• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

Happenings

ସେପ୍ଟେମ୍ବର ୧ରୁ୬ ଜେଇଇ ମେନ୍, ୧୩ରେ ନିଟ୍

July 3, 2020 By LocalWire Leave a Comment

ଭୁବନେଶ୍ୱର, ଜୁଲାଇ ୩(ଲୋକାଲ ୱାୟାର): କରୋନା ସଂକ୍ରମଣ ସ୍ଥିତିରେ ଜେଇଇ ମେନ୍, ଆଡଭାନ୍ସଡ ଏବଂ ନିଟ୍ ପରୀକ୍ଷା ସେପ୍ଟେମ୍ବର ମାସରେ ହେବ ବୋଲି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଶୁକ୍ରବାର କହିଛନ୍ତି ।

ସେପ୍ଟେମ୍ବର ୧ରୁ ୬ ତାରିଖ ପର୍ଯ୍ୟନ୍ତ ଜେଇଇ ମେନ୍, ସେପ୍ଟେମ୍ବର ୧୩ରେ ନିଟ୍ ଏବଂ ସେପ୍ଟେମ୍ବର ୨୭ରେ ଜେଇଇ ଆଡଭାନ୍ସଡ ପରୀକ୍ଷା ହେବ ।

ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି(ଏନଟିଏ) ମହାନିଦେ୍ର୍ଦଶକଙ୍କ ସମେତ ବିଶେଷଜ୍ଞଙ୍କୁ ନେଇ ଶୁକ୍ରବାର ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ଲୋକାଲ ୱାୟାର

Filed Under: Education, Odia, ଶିକ୍ଷା Tagged With: Happenings, ଓଡିଶା, ଶିକ୍ଷା

42 persons who returned from Nizamuddin contact govt

April 7, 2020 By LocalWire Leave a Comment

Bhubaneswar, April 7 (Local Wire): The state government on Tuesday said that after the Odisha government appealed to those who returned from Nizamuddin to register with the government, 42 new citizens have come forward.

“Earlier we came in contact with 28 person who attended the jamaat at Nizamuddin. Those where traced and put under testing.

Now after the appeal from the CM, 42 more persons have come forward and contacted the government,” Subroto Bagchi, Chief Spokesperson of the government on COVID 19 said.

He also appealed more persons who attended the event to come forward and report to the government.

The government is now undertaking the required procedure to screen the suspected patients among the new registered citizens.

LocalWire

Filed Under: English Tagged With: Corona, Happenings

ଓଡ଼ିଆ ଭାଷା ପ୍ରତିଷ୍ଠାନ ନିର୍ଦ୍ଦେଶିକା ହେଲେ ଡ. ଭାଗ୍ୟଲିପି ମଲ୍ଲ

March 30, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୩୦(ଲୋକାଲ ୱାୟାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଭାବେ ଡ. ଭାଗ୍ୟଲିପି ମଲ୍ଲଙ୍କୁ ନିଯୁକ୍ତି ଦିଆଯାଇଛି ।

ସେ ରାଜ୍ୟ ସଂଗ୍ରହାଳୟର ନିଜ ଦାୟିତ୍ୱ ସହ ଏହି କାର୍ଯ୍ୟକୁ ଅତିରିକ୍ତ ଦାୟିତ୍ୱ ଭାବେ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ତୁଲାଇବେ ।

ପୂର୍ବରୁ ଡ. ମଲ୍ଲ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଭାବେ ସଫଳତାର ସହ କାର୍ଯ୍ୟ କରିବା ସହିତ ବର୍ତ୍ତମାନ ରାଜ୍ୟ ସଂଗ୍ରହାଳୟର କୁ୍ୟରେଟର ଅଛନ୍ତି ।

ସେହିପରି ସଙ୍ଗୀତ ଗୁରୁ ଡ. ବିଜୟ କୁମାର ଜେନାଙ୍କୁ ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।

ବର୍ତ୍ତମାନ ଡ. ଜେନା ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟ ଓଡ଼ିଶୀ କଣ୍ଠସଙ୍ଗୀତ ବିଭାଗର ମୁଖ୍ୟ ଅଧ୍ୟାପକ ଥିବାବେଳେ ପୂର୍ବରୁ ୨ବର୍ଷ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଭାବେ କାର୍ଯ୍ୟ କରିଛନ୍ତି ।

ପୂର୍ବରୁ ଏହି ଦୁଇଟିଯାକ ପଦବିରେ ଡ. ତମସାରାଣୀ ଦାସମହାପାତ୍ର କାର୍ଯ୍ୟ କରୁଥିଲେ ।

ସେ ସୋମବାର ଅବସର ଗ୍ରହଣ କରିବା ପରେ ଉକ୍ତ ପଦବି ଲାଗି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଲୋକାଲ ୱାୟାର

Filed Under: Happenings, Odia, କାର୍ଯ୍ୟକ୍ରମ Tagged With: Happenings, ଓଡିଶା, କାର୍ଯ୍ୟକ୍ରମ

ମଡର୍ଣ୍ଣ ଆର୍ଟ ଗ୍ୟାଲେରିରେ ଆର୍ଟ ଏରା ଉଦଯାପିତ

March 14, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୧୪(ଲୋକାଲ ୱାୟାର): ଓଡିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରି ଦ୍ୱାରା ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଆୟୋଜିତ ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ‘ଆର୍ଟ ଏରା’ ଉଦଯାପିତ ହୋଇଯାଇଛି ।

ଉଦଯାପନ ଉତ୍ସବରେ ଅତିଥି ଭାବେ ସମାଜସେବୀ ଶୁଭଶ୍ରୀ ଦାସ ଯୋଗଦେଇଥିଲେ ।

ଚିତ୍ରରେ ନାରୀଶିଳ୍ପୀମାନଙ୍କର ତୂଳିରେ ସାମ୍ପ୍ରତିକ ଘଟଣାକ୍ରମକୁ ନେଇ ପ୍ରସ୍ତୁତ ହୋଇଥିବା ଚିତ୍ରର ଭୂୟସୀ ପ୍ରଶଂସା କରିଥିଲେ ।

ଏଥିରେ ଅନ୍ୟତମ ଅତିଥି ଭାବେ ପୂର୍ବତନ ପ୍ରଶାସକ ସୁରେଶ ଚନ୍ଦ୍ର ମନ୍ତ୍ରୀ, ବରିଷ୍ଠ ସାହିତି୍ୟକ ଦାସ ବେନହୁର ଯୋଗଦେଇଥିଲେ ।

ଏହି ଜାତୀୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀରେ ୪୫ ଜଣ ମହିଳା ଚିତ୍ରଶିଳ୍ପୀ ଭାଗ ନେଇଥିବା ବେଳେ ୧୮ ଜଣ ରାଜ୍ୟ ବାହାରର ଚିତ୍ରଶିଳ୍ପୀ ଥିଲେ ।

ବରିଷ୍ଠ ନାରୀ ଶିଳ୍ପୀ ଡ ସୁଚେତା ପ୍ରିୟବାଦିନୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଗ୍ୟାଲେରୀର ପ୍ରତିଷ୍ଠାତା ତାରାକାନ୍ତ ପରିଡା ଧନ୍ୟବାଦ ପ୍ରଦାନ କରିଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: Happenings, ଓଡିଶା

ହୀରାଧର ସାହୁ ପାଇଲେ ଶାମ୍ଭବୀ ପୁରସ୍କାର

March 13, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୧୨(ଲୋକାଲ ୱାୟାର): ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍‌)ପକ୍ଷରୁ ସପ୍ତମ ଶାମ୍ଭବୀ ପୁରସ୍କାର ସମାରୋହ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅକ୍ସଫାମ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ୍ ବେହର, ସମ୍ମାନିତ ଅତିଥି ଭାବେ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜିର ଡିରେକ୍ଟର ତଥା ଅଧ୍ୟାପକ ପ୍ରଫେସର ବି.ଏନ୍ ଥୋରଟ୍ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ହୀରାଧର ସାହୁଙ୍କୁ ‘ଶାମ୍ଭବୀ ପୁରସ୍କାର ୨୦୨୦’ରେ ଅତିଥିମାନେ ସମ୍ମାନିତ କରିଥିଲେ ।

ଶ୍ରୀ ସାହୁ ଦେବଗଡ଼ ଜିଲ୍ଲାରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଜିଲ୍ଲା ଜଙ୍ଗଲ ମଞ୍ଚ’ ମାଧ୍ୟମରେ ବନ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ତାଙ୍କର ଏହି ଆନ୍ଦୋଳନରେ ୯୦୦ ଗ୍ରାମବାସୀଙ୍କୁ ସାମିଲ କରିଛନ୍ତି ।

ସମସ୍ତେ ମିଶି ବନ୍ୟ ପରିଚାଳନା କ୍ଷେତ୍ରରେ କାର୍ଯ୍ୟ କରିଆସୁଛନ୍ତି । ଏହା ସହ ତାଙ୍କ ଉଦ୍ୟମ ଦ୍ୱାରା ଜଙ୍ଗଲ ଅଧିକାର ଆଇନ ଅଧୀନରେ ୬ ହଜାର ଆଦିବାସୀ ପରିବାର ଜମି ପାଇପାରିଛନ୍ତି ।

ପୁରସ୍କାର ପ୍ରଦାନ କରି ମୁଖ୍ୟ ଅତିଥି ଶ୍ରୀ ବେହର କହିଲେ, ବାସ୍ତବ ପରିବର୍ତ୍ତନ ସର୍ବଦା ନିମ୍ନ ସ୍ତରରୁ ହିଁ ହୋଇଥାଏ ।

ନିଜର ପ୍ରତିବଦ୍ଧତା ଏବଂ ଆଦର୍ଶ ମାଧ୍ୟମରେ ସଂସାରକୁ ପରିବର୍ତ୍ତନ କରୁଥିବା ବାସ୍ତବ ବୀର ମାନଙ୍କୁ ଶାମ୍ଭବୀ ପୁରସ୍କାର ମାଧ୍ୟମରେ ପରିପ୍ରକାଶ କରାଯାଇପାରୁଛି ।

ଅନ୍ୟପକ୍ଷରେ କଟକ ଜିଲ୍ଲାର ଗ୍ରାମୀଣ ଅଞ୍ଚଳରେ ଅବହେଳିତ ଶିଶୁଙ୍କୁ ଶିକ୍ଷା ପ୍ରଦାନ କରିବାରେ ନିଜର ଉତ୍ସର୍ଗ, ନିଷ୍ଠା ଓ ନିସ୍ୱାର୍ଥପର ସେବା ପାଇଁ ଅନିଲ ପ୍ରଧାନଙ୍କୁ ଚଳିତ ବର୍ଷର ‘ଜୁରୀ କମେଣ୍ଡେସନ୍ ସାର୍ଟିଫିକେଟ୍ ୨୦୨୦’ରେ ସମ୍ବର୍ଦ୍ଧିତ କରାଯାଇଛି ।

ଅନିଲ ପ୍ରଧାନ ଇଞ୍ଜିନିୟର ହୋଇ ପ୍ରତିଷ୍ଠା କରିଛନ୍ତି ଇଣ୍ଟରନ୍ୟାସନାଲ୍ ପବ୍ଲିକ୍ ସ୍କଲ ଫର୍ ରୁରାଲ୍ ଇନୋଭେସନ୍‌’ ଏବଂ ‘ନବୋନ୍ମେଶ ପ୍ରସାର ଫାଉଣ୍ଡେସନ୍‌’ ।

ଏଥିରେ ସେ ଗ୍ରାମୀଣ ବିଦ୍ୟାର୍ଥୀଙ୍କୁ ମାଗଣାରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ଇନୋଭେସନ୍ ଉପରେ ଶିକ୍ଷା ପ୍ରଦାନ କରୁଛନ୍ତି ।

କାର୍ଯ୍ୟକ୍ରମର ଜୁରୀ ମେମ୍ବର ଭାବେ କେୟାର ଇଣ୍ଡିଆର ଆଞ୍ଚଳିକ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଶାନ୍ତମୟ ଚାଟାର୍ଜୀ, ନାବାର୍ଡ ଓଡ଼ିଶାର ଜେନେରାଲ୍ ମେମ୍ବର ଏ.ପି ଦାସ ଯୋଗ ଦେଇଥିଲେ । ବିଆଇପିଏଫର ସିଇଓ ଶୈଫାଳିକା ପଣ୍ଡା ଉପସ୍ଥିତ ଥିଲେ ।

ଲୋକାଲ ୱାୟାର

Filed Under: Award, Odia Tagged With: Award, Happenings, କାର୍ଯ୍ୟକ୍ରମ, ଭୁବନେଶ୍ୱର

ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ

March 11, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୧୧(ଲୋକାଲ ୱାୟାର): ଓଡ଼ିଆ ଭାଷାର ବ୍ୟବହାରକୁ ସୀମିତ କରାଯିବା ଉଚିତ ନୁହେଁ ।

ଏହାକୁ ଅଧିକ ରୁଦ୍ଧିମନ୍ତ କରିବା ସହିତ ସବୁ କ୍ଷେତ୍ରରେ ଏହାର ବହୁଳ ବ୍ୟବହାର କରାଯିବା ଉପରେ ଉଦ୍ୟମ ଆବଶ୍ୟକ ।

ଓଡ଼ିଆ ଭାଷାକୁ ଜ୍ଞାନଭଣ୍ଡାରର ଭାଷା ଭାବରେ ପ୍ରତିଷ୍ଠିତ କରିବା ଦିଗରେ ବୁଦ୍ଧିଜୀବୀ, ଗବେଷକ ଓ ବିଷେଜ୍ଞମାନେ ଆଗେଇ ଆସନ୍ତୁ ବୋଲି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ବୁଧବାର ପୂର୍ବାହ୍ନରେ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ ପାଳନ କରାଯାଇଥିଲା ।

ଓଡ଼ିଆକୁ ଶାସ୍ତ୍ରୀୟ ଭାଷା ଭାବରେ ଜାତୀୟ ସ୍ତରରେ ମାନ୍ୟତା ମିଳିବାର ଆଜି ଥିଲା ଷଷ୍ଠ ବର୍ଷ ପୂର୍ତ୍ତି ।

ଏଥିରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟ ରଖିଥିଲେ ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଭାଷା ମଧ୍ୟରେ ରହିଥିବା ସାମ୍ୟ ଓ ସମ୍ପର୍କ ଉପରେ ଆଲୋକପାତ କରିଥିଲେ ।

ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ କୁମାର ନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।

ପ୍ରସିଦ୍ଧ ଗବେଷକ ଓ ବିଦ୍ୱାନ ଡ. ରଜତ କୁମାର କର ଓଡ଼ିଆ ଭାଷାର ଶାସ୍ତ୍ରୀୟତା ଓ ଭାଷିକ ବୈଚିତ୍ର‌୍ୟ ଉପରେ ବକ୍ତବ୍ୟ ରଖିଥିଲେ ।

ବିଶିଷ୍ଟ ସମାଲୋଚକ ପ୍ରଫେସର ଡ. ଯତୀନ୍ଦ୍ର କୁମାର ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭାଷାର ସମୃଦ୍ଧି ଦିଗରେ ଦେଖା ଦେଇଥିବା ବିବିଧ ଆହ୍ୱାନଗୁଡ଼ିକ ବାବଦରେ ସୂଚନା ଦେଇଥିଲେ ।

ଓଡ଼ିଆ ଭାଷାର ଅଭିବୃଦ୍ଧି ଏବଂ ପ୍ରସାର ନିମନ୍ତେ ବହୁମୁଖୀ ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ତମସାରାଣୀ ଦାସମହାପାତ୍ର ଏହି କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ପ୍ରାରମ୍ଭିକ ସୂଚନା ଦେଇ ଏପରି ଦିବସ ପାଳନର ତାତ୍ପର୍ଯ୍ୟ ବର୍ଣ୍ଣନା କରିଥିଲେ ।

କାର୍ଯ୍ୟକ୍ରମରେ ପ୍ରତିଷ୍ଠାନ ଦ୍ୱାରା ପ୍ରକାଶିତ ଦୁଇଟି ପୁସ୍ତକ ‘ଓଡ଼ିଆ ଭାଷାତତ୍ତ୍ୱ କୋଷ’ ଏବଂ ‘କାର୍ଯ୍ୟାଳୟ ନଥି’ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ।

ଏହି ଅବସରରେ ଆୟୋଜିତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାର ସଫଳ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ କାର୍ଯ୍ୟାଳୟ ତତ୍ତ୍ୱାବଧାରକ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।

ଲୋକାଲ ୱାୟାର

Filed Under: Happenings, Odia, କାର୍ଯ୍ୟକ୍ରମ Tagged With: Happenings, ଓଡିଶା, କାର୍ଯ୍ୟକ୍ରମ

ଦିବ୍ୟାଙ୍ଗ ପିଲା ଓ ସେଲିବ୍ରିଟିଙ୍କ ସହ ପିସିସି ସଭାପତିଙ୍କ ନିଆରା ହୋଲି

March 9, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୯(ଲୋକାଲ ୱାୟାର): ରାସାୟନିକ ରଙ୍ଗ ପରିବର୍ତ୍ତେ ଜୈବିକ ହୋଲି ଖେଳିବାର ବାର୍ତ୍ତା ନେଇ ସୋମବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭୁବନେଶ୍ୱରର ପଳାସପଲ୍ଲୀ ସ୍ଥିତ ଅନ୍ଧ, ମୂକ ଓ ବଧିର ସଙ୍ଗଠନର ଅନ୍ତବାସୀଙ୍କ ସହ ନିଆରା ହୋଲି ଖେଳିଛନ୍ତି ।

ଏହି ଅବସରରେ ଶ୍ରୀ ପଟ୍ଟନାୟକ ପିଲାମାନଙ୍କୁ ପବିତ୍ର ଦୋଳ ଓ ହୋଲିର ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ସେମାନଙ୍କୁ ମିଷ୍ଟାନ୍ନ ଖୁଆଇ ହୋଲିି ପାଳିଥିଲେ ।

ଏହି ହୋଲିରେ ସାମିଲ ହୋଇଥିଲେ ‘ଗାଁର ନା ଗାଲୁଆପୁର’ ଚଳଚ୍ଚିତ୍ରର ଅଭିନେତା ପପୁ ପମପମଙ୍କ ସହ ଅଭିନେତ୍ରୀ ମନୀଷାଧର ମହାପାତ୍ର, ନିର୍ଦ୍ଦେଶକ ଜିତୁ ମହାପାତ୍ର, ପ୍ରଯୋଜକ ସମପ୍ରୀତ ମହାପାତ୍ର, ଉପଦେଷ୍ଟା ସନ୍ତୋଷ ମହାପାତ୍ର ଏବଂ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ।

ସମସ୍ତେ ଛୋଟ ଛୋଟ ପିଲାମାନଙ୍କ ସହ କିଛି ସମୟ ହୋଲି ଖେଳିବା ସହ କରୋନା ଭାଇରସ ସମ୍ପର୍କେରେ ମଧ୍ୟ ସଚେତନ କରାଇଥିଲେ ।

ରାସାୟନିକ ରଙ୍ଗ ପରିବର୍ତ୍ତେ ଜୈବିକ କିମ୍ବା ଫୁଲରେ ହୋଲି ଖେଳିବା ପାଇଁ ସେମାନେ ପରାମର୍ଶ ଦେଇଥିଲେ ।

ଯୁକ୍ତାମୁଖୀ ଚାରିଟେବଲ ଟ୍ରଷ୍ଟର ଅଧ୍ୟକ୍ଷା ଶ୍ରୀୟାସ୍ମିତା ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟେରେ କଂଗ୍ରେସ ନେତା ଶୁଭେନ୍ଦୁ ମହାନ୍ତି, ରଶ୍ମି ମହାପାତ୍ର, ମିଲି ପଣ୍ଡା, ଦିଲ୍ଲୀପ ପଣ୍ଡା, ସୁବ୍ରମ ମହାପାତ୍ର ପ୍ରମୁଖ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।

ଲୋକାଲ ୱାୟାର

Filed Under: Happenings, Odia, କାର୍ଯ୍ୟକ୍ରମ Tagged With: Happenings, ଓଡିଶା, କାର୍ଯ୍ୟକ୍ରମ, ହୋଲି

କର୍ମଶାଳା: ଶ୍ରମିକମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ

March 8, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୦୮ (ଲୋକାଲ ୱାୟାର): ରାଜ୍ୟର ୪୮ ଗୋଟି ବୃହତ ଶିଳ୍ପ ପ୍ରତିଷ୍ଠାନ ମାନଙ୍କ ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ କାରଖାନା ଓ ବାଷ୍ପିତ୍ର ନିର୍ଦେଶାଳୟ ତରଫରୁ ଆୟୋଜିତ କର୍ମଶାଳାରେ ଶ୍ରମିକମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ ଦିଆ ଯାଇଥିବା କର୍ମଶାଳାରେ ଅଂଶଗ୍ରହଣ କରିଥିବା ଜଣେ ଅଧିକାରୀ ରବିବାର କହିଛନ୍ତି।

ରାଜ୍ୟ ଶ୍ରମ ନିର୍ଦ୍ଦେଶାଳୟ ସମ୍ମିଳନୀ କକ୍ଷରେ ଶନିବାର ଆୟୋଜିତ ଏହି କର୍ମଶାଳାକୁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଉଦଘାଟନ କରିଥିଲେ।

ରାଜ୍ୟ ସରକାରଙ୍କ ତରଫରୁ ଶ୍ରମିକ ସୁରକ୍ଷା ପାଇଁ ନିଆଯାଇଥିବା ଦଶସୂତ୍ରୀ କାର୍ଯ୍ୟକ୍ରମ,ସେଫଟି ବଡି , ଆଇନା, ସେଫଟି ଗ୍ୟାଦରିଙ୍ଗ,ମୋବାଇଲ ଆପ ଆଡିକୁ କାରଖାନା ଅଧିକାରୀ ମାନେ ପ୍ରଶଂସା କରିଥିଲେ ।

ଏକ ପାୱାର ପଏଣ୍ଟ ପ୍ରେଜେନ୍ଟେସନ ମାଧ୍ୟମରେ ବିଭାଗ ଦୁର୍ଘଟଣା ନିରାକରଣ ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ଆଲୋଚନା କରା ଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବିଏସ ଏଲ ,ଟାଟା କଳିଙ୍ଗନଗର,ଜେଏସ ପି ଏଲ ଅନୁଗୁଳ, ନାଲକୋ, ବେଦାନ୍ତ,ଈପକୋ,ପିପିଏଲ,ଜିନ୍ଦାଲ ଷ୍ଟିଲ,ଆଇ ଓ ସି ଏଲ ରିଫାଇନାରୀ, ଶ୍ୟାମ ମେଟାଳିକ୍ସ,ନବ ଭାରତ ଭେଞ୍ଚର ଲିଃ ଆଦି କାରଖାନାର ଅଧିକାରୀ ଯୋଗ ଦେଇଥିଲେ ।

ଲୋକାଲ ୱାୟାର

Filed Under: Happenings, Odia Tagged With: Happenings, ଓଡିଶା

ପଦ୍ମଚରଣ ନାୟକଙ୍କୁ ଉତ୍କଳମଣି ସେବା ସମ୍ମାନ

March 8, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୮(ଲୋକାଲ ୱାୟାର): ଉତ୍କଳ ବିପନ୍ନ ସହାୟତା ସମିତି ପକ୍ଷରୁ ବାର୍ଷିକ ଉତ୍ସବ ଏବଂ ଉତ୍କଳମଣି ସେବା ସମ୍ମାନ ସମାରୋହ-୨୦୨୦ ମଞ୍ଚେଶ୍ୱରରେ ଥିବା ସମିତିର ସେବା ପରିସର ମଧ୍ୟରେ ଆସନ୍ତା ୮ତାରିଖ ସନ୍ଧ୍ୟା ୫ଟାରେ ଅନୁଷ୍ଠିତ ହେବ ।

ଏହି ଅବସରରେ ବିଶିଷ୍ଟ ସମାଜସେବୀ, ଗାନ୍ଧିବାଦୀ ତଥା ଓଡ଼ିଶା ମଦ ବିରୋଧୀ ଆନ୍ଦୋଳନର ସଭାପତି ଓ ପ୍ରାକ୍ତନ ବିଧାନସଭା ସଭ୍ୟ ୯୫ବର୍ଷୀୟ ପଦ୍ମଚରଣ ନାୟକଙ୍କୁ ଉତ୍କଳମଣି ସେବା ସମ୍ମାନରେ ସମ୍ମାନିତ କରାଯିବ ।

ତାଙ୍କୁ ପୁରସ୍କାର ସ୍ୱରୂପ ୧୦ହଜାର ଟଙ୍କା ପ୍ରଦାନ କରାଯିବ ।

ଆସନ୍ତା ବର୍ଷଠୁ ରାଜ୍ୟସ୍ତରରୁ ଜଣେ ଏବଂ ଜାତୀୟସ୍ତରରୁ ଏକ ଅନୁଷ୍ଠାନ କିମ୍ବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ସମିତି ସଭାପତି ଅଭୟ କୁମାର ସାମନ୍ତରାୟ କହିଛନ୍ତି, ଚଳିତ ବର୍ଷ ଏହି ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି, ସାପ୍ତାହିକ ଓଡ଼ିଆ ପତ୍ରିକା ରାଷ୍ଟ୍ରଦୀପର ପ୍ରାକ୍ତନ ସମ୍ପାଦକ ଜଗବନ୍ଧୁ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେବେ ।

ଲୋକାଲ ୱାୟାର

Filed Under: Odia, କାର୍ଯ୍ୟକ୍ରମ Tagged With: Happenings, ଓଡିଶା, କାର୍ଯ୍ୟକ୍ରମ

ସଂସ୍କୃତି ବିଭାଗ ୱେବସାଇଟ୍ ବଦଳିଲା ପରେ ବି ତ୍ରୁଟି ସୁଧୁରିଲାନି

March 8, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୮(ଲୋକାଲ ୱାୟାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୱେବସାଇଟ୍ ବଦଳିଛି ।

ୱେବସାଇଟର ଚିତ୍ର ଓ ଚେହେରା ବଦଳିଯାଇଛି । ଆମୂଳଚୂଳ ପରିବର୍ତ୍ତନ ହୋଇଛି । ୱେବସାଇଟକୁ ଟିକେ ନୂଆ ରଙ୍ଗ ଦିଆଯାଇଛି ।

କିନ୍ତୁ ଯେଉଁ ଭୁଲକୁ ସେଇ ଭୁଲ । ସେମିତି ରହିଛି । ତ୍ରୁଟି ଆଦୌ ସଂଶୋଧନ ହୋଇନି ।

ଅର୍ଥାତ୍ ୱେବସାଇଟରେ ହୋମ୍ ପେଜ୍ ଏବଂ ଅନ୍ୟାନ୍ୟ ପେଜ୍ ଗୁଡ଼ିକ ଅଧିକ ଉନ୍ନତ କରାଯାଇଛି ।

ହେଲେ ଯୋଗାଯୋଗ ଲାଗି ଥିବା ବିଭାଗୀ ଅଧୀନରେ ଥିବା ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀଙ୍କ ତାଲିକା ବଦଳି ନାହିଁ ।

ଯେଉଁମାନେ ପୂର୍ବରୁ ନିର୍ଦ୍ଦିଷ୍ଟ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟରେ ଥିଲେ ଆଉ ଏବେ ନାହାନ୍ତି ସେହିମାନଙ୍କ ନାମ ଏବଂ ଫୋନ୍ ଏବଂ ମୋବାଇଲ ନମ୍ବର ଦିଆଯାଇଛି ।

ଅର୍ଥାତ୍ ସେହି ଅଧିକାରୀମାନଙ୍କ ମଧ୍ୟରୁ କିଛି ବ୍ୟକ୍ତିବିଶେଷ ଦାୟିତ୍ୱରେ ନାହାନ୍ତି ଏବଂ ତାଙ୍କ ସ୍ଥାନରେ ଅନ୍ୟ ଅଧିକାରୀ ନିଯୁକ୍ତି ହୋଇଛନ୍ତି ।

ବାକି କିଛି ଅଧିକାରୀ ଅବସର ଗ୍ରହଣ କରିସାରିଛନ୍ତି କିନ୍ତୁ ୱେବସାଇଟର ଏହି ତାଲିକା କହୁଛି ସେହିମାନେ ହିଁ ଦାୟିତ୍ୱରେ ରହି କାର୍ଯ୍ୟ କରୁଛନ୍ତି ।

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଏବେ ପ୍ରବୋଧ ରଥ ଥିବାବେଳେ ବିଭାଗୀୟ ୱେବସାଇଟରେ ବିଜୟ କୁମାର ଜେନାଙ୍କ ନାଁ ରହିଛି ।

ସେହିପରି ଡ. ଜୟନ୍ତୀ ରଥ ଅବସର ଗ୍ରହଣ କରିସାରିଲେଣି କିନ୍ତୁ ଏବେ ବି ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଭାବେ ତାଙ୍କ ନାମ ରହିଛି ।

ଏଥିସହିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ଦାୟିତ୍ୱରେ ବର୍ତ୍ତମାନ ଡ. ତମସାରାଣୀ ଦାସମହାପାତ୍ର ଥିବାବେଳେ ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ନାୟକଙ୍କ ନାଁ ରହିଛି ।

ଲୋକାଲ ୱାୟାର

Filed Under: Odia Tagged With: Happenings, ଓଡିଶା, କାର୍ଯ୍ୟକ୍ରମ

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 283
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire