ଭୁବନେଶ୍ୱର, ମାର୍ଚ୍ଚ ୧୦(ଲୋକାଲ ୱାୟାର): ରାଜଧାନୀରେ ମଙ୍ଗଳବାର କମିଶନରେଟ ପୁଲିସର ଅଫିସର ଓ କର୍ମଚାରୀ ମାନେ ଏକାଠି ନାଚଗୀତରେ ସାମିଲ ହୋଇ ହୋଲି ପାଳିଥିବା ଦେଖିବାକୁ ମିଳିଥିଲା ।
ଏଥିପାଇଁ ରିଜର୍ଭ ପୁଲିସ ଗ୍ରାଉଣ୍ଡରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଆଡିସନାଲ ସିପି ଅନୁପ ସାହୁ ଏବଂ ଟ୍ରାଫିକ ଡିସିପି ସାଗରିକା ନାଥଙ୍କ ସମେତ ବହୁ ଯବାନ୍, କନଷ୍ଟେବଲ, ଏସଆଇ, ଏଏସଆଇ, ଇନ୍ସପେକ୍ଟର, ଡିଏସପି ଏକାଠି ହୋଇଥିଲେ ।
ଅନେକ ପୁଲିସ ଅଫିସରଙ୍କ ପରିବାର ମଧ୍ୟ ଏଥିରେ ସାମିଲ ହୋଇଥିଲେ ।
କାର୍ଯ୍ୟକ୍ରମରେ ସମସ୍ତେ ପରସ୍ପରକୁ ମିଷ୍ଟାନ୍ନ ଖୁଆଇବା ସହ ରଙ୍ଗ ବୋଳି ଅଭିନନ୍ଦନ ଜଣାଇଥିଲେ । ସମସ୍ତେ ବଲିଉଡ ଧୁନରେ ପାଦରେ ପାଦ ମିଳାଇ ନାଚିଥିଲେ ।
ତେବେ କେହି ରାସାୟନିକ ରଙ୍ଗ ବ୍ୟବହାର କରି ନଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି ।
ସମ୍ପୂର୍ଣ୍ଣ ପୁଲିସ ବିଭାଗ ଗୋଟିଏ ପରିବାର ହୋଇଥିବାରୁ ଏଥିରେ ସମସ୍ତେ ସାମିଲ ହୋଇଥିଲେ ।
ଦିନବେଳା ଡୁ୍ୟଟିରେ ଥିବା ପୁଲିସମାନଙ୍କ ପାଇଁ ସନ୍ଧ୍ୟାରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ବୋଲି କହିଥିଲେ ଡିସିପି ସୁଧାଂଶୁ ଷଡ଼ଙ୍ଗୀ ।
ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ଅନୁଯାୟୀ ସତର୍କତାର ସହ ଏହି ହୋଲି ପାଳନ କରାଯାଇଥିଲା ବୋଲି କହିଥିଲେ ଆଡିସନାଲ ସିିପି ଶ୍ରୀ ସାହୁ ଏବଂ ଡିସିପି ସାଗରିକା ନାଥ ।
ଲୋକାଲ ୱାୟାର