କଟକ, ଫେବ୍ରୁଆରୀ ୨୮(ଲୋକାଲ ୱାୟାର): ଏଣିକି ରାଜ୍ୟରେ ହୋମଗାର୍ଡମାନେ ଦୈନିକ ୫ ଶହ ଟଙ୍କା ମଜୁରି ପାଇବେ ବୋଲି ଶୁକ୍ରବାର ହାଇକୋର୍ଟ ଏକ ନିର୍ଦ୍ଦେଶରେ ସ୍ପଷ୍ଟ କରିଥିବା ଜଣେ ବରିଷ୍ଠ ଆଇନଜୀବୀ ସୂଚନା ଦେଇଛନ୍ତି ।
ହୋମଗାର୍ଡଙ୍କ ଦରମା ନେଇ ସୁପ୍ରିମକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହା କାର୍ଯ୍ୟକାରୀ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଏକ ମାମଲାର ଶୁଣାଣି ଅବସରରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିସହ ଆସନ୍ତା ତିନି ମାସ ମଧ୍ୟରେ ସପ୍ତମ ବେତନ କମିଶନ ଲାଗୁ କରିବାକୁ ମଧ୍ୟ କହିଛନ୍ତି ।
ଏହାଦ୍ୱାରା ରାଜ୍ୟରେ ପ୍ରାୟ ୧୮ ହଜାର ହୋମ୍ ଗାର୍ଡ ଉପକୃତ ହେବେ ।
ଲୋକାଲ ୱାୟାର