• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ହୀରାକୁଦ

୧୪ ଡିଗ୍ରୀ ତଳେ ୧୪ ସହରର ପାରଦ; ଚାନ୍ଦବାଲିରେ ଘନ କୁହୁଡି

December 6, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୬ (ଲୋକାଲ ୱାୟାର) : ଓଡ଼ିଶାର ଅଧିକାଂଶ ସହରରେ ରାତିରେ ସର୍ବନିମ୍ନ ତାପମାତ୍ରା ଖସୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୪ଟି ସହରର ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ତଳକୁ ଖସିଛି ।

ସୋନପୁରରେ ସବୁଠାରୁ କମ୍ ୭.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ରବିବାର ସୂଚନା ଦିଆଯାଇଛି ।

ସର୍ବନିମ୍ନ ୧୪ ଡିଗ୍ରୀ ସେଲସିୟସ ତଳେ ଥିବା ୧୪ ସହର ହେଲା, ଫୁଲବାଣୀ (୮.୩), ଦାରିଙ୍ଗିବାଡ଼ି (୯), ଅନୁଗୁଳ (୧୦), ଭବାନୀପାଟଣା (୧୦.୨), କୋରାପୁଟ (୧୧.୬), ତାଳଚେର (୧୧.୯), ସୁନ୍ଦରଗଡ (୧୨), କେନ୍ଦୁଝର (୧୨.୪), ବଲାଙ୍ଗୀର (୧୨.୮), ଝାରସୁଗୁଡ଼ା (୧୩), ବାରିପଦା (୧୩.୪), ହୀରାକୁଦ (୧୩.୬) ଓ ସମ୍ବଲପୁର (୧୪.୭) ।

ତେବେ ଭୁବନେଶ୍ୱରରେ ତାପମାତ୍ରା ୧୭.୬ ଡିଗ୍ରୀ ସେଲସିୟସ ରହିଥିବା ବେଳେ କଟକରେ ୧୫.୮ ଡିଗ୍ରୀ ଅଛି ।

ଅନ୍ୟପଟେ ଚାନ୍ଦବାଲିରେ ଆଜି ଅତିଘନ କୁହୁଡ଼ି ହୋଇଥିବା ବେଳେ ଦୃଶ୍ୟମାନ ଦୂରତା ୩୦ ମିଟର ରହିଥିଲା ।

ସେହିଭଳି ପାରାଦୀପରେ ଘନକୁହୁଡି ଦୃଶ୍ୟମାନ ଦୂରତା ୫୦ ମିଟର ଥିବାବେଳେ ଭୁବନେଶ୍ୱର, କଟକ ଏବଂ ଫୁଲବାଣୀରେ ଦୃଶ୍ୟମାନ ଦୂରତା ୮୦୦ ମିଟରରୁ କମ ଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, ଓଡିଶା, କେନ୍ଦୁଝର, କୋରାପୁଟ, ଚାନ୍ଦବାଲି, ଝାରସୁଗୁଡା, ତାଳଚେର, ଦାରିଙ୍ଗିବାଡ଼ି, ପାରାଦୀପ, ଫୁଲବାଣୀ, ବଲାଙ୍ଗିର, ବଲାଙ୍ଗିର, ବାରିପଦା, ଭବାନୀପାଟଣା, ସମ୍ବଲପୁର, ସୁନ୍ଦରଗଡ, ହୀରାକୁଦ

୧୫ ଡିଗ୍ରୀ ତଳେ ୧୬ ସହର; ବୌଦ୍ଧ, ସୁନ୍ଦରଗଡ଼ ଓ ସୋନପୁରରେ ଘନ କୁହୁଡି

December 4, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୪ (ଲୋକାଲ ୱାୟାର) : ଓଡ଼ିଶାର ଅଧିକାଂଶ ସହରରେ ରାତିରେ ସର୍ବନିମ୍ନ ତାପମାତ୍ରା ଖସୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଛି ।

ସୋନପୁରରେ ସବୁଠାରୁ କମ୍ ୮.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି ।

ସର୍ବନିମ୍ନ ୧୫ ଡିଗ୍ରୀ ସେଲସିୟସ ତଳେ ଥିବା ୧୬ ସହର ହେଲା, ଦାରିଙ୍ଗିବାଡ଼ି (୯), ଫୁଲବାଣୀ (୧୦), ଅନୁଗୁଳ (୧୦), ଭବାନୀପାଟଣା (୧୦.୮), ଝାରସୁଗୁଡ଼ା (୧୧.୮), ତାଳଚେର (୧୨), କେନ୍ଦୁଝର (୧୨.୮), ସୁନ୍ଦରଗଡ (୧୩), ବଲାଙ୍ଗୀର (୧୩.୨), କୋରାପୁଟ (୧୩.୨), ବାରିପଦା (୧୪), ହୀରାକୁଦ (୧୪.୧), ସମ୍ବଲପୁର (୧୪.୨), ଟିଟିଲାଗଡ଼ (୧୪.୨) ଏବଂ ବୌଦ୍ଧ (୧୪.୫) ।

ତେବେ ଭୁବନେଶ୍ୱରରେ ତାପମାତ୍ରା ୧୬.୬ ଡିଗ୍ରୀ ସେଲସିୟସ ରହିଥିବା ବେଳେ କଟକରେ ୧୫ ଡିଗ୍ରୀ ଅଛି ।

ଅନ୍ୟପଟେ ବୌଦ୍ଧ, ସୁନ୍ଦରଗଡ଼ ଓ ସୋନପୁରରେ ଆଜି ଘନ କୁହୁଡ଼ି ଦେଖିବାକୁ ମିଳିଛି ।

ବୌଦ୍ଧରେ ଦୃଶ୍ୟମାନ ଦୂରତା ୫୦ ମିଟର ଥିବାବେଳେ ସୁନ୍ଦରଗଡ଼ ଓ ସୋନପୁରରେ ଦୃଶ୍ୟମାନ ଦୂରତା ୧୦୦ ମିଟରରୁ କମ ଥିଲା ।

କୋରାପୁଟ ଏବଂ ଫୁଲବାଣୀରେ ମଧ୍ୟମ ଧରଣର କୁହୁଡ଼ି ରହିଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, ଓଡିଶା, କେନ୍ଦୁଝର, କୋରାପୁଟ, ଝାରସୁଗୁଡା, ଟିଟିଲାଗଡ଼, ତାଳଚେର, ଦାରିଙ୍ଗିବାଡ଼ି, ଫୁଲବାଣୀ, ବଲାଙ୍ଗିର, ବଲାଙ୍ଗିର, ବାରିପଦା, ବୌଦ୍ଧ, ଭବାନୀପାଟଣା, ସମ୍ବଲପୁର, ସୁନ୍ଦରଗଡ, ସୋନପୁର, ହୀରାକୁଦ

ଡିସେମ୍ବର ୮ରୁ ହୀରାକୁଦରେ ହେବ ଇକୋ-ରିଟ୍ରିଟ୍‌

November 16, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୧୬(ଲୋକାଲ ୱାୟାର): ଆସନ୍ତା ୮ ତାରିଖରୁ ପ୍ରଥମ ଥର ପାଇଁ ହୀରାକୁଦରେ ଇକୋ-ରିଟ୍ରିଟ କାର୍ଯ୍ୟକ୍ରମ ହେବ ବୋଲି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି ।

ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ଉପସ୍ଥିତିରେ ବଲାଙ୍ଗୀରରେ ପର୍ଯ୍ୟଟନ କାର୍ଯ୍ୟାଳୟର ନିଜସ୍ୱ କୋଠା ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଶ୍ରୀମୟୀ ଏହା କହିଛନ୍ତି ।

ପର୍ଯ୍ୟଟନ ବିଭାଗର ଏହି କାର୍ଯ୍ୟାଳୟ କୋଠା ନିର୍ମାଣ ସହ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ କାର୍ଯ୍ୟାଳୟ ପରିସରରେ ଅନ୍ୟାନ୍ୟ ବ୍ୟବସ୍ଥା କରିବା ନିମନ୍ତେ ଶ୍ରୀମତୀ ମିଶ୍ର ପରାମର୍ଶ ଦେଇଛନ୍ତି ।

ପଶ୍ଚିମ ଓଡ଼ିଶାରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଉପରେ ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଉଥିବା ସେ କହିଛନ୍ତି ।

ହୀରାକୁଦର ଇକୋ-ରିଟ୍ରିଟ୍ କାର୍ଯ୍ୟକ୍ରମ ହୀରାକୁଦର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାରେ ପର୍ଯ୍ୟଟକମାନଙ୍କ ନିମନ୍ତେ ଏକ ସୁଯୋଗ ସୃଷ୍ଟି କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ସମ୍ବଲପୁର, ହୀରାକୁଦ

ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ପାଇଁ ପ୍ରସ୍ତୁତି ଆରମ୍ଭ

June 2, 2020 By LocalWire Leave a Comment

ହୀରାକୁଦ, ଜୁନ୍ ୨ (ଲୋକାଲ ୱାୟାର) : ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିବା ମଙ୍ଗଳବାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଏଥିପାଇଁ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ଦ୍ୱାରା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି । ଏଥିରେ ବନ୍ୟାଜଳ ସମ୍ପର୍କିତ ସୂଚନା ପ୍ରଦାନ କରାଯିବ ।

ସୋମବାର ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୦ ଫୁଟ ରହିଛି । ଯାହା ଗତବର୍ଷ ତୁଳନାରେ ୭ ଫୁଟ୍ ଅଧିକ ।

ତଳ ମୁଣ୍ଡରେ ଥିବା ୧୧ଟି ଜିଲ୍ଲାକୁ ପ୍ରାଥମିକ ପର୍ଯ୍ୟାୟରେ ସୂଚିତ ମଧ୍ୟ କରାଯାଇଛି ।

ସୋମବାର ମୌସୁମୀ କେରଳ ଛୁଇଁବା ପରେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଶୀଘ୍ର ଗେଟ୍ ଖୋଲିବା ସମ୍ଭାବନା ଥିବା ଅଧିକାରୀ ଜଣକ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ହୀରାକୁଦ

ହୀରାକୁଦରୁ ୨୦ ଗେଟ ଦେଇ ଜଳ ନିଷ୍କାସନ ଜାରି

August 16, 2019 By LocalWire Leave a Comment

ଭୁବନେଶ୍ୱର, ଅଗଷ୍ଟ ୧୬ ଲୋକାଲ ୱାୟାର): ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ଶୁକ୍ରବାର ସକାଳ ଛଅଟା ବେଳେ ୬୨୦.୮୭ ଫୁଟକୁ ଖସି ଥିବା ବେଳେ ୨୦ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଥିବା ଜଳସମ୍ପଦ ବିଭାଗର ଜଣେ ଅଧିକାରୀ କହିଛନ୍ତି।

ଗୁରୁବାର ଡ୍ୟାମର ଜଳ ସ୍ତର ୬୨୧ ଫୁଟ ରହିଥିଲା। ସେହି ଦିନ ରାତି ନଅ ଟା ବେଳେ ନରାଜ ଠାରେ ମହାନଦୀ ବିପଦ ସଂକେତ ଉପରେ ଥିଲା।

ତେବେ ଶୁକ୍ରବାର ସକାଳ ସୁଦ୍ଧା ପରିସ୍ଥିତିରେ ଉନ୍ନତି ଘଟି ଥିବା ବେଳେ ସବୁ ନଦୀର ଜଳ ସ୍ତର ବିପଦ ସଂକେତ ତଳେ ଥିବା ବିଭାଗ କହିଛି ।

ଶନିବାର ମୁଣ୍ଡୁଳିରେ ହୀରାକୁଦରୁ ନିଷ୍କାସିତ ବନ୍ୟା ଜଳ ପହଂଚିବା ସମ୍ଭାବନା ଥିବା ବିଭାଗ କହିଛି।

ଲୋକାଲ ୱାୟାର

Filed Under: Odia Tagged With: ବନ୍ୟା, ହୀରାକୁଦ

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire