର ସର୍ବବୃହତ ହକି ଷ୍ଟାଡିୟମ, ୨୦୨୩ ବିଶ୍ୱକପ୍ ପ୍ରସ୍ତୁତି

December 24, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୨୪(ଲୋକାଲ ୱାୟାର): ରାଉରକେଲାରେ ୨୦ ହଜାର ଦର୍ଶକ କ୍ଷମତାର ଏକ ବିଶ୍ୱସ୍ତରୀୟ ତଥା ଦେଶର ସର୍ବର୍ବୃହତ ହକି ଷ୍ଟାଡିୟମ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କହିଛନ୍ତି ।

ଏହି ହକି ଷ୍ଟାଡିୟମ ବିଶ୍ୱର ଅନ୍ୟ ଷ୍ଟାଡିୟମ ପାଇଁ ଉଦାହରଣ ପାଲଟିବ । ବିଜୁ ପଟ୍ଟନାୟକ ୟୁନିଭରସିଟି ଆଣ୍ଡ ଟେକ୍ନୋଲୋଜି କ୍ୟାମ୍ପସ ପରିସରରେ ୧୫ ଏକର ପରିମିତ ଜମିରେ ଏହି ଷ୍ଟାଡିୟମ ଛିଡ଼ା ହେବ ବୋଲି ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୩ ବିଶ୍ୱକପ୍ ହକି ଟୁର୍ଣ୍ଣାମେଣ୍ଟର ମ୍ୟାଚ ଗୁଡ଼ିକ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ଏହି ଷ୍ଟାଡିୟମରେ ଅନୁଷ୍ଠିତ ହେବ ।

ସୁନ୍ଦରଗଡ଼ ଜିଲ୍ଲା ହକିର ଏକ ପାୱାର ହାଉସ୍ ଏବଂ ଏହି ଜିଲ୍ଲାରୁ ଅନେକ ହକି ଖେଳାଳି ଆନ୍ତର୍ଜାତିକ ସ୍ତରରେ ଭାରତ ପ୍ରତିନିିଧିତ୍ୱ କରିଛନ୍ତି ।

ଦିଲ୍ଲୀପ ତିର୍କୀ ଏବଂ ସୁନିତା ଲାକ୍ରାଙ୍କ ନେତୃତ୍ୱରେ ଭାରତୀୟ ଦଳ ଦେଶ ପାଇଁ ଅନେକ ଗୌରବ ଆଣିପାରିଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାର ଲୋକଙ୍କ ନିକଟରେ ଥିବା ହକି ପ୍ରେମ ବିଶ୍ୱର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ ।

ଭାରତୀୟ ହକି ପ୍ରତି ସୁନ୍ଦରଗଡ଼ବାସୀଙ୍କ ଅବଦାନକୁ ସ୍ୱୀକୃତି ଜଣାଇ ଏହି ଆନ୍ତର୍ଜାତିକ ହକି ଷ୍ଟାଡିୟମ ନିର୍ମାଣ କରାଯିବ ।

ପ୍ରସ୍ତାବିତ ଷ୍ଟାଡିୟମରେ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ ଏବଂ ଏହା ଅନନ୍ୟ ଅଭିଜ୍ଞତା ଦେବ ।

ଏହା ଏହି ଅଞ୍ଚଳରେ କ୍ରୀଡ଼ା ମାନଚିତ୍ରକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେବ । ହକି ପାଇଁ ବିଶ୍ୱରେ ଏହା ସର୍ବଶ୍ରେଷ୍ଠ ଷ୍ଟାଡିୟମ ହେବ ବୋଲି ଆଶା କରାଯାଉଥିବା ସେ କହିଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ମଧ୍ୟ ଇତି ମଧ୍ୟରେ ସିନ୍ଥେଟିକ୍ ହକି ଟର୍ଫ ବିଛା କାମ ଆରମ୍ଭ ହୋଇସାରିଛି । ଯାହାକି ଜିଲ୍ଲାରେ ହକିର ବିକାଶକୁ ପ୍ରୋତ୍ସାହିତ କରିବ ।

ଉଲ୍ଲେଖଯୋଗ୍ୟ, ୨୦୨୩ ବିଶ୍ୱକପ୍ ହକି ପାଇଁ ପ୍ରସ୍ତୁତି ସ୍ୱରୂପ ଇତି ମଧ୍ୟରେ ହକି ଇଣ୍ଡିଆ, ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ଅଧିକାରୀମାନେ ଏକାଧିକବାର ରାଉରକେଲା ଗସ୍ତ କରି ସମୀକ୍ଷା କରିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ରାଉରକେଲା, ସୁନ୍ଦରଗଡ

ଗୁଳି କରି ଲୁଟିନେଲେ ସୁନା ଅଳଙ୍କାର, ଜଣେ ମୃତ (ଅପଡେଟ୍)

December 18, 2020 By LocalWire Leave a Comment

ରାଉରକେଲା, ଡିସେମ୍ବର ୧୮(ଲୋକାଲ ୱାୟାର): ରାଉରକେଲାର ସହରର ଏସଟିଆଇ ଫ୍ଲାଇ ଓଭର ବ୍ରିଜରେ ଶୁକ୍ରବାର ସନ୍ଧ୍ୟାରେ ଲୁଟେରାଙ୍କ ଗୁଳିମାଡ଼ରେ ଜଣେ ବ୍ୟକ୍ତି ନିହତ ହୋଇଥିବା ବେଳେ ତାଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଛି ।

ଏସଟିଆଇର ଏକ ଜୁଏଲର୍ସରେ କାମ କରୁଥିବା ସରୋଜ କୁମାର ସାହୁ ସନ୍ଧ୍ୟାରେ ଅଳଙ୍କାର ବ୍ୟାଗ ନେଇ ଦୋକାନରୁ ଗଙ୍ଗାଧରପାଲ୍ଲୀସ୍ଥିତ ଘରକୁ ବାଇକରେ ଫେରୁଥିଲେ ।

ଫ୍ଲାଇଓଭରରେ ଅଚାନକ ତିନି ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କ ଉପରକୁ ତିନି ରାଉଣ୍ଡ ଗୁଳିମାଡ଼ କରିଥିଲେ । ସରୋଜଙ୍କ ମୁଣ୍ଡ, ପିଠି ଓ ଛାତିରେ ଗୁଳି ବାଜିଥିଲା ।

ତାଙ୍କୁ ଗୁରୁତର ଅବସ୍ଥାରେ ଆଇଜିଏଚରେ ଭର୍ତ୍ତି କରାଯାଇଥିବା ବେଳେ ମୃତ୍ୟୁ ହୋଇ ଯାଇଛି । ରାଉରକେଲା ଏସପି କେ. ଶିବା ସୁବ୍ରମଣି ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ସିଂହଟୋଲାରେ ଗତ ୧୪ ତାରିଖ ରାତିରେ ଜଣେ ସୁନା ବ୍ୟବସାୟୀ ପତ୍ନୀ ଓ ପୁଅକୁ ନେଇ ବାଇକରେ ଯାଉଥିବା ବେଳେ ଗୁଳିମାଡ଼ ହୋଇଥିଲା । କିନ୍ତୁ ସେମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ସୁନ୍ଦରଗଡ

ଜିଏସଟି ଠକେଇର ଗଡ଼ ପାଲଟିଛି ରାଉରକେଲା

December 16, 2020 By LocalWire Leave a Comment

ରାଉରକେଲା, ଡିସେମ୍ବର ୧୬ (ଲୋକାଲ ୱାୟାର): ଶହ ଶହ କୋଟି ଟଙ୍କାର ଜିଏସଟି (ବସ୍ତୁ ଓ ସେବା କର) ଠକେଇର ଗଡ ପାଲଟିଛି ଇସ୍ପାତ ନଗରୀ ରାଉରକେଲା ।

କୋଏଲ ନଗରର ଜଣେ ପରିବା ଦୋକାନୀଙ୍କୁ ୧୦୦ କୋଟି ଟଙ୍କାର ଜିଏସଟି ଠକେଇ ନୋଟିସ ମିଳିବାର ଦିନକ ପରେ ୩୦୦ କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗରେ ଜଣକୁ ଗିରଫ କରାଯାଇଛି ।

ଗରିବ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ନାମରେ କିଛି ଅସାଧୁ ବ୍ୟବସାୟୀ ନକଲି କମ୍ପାନୀ ଖୋଲି ଟଙ୍କା ନେଣଦେଣ କରୁଛନ୍ତି ।

ଅକ୍ଟୋବର ୨୩ରେ ରାଉରକେଲାର ୧୮ ଜଣଙ୍କ ବ୍ୟାଙ୍କ ଆକାଉଂଟ ମାଧ୍ୟମରେ ୪୨ କୋଟି ଟଙ୍କା ଟିକସ ଠକେଇ ଅଭିଯୋଗ ହୋଇଥିଲା ।

ସେହି ମାସରେ ରାଉରକେଲାର ସେକ୍ଟର ୨୦ରେ ରହୁଥିବା ଜଣେ ଡ୍ରାଇଭରଙ୍କ ବିରୋଧରେ ୨୩.୯୬ କୋଟି ଟଙ୍କାର ଜିଏସଟି ଓ ନକଲି ବିଲ୍ ଦ୍ୱାରା ୪.୩୧ କୋଟି ଟଙ୍କାର ସିଜିଏସଟି ଓ ଏସଜିଏସଟି ଠକେଇ ହୋଇଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ରାଉରକେଲା, ସୁନ୍ଦରଗଡ

୧୪ ଡିଗ୍ରୀ ତଳେ ୧୨ ସହରର ପାରଦ

December 7, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୭ (ଲୋକାଲ ୱାୟାର) : ଓଡ଼ିଶାରେ ଶୀତ ବଢୁଥିବା ବେଳେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ପ୍ରଚଣ୍ଡ ଜାଡ଼ ଅନୁଭୂତ ହେଉଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୧୨ଟି ସହରର ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ତଳକୁ ଖସିଥିବା ବେଳେ ଫୁଲବାଣୀରେ ସବୁଠାରୁ କମ୍ ୮.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି ।

ସର୍ବନିମ୍ନ ୧୪ ଡିଗ୍ରୀ ସେଲସିୟସ ତଳେ ଥିବା ୧୨ ସହର ହେଲା, ସୋନପୁର (୮.୮), ଦାରିଙ୍ଗିବାଡ଼ି (୯), ଅନୁଗୁଳ (୧୦.୬), କୋରାପୁଟ (୧୦.୬), ଭବାନୀପାଟଣା (୧୧.୬), ସୁନ୍ଦରଗଡ଼ (୧୩), ମାଲକାନଗିରି (୧୩), ବୌଦ୍ଧ (୧୩), ତାଳଚେର (୧୩.୩), ଝାରସୁଗୁଡ଼ା, (୧୩.୪) ଏବଂ ବଲାଙ୍ଗୀରରେ (୧୩.୫) ।

ତେବେ ଭୁବନେଶ୍ୱରରେ ତାପମାତ୍ରା ୧୭.୬ ଡିଗ୍ରୀ ସେଲସିୟସ ରହିଥିବା ବେଳେ କଟକରେ ୧୬.୪ ଡିଗ୍ରୀ ଅଛି ।

ଅନ୍ୟପଟେ ଚାନ୍ଦବାଲି ଏବଂ ରାୟଗଡ଼ାରେ ଅତିଘନ କୁହୁଡ଼ି ହୋଇଥିବା ବେଳେ ଦୃଶ୍ୟମାନ ଦୂରତା ୪୦ ମିଟର ରହିଥିଲା ।

ସେହିଭଳି ପାରାଦୀପ, ସୋନପୁର ଏବଂ ବୌଦ୍ଧରେ ମଧ୍ୟ ଘନକୁହୁଡି ରହିଥିଲା । ପାରାଦୀପଠାରେ ଦୃଶ୍ୟମାନ ଦୂରତା ୫୦ ମିଟର ଥିବାବେଳେ ସୋନପୁର ଏବଂ ବୌଦ୍ଧ ଠାରେ ଦୃଶ୍ୟମାନ ଦୂରତା ୧୦୦ ମିଟର ରହିଥିଲା ।

ଭୁବନେଶ୍ୱର, କଟକ, କୋରାପୁଟ ଏବଂ ନୟାଗଡ଼ରେ ହାଲୁକା କୁହୁଡି ରହିଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, ଓଡିଶା, କୋରାପୁଟ, ଝାରସୁଗୁଡା, ତାଳଚେର, ଦାରିଙ୍ଗିବାଡ଼ି, ପାରାଦୀପ, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା, ମାଲକାନଗିରି, ରାୟଗଡା, ସୁନ୍ଦରଗଡ, ସୋନପୁର

୧୪ ଡିଗ୍ରୀ ତଳେ ୧୪ ସହରର ପାରଦ; ଚାନ୍ଦବାଲିରେ ଘନ କୁହୁଡି

December 6, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୬ (ଲୋକାଲ ୱାୟାର) : ଓଡ଼ିଶାର ଅଧିକାଂଶ ସହରରେ ରାତିରେ ସର୍ବନିମ୍ନ ତାପମାତ୍ରା ଖସୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୪ଟି ସହରର ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ତଳକୁ ଖସିଛି ।

ସୋନପୁରରେ ସବୁଠାରୁ କମ୍ ୭.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ରବିବାର ସୂଚନା ଦିଆଯାଇଛି ।

ସର୍ବନିମ୍ନ ୧୪ ଡିଗ୍ରୀ ସେଲସିୟସ ତଳେ ଥିବା ୧୪ ସହର ହେଲା, ଫୁଲବାଣୀ (୮.୩), ଦାରିଙ୍ଗିବାଡ଼ି (୯), ଅନୁଗୁଳ (୧୦), ଭବାନୀପାଟଣା (୧୦.୨), କୋରାପୁଟ (୧୧.୬), ତାଳଚେର (୧୧.୯), ସୁନ୍ଦରଗଡ (୧୨), କେନ୍ଦୁଝର (୧୨.୪), ବଲାଙ୍ଗୀର (୧୨.୮), ଝାରସୁଗୁଡ଼ା (୧୩), ବାରିପଦା (୧୩.୪), ହୀରାକୁଦ (୧୩.୬) ଓ ସମ୍ବଲପୁର (୧୪.୭) ।

ତେବେ ଭୁବନେଶ୍ୱରରେ ତାପମାତ୍ରା ୧୭.୬ ଡିଗ୍ରୀ ସେଲସିୟସ ରହିଥିବା ବେଳେ କଟକରେ ୧୫.୮ ଡିଗ୍ରୀ ଅଛି ।

ଅନ୍ୟପଟେ ଚାନ୍ଦବାଲିରେ ଆଜି ଅତିଘନ କୁହୁଡ଼ି ହୋଇଥିବା ବେଳେ ଦୃଶ୍ୟମାନ ଦୂରତା ୩୦ ମିଟର ରହିଥିଲା ।

ସେହିଭଳି ପାରାଦୀପରେ ଘନକୁହୁଡି ଦୃଶ୍ୟମାନ ଦୂରତା ୫୦ ମିଟର ଥିବାବେଳେ ଭୁବନେଶ୍ୱର, କଟକ ଏବଂ ଫୁଲବାଣୀରେ ଦୃଶ୍ୟମାନ ଦୂରତା ୮୦୦ ମିଟରରୁ କମ ଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, ଓଡିଶା, କେନ୍ଦୁଝର, କୋରାପୁଟ, ଚାନ୍ଦବାଲି, ଝାରସୁଗୁଡା, ତାଳଚେର, ଦାରିଙ୍ଗିବାଡ଼ି, ପାରାଦୀପ, ଫୁଲବାଣୀ, ବଲାଙ୍ଗିର, ବଲାଙ୍ଗିର, ବାରିପଦା, ଭବାନୀପାଟଣା, ସମ୍ବଲପୁର, ସୁନ୍ଦରଗଡ, ହୀରାକୁଦ

ରାଉରକେଲା ସହର ସମେତ ୪ଟି ସ୍ଥାନରେ ଅତ୍ୟାଧୁନିକ ପରିମଳ ସେବାର ଶୁଭାରମ୍ଭ

December 4, 2020 By LocalWire Leave a Comment

ସୁନ୍ଦରଗଡ଼,ଡିସେମ୍ବର ୪(ଲୋକାଲ ୱାୟାର): ରାଉରକେଲା ମହାନଗର ନିଗମ, ବୀରମିତ୍ରପୁର ପୌରପାଳିକା, କୋଇଡ଼ା ଓ କୁତ୍ରା ବ୍ଲକରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଅତ୍ୟାଧୁନିକ ପରିମଳ ସେବାର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ସେ କହିଥିଲେ, ‘ସ୍ୱଚ୍ଛତା କଥା ଉଠିଲେ ପ୍ରଥମେ ଗାନ୍ଧିଜୀଙ୍କ କଥା ମନକୁ ଆସିଥାଏ ।

ଗାନ୍ଧିଜୀ ସବୁବେଳେ ପରିମଳକୁ ଗୁରୁତ୍ୱ ଦେଉଥିଲେ । ଜାତିର ପିତାଙ୍କ ଭାଷାରେ ପରିମଳ ହେଉଛି ସ୍ୱାଧୀନତାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ।

ବାସ୍ତବରେ ସୁସ୍ଥ ପରିବେଶ ହିଁ ଉନ୍ନତି ଏବଂ ଉନ୍ନତ ଜୀବନର ଆଧାର ।’

ପରିମଳ ସେବାକୁ ସୁଦୃଢ଼ କରିବା ପାଇଁ ୨୪ ପ୍ରକାରର ୧୯୦ଟି ମେସିନ ଓ ଗାଡ଼ି ଯୋଗାଇ ଦିଆଯାଇଛି ।

ସେହିପରି ରାଉରକେଲା ସହରର ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପାଇଁ ପ୍ରସ୍ତାବିତ ୧୦ଟି ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ର ମଧ୍ୟରୁ ୪ଟିର ଶୁଭ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ।

ଶୁଭାରମ୍ଭ ହୋଇଥିବା ପରିମଳ କାର୍ଯ୍ୟକ୍ରମ ଲାଗି ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏବଂ ରାଉରକେଲା ମହାନଗର ନିଗମ ପାଣ୍ଠିରୁ ୬୯ କୋଟିରୁ ଅଧିକ ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ରାଉରକେଲା ସହିତ ଜିଲ୍ଲାର ଅନ୍ୟ ସ୍ଥାନ ପାଇଁ ଏବେ ୧୯୦ଟି ଗାଡ଼ି ଓ ମେସିନ ଯୋଗାଇ ଦିଆଯାଇଛି ।

ଆଗାମୀ ଦିନରେ ଏହି ସେବାକୁ ସୁଦୃଢ଼ କରିବା ପାଇଁ ପ୍ରଶାସନ ପକ୍ଷରୁ ଅଧିକ ମେସିନ ଓ ସହାୟତା ଯୋଗାଇ ଦିଆଯିବ ବୋଲି ସ୍ୱାଗତ ଭାଷଣ ଦେଇ କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ।

ଏହି କାର୍ଯ୍ୟକ୍ରମରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି କେ ପାଣ୍ଡିଆନ୍, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା, ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାଥାନନ୍ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ପରିମଳ ସେବାରେ ଯୋଡ଼ି ହୋଇଛି ଅତ୍ୟାଧୁନିକ ମେସିନ୍ ଓ ଗାଡ଼ି । ଦୁଆର ମୁହଁରୁ ଆବର୍ଜନା ସଂଗ୍ରହ ପାଇଁ ବ୍ୟାଟେରି ଚାଳିତ ଛୋଟ ପରିବେଶ ଅନୁକୂଳ ଗାଡ଼ି, ରାସ୍ତା ସଫେଇ ପାଇଁ ରୋଡ୍ ସୁଇପିଂ ମେସିନ, ଖୋଲା ଡ୍ରେନ୍୍ ସଫେଇ ପାଇଁ ‘ଓପନ ନାଲା ଡି-ସିଲଟିଂ’ ମେସିନ୍, ସ୍ୱିରେଜ ଲାଇନ୍୍ ସଫା ଲାଗି ‘ସକସନ୍ କମ୍ ଜେଟିଂ’ ମେସିନ୍, ସେପ୍ଟିକ୍ ଟାଙ୍କି ଲାଗି ‘ସେସ୍ପୁଲ୍୍’, ମଶା ବଂଶ ଦମନ ପାଇଁ ‘ଫଗିଂ’ ମେସିନ୍, ସର୍ବସାଧାରଣ ସ୍ଥାନ ବିଶୋଧନ ପାଇଁ ‘ଟ୍ରେଲର ମାଉଂଟେଡ୍ ସାନିଟାଇଜର ଆଣ୍ଡ୍ ଡିସଇନ୍ଫେକ୍ଟାଂଟ୍’ ମେସିନ୍ ଏବଂ ବାୟୁମଣ୍ଡଳରେ ଧୂଳି ଓ ଧୂଆଁ ନିୟନ୍ତ୍ରଣ ପାଇଁ ଉଚ୍ଚ କ୍ଷମତାସଂପନ୍ନ ‘ଡି-ଫଗିଂ’ ମେସିନ୍ ଆଦି ବ୍ୟବହାର କରାଯିବ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ସୁନ୍ଦରଗଡ

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 13
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire