ଭୁବନେଶ୍ୱର,ନଭେମ୍ବର ୧୨(ଲୋକାଲ ୱାୟାର): ଶ୍ରଦ୍ଧା ସବୁରୀ ପ୍ରଡକ୍ସନ୍ ନିବେଦିତ ତଥା ସୁପ୍ରିମ ଏ ରଟେନ୍ମେ ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ‘ତୁ ମୋ କମଜୋରି’ର ଶୁଭ ମହୁରତ୍ ହୋଇଯାଇଛି ।
ଏନେଇ ପଟିଆ ସ୍ଥିତ ସାଇ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ କାର୍ଯ୍ୟକ୍ରମରେ ତରଙ୍ଗ ଟିଭିର ମୁଖ୍ୟ ଶ୍ୟାମା ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚଳଚ୍ଚିତ୍ରର ଶୁଭାରମ୍ଭ କରିଥିଲେ । ଉତ୍ସବରେ ଚଳଚ୍ଚିତ୍ର ସହ ସଂଶ୍ଳିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।
ଏକ ନିଆରା ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ‘ତୁ ମୋ କମଜୋରି’ । ଯେଉଁଥିରେ ପ୍ରେମ, ଭାବପ୍ରବଣତା, ରୋମାନ୍ସ ସାଙ୍ଗକୁ ସସପେନ୍ସ ବି ଭରି ରହିଛି ।
ଏହି ମ୍ୟୁଜିକାଲ୍ ଲଭଷ୍ଟୋରୀର ପ୍ରମୁଖ ଭୂମିକାରେ ରାଜେଶ ଦେଓ, ଅନୁଭାସୌର୍ଯ୍ୟା, ଲିପିକାଙ୍କୁ ଦେଖିବାକୁ ମିଳିବ ।
ବଳିଷ୍ଠ କାହାଣୀକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ର ପ୍ରଯୋଜନା ଭାର୍ଗବୀ ତ୍ରିପାଠୀ, ଟିକି ପଟ୍ଟନାୟକ ଓ ଲିଙ୍ଗରାଜ ପାତ୍ର କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ସନ୍ତୋଷ ବିଶ୍ୱାଳ ।
କାହାଣୀ ରଚନା କରିଛନ୍ତି ଆଶୁତୋଷ ତ୍ରିପାଠୀ । ସେହିପରି ସଂଳାପ ଦେଇଛନ୍ତି ଡ. ନିର୍ମଳ ନାୟକ ।
ଏହି ଚଳଚ୍ଚିତ୍ର ପାଇଁ ସଙ୍ଗୀତ ବିଶେଷ ଗୁରୁତ୍ୱ ରଖିଥିବା ବେଳେ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମେଲୋଡି ମେକର ପ୍ରେମ ଆନନ୍ଦ ।
ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ, ଡ ନିର୍ମଳ ନାୟକ ଓ ସୁବ୍ରତ ସ୍ୱାଇଁ । କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଅନନ୍ୟା, ଦୀପ୍ତିରେଖା, ଆଶୁତୋଷ, ସବିଶେଷ ଓ ଦେବବ୍ରତ ।
ଲୋକାଲ ୱାୟାର