• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ସ୍ୱାସ୍ଥ୍ୟ

କ୍ୟାନ୍ସର ରୋଗୀଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି

April 28, 2020 By LocalWire Leave a Comment

ଭୁବନେଶ୍ୱର, ଏପ୍ରିଲ ୨୮ (ଲୋକାଲ ୱାୟାର) : କ୍ୟାନ୍ସର ରୋଗୀଙ୍କ ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି ହୋଇଥିବା ସ୍ୱାସ୍ଥ୍ୟ ଓ ପରିବା କଲ୍ୟାଣ ବିଭାଗ ଟ୍ୱିଟ କରି କହିଛି ।

Please find District cancer care helpline numbers. They are trained to administer chemotherapy, palliative care & for follow up. They are also connected to AHPGIC through telemedicine. 1/2 pic.twitter.com/03pvSlJPi2

— H & FW Dept Odisha (@HFWOdisha) April 28, 2020


ସମସ୍ତ ଜିଲ୍ଲାର କ୍ୟାନ୍ସର ରୋଗୀଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି ।

ଜାରି ହୋଇଥିବା ନମ୍ବରରେ ହ୍ୱାଟସ୍‌ଆପ୍‌, କଲ୍ କିମ୍ବା ଭିଡିଓ କଲ୍ କରି ଡାକ୍ତରଙ୍କ ଠାରୁ ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ ପରାମର୍ଶ ନେଇ ପାରିବେ ।

ସୋମବାର ରୁ ଶନିବାର ପର୍ଯ୍ୟନ୍ତ ସକାଳ ୧୦ ଟାରୁ ମଧ୍ୟାହ୍ନ ଗୋଟାଏ ଭିତରେ ଡାକ୍ତରଙ୍କ ସହ ଯୋଗାଯୋଗ କରି ପାରିବେ ରୋଗୀ ।

ଲୋକାଲ ୱାୟାର

Filed Under: Health, Odia, ସ୍ୱାସ୍ଥ୍ୟ Tagged With: ଓଡିଶା, ସ୍ୱାସ୍ଥ୍ୟ

ରାଜ୍ୟରେ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ର ଗଠନ ହେବ: ମନ୍ତ୍ରୀ

April 16, 2020 By LocalWire Leave a Comment

ଭୁବନେଶ୍ୱର, ଏପ୍ରିଲ ୧୬(ଲୋକାଲ ୱାୟାର): ଏନଡିଆରଫ(ନ୍ୟାସନାଲ ଡିଜାଷ୍ଟର ରେସପନ୍ସ ଫୋର୍ସ) ଢାଞ୍ଚାରେ ରାଜ୍ୟରେ ଏକ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ର ଗଠନକୁ ଗୁରୁତ୍ୱ ଦିଆଯିବ ବୋଲି ଗୁରୁବାର ଲୋକସେବା ଭବନରେ ମନ୍ତ୍ରୀସ୍ତରୀୟ ବୈଠକ ପରେ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।

ସେ କହିଛନ୍ତି, ପ୍ରସ୍ତାବିତ ତାଲିମ କେନ୍ଦ୍ରରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି କର୍ମୀ, ଆଶା ଏବଂ ପାରାମେଡିକ୍ ଇତ୍ୟାଦି ସ୍ୱାସ୍ଥ୍ୟଜନିତ ବିପର୍ଯ୍ୟର ମୁକାବିଲା ଲାଗି ପ୍ରଶିକ୍ଷଣ ପାଇବେ ।

ଏନଡିଆରଏଫ ଢାଞ୍ଚାରେ ସେମାନଙ୍କ ଏହି ପ୍ରଶିକ୍ଷଣ ଦିଆଯିବ । ରାଜ୍ୟରେ କୋଭିଡ-୧୯ର ସଂକ୍ରମଣକୁ ରୋକିବାକୁ ଆସନ୍ତା ଦିନରେ ପୁୁଲ୍ କରୋନା ଟେଷ୍ଟ (ବହୁ ଲୋକଙ୍କ ମଧ୍ୟରୁ ନମୁନା ସଂଗ୍ରହ) କରାଯିବ ।

ବିପୁଳ ପରୀକ୍ଷଣ ସରଞ୍ଜାମ ଯୋଗାଇ ଦେବାକୁ କେନ୍ଦ୍ର ନିକଟରେ ଦାବି କରାଯିବ । ଓଡ଼ିଶା ରାଜ୍ୟ ଔଷଧ ନିଗମ ଜରିଆରେ ଏହା କରାଯିବାକୁ ମନ୍ତ୍ରୀ ବୈଠକରେ ପ୍ରସ୍ତାବ ରଖିଥିଲେ ।

ବୁର୍ଲାା ମେଡିକାଲ କଲେଜକୁ ଆଉ ତିନୋଟି କୋଭିଡ-୧୯ ପରୀକ୍ଷଣ ଯନ୍ତ୍ର ଯୋଗାଇ ଦେବା ସହ ବଲାଙ୍ଗିର ମେଡିକାଲ କଲେଜ, କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଭୁବନେଶ୍ୱରର ସମ୍ ହସପିଟାଲ, କିମ୍ସ ହସପିଟାଲ, ହାଇଟେକ୍ ମେଡିକାଲ କଲେଜ ରେ ମଧ୍ୟ କରୋନା ପରୀକ୍ଷା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେବାକୁ ବୈଠକରେ କୁହାଯାଇଥିବା ମନ୍ତ୍ରୀ କହିଛନ୍ତି ।

କରୋନାକୁ ରୋକିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଅନ୍ୟାନ୍ୟ ରାଜ୍ୟ ମାନଙ୍କ କାର୍ଯ୍ୟଶୈଳୀକୁ ଅନୁଧ୍ୟାନ କରି ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ମତ ଦେଇଥିଲେ ।

ଆଗାମୀ ଦିନରେ ପ୍ରତ୍ୟେକ ଦିିନ ୩ହଜାର ନମୁନା ଟେଷ୍ଟ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia, ସ୍ୱାସ୍ଥ୍ୟ Tagged With: Health, ଓଡିଶା, ସ୍ୱାସ୍ଥ୍ୟ

ଶ୍ବାସ ରୋଗୀଙ୍କ ତଥ୍ୟ ଦେବାକୁ ହସ୍ପିଟାଲ ଗୁଡ଼ିକୁ ନିର୍ଦ୍ଦେଶ, ନ ମାନିଲେ କାର୍ଯ୍ୟାନୁଷ୍ଠାନ

April 4, 2020 By LocalWire Leave a Comment

ଭୁବନେଶ୍ବର, ଏପ୍ରିଲ ୪ (ଲୋକାଲ ୱାୟାର): ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ଶ୍ଵାସରୋଗୀଙ୍କ ସମସ୍ତ ତଥ୍ୟ ଜଣାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବା ଶନିବାର କୋଭିଡ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି।

ଏଥିରେ ବ୍ୟତିକ୍ରମ ହେଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଆବଶ୍ୟକସ୍ଥଳେ ହସ୍ପିଟାଲ ସିଲ କିମ୍ବା ଲାଇସେନ୍ସ ରଦ୍ଦ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ଦିଲ୍ଲୀ ନିଜାମୁଦ୍ଦିନ ସମ୍ମିଳନୀରୁ ଫେରିଥିବା ୨୮ ଜଣଙ୍କ ନମୁନା ପରୀକ୍ଷା ହୋଇଛି ସେଥିରୁ ୨୫ଟି ନେଗେଟିଭ ଓ ୩ଟି ପଜିଟିଭ ବାହାରିଛି ।

ରାଜ୍ୟର କେହି ବି ଉକ୍ତ ସମ୍ମିଳନୀରୁ ଫେରିଥିଲେ ୧୦୪କୁ ଫୋନ କରି ନିଜ ଆଡୁ ସୂଚନା ଦେବା ପାଇଁ ସେ କହିଛନ୍ତି ।

ଭଦ୍ରକର ଚତୁର୍ଥ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୪୨ ଜଣଙ୍କୁ ଚିହ୍ନଟ କରାଯାଇଛି ଓ ସୂର୍ଯ୍ୟନଗରର ପଞ୍ଚମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୩୮ ଜଣ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ ଜାରି ରହିଛି ବୋଲି ସେ ଜଣାଇଛନ୍ତି ।

ବର୍ତ୍ତମାନ ୯୧ ଜଣ ବିଭିନ୍ନ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଓ କଟକ ଅଶ୍ବିନୀ ହସ୍ପିଟାଲରେ ୧୬ ଜଣ ଚିକିତ୍ସିତ ଅଛନ୍ତି ।

ଏଯାବତ ଭୁବନେଶ୍ବରରେ ୧୪, ଭଦ୍ରକରେ ୩ ଓ ଯାଜପୁର, କଟକ ଓ ପୁରୀରେ ଜଣେ ଲେଖାଏଁ ପିଜିଟିଭ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ୧୩୯୫ଟି ନମୁନା ଟେଷ୍ଟ ହୋଇଥିବାବେଳେ ସେଥିରୁ ୨୦ଟି ନମୁନା ପଜିଟିଭ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣ ଚିକିତ୍ସା ପରେ ରୋଗମୁକ୍ତ ହୋଇଛନ୍ତି ।

ଲୋକାଲ ୱାୟାର

Filed Under: Odia, ସ୍ୱାସ୍ଥ୍ୟ Tagged With: Health, ଓଡିଶା, ସ୍ୱାସ୍ଥ୍ୟ

ଫୋନ ଓ ହ୍ୱାଟସଆପ୍ ରେ ସୁବର୍ଣ୍ଣପୁରରେ ପ୍ରଶାସନ ଯୋଗାଉଛି ସ୍ବାସ୍ଥ୍ୟ ସେବା

April 1, 2020 By LocalWire Leave a Comment

ସୁବର୍ଣ୍ଣପୁର, ଏପ୍ରିଲ ୧ (ଲୋକାଲ ୱାୟାର) : କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲା ପ୍ର୍‌ଶାସନ ‘ଟେଲ ହେଲଥ ନାମକ କାର୍ଯ୍ୟକ୍ରମ ଆରମ୍ଭ କରିଥିବ ବୁଧବାର କହିଛିି।

ଏନେଇ ପ୍ରଶାସନ ଟ୍ୱିଟ କରି ସୂଚନା ଦେଇଛି ।

TELE HEALTH in SUBARNAPUR: Now patients can get medical consultation over Call/WhatsApp at their home. @CMO_Odisha @HFWOdisha #COVID2019 pic.twitter.com/WrMJ5ujfBJ

— Collector Subarnapur (@DM_Subarnapur) March 31, 2020

କଟକଣା ଯୋଗୁଁ ଲୋକେ ସମସ୍ୟା ର ସମ୍ମୁଖୀନ ହେଉଥିବାରୁ ‘ଟେଲ୍ ହେଲଥ’ ଦ୍ୱାରା ଲୋକଙ୍କୁ ଫୋନ ଯୋଗେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ପ୍ରଶାସନ ବ୍ୟବସ୍ଥା କରିଛି ।

ଡ଼ାକ୍ତରଙ୍କୁ କଲ୍ କିମ୍ବା ହ୍ୱାଟସଆପ୍ କରି ନିଜ ସ୍ୱାସ୍ଥ୍ୟ ବିଷୟରେ ପଚାରି ପାରିବେ ରୋଗୀ ।

ଏନେଇ ଜିଲ୍ଲା ପ୍ରଶାସନ ଡାକ୍ତରଙ୍କ ଫୋନ ନମ୍ବର ଓ କେଉଁ ସମୟରେ କେଉଁ ଡ଼ାକ୍ତର ଉପଲବ୍ଧ ରହିବେ ସେ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ସାମାନ୍ୟ ଅସୁସ୍ଥ ଅନୁଭବ କଲେ ମେଡ଼ିକାଲ ଓପିଡ଼ି ଆସି ଭିଡ଼ି ନ ଜମାଇ କଲ କରିବାକୁ ଲୋକଙ୍କୁ କୁହାଯାଇଛି ।

କେବଳ ଜରୁରୀ ଥିଲେ ମେଡ଼ିକାଲ ଆସିବାକୁ ପ୍ରଶାସନ ପରାମର୍ଶ ଦେଇଛି ।

ଲୋକାଲ ୱାୟାର

Filed Under: Health, Odia, ସ୍ୱାସ୍ଥ୍ୟ Tagged With: Health, ଓଡିଶା, ସୁବର୍ଣ୍ଣପୁର, ସ୍ୱାସ୍ଥ୍ୟ

କରୋନା ମୁକାବିଲା: ପାରା ମେଡିକାଲ୍ କର୍ମଚାରୀ ନିଯୁକ୍ତି ପାଇଁଁ ବିଜ୍ଞପ୍ତି

March 28, 2020 By Prabeen Sahoo Leave a Comment

କଟକ,ମାର୍ଚ୍ଚ ୨୮(ଲୋକାଲ ୱାୟାର): କରୋନା ମୁକାବିଲା ଲାଗି ରାଜ୍ୟର ସର୍ବ ବୃହତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀଙ୍କ ଅନୁପାତରେ ଷ୍ଟାଫ ନ ଥିବାରୁ ରାଜ୍ୟ ସରକାର ପାରାମେଡିକାଲ କର୍ମଚାରୀ ନିଯୁକ୍ତି ଲାଗି ଶନିବାର ଦିନ ବିଜ୍ଞପ୍ତି ଜାରି କରିଥିବା ଜଣେ ଅଧିକାରୀ କହିଛନ୍ତି।

ଏହି ବିଜ୍ଞପ୍ତି ଅନୁଯାୟୀ ଏଠାରେ ୨୩୬ ଜଣ ଷ୍ଟାଫ ନର୍ସ, ୬୦ଜଣ ଫାର୍ମାସିଷ୍ଟ, ୯୮ଜଣ ଲାବରୋଟାରୀ ଟେକନିସିଆନ ଓ ୨୫ଜଣ ରେଡିଓଗ୍ରାଫରଙ୍କୁ ନିଯୁକ୍ତି ଦିଆଯିବ। ଏଥିପାଇଁ ଅବସରପ୍ରାପ୍ତ କର୍ମଚାରୀମାନେ ମଧ୍ୟ ଆବେଦନ କରି ପାରିବେ।

ଇଚ୍ଛୁକ ପ୍ରାର୍ଥୀମାନେ ଏସସିବିର ୱେବସାଇଟରୁ ଆବଶ୍ୟକୀୟ ତଥ୍ୟ ପାଇ ପାରିବେ।

ଆସନ୍ତା ୩୦ ତାରିଖର ମଧ୍ୟାହ୍ଣ ସାଢେ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଏସସିବି ପୁରୁଣା ଅଡିଟୋରିୟମ ଠାରେ ସେମାନଙ୍କ ନାମ ରେଜିଷ୍ଟ୍ରେସନ କରିପାରିବେ।

ଲୋକାଲ ୱାୟାର

Filed Under: Health, Odia, ସ୍ୱାସ୍ଥ୍ୟ Tagged With: Health, ଓଡିଶା, କରୋନା, ସ୍ୱାସ୍ଥ୍ୟ

ଥଣ୍ଡା, ଜ୍ୱର ଓ କାଶ ହେଲେ ସରକାରୀ କର୍ମଚାରୀଙ୍କୁ ମିଳିବ ୧୪ ଦିନର ଛୁଟି

March 19, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୧୯ (ଲୋକାଲ ୱାୟାର) : ସରକାରୀ କର୍ମଚାରୀଙ୍କ ପାଇଁ ଗାଇଡଲାଇନ ଜାରି କରିଛନ୍ତି ସରକାର ।

କୌଣସି କର୍ମଚାରୀକୁ ଥଣ୍ଡା, ଜ୍ୱର, କାଶ ହେଉଥିଲେ ୧୪ ଦିନର ଛୁଟି ମିଳିବ ବୋଲି ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ଗୁରୁବାର କହିଛନ୍ତି ।

ଏହାସହ ୧୪ ଦିନ ପାଇଁ ହୋମ ଆଇସୋଲେସନରେ ରହିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଯଦି କୌଣସି କର୍ମଚାରୀ ମାର୍ଚ୍ଚ ୪ ତାରିଖ ପରେ ବାହାରୁ ଆସିଛନ୍ତି, ତାହେଲେ ସେମାନେ ମଧ୍ୟ ହୋମ ଆଇସୋଲେସନରେ ରହିବେ ।

ସେପଟେ କରୋନା ପାଇଁ ଲୋକସଭା ଭବନ ଯିବା ଆସିବାରେ ମଧ୍ୟ କଟକଣା ଲାଗିଛି ।

ଲୋକସେବା ଭବନକୁ କେବଳ କର୍ମଚାରୀ ଯାଇପାରିବେ । ସାଧାରଣ ଲୋକ ଆଉ ଯାଇ ପାରିବେ ନାହିଁ ।

ଏହାସହ ଭିଜିଟର ପାସ ମଧ୍ୟ ବାତିଲ କରାଯାଇଛି ।

ଲୋକାଲ ୱାୟାର

Filed Under: Health, Odia, ସ୍ୱାସ୍ଥ୍ୟ Tagged With: Health, ଓଡିଶା, କରୋନା, ସ୍ୱାସ୍ଥ୍ୟ

ରାଜ୍ୟର ସମସ୍ତ ଆମ୍ବୁଲାନ୍ସ ପାଇଁ ଆରମ୍ଭ ହେବ ଗୋଟିଏ ନମ୍ବର

March 12, 2020 By LocalWire Leave a Comment

ଭୁବନେଶ୍ୱର,ମାର୍ଚ୍ଚ ୧୨(ଲୋକାଲ ୱାୟାର): ଏବେ ରାଜ୍ୟର ସମସ୍ତ ଆମ୍ବୁଲାନ୍ସ ପାଇଁ ଗୋଟିଏ ଜରୁରୀକାଳୀନ ନମ୍ବର ରହିବ ।

ଏନେଇ ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟିକୁ ପରାମର୍ଶ ଦେଇଛନ୍ତିି । ଏହାକୁ ଖୁବ୍ ଶୀଘ୍ର ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ।

ଏନେଇ ସ୍ୱାସ୍ଥ୍ୟ ଓ ପରିବା କଲ୍ୟାଣ ବିଭାଗ ତୁରନ୍ତ ସମସ୍ତ ପ୍ରସ୍ତୁତି ଶେଷ କରି ସରକାରଙ୍କୁ ଜଣାଇବ ।

ଏହାକୁ ପରିଚାଳନା ପାଇଁ ଗୋଟିଏ କଣ୍ଟ୍ରୋଲ ରୁମ ରହିବ । କଣ୍ଟ୍ରୋଲରୁମରେ ବସିଥିବା କର୍ମଚାରୀଙ୍କ କମ୍ପ୍ୟୁଟରରେ କେଉଁ ଆମ୍ବୁଲାନ୍ସ କେଉଁଠି ଅଛି ତା’ର ଟ୍ରାକିଂ ହେଉଥିବ ।

କଣ୍ଟ୍ରୋଲ ରୁମରୁ ତୁରନ୍ତ ରୋଗୀଙ୍କ ନିକଟବର୍ତ୍ତୀ ଆମ୍ବୁଲାନ୍ସକୁ ସୂଚନା ପହଞ୍ଚିଯିବ ।

ଆମ୍ବୁଲାନ୍ସ କେଉଁଠି ଅଛି, କେତେବେଳେ ପହଞ୍ଚିଯିବ ସେନେଇ ମଧ୍ୟ ରୋଗୀଙ୍କ ସମ୍ପର୍କୀୟ ଏହାକୁ ଟ୍ରାକିଂ କରିପାରିବେ । ଆମ୍ବୁଲାନ୍ସକୁ ଅନଲାଇନ୍ ଟ୍ରାକିଂ କରିବାକୁ ମୋବାଇଲ ଆପ୍ ଆସିବ ।

ରାଜ୍ୟରେ ଏବେ ବିଭିନ୍ନ ସରକାରୀ ଯୋଜନାରେ ଆମ୍ବୁଲାନ୍ସ ଚାଲୁଛି । ବିଭିନ୍ନ ଘରୋଇ ହସ୍ପିଟାଲ, ଟ୍ରଷ୍ଟ ଓ ଘରୋଇ ସଂସ୍ଥା ପକ୍ଷରୁ ବି ଆମ୍ବୁଲାନ୍ସ ଚାଲୁଛି ।

ସମସ୍ତଙ୍କର ଭିନ୍ନ ଭିନ୍ନ ଫୋନ ନମ୍ବର ଥିବାରୁ ରୋଗୀ ବହୁତ ସମୟରେ ହଇରାଣରେ ପଡିଥାନ୍ତି ତେଣୁ ସରକାର ଏହି ପଦକ୍ଷେପ ନେଉଥିବା ଜଣାପଡିଛି ।

ଲୋକାଲ ୱାୟାର

Filed Under: Health, Odia, ସ୍ୱାସ୍ଥ୍ୟ Tagged With: Health, ଓଡିଶା, ସ୍ୱାସ୍ଥ୍ୟ

ରାଜ୍ୟରେ ପରୀକ୍ଷା ହୋଇଥିବା ୧୭ ସନ୍ଦିଗ୍ଧ କରୋନା ରୋଗୀଙ୍କ ରିପୋର୍ଟ ନେଗେଟିଭ୍‌

March 11, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୧୧(ଲୋକାଲ ୱାୟାର): ଏ ପର୍ଯ୍ୟନ୍ତ ରାଜ୍ୟରେ ପରୀକ୍ଷା କରାଯାଇଥିବା ୧୭ ଜଣ ସନ୍ଦିଗ୍ଧ କରୋନା ରୋଗୀଙ୍କ ରକ୍ତ ଓ ସ୍ୱାବ୍ ନମୂନା ପରୀକ୍ଷା ରିପୋର୍ଟ ନେଗେଟେିଭ୍ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ରାଜ୍ୟରେ କେହି କରୋନା ପଜିଟିଭ୍ ଠାବ ହୋଇ ନାହାନ୍ତି ।

ତେଣୁ ଆତଙ୍କିତ ହେବା ଅନୁଚିତ । ତେବେ ଲୋକମାନେ ସଚେତନ ହେବା ଜରୁରି ।

ଘରର ପ୍ରତ୍ୟେକ ଦ୍ରବ୍ୟକୁ ସଫା କରିବା ସହ ନିଜ ହାତକୁ ନିୟମିତ ସାନିଟାଇଜରରେ ସଫା କରିବା ଦରକାର ।

ବାରମ୍ବାର ସାବୁନରେ ହାତ ଧୋଇବାଠୁ ଆରମ୍ଭ କରି ଆଖି, ମୁହଁ ଓ ନାକକୁ ସ୍ପର୍ଶ ନକରିବା, ଛିଙ୍କିବା ସମୟରେ ରୁମାଲ ଓ ଟିସୁ ପେପର ବ୍ୟବହାର କରିବା ସହ ଜନଗହଳି ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଭାବେ ମାର୍ଗ ଦର୍ଶିକା ଜାରି କରି ଥଣ୍ଡା, କାଶ, ଛିଙ୍କ ସହ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେଉଥିଲେ ଛାତ୍ରଛାତ୍ରୀମାନେ ଅଭିଭାବକଙ୍କୁ ଜଣାଇବା ସହ ଡାକ୍ତର ପରାମର୍ଶ କରିବା ଦରକାର ବୋଲି କୁହାଯାଇଥିବା ଶ୍ରୀ ଧଳ କହିଛନ୍ତି ।

ଲୋକାଲ ୱାୟାର

Filed Under: Health, Odia, ସ୍ୱାସ୍ଥ୍ୟ Tagged With: Health, ଓଡିଶା, ସ୍ୱାସ୍ଥ୍ୟ

ଏସସିବିରେ ଥିବା ଆଉ ଜଣେ କରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟେିଭ୍‌

March 10, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୧୦(ଲୋକାଲ ୱାୟାର): କଟକସ୍ଥିତ ଏସସିବି ମେଡିକାଲ କଲେଜ ଆଣ୍ଡ ହସପିଟାଲରେ ଗତକାଲି ଭର୍ତ୍ତି ହୋଇଥିବା ଆଉ ଜଣେ ସନ୍ଦିଗ୍ଧ କରୋନା ଭାଇରସ ଆକ୍ରାନ୍ତଙ୍କ ରକ୍ତ ଓ ସ୍ୱାବ୍ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଥିବା ମଙ୍ଗଳବାର ଡାକ୍ତରଖାନାର ଜଣେ ବରିଷ୍ଠ ଡାକ୍ତର ସୂଚନା ଦେଇଛନ୍ତି ।

ନିକଟରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ଜଣେ ବ୍ୟକ୍ତି ଓମାନରୁ ଫେରିବା ପରେ ଜ୍ୱର, ଥଣ୍ଡା ଓ କାଶରେ ଆକ୍ରାନ୍ତ ହୋଇଥିଲେ ।

ତେଣୁ ସେ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେ କରୋନା ଭାଇରସରେ ଅକ୍ରାନ୍ତ ଥିବା ସନ୍ଦେହ କରାଯାଇଥିଲା ।

ତେଣୁ ତାଙ୍କ ରକ୍ତ ଓ ସ୍ୱାବ୍ ନମୂନା ପରୀକ୍ଷା ପାଇଁ ଭୁବନେଶ୍ୱରର ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆରଏମଆରସି)କୁ ପଠାଯାଇଥିଲା ।

ଆଜି ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଥିବା ଡାକ୍ତର ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, କରୋନା ଭାଇରସରେ ଆକ୍ରାନ୍ତ ଥିବା ସନ୍ଦେହରେ ଏ ପର୍ଯ୍ୟନ୍ତ ଏସସିବି ମେଡିକାଲରେ ଚିକିତ୍ସିତ ୫ ଜଣଙ୍କ ରକ୍ତ ରିପୋର୍ଟର୍ ନେଗେଟିଭ୍ ଆସିଥିବା ସୂଚନା ଦିଆଯାଇଛି ।

ଲୋକାଲ ୱାୟାର

Filed Under: Health, Odia, ସ୍ୱାସ୍ଥ୍ୟ Tagged With: Health, ଓଡିଶା, କଟକ, ସ୍ୱାସ୍ଥ୍ୟ

ପର୍ଯ୍ୟଟନ ବିଭାଗର ପରାମର୍ଶ, ହ୍ୟାଣ୍ଡସେକ୍ ନୁହେଁ ନମସ୍ତେ

March 8, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୮(ଲୋକାଲ ୱାୟାର):ଓଡ଼ିଶା ପର୍ଯ୍ୟଟନ ବିଭାଗ ସୋସିଆଲ୍ ମିଡିଆ।

ମାଧ୍ୟମରେ ପର୍ଯ୍ୟଟକମାନଙ୍କୁ କରୋନା ଭାଇରସ୍ ସମ୍ପର୍କରେ ସଚେତନ କରିଛି । ନିଜ ଟ୍ୱିଟର୍ ପୃଷ୍ଠାରେ ଏକ ସଚେତନତାମୂଳକ ପୋଷ୍ଟର୍ ପୋଷ୍ଟ କରିଛି ।

ଯେଉଁଥିରେ ସତର୍କ ସୂଚନା ଜାରି ହୋଇଛି ।

ସାବୁନ କିମ୍ବା ସାନିଟାଇଜରରେ ନିୟମିତ ହାତ ସଫା କରିବା, ହ୍ୟାଣ୍ଡସେକ୍ ବଦଳରେ ନମସ୍କାର କରିବା, କାଶିବା ସମୟରେ ମୁହଁରେ ରୁମାଲ ଦେବା ଏବଂ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ବ୍ୟବହାର କରନ୍ତୁ ।

ଅଧିକ ତଥ୍ୟ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା କଣ୍ଟ୍ରୋଲ୍ ରୁମ୍ ଲ୍ୟାଣ୍ଡଲାଇନ୍ ନଂ-୦୬୭୪୨୩୯୦୪୬୬, ମୋବାଇଲ୍ ନଂ- ୯୪୩୯୯୯୪୮୫୭/୯୪୩୯୯୯୪୮୫୯ରେ ଯୋଗାଯୋଗ କରିପାରିବେ ।

ଏଥିସହିତ କୌଣସି ଗୁଜବ ନକରି ସତର୍କତା ଅବଲମ୍ବନ କରିବା ସହ କରୋନା ଭାଇରସ ସମ୍ପର୍କିତ ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ପର୍ଯ୍ୟଟନ ବିଭାଗ ତା’ ଟ୍ୱିଟର୍ ପୃଷ୍ଠାରେ ଉଲ୍ଲେଖ କରିଛି ।

ଲୋକାଲ ୱାୟାର

Filed Under: Health, Odia, ସ୍ୱାସ୍ଥ୍ୟ Tagged With: Health, ଓଡିଶା, ସ୍ୱାସ୍ଥ୍ୟ

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 14
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire