• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

Award

ଶାନ୍ତିସ୍ୱରୂପ ଭଟ୍ଟନାଗର ପୁରସ୍କାର ପାଇବେ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶ

September 27, 2020 By LocalWire Leave a Comment

ଭୁବନେଶ୍ୱର, ସେପ୍ଟେମ୍ବର ୨୭(ଲୋକାଲ ୱାୟାର): ରାସାୟନିକ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶାନ୍ତିସ୍ୱରୁପ ଭଟ୍ଟନାଗର ପୁରସ୍କାର ପାଇବାକୁ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶ ମନୋନୀତ ହୋଇଛନ୍ତି ।

ଜଗତସିଂହପୁର ଜିଲ୍ଲାରେ ମୂଳ ବାସିନ୍ଦା ଜ୍ୟୋତିର୍ମୟୀ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ଓ ଆଇଆଇଟି କାନପୁରରୁ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଛନ୍ତି ।

୨୦୨୦ ପାଇଁ ଏହି ପୁରସ୍କାର ପାଇବାକୁ ବୈଜ୍ଞାନିକ ତଥା େଓøଦ୍ୟୋଗିକ ଅନୁସନ୍ଧାନ ପରିଷଦ (ସିଏସଆଇଆର୍‌)ର ପ୍ରତିଷ୍ଠା ଦିବସରେ ୨୦ ଜଣଙ୍କ ନାମ ଘୋଷଣା କରାଯାଇଛି ।

ଏହି ସଫଳତା ପାଇଁ ଜ୍ୟୋତିର୍ମୟୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି ।

ଲୋକାଲ ୱାୟାର

Filed Under: Award, Odia, ବିଶେଷ Tagged With: Award, ଓଡିଶା, ବିଶେଷ

ଫିଲ୍ମ ଫେଷ୍ଟିଭାଲରେ ‘ମା’ ନୁହେଁ ପତିତା’ ପୁରସ୍କୃତ

May 2, 2020 By LocalWire Leave a Comment

ଭୁବନେଶ୍ୱର, ମେ ୨(ଲୋକାଲ ୱାୟାର): ଓଡ଼ିଆ ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର ।

ଦୁଇ ଦିନ ତଳେ ନୂଆଦିଲ୍ଲୀରେ ଅନୁଷ୍ଠିତ ଦଶମ ଦାଦା ସାହେବ ଫାଲକେ ଚଳଚ୍ଚିତ୍ର ମହୋତ୍ସବରେ ଫ୍ରଫେସର ଡା. ରମାରମଣ ଷଡ଼ଙ୍ଗୀଙ୍କ ଦ୍ୱାରା ପ୍ରଯୋଜିତ ଏବଂ ନିଦେ୍ର୍ଦଶିତ ‘ମା’ ନୁହେଁ ପତିତା’ ସର୍ଟ ଫିଲ୍ମ ପୁରସ୍କୃତ ହୋଇଛି ।

ମା’ ଏବଂ ସନ୍ତାନର ସମ୍ପର୍କ କେତେ ନିବିଡ଼ ହୋଇପାରେ ତାହା ଏଥିରେ ଦର୍ଶାଯାଇଛି ।

ଗୋଟିଏ ପିଲା ପାଇଁ ତା’ ଜୀବନରେ ଯେ କେବଳ ମା’ ହିଁ ସର୍ବଶ୍ରେଷ୍ଠ ଏହା ଏହି ସିନେମାରେ ଦେଖିବାକୁ ମିଳିଛି ।

ସିନେମାଟିରେ ଆବେଗ ଭରପୂର୍ ହୋଇରହିଛି ।

ଉକ୍ତ ସିନେମାଟି ପ୍ରଫେସର ଡାକ୍ତର ସରୋଜିନୀ ଷଡ଼ଙ୍ଗୀଙ୍କ ଦ୍ୱାରା ରଚିତ କବିତା ‘ମା’ ନୁହେଁ ପତିତା’ ଉପରେ ଆଧାରିତ ।

ପ୍ରକାଶ ଥାଉ କି, ଏହି ଚଳଚ୍ଚିତ୍ରରେ ନାୟିକା ଭାବେ କୁନି ପଣ୍ଡା, କାର୍ଯ୍ୟକାରୀ ପ୍ରଯୋଜକ ଭାବେ ଏସ୍ କେ ଦାସ, ଟେକନିକାଲ୍ ନିଦେ୍ର୍ଦଶକ ଭାବେ ଅଶ୍ୱିନୀ ଗଡ଼ନାୟକ ଦାୟିତ୍ୱ ନିର୍ବାହ କରିଛନ୍ତି ।

ଏଥିରେ କଳାକାର ଭାବେ ଡାକ୍ତର ସୋନାଲି ଷଡ଼ଙ୍ଗୀ, ଡାକ୍ତର ରାଧାକାନ୍ତ ପାଣିଗ୍ରାହୀ, ରସରଞ୍ଜନ ଷଡ଼ଙ୍ଗୀ, ଅଙ୍କିତା ଆଚାର୍ଯ୍ୟ, ଶୁଭଶ୍ରୀ ପଣ୍ଡା, ଅମୀୟାବାଳା ପରିଡା ପ୍ରମୁଖ ଅଭିନୟ କରିଛନ୍ତି ।

ଏଥିରେ ପ୍ରଚ୍ଛଦପଟ ଗାୟକ ଭାବେ କରୁଣାକର କଣ୍ଠଦାନ କରିଛନ୍ତି ।

ଦାଦା ସାହେବ ଫାଲକେ ମହୋତ୍ସବରେ ଦେଶ ବିଦେଶରୁ ୫୯୦ଟି ଚଳଚ୍ଚିତ୍ର ଅଂଶଗ୍ରହଣ କରିଥିବାବେଳେ ୩୦୦ଟି ଚଳଚ୍ଚିତ୍ରକୁ ପସନ୍ଦ କରାଯାଇଥିଲା ।

ଉକ୍ତ ୩ ଶହ ଫିଲ୍ମ ମଧ୍ୟରୁ ‘ମା’ ନୁହେଁ ପତିତା’ ଚଳଚ୍ଚିତ୍ରକୁ ଶ୍ରେଷ୍ଠ ଫିଲ୍ମ ଭାବେ ନିର୍ମାଣ କ୍ଷେତ୍ରରେ ପୁରସ୍କାର ପ୍ରଦାନ କରାଯାଇଛି ।

ଏହି ସିନେମାଟିକୁ ଲଭଲୀ ଟେଲି ଫିଲ୍ମ ଅଫ୍ ଇଣ୍ଡିଆ ଭାବେ ପୁରସ୍କୃତ କରାଯାଇଛି ।

ସିନେମାଟି କୋଲକାତା ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ୨୦୧୯, ମୁମ୍ବାଇ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ୨୦୧୯, ୪ର୍ଥ ୱାଲର୍ଡ ଫିଲ୍ମ ଫେଷ୍ଟିଭାଲ୍ ୨୦୨୦ରେ ପୁରସ୍କୃତ ହୋଇ ଓଡ଼ିଆ ସିନେ ପ୍ରେମୀଙ୍କୁ ଏବଂ ଓଲିଉଡକୁ ଗର୍ବିତ କରିଛି ।

ଲୋକାଲ ୱାୟାର

Filed Under: Award, Odia Tagged With: Award, ଓଡିଶା

ରାଜଭବନରେ ଦିଆଗଲା ରାଜ୍ୟ ଚାରୁକଳା ପୁରସ୍କାର

March 14, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୧୩(ଲୋକାଲ ୱାୟାର): ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ରାଜ୍ୟସ୍ତରୀୟ ଚାରୁକଳା ପ୍ରଦର୍ଶନୀ ଓ ପୁରସ୍କାର ପ୍ରଦାନ ଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ହୋଇଥିଲା ।

କାର୍ଯ୍ୟକ୍ରମ ବୁଦ୍ଧ ଆର୍ଟ ଗ୍ୟାଲେରୀ ପରିସରରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ନିର୍ଦ୍ଦେଶନାମା ଜାରି କରିବା ପରେ କାର୍ଯ୍ୟକ୍ରମ ଘୁଞ୍ଚିଥିଲା ।

ଏଥିରେ ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲ ମୁଖ୍ୟ ଅତିଥି ଥିବାରୁ କାର୍ଯ୍ୟକ୍ରମ ବାତିଲ୍ ହେବା ପରିବର୍ତ୍ତେ ରାଜଭବନରେ ଅନୁଷ୍ଠିତ ହୋଇଥିଲା ।

୮ଜଣ ଶିଳ୍ପୀଙ୍କୁ ସେମାନଙ୍କର ଶ୍ରେଷ୍ଠ କୃତି ପାଇଁ ୩୮ତମ ରାଜ୍ୟ ଚାରୁକଳା ପୁରସ୍କାର ନିମନ୍ତେ ଶିଳ୍ପୀମାନଙ୍କୁ ୨୦୧୯ମସିହା ନିମନ୍ତେ ପୁରସ୍କାର ପ୍ରଦାନ କରାଯାଇଛି ।

ସେହି ଶିଳ୍ପୀମାନେ ହେଲେ, ବରୁଣ ବେହେରା, ବିଶ୍ୱଜିତା ମହାରଣା, ହୃଷିକେଶ ବିଶ୍ୱାଳ, ଜ୍ୟୋତି ପ୍ରକାଶ ପ୍ରଧାନ, ମାୟାଧର ସାହୁ, ନୀର ଜାନୀ, ନିରଞ୍ଜନ ମହାପାତ୍ର, ସତ୍ୟରଞ୍ଜନ ଦାସ ।

ପୁରସ୍କୃତ ଶିଳ୍ପୀମାନଙ୍କୁ ୫୦ହଜାର ଟଙ୍କା, ତାମ୍ର ଫଳକ, ପ୍ରମାଣ ପତ୍ର, ଉପଢୌକନ ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ଏକାଡେମୀ ତରଫରୁ ଚିତ୍ର ପ୍ରଦର୍ଶନୀରେ ସ୍ଥାନ ପାଇଥିବା କଳାକୃତିଗୁଡ଼ିକର ରଙ୍ଗୀନ ଚିତ୍ର ପୁସ୍ତିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

ଚିତ୍ର ପ୍ରଦର୍ଶନୀଟି ଆସନ୍ତା ଏପ୍ରିଲ୍ ୧୨ପର୍ଯ୍ୟନ୍ତ ଗ୍ୟାଲେରୀ ପରିସରରେ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରହିବ ବୋଲି ଏକାଡେମୀ ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ ଜଣାଇଛନ୍ତି ।

ରାଜଭବନରେ ଅନୁଷ୍ଠିତ ସଭାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବିଭାଗୀୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଯୁଗ୍ମ ଶାସନ ସଚିବ ମନସ୍ୱିନୀ ସାହୁ ଅତିଥି ଭାବେ ଯୋଗଦେଇଥିଲେ ।

ଏକାଡେମୀ ସଭାପତି ପଦ୍ମଶ୍ରୀ ଡ. ସୁଦର୍ଶନ ପଟ୍ଟନାୟକ ପୌରୋହିତ୍ୟ କରିଥିଲେ । ଶେଷରେ ଓଡ଼ିଶାର ବିଭିନ୍ନ ଚାରୁକଳା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ଲୋକାଲ ୱାୟାର

Filed Under: Award, Odia Tagged With: Award, ଓଡିଶା, ଭୁବନେଶ୍ୱର

ହୀରାଧର ସାହୁ ପାଇଲେ ଶାମ୍ଭବୀ ପୁରସ୍କାର

March 13, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୧୨(ଲୋକାଲ ୱାୟାର): ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍‌)ପକ୍ଷରୁ ସପ୍ତମ ଶାମ୍ଭବୀ ପୁରସ୍କାର ସମାରୋହ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅକ୍ସଫାମ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ୍ ବେହର, ସମ୍ମାନିତ ଅତିଥି ଭାବେ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜିର ଡିରେକ୍ଟର ତଥା ଅଧ୍ୟାପକ ପ୍ରଫେସର ବି.ଏନ୍ ଥୋରଟ୍ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ହୀରାଧର ସାହୁଙ୍କୁ ‘ଶାମ୍ଭବୀ ପୁରସ୍କାର ୨୦୨୦’ରେ ଅତିଥିମାନେ ସମ୍ମାନିତ କରିଥିଲେ ।

ଶ୍ରୀ ସାହୁ ଦେବଗଡ଼ ଜିଲ୍ଲାରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଜିଲ୍ଲା ଜଙ୍ଗଲ ମଞ୍ଚ’ ମାଧ୍ୟମରେ ବନ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ତାଙ୍କର ଏହି ଆନ୍ଦୋଳନରେ ୯୦୦ ଗ୍ରାମବାସୀଙ୍କୁ ସାମିଲ କରିଛନ୍ତି ।

ସମସ୍ତେ ମିଶି ବନ୍ୟ ପରିଚାଳନା କ୍ଷେତ୍ରରେ କାର୍ଯ୍ୟ କରିଆସୁଛନ୍ତି । ଏହା ସହ ତାଙ୍କ ଉଦ୍ୟମ ଦ୍ୱାରା ଜଙ୍ଗଲ ଅଧିକାର ଆଇନ ଅଧୀନରେ ୬ ହଜାର ଆଦିବାସୀ ପରିବାର ଜମି ପାଇପାରିଛନ୍ତି ।

ପୁରସ୍କାର ପ୍ରଦାନ କରି ମୁଖ୍ୟ ଅତିଥି ଶ୍ରୀ ବେହର କହିଲେ, ବାସ୍ତବ ପରିବର୍ତ୍ତନ ସର୍ବଦା ନିମ୍ନ ସ୍ତରରୁ ହିଁ ହୋଇଥାଏ ।

ନିଜର ପ୍ରତିବଦ୍ଧତା ଏବଂ ଆଦର୍ଶ ମାଧ୍ୟମରେ ସଂସାରକୁ ପରିବର୍ତ୍ତନ କରୁଥିବା ବାସ୍ତବ ବୀର ମାନଙ୍କୁ ଶାମ୍ଭବୀ ପୁରସ୍କାର ମାଧ୍ୟମରେ ପରିପ୍ରକାଶ କରାଯାଇପାରୁଛି ।

ଅନ୍ୟପକ୍ଷରେ କଟକ ଜିଲ୍ଲାର ଗ୍ରାମୀଣ ଅଞ୍ଚଳରେ ଅବହେଳିତ ଶିଶୁଙ୍କୁ ଶିକ୍ଷା ପ୍ରଦାନ କରିବାରେ ନିଜର ଉତ୍ସର୍ଗ, ନିଷ୍ଠା ଓ ନିସ୍ୱାର୍ଥପର ସେବା ପାଇଁ ଅନିଲ ପ୍ରଧାନଙ୍କୁ ଚଳିତ ବର୍ଷର ‘ଜୁରୀ କମେଣ୍ଡେସନ୍ ସାର୍ଟିଫିକେଟ୍ ୨୦୨୦’ରେ ସମ୍ବର୍ଦ୍ଧିତ କରାଯାଇଛି ।

ଅନିଲ ପ୍ରଧାନ ଇଞ୍ଜିନିୟର ହୋଇ ପ୍ରତିଷ୍ଠା କରିଛନ୍ତି ଇଣ୍ଟରନ୍ୟାସନାଲ୍ ପବ୍ଲିକ୍ ସ୍କଲ ଫର୍ ରୁରାଲ୍ ଇନୋଭେସନ୍‌’ ଏବଂ ‘ନବୋନ୍ମେଶ ପ୍ରସାର ଫାଉଣ୍ଡେସନ୍‌’ ।

ଏଥିରେ ସେ ଗ୍ରାମୀଣ ବିଦ୍ୟାର୍ଥୀଙ୍କୁ ମାଗଣାରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ଇନୋଭେସନ୍ ଉପରେ ଶିକ୍ଷା ପ୍ରଦାନ କରୁଛନ୍ତି ।

କାର୍ଯ୍ୟକ୍ରମର ଜୁରୀ ମେମ୍ବର ଭାବେ କେୟାର ଇଣ୍ଡିଆର ଆଞ୍ଚଳିକ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଶାନ୍ତମୟ ଚାଟାର୍ଜୀ, ନାବାର୍ଡ ଓଡ଼ିଶାର ଜେନେରାଲ୍ ମେମ୍ବର ଏ.ପି ଦାସ ଯୋଗ ଦେଇଥିଲେ । ବିଆଇପିଏଫର ସିଇଓ ଶୈଫାଳିକା ପଣ୍ଡା ଉପସ୍ଥିତ ଥିଲେ ।

ଲୋକାଲ ୱାୟାର

Filed Under: Award, Odia Tagged With: Award, Happenings, କାର୍ଯ୍ୟକ୍ରମ, ଭୁବନେଶ୍ୱର

ହୀରାଧର ସାହୁ ପାଇବେ ସପ୍ତମ ଶାମ୍ଭବୀ ପୁରସ୍କାର

March 12, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୧୨(ଲୋକାଲ ୱାୟାର): ହୀରାଧର ସାହୁ(ଜିଲ୍ଲା ଜଙ୍ଗଲ ମଞ୍ଚ, ଦେବଗଡ଼)ଙ୍କୁ ୨୦୨୦ ଶାମ୍ଭବୀ ପୁରସ୍କାର ପ୍ରଦାନ ଲାଗି ମନୋନିତ କରାଯାଇଛି । ସେ ଏହାର ବିଜେତା ହୋଇଛନ୍ତି ।

ସେହିପରି ଅନୀଲ ପ୍ରଧାନ(ନବୋମେସ ପ୍ରସାର ଆଇପିଏଫଏସସିଆର୍‌, କଟକର ଫାଉଣ୍ଡର)ଙ୍କୁ ବିଚାରକ ପ୍ରଶଂସା ପତ୍ର ପାଇଁ ମନୋନିତ କରାଯାଇଛି ।

ଏହି ବିଜେତାମାନେ ଆସନ୍ତାକାଲି ୧୨ ମାର୍ଚ୍ଚ, ୨୦୨୦, ହୋଟେଲ କ୍ରାଉନଠାରେ ଅପରାହ୍ନ ସାଢ଼େ ୪ ଟାରେ ଅନୁଷ୍ଠିତ ହେବାକୁ ଥିବା ଏକ ପୁରସ୍କାର ଉତ୍ସବରେ ସମ୍ବର୍ଦ୍ଧିତ ହେବେ ।

ଗତ ୬ତାରିଖରେ ଆଇଆଇଟି ଡିରେକ୍ଟର ଡ. ଗୋପାଳ କୃଷ୍ଣ ନାୟକ, କେୟାର ଇଣ୍ଡିଆର ରିଜିଓନାଲ ପ୍ରୋଗ୍ରାମ ଡିରେକ୍ଟର ଶାନ୍ତାମୟ ଚାଟାର୍ଜୀ, ନାବାର୍ଡର ଜିଏମ୍ ଏପି ଦାସ, ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ, ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନର ସିଇଓ ତଥା ଟ୍ରଷ୍ଟି ଶୈଫାଳିକା ପଣ୍ଡାଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳି ସର୍ବସମ୍ମତିକ୍ରମେ ଏହି ଦୁଇଜଣ ବ୍ୟକ୍ତିତ୍ୱଙ୍କୁ ପୁରସ୍କାର ଓ ପ୍ରଶଂସା ପତ୍ର ପ୍ରଦାନ ଲାଗି ମନୋନିତ କରାଯାଇଛି ।

ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍ ଦ୍ୱାରା ୨୦୧୪ ମସିହାରେ ଉଦୀୟମାନ ସମାଜ ପ୍ରବର୍ତ୍ତକମାନଙ୍କୁ ସ୍ୱୀକୃତି ପ୍ରଦାନ କରିବା ଏବଂ ସେମାନଙ୍କ ଭଳି ଅଧିକ ନାଗରିକଙ୍କୁ ପରିବର୍ତ୍ତନର ପ୍ରତିନିଧି ଭାବରେ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ବାର୍ଷିକ ଶାମ୍ଭବୀ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା ।

ଲୋକାଲ ୱାୟାର

Filed Under: Award, Odia Tagged With: Award, ଓଡିଶା

ଦେବଗଡ଼ ଜିଲ୍ଲା ଜଙ୍ଗଲ ମଂଚର ହୀରାଧର ସାହୁ ପାଇବେ ଚଳିତ ବର୍ଷର ଶମ୍ଭାବୀ ପୁରସ୍କାର

March 9, 2020 By LocalWire Leave a Comment

ଭୁବନେଶ୍ବର, ମାର୍ଚ୍ଚ ୦୯ (ଲୋକାଲ ୱାୟାର): ଜିଲ୍ଲା ଜଙ୍ଗଲ ମଂଚ ଦେବଗଡ଼ର ହୀରାଧର ସାହୁ ଇମ୍ଫା କମ୍ପାନୀର ସମାଜ କଲ୍ୟାଣ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍) ପକ୍ଷରୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ଶମ୍ଭାବୀ ପୁରସ୍କାର ପାଇବେ।

ଏନେଇ ସୋମବାର ବି.ଏଫ୍. ପକ୍ଷରୁ ସୂଚନା ଦିଆଯାଇଛି।

ପୁରସ୍କାର ବାବଦରେ ହୀରାଧରଙ୍କୁ ଅଢ଼େଇ ଲକ୍ଷ ଟଙ୍କାର ନଗର ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯିବ।

ସେହିପରି କଟକର ନବୋନ୍ମେଷ ପ୍ରସାର ଆଇ.ପି.ଏଫ୍.ଏ.ସି.ଆର.ର ପ୍ରତିଷ୍ଠାତା ଅନିଲ ପ୍ରଧାନଙ୍କୁ ବିଚାରକ ପ୍ରଶଂସା ପତ୍ର ( ଜୁରୀ କମେଣ୍ଡେସନ୍) ପାଇଁ ମନୋନୀତ କରାଯାଇଛି।

ଅନିଲଙ୍କୁ ଏ ବାବଦରେ ମାନପତ୍ର ସହିତ ୫୦ ହଜାର ଟଙ୍କା ପ୍ରଦାନ କରାଯିବ।

ଆସନ୍ତା ୧୨ ମାର୍ଚ୍ଚ ତାରିଖ ଅପରାହ୍ନ ସାଢ଼େ ୪ରେ ଭୁବନେଶ୍ୱର ହୋଟେଲ୍ କ୍ରାଉନ୍ ପରିସରରେ ଏହି ପୁରସ୍କାର ବିତରଣୀ ଉତ୍ସବ ଆୟୋଜିତ ହେବ ବୋଲି ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶେଫାଳିକା ପଣ୍ଡା ସୂଚନା ଦେଇଛନ୍ତି।

ସମାଜ ପରିବର୍ତ୍ତନର ପ୍ରତିନିଧି ଭାବେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ୨୦୧୪ ମସିହାରୁ ଶମ୍ଭାବୀ ପୁରସ୍କାର ପ୍ରଦାନ କରାଯାଇଆସୁଛୁ।

ଲୋକାଲ୍ ଓ୍ବାୟାର୍

Filed Under: Award, Odia Tagged With: Award, ଓଡିଶା, ଦେବଗଡ଼

ମାର୍ଚ୍ଚ ୧୫ରେ ରୁଚି ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡ୍ସ

March 7, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୬(ଲୋକାଲ ୱାୟାର): ଆସନ୍ତା ୧୫ ତାରିଖରେ ଅନୁଷ୍ଠିତ ହେବ ୧୦ମ ରୁଚି ଓଡ଼ିଶା ଫିଲ୍ମ ଫେୟାର ଆୱାର୍ଡ୍ସ ।

ଜନତା ମଇଦାନଠାରେ ଆୟୋଜିତ ହେବ ଓଲିଉଡର ଏହି ସର୍ବବୃହତ ଓ ଲୋକପ୍ରିୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ।

ଓଡ଼ିଶାର ଅଗ୍ରଣୀ ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ହ୍ୱାଇଟ୍ କାନଭାସ୍ ଓ ଓଡ଼ିଶା ଫିଲ୍ମ ଫେୟାର(ଓଫା) ଫାଉଣ୍ଡେସନ୍ ଆନୁକୂଲ୍ୟରେ ପ୍ରତିଷ୍ଠିତ ମସଲା ଉଦ୍ୟୋଗ ରୁଚି ସହଯୋଗରେ ଏହି ଉତ୍ସବ ଆୟୋଜିତ ହେଉଛି ବୋଲି ଶୁକ୍ରବାର ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଏହି ଅବସରରେ ଚଳିତ ବର୍ଷ ସମ୍ମାନଜନକ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଖ୍ୟାତ ଅଭିନେତା ଅଜିତ ଦାସଙ୍କୁ ପ୍ରଦାନ କରାଯିବ ।

ପୁରସ୍କାର ସ୍ୱରୂପ ୨୫ହଜାର ଟଙ୍କାର ଅର୍ଥରାଶି, ମାନପତ୍ର, ଟ୍ରଫି ପ୍ରଦାନ କରାଯିବ । ଏହାବ୍ୟତୀତ ବିଭିନ୍ନ ବର୍ଗରେ ୨୬ଟି ପୁରସ୍କାର ପ୍ରଦାନ କରାଯିବ ।

ଚଳିତ ବର୍ଷ ଶ୍ରେଷ୍ଠ ସ୍ପଟ୍ ବୟ ପୁରସ୍କାର ଦିଆଯିବ । ପୁରସ୍କାର ସ୍ୱରୂପ ୧୦ହଜାର ଟଙ୍କାର ଅର୍ଥରାଶି, ମାନପତ୍ର, ଟ୍ରଫି ପ୍ରଦାନ କରାଯିବ ।

‘ଓଫା’ର ମିଡିଆ ସଂଯୋଜକ ସ୍ୱର୍ଗତଃ ରବି ସ୍ୱାଇଁଙ୍କ ସ୍ମୃତିରେ ରବି ସ୍ୱାଇଁ ସ୍ମାରକୀ ଶ୍ରେଷ୍ଠ ସାମ୍ବାଦିକ ପୁରସ୍କାର ପ୍ରଦାନ କରାଯିବ ।

ଏହି ପୁରସ୍କାର ଉତ୍ସବରେ ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ ଓ ଜୁନିୟର ବିଗ୍ ବି ଅମିତାଭ ବଚ୍ଚନ ଭାବେ ପରିଚିତ ମୁମ୍ବାଇ ପୁନେର ଶଶିକାନ୍ତ ପେଡୱାଲ ।

ଏହି ଅବସରରେ ମଞ୍ଚରେ ଦର୍ଶକମାନଙ୍କ ନିମନ୍ତେ ଓଲିଉଡ କଳାକାର ଓ ବିଭିନ୍ନ ପ୍ରତିଷ୍ଠିତ ନୃତ୍ୟାନୁଷ୍ଠାନ ଏବଂ ହାସ୍ୟାଭିନେତାମାନଙ୍କ ଦ୍ୱାରା ସାଂସ୍କୃତିକ ତଥା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ସିଧାସଳଖ ଅର୍ଥରାଶି ପୁରସ୍କାର ବ୍ୟବସ୍ଥା କରାଯାଇଛି ।

ଉପସ୍ଥିତ ଦର୍ଶକମାନେ ଜୁନିୟର ବିଗ୍ ବିଙ୍କ ସହ କୁଇଜ୍ କାର୍ଯ୍ୟକ୍ରମରେ ସାମିଲ ହୋଇ ଯଥାକ୍ରମେ: ୨୦ହଜାର, ୧୫ହଜାର ଏବଂ ୧୦ହଜାର ଟଙ୍କାର ଜିତିପାରିବେ ।

ପ୍ରତିବର୍ଷ ଭଳି ଏବର୍ଷ ଗୋଟିଏ ନୁହେଁ ଦୁଇଟି ସାମାଜିକ ଉନ୍ନୟନ ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

କର୍କଟ ପୀଡ଼ିତ ଶିଶୁମାନଙ୍କୁ ଅର୍ଥରାଶି ପ୍ରଦାନ ସାଙ୍ଗକୁ ଓଡ଼ିଆ ଚଳଚ୍ଚିତ୍ର ‘ମାଲ ମହୁ ଜୀବନ ମାଟି’ରେ ଅଂଶଗ୍ରହଣ କରିଥିବା ୩୦ଜଣିଆ ଟିମର ଦିବ୍ୟାଙ୍ଗ ପ୍ରତିଭାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ।

ଏହି ଉତ୍ସବରେ ସାମିଲ ହୋଇ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ୮ହଜାର ଦର୍ଶକମାନଙ୍କ ବସିବାର ବ୍ୟବସ୍ଥା କରାଯାଇଛି ।

ଏଥିପାଇଁ ପାସ୍ ସମ୍ପୂର୍ଣ୍ଣ ମାଗଣାରେ ବିଭିନ୍ନ ସ୍ଥାନରେ ଉପଲବ୍ଧ ହେଉଛି ବୋଲି ‘ଓଫା’ ପକ୍ଷରୁ ସୂଚନା ଦିଆଯାଇଛି ।

ସାମ୍ବାଦିକ ସମ୍ମିଳନୀ ପ୍ରାରମ୍ଭରେ ସ୍ୱର୍ଗତଃ ରବି ସ୍ୱାଇଁଙ୍କ ସ୍ମୃତିରେ ୧ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।

ଶେଷରେ ‘ଓଫା’ର ୱେବସାଇଟକୁ ଏହାର ବ୍ରାଣ୍ଡ୍ ଆମ୍ବାସଡର ଅଭିନେତା ଶୁଭାଶିଷ ଶର୍ମା(ମଣ୍ଟୁ) ଉନ୍ମୋଚନ କରିଥିଲେ ।

ଅଭିନେତା ଗୁଡ୍ଡୁ ଏବଂ ନଟିଆ(ସ୍ମୃତି) ଉପସ୍ଥିତ ଥିଲେ ।

ସାମ୍ବାଦକ ସମ୍ମିଳନୀରେ ‘ଓଫା’ ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଉଲ୍ଲାସ ଚନ୍ଦ୍ର ବେହେୁରା, ଉପାଧ୍ୟକ୍ଷ ସ୍ମୃତିଶକ୍ତି ସାମନ୍ତରାୟ, ଆବାହକ ଡ. ମନୋଜ କୁମାର ଦାଶ, ମୁଖ୍ୟ ଉପଦେଷ୍ଟା ବାପୁ ଲେଙ୍କା, ନିର୍ଦ୍ଦେଶକ ଚିଣ୍ଟୁ ମିଶ୍ର, ରୁଚି ମସଲାର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ, ରୁଚିର ନିର୍ଦ୍ଦେଶକ ଅରବିନ୍ଦ ସାହୁ, ‘ଓଫା’ର ନିର୍ଦ୍ଦେଶକ ସୌମ୍ୟଜିତ ପରିଡ଼ା, ଅମୃତରଞ୍ଜନ ଦାଶ, ଜ୍ଞାନରଞ୍ଜନ ରାୟ, ଉପଦେଷ୍ଟା ପ୍ରଶାନ୍ତ ମହାନ୍ତି, ଅଜୟ ନାୟକ, ଉତ୍କଳ କେଶରୀ ସିଂହ, ପ୍ରଦୀପ ସାହୁ, ସୌମ୍ୟନ୍ଦ୍ର ନାୟକ, ଶୁଭେନ୍ଦୁ ଦାଶ ଓ ମିଡିଆ ସଂଯୋଜକ ହରପ୍ରସାଦ ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।

ଲୋକାଲ ୱାୟାର

Filed Under: Award, Odia Tagged With: Award, ଓଡିଶା, ଭୁବନେଶ୍ୱର

ବିଭିନ୍ନ କ୍ଷେତ୍ରର ୧୮ ମହିଳା ଆରୟା ପୁରସ୍କାରରେ ସମ୍ମାନିତ

March 6, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୭(ଲୋକାଲ ୱାୟାର): ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୧୮ ଜଣ ମହିଳାଙ୍କୁ ଏକ କାର୍ଯ୍ୟକ୍ରମରେ ଆରୟା ସମ୍ମାନରେ ସମ୍ମାନିତ କରାଯାଇଛି ।

ଭାରତୀୟ କଳା ଓ ସଂସ୍କୃତିକୁ ସୁଦୂର ପ୍ରସାରୀ କରିବା ଏବଂ ଓଡ଼଼ିଶା ଓ ନୂଆଦିଲ୍ଲୀର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବସ୍ତିବାସିନ୍ଦା ମାନଙ୍କର ସାମାଜିକ ଓ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବା ପାଇଁ ସର୍ବଦା କାର୍ଯ୍ୟରତ ପରିଚୟ ଫାଉଣ୍ଡେସନ ଆରୟା ପୁରସ୍କାର ଉତ୍ସବର ଅଷ୍ଟମ ସଂସ୍କରଣ ଭୁବନେଶ୍ୱର ସ୍ଥିତ ହୋଟେଲ କ୍ରାଉନ ଠାରେ ଅନୁଷ୍ଠିତ ହୋଇଯାଇଛି ।

ପଦ୍ମ ବିଭୂଷଣ ପଣ୍ଡିତ ହରିପ୍ରସାଦ ଚୌରାସିଆ, ସନ୍ତୂର ସାଧକ ପଦ୍ମଶ୍ରୀ ଭଜନ ସପୁରୀ ଏବଂ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ଉପସ୍ଥିତିରେ ପୁରସ୍କାର ପ୍ରଦାନ ସମାରୋହକୁ ଉଦଘାଟନ କରିଥିଲେ ।

ଉଦଘାଟନୀ ସମାରୋହ ପରେ ପରେ ମହିଳାମାନଙ୍କ ନିମନ୍ତେ ହିଂସା ମୁକ୍ତ ସମାଜ ଗଠନ ଶୀର୍ଷକ ଆଲୋଚନା ଓ ସୂଜାତା ପ୍ରିୟଦର୍ଶିନୀଙ୍କ ନିର୍ଦ୍ଦେର୍ଶନାରେ ୧୯ଜଣିଆ ଟିମ୍ ନାଟକ (ଘାତ ପ୍ରତିଘାତ) ପ୍ରଦର୍ଶନ କରିବା ସହ ପଦ୍ମିନୀ ପାଣିଗ୍ରାହୀଙ୍କ ଝୂମର ନୃତ୍ୟ, ସନ୍ତୂର ସାଧକ ଭଜନ୍ ସପୋରିଙ୍କ ବାଦ୍ୟକୁ ଉପସ୍ଥିତ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ୧୮ ଜଣ ମହିଳାଙ୍କୁ ଏହି ଗୌରବାନ୍ୱିତ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

ଶ୍ରୀମତୀ ରାଜ୍ କମଲ ଚୈାହାନଙ୍କୁ ଆଜୀବନ ସଫଳତା ପୁରସ୍କାର, ଶିକ୍ଷା କ୍ଷେତ୍ରରେ ଡା. ଶିଳ୍ପୀ ସାହୁ, ସମାଜସେବାରେ ମାନସୀ ଶତପଥୀ, ଚିକିତ୍ସା ବିଜ୍ଞାନରେ ଡକ୍ଟର ରଞ୍ଜିତା ଘଢ଼େଇ, କଳା-ସାହିତ୍ୟ-ସଂସ୍କୃତି କ୍ଷେତ୍ରରେ ତରାବ ଖାନ୍ ଓ ବବିତା ମେହେର, ମନୋରଞ୍ଜନ କ୍ଷେତ୍ରରେ ପୁନମ୍ ଦାସ, ଗଣମାଧ୍ୟରେ ଅରୁନ୍ଧତୀ ମଲ୍ଲିକ ଓ ଆରଯେ ସ୍ମିତା ପାଣିଗ୍ରାହୀ, ଉଦ୍ୟୋଗ କ୍ଷେତ୍ରରେ ମନସ୍ମୀତା ପାତ୍ର, ଏନଆରଓ କ୍ଷେତ୍ରରେ ଡକ୍ଟର ରଞ୍ଜିୀତା ସାହୁ, ସୁସ୍ଥତା ଓ ଫିଟନେସ୍‌, ସୈାନ୍ଦର୍ଯ୍ୟରେ ଡା. ଧୃତୀ ବଳ ଓ ସୂନନ୍ଦା ମାଥୁର୍‌, ଇକୋ ଟୁରିଜିମରେ ଅଂଶୁପ୍ରଜ୍ଞା ଦାସ, କ୍ରୀଡାରେ ସୁଦିପ୍ତା ନନ୍ଦ ଏବଂ ସ୍ୱତନ୍ତ୍ର ବିଭାଗରେ ସୁଲତା ଦେଓ, ଫଟୋଗ୍ରାଫିରେ ପଞ୍ଚମୀ ମାନୋ ଉକିଲ୍‌, ନୃତ୍ୟରେ କସ୍ତୁରୀ ପଟ୍ଟନାୟକଙ୍କୁ ପୁରସ୍କୃତ କରାଯାଇଥିଲା ।

ଏହି ଅବସରରେ ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତା ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର କହିଥିଲେ ଯେ ପରିଚୟ ସଦାସର୍ବଦା ମହିଳା ସଶକ୍ତିକରଣ ନିମନ୍ତେ ଦଣ୍ଡାୟମାନ ଏବଂ ନାନାଦି ପ୍ରତିଘାତ ସତ୍ୱେ ବିଭିନ୍ନ କ୍ଷେତ୍ରରେ ସଫଳତା ସାଉଁଟି ଥିବା ମହିଳାମାନଙ୍କ ନିମନ୍ତେ ଆରୟା ପୁରସ୍କାର ଏକ ଉତ୍କୃଷ୍ଟ ସମ୍ମାନ ।

ଲୋକାଲ ୱାୟାର

Filed Under: Award, Odia Tagged With: Award, ଓଡିଶା

ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀ ପାଇବେ ସାହିତ୍ୟ ଭାରତୀ ସମ୍ମାନ

March 2, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୨(ଲୋକାଲ ୱାୟାର): ପ୍ରଖ୍ୟାତ ନାଟ୍ୟକାର ଡକ୍ଟର ରମେଶ ପ୍ରସାଦ ପାଣିଗ୍ରାହୀଙ୍କୁ ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ଦ୍ୱାରା ଦିଆଯାଉଥିବା ମର୍ଯ୍ୟାଦାଜନକ ‘ସାହିତ୍ୟ ଭାରତୀ ସମ୍ମାନ-୨୦୨୦’ ପ୍ରଦାନ କରାଯିବ ବୋଲି ସୋମବାର ସାମ୍ବାଦିକ ସମ୍ମିଳନୀରେ ଫାଉଣ୍ଡେସନର ସଂପାଦକା ସୁସ୍ମିତା ରଥ ଓ ଫାଉଣ୍ଡେସନ୍ ଟ୍ରଷ୍ଟି ଡାକ୍ତର ଜୟନ୍ତ ରଥ ସୂଚନା ଦେଇଛନ୍ତି ।

ଆସନ୍ତା ମାର୍ଚ୍ଚ ୧୫ ତାରିଖ କଟକ କଳା ବିକାଶ କେନ୍ଦ୍ରଠାରେ ଏକ ସାରସ୍ୱତ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ ।

ସମାରୋହରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଉପସଭାପତି ମାଧବ କୌଶିକ୍ ଯୋଗଦେଇ ପ୍ରତିଭାମାନଙ୍କୁ ସମ୍ମାନିତ କରିବେ ।

ପୁରସ୍କାର ସ୍ୱରୂପ ଶ୍ରୀ ପାଣିଗ୍ରାହୀଙ୍କୁ କୋଣାର୍କ ମନ୍ଦିରର ଏକ ରୌପ୍ୟ ପ୍ରତିରୂପ ସହିତ ଏକ ଲକ୍ଷ ଟଙ୍କାର ଉପାୟନ ପ୍ରଦାନ କରାଯିବ ।

ସେହିପରି ଫାଉଣ୍ଡେସନର ପ୍ରତିଷ୍ଠାତାଙ୍କ ନାମରେ ପ୍ରତିଷ୍ଠିତ ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ ଚଳିତ ବର୍ଷ ବିଶିଷ୍ଟ ଜୀବ ବିଜ୍ଞୀନୀ, ନୃତ୍ୟଶିଳ୍ପୀ, ସାହିତ୍ୟିକା ତଥା ସମାଜସେବିକା ପଦ୍ମଶ୍ରୀ ପ୍ରିୟମ୍ବଦା ମହାନ୍ତି ହେଜମାଦିଙ୍କୁ ପ୍ରଦାନ କରାଯିବ ।

ବିଶିଷ୍ଟ କବି ଡକ୍ଟର ହର ପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କୁ ଭାନୁଜୀ ରାଓ ସ୍ମାରକୀ ପୁରସ୍କାର ଏବଂ କଥାକାର ବିଜୟିନୀ ଦାସଙ୍କୁ ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର ଦିଆଯିବ । ସେମାନଙ୍କୁ ୨୫ ହଜାର ଟଙ୍କା ଓ ରୌପ୍ୟ ଉପଢୌକନ ପ୍ରଦାନ କରାଯିବ ।

ଯୁବ ସାହିତ୍ୟିକ ଦେବାଶିଷ ସାମନ୍ତରାୟ ଓ ଡକ୍ଟର ସୁଶୀଲ କୁମାର ବାଗଙ୍କୁ ସୁବ୍ରତ ରଥ ସ୍ମାରକୀ ପୁରସ୍କାର ସ୍ୱରୂପ ପ୍ରତ୍ୟେକଙ୍କୁ ୧୦ହଜାର ଟଙ୍କା ଓ ରୌପ୍ୟ ଉପଢୌକନ ପ୍ରଦାନ କରାଯିବ ।

ଲୋକାଲ ୱାୟାର

Filed Under: Award, Odia Tagged With: Award, Odisha

ଗାଳ୍ପିକା ବୀଣାପାଣି ମହାନ୍ତିଙ୍କୁ ଅତିବଡ଼ୀ ସମ୍ମାନ, ତାଙ୍କ ସମ୍ପର୍କରେ ଜାଣନ୍ତୁ (ବିଶେଷ)

March 2, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୨(ଲୋକାଲ ୱାୟାର): ଓଡ଼ିଆ ଗଳ୍ପ ସାହିତ୍ୟରେ ‘ପାଟଦେଇ’ ନାମରେ ବେଶ୍ ପରିଚିତ ଏବଂ ପ୍ରସିଦ୍ଧି ଅର୍ଜନ କରିଥିବା ପ୍ରଖ୍ୟାତ କଥାଶିଳ୍ପୀ ଏବଂ ବିଶିଷ୍ଟ ଗାଳ୍ପିକା ହେଉଛନ୍ତି ବୀଣାପାଣି ମହାନ୍ତି ।

ଯିଏ ସାରସ୍ୱତ ଜଗତକୁ ଅନେକ ସୃଜନୀ ସାହିତ୍ୟ ସମ୍ଭାର ଭେଟି ଦେଇଥିଲେ ବି ‘ପାଟଦେଇ’ ପାଇଁ ସେ ବେଶି ସୁନାମ ସାଉଁଟିଛନ୍ତି ।

ଚଳିତ ବର୍ଷ ତାଙ୍କୁ ପଦ୍ମଶ୍ରୀରେ ବିଭୂଷିତ କରିବାକୁ ମନୋନୀତ କରାଯାଇଥିବାବେଳେ ଓଡ଼ିଶା ସାହିତ୍ୟ ଏକାଡେମୀ ତାଙ୍କୁ ଅତିବଡ଼ୀ ପ୍ରଦାନ କରି ସମ୍ମାନିତ କରିବାକୁ ଯାଉଛି ।

ଦୀର୍ଘ ଛଅ ଦଶନ୍ଧି ଧରି ଓଡ଼ିଆ ସାରସ୍ୱତ ଭଣ୍ଡାରକୁ ନିଜ କଲମ ମାଧ୍ୟମରେ ରୁଦ୍ଧିମନ୍ତ କରିଚାଲିଥିବା ଏହି ଲେଖିକାଙ୍କ ଜୀବନଯାତ୍ରା ସୁଦୀର୍ଘ ।

୧୯୩୬ ମସିହା ନଭେମ୍ବର ୧୦ତାରିଖରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ ବୀଣାପାଣି । ମାତ୍ର ତାଙ୍କ ପୈତୃକ ଗୃହ କେନ୍ଦ୍ରାପଡ଼ା ନିକଟ ଚାନ୍ଦୋଳରେ । ତାଙ୍କର ବହୁତ ବାଲ୍ୟ ସ୍ମୃତି ଏହି ଗାଁ ସହିତ ଜଡ଼ିତ ।

୧୯୫୩ ମସିହାରେ ମାଟ୍ରିକ, ୧୯୫୭ ମସିହାରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ମସିହାରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କର ସାହିତ୍ୟିକ ଜୀବନ କବିତା ଲେଖାର ଆରମ୍ଭ ହୋଇଥିଲା ।

୧୯୬୦ମସିହାରେ ସେ ଅର୍ଥନୀତିର ଅଧ୍ୟାପିକା ଭାବେ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ ।

୧୯୯୨ମସିହାରେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ସୂଚନତା ମୁତାବକ ବର୍ତ୍ତମାନ ସେ କଟକ ବାଦାମବାଡ଼ି ଗ୍ଲାସ ପ୍ୟାଲେସ ଗଳି ଅଞ୍ଚଳରେ ରହୁଛନ୍ତି ।

ବୀଣାପାଣି ମହାନ୍ତି କବି ଭାବରେ ଲେଖାଲେଖି ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଗଳ୍ପ ଓ ଉପନ୍ୟାସ ରଚନାରେ ଅଧିକାଂଶ ସମୟ ନିଜକୁ ନିୟୋଜିତ କରିଥିଲେ ।

୧୯୫୫ମସିହାରେ ତାଙ୍କର ପ୍ରଥମ କବିତା ‘ତନ୍ଦ୍ରାହତ’ ପ୍ରଜାତନ୍ତ୍ରର ନାରୀ ମହଲ ପତ୍ରିକାରେ ପ୍ରକାଶ ପାଇଥିଲା । ୧୯୫୭ମସିହାରେ ତାଙ୍କର ପ୍ରଥମ ଗଳ୍ପ ‘ଗୋଟିଏ ରାତ୍ରିର କାହାଣୀ’ ରବିବାସରୀୟ ପ୍ରଜାତନ୍ତ୍ରରେ ପ୍ରକାଶିତ ।

ସାମ୍ପ୍ରତିକ ଜୀବନରୁ ସତସତିଆ ଘଟଣାକୁ ସାଉଁଟି ନେଇ ଗଳ୍ପ ରୂପେ ଦେବାରେ ସିଦ୍ଧହସ୍ତା ବୀଣାପାଣି ।

ବାଲେଶ୍ୱରସ୍ଥ କୁନ୍ତଳା କୁମାରୀ ବିଦ୍ୟାଳୟରେ ଅଧ୍ୟାପନା ସମୟରେ ୧୯୬୧ମସିହାରେ ତାଙ୍କ ଦ୍ୱାରା ରଚିତ ଗଳ୍ପ ‘ନାଉଗଛ’ ତାଙ୍କୁ ଉଚ୍ଚତର ପାଠକୀୟ ସ୍ୱୀକୃତି ଆଣି ଦେଇଥିଲା । ଯାହା ତାଙ୍କୁ ପରବର୍ତ୍ତୀ ସମୟରେ କବିତା ଛାଡ଼ି ସମ୍ପୂର୍ଣ୍ଣ ଭାବେ ଗଳ୍ପ ଲେଖିବାରେ ନିଜକୁ ନିୟୋଜିତ କରିଥିଲେ ।

ତାଙ୍କ ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଗଳ୍ପ ଗ୍ରନ୍ଥ³ ‘ଅଶ୍ରୁ ଅନଳ’, ‘ଶକୁନିର ଛକା’, ‘ପାଟଦେଇ’, ‘ଦୃଶ୍ୟାନ୍ତର’, ‘କସ୍ତୁରୀ ମୃଗ’, ‘ସବୁଜ ଅରଣ୍ୟ’, ‘ଅନ୍ଧକାରର ଛାଇ’, ‘ଜନ୍ମାନ୍ତର’, ‘ଏକାକୀ ପରିସର’, ‘ବସ୍ତ୍ରହରଣ’, ‘ଆରୋହଣ’, ‘ଇଣ୍ଟରଭ୍ୟୁ’, ‘ନବତରଙ୍ଗ’, ‘ମଧ୍ୟାନ୍ତର’, ‘ବହ୍ନିବଳୟ’, ‘ଉତ୍ତରାୟଣ’, ‘ତଟିନୀର ତୃଷ୍ଣା’, ‘କାଳାନ୍ତର’, ‘ଅପହଞ୍ଚ ଆକାଶ’, ‘ପାଚେରୀ ସେପଟେ ନଈ’, ‘ଖେଳ ଚାଲିଚି’, ଉପନ୍ୟାସ³ ‘କୁନ୍ତି କୁନ୍ତଳା ଶକୁନ୍ତଳା’, ‘ସୀତାର ଶୋଣିତ’, ‘ମନସ୍ୱିନୀ’ ଏବଂ ଅନୁବାଦ ‘ପ୍ରେମଚନ୍ଦ’ ଆଦି ରହିଛି ।

ନିଜ ସୃଷ୍ଟି ଏବଂ କୃତି ପାଇଁ ଅନେକ ପୁରସ୍କାର ପାଇଛନ୍ତି ବୀଣାପାଣି ମହାନ୍ତି ।

‘ପାଟଦେଇ’ ପୁସ୍ତକ ପାଇଁ ୧୯୯୦ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ‘କସ୍ତୁରୀ ମୃଗ’ ଓ ‘ସବୁଜ ଅରଣ୍ୟ’ ପାଇଁ ୧୯୬୯ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୦ରେ ଶାରଳା ପୁରସ୍କାର, ୨୦୦୧ରେ ସାହିତ୍ୟ ଭାରତୀ ସମ୍ମାନ, ୧୯୮୦ରେ ଧରିତ୍ରୀ ସମ୍ମାନ ଆଦି ଅନ୍ୟତମ ।

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧନା

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୧୯ମସିହା ପାଇଁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଘୋଷଣା ହେବା ପରେ ପୁରସ୍କାର ଲାଗି ମନୋନୀତ ହୋଇଥିବା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଛି ।

ଏକାଡେମୀ ସଚିବ ଶୁଚିସ୍ମିତା ମନ୍ତ୍ରୀ, କାର୍ଯ୍ୟକାରୀ ସମିତି ସଦସ୍ୟ ବିଜୟାନନ୍ଦ ସିଂହ, ଚନ୍ଦ୍ରଶେଖର ହୋତା ଏବଂ ସୁଶାନ୍ତ ନାୟକ ପ୍ରମୁଖ ବୀଣାପାଣି ମହାନ୍ତିଙ୍କ ବାସଭବନରେ ତାଙ୍କୁ ଭେଟି ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ପୁରସ୍କାର ସମ୍ପର୍କରେ ଜଣାଇଥିଲେ ।

ଏହି ଅବସରରେ ବୀଣାପାଣି ମହାନ୍ତି କହିଛନ୍ତି, ପ୍ରଥମେ ମୋତେ ଏକାଡେମୀ ପକ୍ଷରୁ ଏହି ସୂଚନା ଦିଆଗଲା ।

ଶୁଚିସ୍ମିତା, ବିଜୟାନନ୍ଦ ଓ ଅନ୍ୟମାନେ ମୋତେ ଆସି ସମ୍ବର୍ଦ୍ଧିତ କଲେ । ମୁଁ ଅତ୍ୟନ୍ତ ଖୁସି ଏଭଳି ଏକ ବଡ଼ ପୁରସ୍କାର ଲାଗି ମୋତେ ମନୋନିତ କରାଯାଇଥିବାରୁ ।

ଲୋକାଲ ୱାୟାର

Filed Under: Award, Odia, Special, ବିଶେଷ Tagged With: Award, Special, ଓଡିଶା, ଗଞ୍ଜାମ, ବିଶେଷ, ବ୍ରହ୍ମପୁର

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 23
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire