• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ସୁବର୍ଣ୍ଣପୁର

ଲାଞ୍ଚ ନେଉଥିବା ବେଳେ ପ୍ରାଣୀ ଚିକିତ୍ସକ ଭିଜିଲାନ୍ସ ଦ୍ୱାରା ଗିରଫ

October 20, 2020 By LocalWire Leave a Comment

ସୁବର୍ଣ୍ଣପୁର, ଅକ୍ଟୋବର ୨୦(ଲୋକାଲ ୱାୟାର): ସୋନପୁର ଜିଲ୍ଲାର ସୁବଳୟା ଥାନାଞ୍ଚଳରେ ମଙ୍ଗଳବାର ଜଣେ ପ୍ରାଣୀ ଚିକିତ୍ସକ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

ମୋ ଗୁହାଳ ଯୋଜନାର ହିତାଧିକାରୀ ଭାବେ ଯୋଗ୍ୟତା ପ୍ରମାଣପତ୍ର ପାଇବାକୁ ବଡ଼ଖମାର ଗ୍ରାମର ଲକ୍ଷ୍ମଣ ମହାକୁଡ଼ ସୁବଳୟାରେ ଥିବା ପ୍ରାଣୀ ଚିକିତ୍ସକ ପ୍ରିୟବ୍ରତ ବେହେରାଙ୍କ ନିକଟକୁ ଆସିଥିଲେ ।

କିନ୍ତୁ ଶ୍ରୀ ବେହେରା ଏଥିପାଇଁ ୫ ହଜାର ଟଙ୍କା ଦାବି କରିଥିଲେ । ବାଧ୍ୟହୋଇ ଶ୍ରୀ ମହାକୁଡ଼ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ ।

ଯୋଜନାନୁଯାୟୀ ମଙ୍ଗଳବାର ଶ୍ରୀ ମହାକୁଡ଼ ଡାକ୍ତର ଶ୍ରୀ ବେହେରାଙ୍କୁ ଲାଞ୍ଚ ଟଙ୍କା ଦେଇଥିଲେ ।

ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀମାନେ ଡାକ୍ତର ଶ୍ରୀ ବେହେରାଙ୍କୁ ଲାଞ୍ଚ ଟଙ୍କା ସହ ଗିରଫ କରିଛନ୍ତି । ତାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ମଧ୍ୟ ତଲାସୀ ନିଆଯାଇଥିବା ଅଧିକାରୀ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ସୁବର୍ଣ୍ଣପୁର

ବନ୍ୟା ଯୋଗୁଁ ଧାନ ଚାଷ ପ୍ରଭାବିତ, କ୍ଷୟକ୍ଷତି ଆକଳନ ପାଇଁ ଆସୁନାହାଁନ୍ତି ଅଧିକାରୀ

September 14, 2020 By LocalWire Leave a Comment

ସୁବର୍ଣ୍ଣପୁର, ସେପ୍ଟେମ୍ବର ୧୪ (ଲୋକାଲ ୱାୟାର): ଅଗଷ୍ଟ ମାସ ଶେଷରେ ରାଜ୍ୟରେ ହୋଇଥିବା ବନ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ପଞ୍ଚାୟତ ଲୁପୁରସିଂହା ଗ୍ରାମର ପ୍ରାୟ ୫୦ ଏକରରୁ ଅଧିକ ଚାଷଜମି ଜଳମଗ୍ନ ହୋଇ ଫସଲ ନଷ୍ଟ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୃଷି ବିଭାଗର କୌଣସି ବି ଅଧିକାରୀ ଆସି ବନ୍ୟା କ୍ଷୟକ୍ଷତିର ଆକଳନ କରି ନାହାନ୍ତି ବୋଲି ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି ।

ଚାଷୀଙ୍କ କହିବା ଅନୁସାରେ, ଏହି ଅଞ୍ଚଳରେ ଅଙ୍ଗନଦୀର ବନ୍ୟାପାଣି ପ୍ରାୟ ତିନିଦିନ ଧରି ଚାଷଜମିରୁ ନିଷ୍କାସିତ ହୋଇପାରି ନ ଥିଲା । ଫଳରେ ଧାନ ଗଛ ଗୁଡାକ ପଚି ନଷ୍ଟ ହୋଇଯାଇଛି ।

ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ବନ୍ୟା କ୍ଷୟକ୍ଷତିର ଆକଳନ କରିବା ପାଇଁ ଉଦ୍ୟାନ କୃଷି ବିଭାଗ ପଦକ୍ଷେପ ନେବା କଥା ।

ହେଲେ ବନ୍ୟା ପ୍ରଭାବିତ ଏହି ଅଞ୍ଚଳକୁ ବର୍ତ୍ତମାନ ଯାଏଁ କୌଣସି ବିଭାଗୀୟ ଅଧିକାରୀ ଆସି ପହଞ୍ଚି ନାହାନ୍ତି । କିମ୍ବା କ୍ଷୟକ୍ଷତିର ଆକଳନ ବି କରି ନାହାନ୍ତି ।

କରୋନା ମହାମାରୀ ନିଜର ପ୍ରାଦୁର୍ଭାବ ଦେଖାଇ ଚାଲିଥିବା ବେଳେ ବନ୍ୟା ଯୋଗୁଁ ତଳିଆ ଅଞ୍ଚଳରେ ବ୍ୟାପକ ଚାଷଜମି ନଷ୍ଟ ହେବା ଭଳି ଘଟଣା ଲୋକଙ୍କ ଜୀବନ ଯାତ୍ରାକୁ ବ୍ୟାହତ କରିଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ସୁବର୍ଣ୍ଣପୁର

ସୁବର୍ଣ୍ଣପୁରରେ ୪୭୯ କିଲୋ ଗଞ୍ଜେଇ, ୯ ଲକ୍ଷ ଟଙ୍କା ଜବତ; ୪ ଗିରଫ

September 13, 2020 By LocalWire Leave a Comment

ସୁବର୍ଣ୍ଣପୁର, ସେପ୍ଟେମ୍ବର ୧୩(ଲୋକାଲ ୱାୟାର): ସୁବର୍ଣ୍ଣପୁର ଜିଲ୍ଲାରେ ଏସଟିଏଫ (ସ୍ପେଶାଲ ଟାସ୍କ ଫୋର୍ସ) ୪୭୯ କିଲୋ ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିବା ରବିବାର ବରିଷ୍ଠ ଅଧିକାରୀ କହିଛନ୍ତି ।

ଜିଲ୍ଲାର ସୁବଳୟା ଥାନା ଅନ୍ତର୍ଗତ କସଲପୁର -ପିତାମାହୁଲ ରାସ୍ତା ପାଶ୍ୱର୍ରେ ଏସଟିଏଫ ସନ୍ଦେହରେ ଏକ ବୋଲେରୋ ପିକଅପ୍ ଭ୍ୟାନ ଓ ଏକ ହୋଣ୍ଡା ସିଟି କାରକୁ ଅଟକାଇଥିଲେ ।

ସେଥିରୁ ୪୭୯ କିଲୋ ଗଞ୍ଜେଇ ଓ ୯ ଲକ୍ଷ ୭୭ ହଜାର ୨ଶହ ଟଙ୍କା ଜବତ ହୋଇଥିଲା ।

ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ କସଲପୁରର ନାରାୟଣ ପାତ୍ର ଓରଫ ମନୁ, ରେଢ଼ାଖୋଲ କଦାଲିଗଡ଼ର ସଞ୍ଜୟ ମେସ୍ୱା, ବୀରମହାରାଜପୁରର ସୌରଭ କୁମାର ବାରିକ ଏବଂ ମଧ୍ୟପ୍ରଦେଶର ସୁଶୀଲ ମିଶ୍ର ।

ସେମାନଙ୍କ ନାମରେ ମାମଲା ରୁଜୁ ହେବା ପରେ କୋର୍ଟ ଚାଲାଣ କରାଯାଇଥିବା ଏସଟିଏଫ କହିଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ସୁବର୍ଣ୍ଣପୁର

ଆଜିଠୁ ୭୨ ଘଣ୍ଟା ଯାଏଁ ବିନିକା ସହର ବନ୍ଦ

September 11, 2020 By LocalWire Leave a Comment

ବିନିକା, ସେପ୍ଟେମ୍ବର ୧୧ (ଲୋକାଲ ୱାୟାର) : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଜି ସକାଳ ୬ଟାରୁ ୭୨ ଘଣ୍ଟା ଯାଏଁ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ସହରକୁ ବନ୍ଦ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ବନ୍ଦରୁ ଜରୁରୀକାଳୀନ ସେବା ବାଦ ଦିଆଯାଇଥିବା ବେଳେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ ।

ଉଲ୍ଲେଖଯୋଗ୍ୟ, ସୁବର୍ଣ୍ଣପୁର ଜିଲ୍ଳାରୁ ଏ ପର୍ଯ୍ୟନ୍ତ ୧୪୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ୭୨୬ ଜଣ ସୁସ୍ଥ ହୋଇଛନ୍ତି । ୭୬୦ ଜଣ ବିିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୩ ଜଣଙ୍କ ଜୀବନ ନେଇଛି କରୋନା ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କରୋନା, ବିନିକା, ସୁବର୍ଣ୍ଣପୁର

ସୁବର୍ଣ୍ଣପୁରରୁ ବଜ୍ରକାପ୍ତା ଉଦ୍ଧାର

August 14, 2020 By LocalWire Leave a Comment

ବିନିକା, ଅଗଷ୍ଟ ୧୪ (ଲୋକାଲ ୱାୟାର) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବଡ଼କାର୍ଲେ ଗାଁରୁ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ବନ ବିଭାଗର ଜଣେ କର୍ମଚାରୀ ଶୁକ୍ରବାର କହିଛନ୍ତି ।

କର୍ମଚାରୀଙ୍କ ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ବଡ଼କର୍ଲେ ଗାଁର ଗ୍ରାମବାସୀ ୨ ଫୁଟ ଲମ୍ବର  ଏକ ବଜ୍ରକାପ୍ତା ଦେଖିବାକୁ ପାଇଥିଲେ ।

ଏହାପରେ ସ୍ଥାନୀୟ ଲୋକେ ରାମପୁର ପୁଲିସ ଓ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ ଘଟଣା ସ୍ଥଳକୁ ପହଞ୍ଚି ବଜ୍ରକାପ୍ତାକୁ ଉଦ୍ଧାର କରିଥିଲା ।

ବଜ୍ରକାପ୍ତାଟି ନିକଟସ୍ଥ ଚୁଡାଖାଇ କିମ୍ବା ପୁଜା ଡୁଙ୍ଗୁରି ଜଙ୍ଗଲରୁ ଆସିଥିବା ସନ୍ଦେହ କରାଯାଉଛି।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବିନିକା, ସୁବର୍ଣ୍ଣପୁର

ସୁବର୍ଣ୍ଣପୁରରେ ଗୋଟିଏ ପରିବାରର ୩ ଜଣଙ୍କୁ ନିର୍ମମ ହତ୍ୟା

July 23, 2020 By LocalWire Leave a Comment

ସୁବର୍ଣ୍ଣପୁର, ଜୁଲାଇ ୨୩ (ଲୋକାଲ ୱାୟାର) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଲାଟି ଗାଁରେ ଗୋଟିଏ ପରିବାରର ୩ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଗୁରୁବାର ସ୍ଥାନୀୟ ପୁଲିସ କହିଛି ।

ମୃତକମାନେ ହେଲେ ବୁଲୁ ଭୋଇ (୬୫), ତାଙ୍କ ସ୍ତ୍ରୀ ବଇଦେହି ଭୋଇ (୫୫) ଓ ପୁଅ ଶିବ ଭୋଇ (୨୫) ।

ପାରିପାର୍ଶ୍ବିତ ସ୍ଥିତି ଓ ପ୍ରାଥମିକ ତଦନ୍ତରୁ ସେମାନଙ୍କୁ କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଗତକାଲି ରାତିରେ ଘରେ ପଶି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ମୃତକଙ୍କ ଦେହରେ ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ରହିଛି ।

ଆଜି ସକାଳେ ମୃତଦେହ ଘର ବାହାରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବୁଲୁ ଭୋଇଙ୍କ ଦୁଇଟି ଝିଅ ବାହା ହୋଇ ଯାଇଥିବା ବେଳେ ସାନ ପୁଅ ଶଙ୍କର ଭୋଇ ତାମିଲନାଡୁରେ କାମ କରୁଛନ୍ତି ବୋଲି ସୂଚନା ମିଳିଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ସୁବର୍ଣ୍ଣପୁର

ଥାନାରେ ବାହା ହେଲେ ଏସ.ଆଇ

April 26, 2020 By LocalWire Leave a Comment

ଭୁବନେଶ୍ୱର, ଏପ୍ରିଲ ୨୬ (ଲୋକାଲ ୱାୟାର): କୋଭିଡ-୧୯ ସଂକ୍ରମଣ ଯୋଗୁଁ ଦେଶବ୍ୟାପି ଲକ୍ ଡାଉନ ଯୋଗୁଁ ଥାନାରେ ବାହା ହେଲେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଏସ.ଆଇ ଦୀପ୍ତିରଞ୍ଜନ ଦିଗଲ ।

କନ୍ଧମାଳ ଜିଲ୍ଲା କେନ୍ଦୁପଦର ଗାଁର ଜ୍ୟୋତ୍ସାରାଣୀ ଦିଗଲଙ୍କ ସହ ଏସ.ଆଇ ଦୀପ୍ତିରଞ୍ଜନ ଦିଗଲଙ୍କ ବିବାହ ସ୍ଥିର ହୋଇଥିଲା । ହେଲେ ଲକ୍ଡାଉନ ଯୋଗୁଁ ଦୀପ୍ତିରଞ୍ଜନ ଗାଁକୁ ଫେରି ପାରିନଥିଲେ ।

ଫଳରେ ଜ୍ୟୋତ୍ସାରାଣୀଙ୍କ ବାପା, ମା ଝିଅକୁ ଧରି ସୁବଳୟା ଥାନାରେ ପହଞ୍ଚିଥିଲେ । ଥାନାରେ ହିଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଉଭୟ ବରକନ୍ୟା ।

ଲକ୍ ଡାଉନ କଟକଣା ଯୋଗୁଁ ବରଯାତ୍ରୀ, ବାଜା, ରୋଷଣୀ ବିନା ଥାନାରେ ଉଭୟଙ୍କର ବାହାଘର ହୋଇଥିଲା ।

ଏହି ବିବାହରେ ଏସଡିପିଓ ଧୀରଜ ଚୋପଦାର, ସୁବଳୟା ଥାନା ଆଇଆଇସି ପ୍ରଦୀପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ଲୋକାଲ ୱାୟାର

Filed Under: Odia, Special, ବିଶେଷ Tagged With: ଓଡିଶା, ବିଶେଷ, ସୁବର୍ଣ୍ଣପୁର

କେନ୍ଦ୍ରାପଡା ଓ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାପାଳଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

April 17, 2020 By LocalWire Leave a Comment

ଭୁବନେଶ୍ୱର, ଏପ୍ରିଲ ୧୭ (ଲୋକାଲ ୱାୟାର) : ଖୁବ୍ କମ ସମୟ ମଧ୍ୟରେ କେନ୍ଦ୍ରାପଡା ଓ ସୁବର୍ଣ୍ଣପୁର ଜିଲ୍ଲାରେ କୋଭିଡ୍‌-୧୯ ହସ୍ପିଟାଲ ପ୍ରସ୍ତୁତ ହୋଇଥିବାରୁ ଉଭୟ ଜିଲ୍ଲାର ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ପ୍ରଶଂସା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ଲଢୁଥିବା କରୋନା ଲଢେଇକୁ ଆହୁରି ମଜବୁତ କରିବାକୁ ଯାଇ କେନ୍ଦ୍ରାପଡାରେ ସମ ହସ୍ପିଟାଲ ସହାୟତାରେ ପ୍ରସ୍ତୁତ ହୋଇଛି କୋଭିଡ-୧୯ ହସ୍ପିଟାଲ ।

ଏଥିରେ ୧୦ଟି ଆଇସିୟୁୁ ସମେତ ୧୦୦ଟି ବେଡର ବ୍ୟବସ୍ଥା କରାଯାଇଛି । ମେଡିକାଲଟି ବହୁତ କମ୍ ସମୟରେ ପ୍ରସ୍ତୁତ ହୋଇଥିବାରୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ କାର୍ଯ୍ୟ ପ୍ରଶଂସନୀୟ ।

ସେହିଭଳି ଖୁବ କମ୍ ସମୟରେ ସୁବର୍ଣ୍ଣପୁର ଜିଲ୍ଲାରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପ୍ରସ୍ତୁତ ହୋଇଥିବାରୁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କେନ୍ଦ୍ରାପଡା, ସୁବର୍ଣ୍ଣପୁର

ରାଜ୍ୟ ବାହାରର ଶ୍ରମିକଙ୍କୁ ଆତିଥେୟତା ଦେଲା ପ୍ରଶାସନ

April 14, 2020 By LocalWire Leave a Comment

ଭୁବନେଶ୍ୱର, ଏପ୍ରିଲ ୧୪(ଲୋକାଲ ୱାୟାର): କିଛିଦିନ ହେବ ସୋସିଆଲ୍ ମିଡିଆରେ ଶୁଣିବାକୁ ମିଳୁଛି ଦାଦନ ଶ୍ରମିକଙ୍କ କରୁଣ କାହାଣୀ ।

କେତେବେଳେ କିଏ ଖାଇବାକୁ ନ ପାଇ ନିଜ ରାଜ୍ୟକୁ ଫେରିଯିବାକୁ କାକୁତି ମିନତୀ ହେଉଛି ତ ଆଉ କେଉଁଠି ଭଙ୍ଗାରୁଜା କରି ନିଜର ହକ୍ ଦାବି କରୁଛନ୍ତି ଶ୍ରମିକ ।

ଏଭଳି ସ୍ଥିତିରେ କିନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ନିଜର ମହନୀୟତା ଦେଖାଇ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରି ପାରିଛି ।

୧୩୫ ଶିବିରର ୧୪୪୩ ଶ୍ରମିକ

ଜିଲ୍ଲାକୁ ଆସିଥିବା ପାଖାପାଖି ୧୪୪୩ ରାଜ୍ୟ ବାହାରର ଶ୍ରମିକଙ୍କ ଖାଇବା ପିଇବା ରହିବାର ସମସ୍ତ ବନ୍ଦୋବସ୍ତ କରିଛି ଜିଲ୍ଲା ପ୍ରଶାସନ ।

ଲକ୍ ଡାଉନର କଡ଼ା ପହରା ସତ୍ତ୍ୱେ ଜିଲ୍ଲା ପ୍ରଶାସନ କିଛି ସ୍ୱେଚ୍ଛାସେବୀ ସଙ୍ଗଠନମାନଙ୍କ ସହାୟତାରେ ଜିଲ୍ଲାକୁ ଆସିଥିବା ଅନ୍ୟ ରାଜ୍ୟର ଶ୍ରମିକଙ୍କୁ ଚିହ୍ନଟ କରି ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇଦେବା ନିଶ୍ଚିତ ଭାବେ ପ୍ରଶଂସାର ବିଷୟ ।

ବର୍ତ୍ତମାନ ଜିଲ୍ଲାର ସମସ୍ତ ବ୍ଲକ୍ ଅଞ୍ଚଳରେ ୧୩୫ଟି ଶିବିର କରାଯାଇ ସେଠାରେ ୧୪୪୩ ଶ୍ରମିକଙ୍କୁ ରନ୍ଧା ଖାଦ୍ୟ ଦିଆଯାଇ ପାରିଛି ।

ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଲକ୍ ଡାଉନ୍ ପରେ ୨୯ରୁ ଜିଲ୍ଲାର ବିଭିନ୍ନ ଯିବା ଆସିବା ରାସ୍ତାକୁ ସିଲ୍ କରି ଦିଆଯାଇଥିଲା ।

ଏଥିପାଇଁ ରାଜ୍ୟ ବାହାରରୁ ଆସିଥିବା ଓ ରାଜ୍ୟର କିଛି ଶ୍ରମିକ ଜିଲ୍ଲାରେ ଫସିଯାଇଥିଲେ ।
ଖାଇବାକୁ ଓ ରହିବାକୁ ନ ପାଇ ଏମାନଙ୍କ ଅବସ୍ଥା ଶୋଚନୀୟ ହୋଇ ପଡଡ଼ଥିଲା ।

ପରେ ଆକ୍ସନ୍ ଏଡ ନାମକ ସ୍ୱେଚ୍ଛାସେବୀ ସଙ୍ଗଠନର ପ୍ରସ୍ତାବ କ୍ରମେ ଜିଲ୍ଲା ପ୍ରଶାସନ ଓ ରେୟାର ମିଶି ଏମାନଙ୍କୁ ସହଯୋଗ କରିବାକୁ ଅଣ୍ଟା ଭିଡ଼ିଲେ ।

୬ ଜଣ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ୧୩୫ଟି ଅସ୍ଥାୟୀ ଶିବିରରେ ୧୪୪୩ ଜଣଙ୍କୁ ଚିହ୍ନଟ କରାଗଲା ।

ପରବର୍ତ୍ତୀ ସମୟରେ ସେମାନଙ୍କୁ ପଞ୍ଚାୟତ ପକ୍ଷରୁ ରନ୍ଧା ଖାଦ୍ୟ ଦିଆଯାଇଥିଲା ।

ସଗଜୁରୀ ଗାଁରେ ଦିଆଗଲା ରନ୍ଧା ଖାଦ୍ୟ

ବୀର ମହାରାଜପୁର ବ୍ଲକ୍ ଦୁର୍ଜନତଏଲା ପଞ୍ଚାୟତର ସଗଜୁରୀ ଗାଁରେ ଏଭଳି କିଛି ପରିବାର ରହୁଥିଲେ ।

ଲକ୍ ଡାଉନ୍ ପାଇଁ ସମ୍ପୂର୍ଣ୍ଣ ଗାଁକୁ ଲୋକେ ବନ୍ଦ କରି ଦେଇଥିବାବେଳେ ନିକଟରେ ଥିବା କୋଏଲ୍ ବଜାର ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଫଳରେ ସେମାନେ ଖାଦ୍ୟ ମୁଠାଏ ପାଇ ପାରୁନଥିଲେ ।

କାଉନସେଲରମାନେ ଏହା ଜଣାଇବା ପରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପରେ ପଞ୍ଚାୟତ ପକ୍ଷରୁ ସେମାନଙ୍କୁ ଚାରିଦିନ ହେଲା ରନ୍ଧା ଖାଦ୍ୟ ଦିଆଯାଉଛି ।

ସଗଜୁରୀ ଗାଁକୁ ଝାଡ଼ଖଣ୍ଡ ଅଞ୍ଚଳର ୧୦ ଜଣ ଶ୍ରମିକ ରାଜମିସ୍ତ୍ରୀ କାମ କରିବାକୁ ଆସିଥିଲେ ।

ସେମାନେ ଦୁର୍ଜନତଇଲା ପଞ୍ଚାୟତର ସ୍କୁଲରେ ଶୌଚାଳୟ ନିର୍ମାଣ କାମ କରୁଥିବା ବେଳେ ଲକ୍ ଡାଉନ୍ କାରଣରୁ ନିଜ ଗାଁକୁ ଫେରି ପାରିନଥିଲେ ।

ଏପ୍ରିଲ ୭ ତାରିଖ ସେମାନଙ୍କ ପାଖରେ ଯାହା ଥିଲା ସେସବୁ ରାସନ ସରିଯିବା ପରେ ଆରମ୍ଭ ହୋଇଥିଲା ପ୍ରକୃତ ଦୁଃଖ ।

ଲକ୍ ଡାଉନ୍ ପାଇଁ ଗାଁ ଲୋକ ନିଜନିଜର ଘର ଦ୍ୱାର ବନ୍ଦ କରିଦେଇଥିବା ବେଳେ ସ୍ଥାନୀୟ ବଜାର ମଧ୍ୟ ବନ୍ଦ ହୋଇଯାଇଥିଲା ।

ଘଟଣା ସ୍ୱେଚ୍ଛାସେବୀମାନଙ୍କ ନଜରକୁ ଆସିବା ପରେ ଏନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

ଜିଲ୍ଲା ପ୍ରଶାସନ ମଧ୍ୟ ଘଟଣାର ଗୁରୁତ୍ୱକୁ ହୃଦୟଙ୍ଗମ କରି ସଙ୍ଗେସଙ୍ଗେ ସ୍ଥାନୀୟ ସରପଞ୍ଚକୁ ରନ୍ଧା ଖାଦ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏ ବାବଦରେ ସ୍ଥାନୀୟ ସରପଞ୍ଚ ରଞ୍ଜତ ଖେତି କହିଛନ୍ତି ଯିଏ ବି ଆମ ଅଞ୍ଚଳକୁ ଆସିଛି ସେ ଆମର ଅତିଥି ।

ଯେତେବେଳେ ସାରା ବିଶ୍ୱ ସ୍ୱାସ୍ଥ୍ୟଗତ ବିପତ୍ତିର ସାମ୍ନା କରୁଛି ସେତେବେଳେ ଏହା ଆମର ଦାୟିତ୍ୱ ଯେପରି ଆମ ଅଞ୍ଚଳରେ କେହି ଅନାହାରରେ ନ ରୁହନ୍ତୁ ।

ବନ୍ଦ ହେଲା ଇଟା ଭାଟିିି

ଉଲୁଣ୍ଡା ବ୍ଲକ୍ ବିଶିପଡ଼ା ପଞ୍ଚାୟତର ପଲାସା ଗାଁରେ ଏକ ଘରୋଇ ଇଟାଭାଟି ଚାଲୁଥିବା ବେଳେ ଏଥିରେ ପାଖାପାଖି ୬ ଜଣ ଶ୍ରମିକ ଫସି ରହିଥିଲେ ।

ସେମାନେ କରୋନା ସମ୍ପର୍କରେ କିଛି ଜାଣିନଥିବା ବେଳେ ହଠାତ୍ ଦୋକାନ ବଜାର ବନ୍ଦ ହୋଇଯିବାରୁ ଖାଦ୍ୟ ମୁଠାଏ ପାଇଁ ବହୁତ ହଇରାଣ ହେଉଥିଲେ ।

ଘଟଣା ବାବଦରେ ବିଶିପଡ଼ା ସରପଞ୍ଚଙ୍କୁ କାଉନସେଲିଂ କରାଯିବା ପରେ ସେ ଘଟଣା ସମ୍ପର୍କରେ ଉଲୁଣ୍ଡା ବିଡିଓଙ୍କୁ ସୂଚନା ଦେଇଥିଲେ ।

ସଙ୍ଗେ ସଙ୍ଗେ ବିଡିଓ ଇଟାଭାଟି ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ସହ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିଥିଲେ ।

ସେମାନଙ୍କୁ ପଲାସା ପ୍ରାଥମିକ ବିଦ୍ୟାଳୟରେ ଥଇଥାନ କରାଯାଇ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି ।

ଶ୍ରମିକମାନଙ୍କ ମଧ୍ୟରେ ମନିଶ ଶତନାମୀ ନାମକ ୪ ବର୍ଷର ଶିଶୁ ଥିବା ବେଳେ ଏବେ ସେ ଭଲ ଥିବା ଜିଲ୍ଲା ପ୍ରଶାସନ କହିଛି ।

ସେହିପରି ଇଟା ଭାଟିରେ କାମ କରୁଥିବା ଗର୍ଭବତୀ ମହିଳା ନନ୍ଦିନୀ ମଧ୍ୟ ନିୟମିତ ବ୍ୟବଧାନରେ ସ୍ଥାନୀୟ ଆଶା କର୍ମୀ ଓ ଅଙ୍ଗନବାଡ଼ି କର୍ମୀମାନଙ୍କଠାରୁ ଆବଶ୍ୟକ ପରାମର୍ଶ ପାଇ ପାରୁଛନ୍ତି ।

କିଛିଦିନ ହେଲା ଖାଦ୍ୟ ନ ପାଇ ଭୟରେ ଥିବା ଶ୍ରମିକ ଉତ୍ତରା ରାଉତିଆ ମଧ୍ୟ ଏବେ ସ୍କୁଲରେ ରନ୍ଧା ଖାଦ୍ୟ ପାଇ ଖୁସିରେ ଥିବା ଜଣାଯାଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ସୁବର୍ଣ୍ଣପୁର

କୁନି ପିଲାଙ୍କ ପାଇଁ କ୍ୟାମ୍ପେନ୍: ମୁଁ ବି ଶିଖିବି.. ମୁଁ ବି ଗଢ଼ିବି…

April 14, 2020 By LocalWire Leave a Comment

ସୁବର୍ଣ୍ଣପୁର, ଏପ୍ରିଲ ୧୪(ଲୋକାଲ ୱାୟାର): ଆଜିକୁ ୨୦ ଦିନ ହେଲାଣି କରୋନା ମୁକାବିଲା ପାଇଁ ସାରା ଦେଶ ବନ୍ଦ ।

ଯାହାକି ପିଲାଙ୍କୁ ମାନସିକ ଭାବେ ପ୍ରଭାବିତ କରିବା ଆରମ୍ଭ କଲାଣି । କୁନି ପିଲାଙ୍କ ମନସ୍ତତ୍ତ୍ୱକୁ ବିଚାରକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ନିଜ ଅଞ୍ଚଳରେ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ।

‘ମୁଁ ବି ଶିଖିବି..ମୁଁ ବି ଗଢ଼ିବି..’ । ନାମରେ ଆରମ୍ଭ ହୋଇଥିବା ଏହି କ୍ୟାମ୍ପେନ୍ କୁନି ପିଲାଙ୍କ ଭିତରେ ବେଶ ଆଗ୍ରହ ସୃଷ୍ଟି କରିବ ବୋଲି ଆଶାବାଦୀ ଅଛି ଜିଲ୍ଲା ପ୍ରଶାସନ ।

ପ୍ରାଥମିକ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ନିଜର ଫେସ୍ ବୁକ୍ ଓ ଟ୍ୱିଟର ପେଜ୍ ରେ ଏହାକୁ ଅପ୍ ଲୋଡ କରି ଏ ସମ୍ପର୍କିତ ଖବର ପ୍ରଚାର କରିବାକୁ ଚେଷ୍ଟା କରିଥିଲା ।

ଆଉ ଏବେ ଜିଲ୍ଲାର ଶିକ୍ଷାଧିକାରୀ, ବ୍ଲକ୍ ଶିକ୍ଷାଧିକାରୀ, ଜିଲ୍ଲାରେ କାମ କରୁଥିବା ସ୍ୱେଚ୍ଛାସେବୀ ସଙ୍ଗଠନ, ସୁଧାର ଗୃହ ଆଦିକୁ ଏହି ସମ୍ପର୍କିତ ଚିଠି କରାଯାଇ ପିଲାମାନଙ୍କୁ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆମନ୍ତ୍ରଣ କରାଯାଇଛି ।

ଜିଲ୍ଲା ପ୍ରଶାସନ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ଆକ୍ସନ୍ ଏଡ୍ ର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଏହି ପ୍ରୟାସ ସୃଜନଶୀଳତାକୁ ଭିନ୍ନ ଏକ ପରିଭାଷା ଦେବ ବୋଲି ଆଶା କରାଯାଉଛି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଏହି ବିଜ୍ଞାପନରେ କୁହାଯାଇଛି ପିଲାମାନେ ଘରେ ରହୁଥିବା ସମୟରେ ଘରର ଅବ୍ୟବହୃତ ସାମଗ୍ରୀରୁ କଲମ୍ ଷ୍ଟାଣ୍ଡ, ଫୁଲକୁଣ୍ଡ, ଜୋତା ଷ୍ଟାଣ୍ଡ ସହ ଅନ୍ୟାନ୍ୟ ସୃଜନାତ୍ମକ ସୃଷ୍ଟି କରି ପାରିବେ ।

ପରେ ତିଆରି କରିଥିବା କ୍ରାଫ୍ଟ ସହ ନିଜର ଏକ ସେଲ୍ଫି ଉଠାଇ ୯୪୩୭୫୨୮୩୬୪ ନମ୍ବରକୁ ହ୍ୱାଟସ୍ ଆପ୍ କରିପାରିବେ ।

୬ରୁ ୧୬ ବର୍ଷ ବୟସର ପିଲାମାନେ ଏଥିରେ ଭାଗ ନେଇ ପାରିବେ । ଭାଗ ନେଇଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ ।

ପରବର୍ତ୍ତୀ ସମୟରେ ଏସବୁ ସାମଗ୍ରୀକୁ ନେଇ ଜିଲ୍ଲାରେ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ ବୋଲି ଆକ୍ସନ୍ ଏଡ୍ ର ପ୍ରୋଗ୍ରାମ ଅଫିସର ଘାସିରାମ ପଣ୍ଡା ସୂଚନା ଦେଇଛନ୍ତି ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ କହିଛନ୍ତି ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲ ସବୁ ଛୁଟି ହୋଇଯିବାରୁ ପିଲାମାନେ ଏବେ ଘରେ ରହୁଛନ୍ତି ।

ହେଲେ ପଦାକୁ ବାହାରିବାରେ କଟକଣା ଥିବାରୁ ପିଲାମାନେ ଘରେ ବସି ବସି ବିରକ୍ତ ପ୍ରକାଶ କରୁଛନ୍ତି ।

ଘରେ ରହୁଥିବା ଏହି ସମୟକୁ ଭଲ କରି ଉପଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି କ୍ୟାମ୍ପେନ୍ ଆରମ୍ଭ କରାଯାଇଛି ।

ଏ ବାବଦରେ ସୁବର୍ଣ୍ଣପୁର ଅଞ୍ଚଳର ଆଦ୍ୟାଶା ପଣ୍ଡା କହିଛନ୍ତି ଘରେ ବସି ବସି ବିରକ୍ତ ଲାଗୁଛି ।

ହେଲେ କାଲି ମାମା କହିଲେ ସରକାର ମୋ ଭଳି କୁନି ପିଲାଙ୍କ ପାଇଁ ଏକ ପ୍ରତିଯୋଗିତାର ଆୟୋଜନ କରୁଛି । ଯେଉଁଥିରେ ଆମକୁ ଘରେ ବସି କିଛି ନୂଆ କରିବାକୁ ହେବ ।

ମୁଁ ମାମାଙ୍କ ସାହାଯ୍ୟ ନେଇ ପେନ୍ ଷ୍ଟାଣ୍ଡ ତିଆରି କରିଛି । ମୋତେ ଖୁବ୍ ଖୁସି ଲାଗୁଛି । ଆଗକୁ ବି ମୁଁ ଏମିତି ବନେଇବି ।

ଚଢ଼େଇପଙ୍କ ଅଞ୍ଚଳର ତୃତୀୟ ଶ୍ରେଣୀ ଛାତ୍ରୀ ସୃଷ୍ଟି ବି ସମାନ କଥା କହିଛନ୍ତି ।

ସୃଷ୍ଟିଙ୍କ କହିବା କଥା ମୁଁ ଘରେ ବସି କାଗଜ ବ୍ୟାଗ୍ ତିଆରି କରିଛି ।

ଆଉ ତାହାକୁ ଆକର୍ଷଣୀୟ କରିବା ଲାଗି ବାର୍ବିର ଫଟୋ ଦେଇଛି ।
ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ସୁବର୍ଣ୍ଣପୁର

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 13
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire