• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

P

ସମ୍ମାନ ପାଇଁ ଲଢିଲେ ସୁଭଦ୍ରା, ହସି ଉଠିଲା ସଂସାର (ବିଶେଷ)

December 3, 2020 By Sri Akhanda Leave a Comment

ଭୁବନେଶ୍ୱର, ଡିସେମ୍ବର ୩ : ସମାଜରେ ନାରୀ ନିର୍ଯାତନା ମାମଲା ଦିନକୁ ଦିନ ବୃଦ୍ଧି ପାଉଥିଲେ ସୁଦ୍ଧା ଏହା ବିରୋଧରେ ପ୍ରତିବାଦର ସ୍ୱର ଉଠାଇବା ମଧ୍ୟ ଅନେକ ଶିଖିଗଲେଣି । ସେହିଭଳି ଜଣେ ସଫଳ ଏବଂ ମର୍ଯ୍ୟାଦାବାନ୍ ମହିଳା ହେଉଛନ୍ତିି ସୁଭଦ୍ରା ମୁଦୁଲି ।

ସୁଭଦ୍ରା ନିଜ ଶାଶୁ ଘରର ନିର୍ଯାତନା ବିରୋଧରେ ସ୍ୱର ଉଠାଇବା ପରେ ଏବେ ଖୁସୀର ଜୀବନ ବିତାଇବା ସହ ତାଙ୍କର ଅଧିକାରକୁ ସାବ୍ୟସ୍ତ କରିଛନ୍ତି । ଆଉ ଏଥିରେ ତାଙ୍କୁ ସାହାଯ୍ୟ କରିଛନ୍ତି ଜଣେ ମହିଳା ସ୍ୱେଚ୍ଛାସେବୀ ।

ଭଦ୍ରକ ଜିଲ୍ଲା ବାସୁଦେବପୁର ଗ୍ରାମର ସୁଭଦ୍ରା ମୁଦୁଲି ୨୦୧୯ରେ ଯାଜପୁର ରୋଡ୍ ତାରାପୁର ଗ୍ରାମର ପୃଥୀରାଜ ବେହେରାଙ୍କୁ ବିବାହ କରିଥିଲେ । ଘରେ ଶାଶୁ, ଶ୍ୱଶୁରଙ୍କ ସହ ଭଲରେ ଜୀବନ କାଟୁଥିଲେ ସୁଭଦ୍ରା ।

କିନ୍ତୁ କିଛି ମାସ ପରେ ସୁଭଦ୍ରାଙ୍କୁ ଶାଶୁ, ଶ୍ୱଶୁର ଓ ସ୍ୱାମୀ ହଇରାଣ କରିବା ଆରମ୍ଭ କରିଥିଲେ ବୋଲି ସୁଭଦ୍ରା କହନ୍ତି । ସ୍ୱାମୀ ନିଶାଗ୍ରସ୍ତ ହୋଇ ଘର ଆସି ତାଙ୍କୁ ମାରପିଟି ମଧ୍ୟ କଲେ ।

ଏହା ବିରୋଧରେ ସୁଭଦ୍ରା ସ୍ୱର ଉଠାଉଥିଲେ । ହେଲେ ଶାଶୁଘର ଲୋକଙ୍କ ସମର୍ଥନ ମିଳିନଥିଲା ।

ଇତିମଧ୍ୟରେ ତାଙ୍କର ଗୋଟିଏ ପୁଅଟିଏ ହୋଇଥିଲା । ପୁଅକୁ ଲାଳନପାଳନ କରିବା ପାଇଁ ସବୁ କଷ୍ଟ ସହି ସେ ରହିବାକୁ ସ୍ଥିର କରିଥିଲେ । କିନ୍ତୁ ଦିନକୁ ଦିନ ତାଙ୍କ ଉପରେ ନିର୍ଯାତନା ବଢିବାକୁ ଲାଗିଲା ।

ତେଣୁ ସେ ଜୁଲାଇ ୨୦୨୦ରେ ଶାଶୁଘର ଛାଡି ଭୁବନେଶ୍ୱରର ଏକ ବସ୍ତିରେ ରହୁଥିବା ତାଙ୍କ ମାଉସୀ ଘରକୁ ଚାଲି ଆସିଲେ । ସେତେବେଳକୁ ତାଙ୍କ ପୁଅର ବୟସ ମାତ୍ର ୭ ମାସ ହୋଇଥାଏ ।

ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇଥିଲେ । ବାରମ୍ବାର ସେଠାକୁ ଦୌଡିଲେ ମଧ୍ୟ କୌଣସି କାର୍ଯାନୁଷ୍ଠାନ ହୋଇନଥିଲା ।

ପରେ ସେ ମହିଳା କମିଶନଙ୍କ ନିକଟରେ ମଧ୍ୟ ଦରଖାସ୍ତ ଦେଇ କମିଶନଙ୍କ ହସ୍ତକ୍ଷେପ ଲୋଡିଥିଲେ । କିନ୍ତୁ ଏହି ପ୍ରକ୍ରିୟା ମଧ୍ୟ ଯଥେଷ୍ଟ ବିଳମ୍ବ ହେଲା ।

ଏହା ଭିତରେ ସେ ନିଜର ଗୁଜରାଣ ମେଂଟାଇବା ପାଇଁ ଅନ୍ୟମାନଙ୍କ ଘରେ କାମ କରିବା ଓ ସଂଧ୍ୟାରେ ଅଗରବତୀ ପ୍ରସ୍ତୁତି କାମ କରି କିଛି ରୋଜଗାର କରିବା ଆରମ୍ଭ କଲେ । କିନ୍ତୁ ନ୍ୟାୟ ପାଇବା ପାଇଁ ସଂଗ୍ରାମ ଜାରି ରଖିଥାନ୍ତି ସୁଭଦ୍ରା ।

କେତେବେଳେ ଥାନାକୁ ଯିବା ତ ଆଉ କେତେବେଳେ ମହିଳା କମିଶନଙ୍କ ପାଖକୁ ଯାଇ ନିଜ ଅଭିଯୋଗର ସ୍ଥିତି ପଚାରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରୁଥିଲେ ।

ମହିଳା ସଂଗଠନର ସମାଜସେବୀଙ୍କର ମଧ୍ୟ ସହଯୋଗ ଲୋଡିଥିଲେ । କିନ୍ତୁ କେବଳ ମିଳିଥିଲା ପ୍ରତିଶ୍ରୁତି । ଦିନ ପରେ ଦିନ ଗଡି ଚାଲିଲା ।

ସେ ଏହି ଲେଖକଙ୍କ ଠାରୁ ଖବର ପାଇ ଭୁବନେଶ୍ୱରର ସମ୍ପର୍କ ଫାଉଣ୍ଡେସନ ସହ ଫୋନ୍‌ରେ ଯୋଗାଯୋଗ କଲେ ।

ଏହାର ନିର୍ଦ୍ଦେଶିକା ପ୍ରଜ୍ଞାଜ୍ୟୋତି ଦାସ ଏହି ଘଟଣାର ଗୁରୁତ୍ୱକୁ ବିଚାର କରି ତୁରନ୍ତ ସେ ରହୁଥିବା ଘରେ ପଂହଚିଲେ ଏବଂ ସବୁ ଘଟଣା ସମ୍ପର୍କରେ ଜାଣିଲେ ।

ଏହା ପରେ ଅକ୍ଟୋବର ମାସରେ ସୁଭଦ୍ରାଙ୍କୁ ସାଥିରେ ନେଇ ସମ୍ପର୍କ ଫାଉଣ୍ଡେସନର ଏକ ଟିମ୍ ତାଙ୍କ ଶ୍ୱଶୁର ଘର ଯାଜପୁର ରୋଡକୁ ଯାଇଥିଲେ ।

ଏ ସମ୍ପର୍କରେ ପ୍ରଜ୍ଞା କୁହନ୍ତି, ଆମ ଟିମ୍ ଆଗରେ ସୁଭଦ୍ରାଙ୍କ ସ୍ୱାମୀ ଓ ଶାଶୁ ଘର ଲୋକେ ତାଙ୍କୁ ଘରକୁ ଆଣିବା ପାଇଁ ରାଜି ହେଲେ ।

ଆମେ ଭାବିଲୁ ସବୁ ଠିକ୍ ହୋଇଯିବ । କିନ୍ତୁ କିଛି ଦିନ ଅପେକ୍ଷା କରିବା ପରେ ସେ ସୁଭଦ୍ରାଙ୍କୁ ନେବାକୁ ଆସିଲେ ନାହିଁ।”

ଏହି ଉଦ୍ୟମଟି ବିଫଳ ହେଲା । ଏହାର ସପ୍ତାହକ ପରେ ଗତ ନଭେମ୍ବର ୨ ତାରିଖରେ ପ୍ରଜ୍ଞାଙ୍କ ଟିମ୍ ସୁଭଦ୍ରାଙ୍କୁ ସାଥିରେ ନେଇ ଯାଜପୁର ରୋଡ୍ ଥାନାରେ ପଂହଚିଲେ ଏବଂ ଥାନାରେ ଲିଖିତ ଆକାରରେ ଜଣାଇଲେ ।

ପୋଲିସ୍ ସୁଭଦ୍ରାଙ୍କ ସ୍ୱାମୀ ପୃଥୀରାଜଙ୍କୁ ଥାନାକୁ ଡକାଇଲେ । ଏହାପରେ ସେ ଆପୋଷ ସମାଧାନ ମଧ୍ୟରେ ଏହି ଘଟଣାକୁ ଫଇସଲା କରିବାକୁ ରାଜିହେଲେ ।

ଥାନାରେ ହିଁ ସେମାନଙ୍କ ମଧ୍ୟରେ ଏକ ବୁଝାମଣା ହେଲା । ୧୫ ଦିନ ମଧ୍ୟରେ ସେ ସୁଭଦ୍ରାଙ୍କୁ ଘରକୁ ନେବେ ବୋଲି କହିଲେ ଏବଂ ଘର କଳି ଯେପରି ନହେବେ ଏକ ସ୍ୱତନ୍ତ୍ର ଭଡାଘରେ ସ୍ତ୍ରୀଙ୍କୁ ସମ୍ମାନ ଓ ମର୍ଯ୍ୟଦାର ସହ ରଖିବାକୁ ସେ ରାଜିହେଲେ ।

ବୁଝାମଣା ମୁତାବକ ସେ ସୁଭଦ୍ରାଙ୍କୁ ଏବେ ଫେରାଇ ନେଇଛନ୍ତି । ଏ ସମ୍ପର୍କରେ ସୁଭଦ୍ରା କହନ୍ତି, “ସମ୍ପର୍କ ଫାଉଣ୍ଡେସନ୍ ଯୋଗୁଁ ମୁଁ ସଂସାର ଫେରିପାଇଲି ।

ନହେଲେ ସ୍ୱାମୀଙ୍କ ପାଖକୁ ଆସିବି ବୋଲି ତ ମୁଁ ଆଉ ଭାବି ନଥିଲି ।” ସ୍ୱାମୀ ମଧ୍ୟ ସ୍ତ୍ରୀ ଓ ପୁଅଙ୍କୁ ପାଖରେ ପାଇ ବେଶ୍ ଖୁସୀ ଅଛନ୍ତି ।

ସୁଭଦ୍ରାଙ୍କ ଦୃଢ ମନୋବଳ ଓ ନାରୀମାନଙ୍କ ଅଧିକାର ରକ୍ଷାପାଇଁ ପ୍ରଜ୍ଞାଙ୍କ ଏହି ପ୍ରୟାସ ଅନ୍ୟ ମହିଳାମାନଙ୍କ ପାଇଁ ଏକ ବଳିଷ୍ଠ ଉଦାହରଣ ।

ପ୍ରସ୍ତୁତି – ଶ୍ରୀ ଅଖଣ୍ଡ

(ଲେଖକ ଜଣେ ସାମ୍ବାଦିକ ଓ ସମାଜସେବୀ । ସେ ମହିଳାସଶକ୍ତିକରଣ, ମାନବିକ ଅଧିକାର ଆଦି ବିକାଶଶୀଳ ପ୍ରସଙ୍ଗ ଉପରେ ଲେଖନ୍ତି )

Filed Under: Odia, Special, ବିଶେଷ Tagged With: P, Special, ଓଡିଶା, ବିଶେଷ, ଭଦ୍ରକ, ଭୁବନେଶ୍ବର

କଲରାପତରିଆ ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ

September 15, 2020 By Hrusikesh Mohanty Leave a Comment

ବ୍ରହ୍ମପୁର, ସେପ୍ଟେମ୍ବର ୧୫(ଲୋକାଲ ୱାୟାର): ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବନଖଣ୍ଡ ଅଞ୍ଚଳରେ ଭିନ୍ନ ଭିନ୍ନ ସମୟରେ ପଶୁ ଶିକାରରେ ଲିପ୍ତ ଥିବା ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ଏକ କଲରାପତରିଆ ବାଘ ଚମଡ଼ା, ଗନ୍ ପାଉଡର ଆଦି ଜବତ କରାଯାଇଥିବା ବନ ବିଭାଗ ଅଧିକାରୀ ମଙ୍ଗଳବାର କହିଛନ୍ତି ।

ହିଞ୍ଜିଳି ନିକଟ ଶାସନ ଆମ୍ବଗାଁରେ ଏକ ବାରହାକୁ ପିଟି ପିଟି ମାରିଥିବା ଅଭିଯୋଗରେ ବୁଗୁଡ଼ାପାଲୀ ଗ୍ରାମରେ ଶ୍ରୀକାନ୍ତ ଦାସ ଓ କବି ଦାସଙ୍କୁ ମଙ୍ଗଳବାର ଗିରଫ କରାଯାଇଥିବା କହିଛନ୍ତି ବ୍ରହ୍ମପୁର ଡିଏଫଓ ଅମ୍ଲାନ ନାୟକ ।

ସେମାନଙ୍କ ନିକଟରୁ ବାରହାଟିର କଙ୍କାଳ ଜବତ କରାଯାଇଛି । ମାଂସ ବିକ୍ରି କରିବାକୁ ସେମାନେ ଭାଲୁଟିକୁ ମାରିଥିବା ଅନୁୁମାନ କରାଯାଉଛି ।

ସେହିପରି ପଶୁ ଶିକାରରେ ଲିପ୍ତ ଥିବା ଅଲଦିଗାଓଁର ଗଗନ ସ୍ୱାଇଁ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ତା ଠାରୁ ଗନ୍ ପାଉଡର ଏବଂ ପଶୁ ଶିକାରରେ ବ୍ୟବହାର ହେଉଥିବା ଅସ୍ତ୍ର ଜବତ ହୋଇଛି ।

ଅନ୍ୟ ଏକ ଘଟଣାରେ ଦିଗପହଣ୍ଡି ନିକଟରୁ ମଙ୍ଗରାଜପୁର ଗ୍ରାମର ଟି. ସୁଶାନ୍ତ ରେଡି ନାମକ ବ୍ୟକ୍ତିକୁ ଗିରଫ କରାଯାଇଛି । ତା’ ଠାରୁ ଏକ କଲରାପତରିଆ ବାଘ ଚମଡ଼ା ଜବତ ହୋଇଛି ।

ସେ ବାଘ ଚମଡ଼ା ବିକ୍ରି କରିବାକୁ ଯୋଜନା କରୁଥିବା ବେଳେ ବନ ବିଭାଗ କର୍ମର୍ଚାରୀ ଗ୍ରାହକ ବେଶରେ ଯାଇ ତାକୁ କାବୁ କରିଥିଲେ ।

ଜବତ ହୋଇଥିବା ବାଘ ଚମଡ଼ାଟି ୬.୬ ଫୁଟ ଲମ୍ବ ଓ ଦେଢ଼ ଫୁଟ ଚଉଡ଼ା । ସୁଶାନ୍ତ ନିକଟରୁ ଏକ ବାଇକ ମଧ୍ୟ ଜବତ କରାଯାଇଛି ।

ପ୍ରାୟ ୧୫ ଦିନ ତଳେ ବାଘଟି ଶିକାର ହୋଇଥିବା ଅନୁମାନ କରାଯାଉଛି । ତେବେ କେଉଁଠାରୁ ଓ କେବେ ଏହାକୁ ଶିକାର କରାଯାଇଥିଲା ତାହାର ତଦନ୍ତ ଚାଲିଥିବା କହିଛନ୍ତି ବ୍ରହ୍ମପୁର ରେଞ୍ଜ୍ ଅଫିସର ଦିଲ୍ଲୀପ କୁମାର ମାର୍ଥା ।

ଗଜପତି ଜିଲ୍ଲାର ଚନ୍ଦ୍ରଗିରି ନିକଟରେ ଜଣେ ବ୍ୟକ୍ତି ଠାରୁ ସେ ବାଘ ଚମଡ଼ାଟି ଆଣିଥିବା ସୁଶାନ୍ତ ଜେରା ବେଳେ କହିଥିବାରୁ ଅଧିକ ତଦନ୍ତ ଚାଲିଥିବା ଶ୍ରୀ ମାର୍ଥା କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: P, ଓଡିଶା, ଗଞ୍ଜାମ, ବ୍ରହ୍ମପୁର

ଅନୁଭବ ଜାଲ୍ ସାର୍ଟିଫିକେଟ୍ ଦେଇଥିବା କଂଗ୍ରେସର ଅଭିଯୋଗ, ସାଂସଦଙ୍କ ଅସ୍ୱୀକାର

February 2, 2020 By LocalWire Leave a Comment

ଭୁବନେଶ୍ୱର, ଫେବ୍ରୁଆରୀ ୨(ଲୋକାଲ ୱାୟାର): କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ତାଙ୍କ ସତ୍ୟପାଠରେ ଜାଲ୍ ସାର୍ଟିଫିକେଟ୍ ଦେଇଥିବା ରବିବାର କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ଏହାକୁ ଅସ୍ୱୀକାର କରିଛନ୍ତି ନିଜେ ସାଂସଦ ।

କଂଗ୍ରେସ ନେତା ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ସାଂସଦ ଶ୍ରୀ ମହାନ୍ତି ୨୦୧୪ ରାଜ୍ୟସଭା ନିର୍ବାଚନରେ ତାଙ୍କ ସତ୍ୟପାଠରେ ଶୋଭିତ୍ ମିରଟସ୍ଥିତ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିରୁ ବି.ଏ. ଇନ୍ ଆର୍ଟସ୍‌(ପବ୍ଲିକ୍ ଆଡମିନିଷ୍ଟ୍ରେସନ୍‌) ଶିକ୍ଷାଗତ ଯୋଗ୍ୟତା ବୋଲି ଦର୍ଶାଇଛନ୍ତି ।

କିନ୍ତୁ ଏବେ ମଧ୍ୟ ସାଂସଦ ଶ୍ରୀ ମହାନ୍ତି କଟକ କନ୍ଦରପୁର କଲେଜର ଯୁକ୍ତ ତିନି ଛାତ୍ର । ଯାହାର ପଞ୍ଜିକରଣ ନମ୍ବର(ରେଜିଷ୍ଟ୍ରେସନ୍ ନଂ)- ୧୪୧୦୮/୨୦୦୩ ।

ଏହି ନମ୍ୱରରେ କୌଣସି ମାଇଗ୍ରେସନ୍ ସାର୍ଟିଫିକେଟ୍ ଇସ୍ୟୁ କରାଯାଇନାହିଁ ବୋଲି ମଧ୍ୟ ସୂଚନା ଅଧିକାରରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।

ଅପରପକ୍ଷେ ଶ୍ରୀ ମହାନ୍ତି ଯେଉଁ ଶୋଭିତ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିରୁ ପାସ୍ କରିଥିବା କହୁଛନ୍ତି, ୨୦୧୦ ମସିହାରୁ ସେହି ବିଶ୍ୱବିଦ୍ୟାଳୟର ସ୍ୱୀକୃତି ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ତେବେ ସାଂସଦ ଶ୍ରୀ ମହାନ୍ତି ଏହି ଅଭିଯୋଗକୁ ଭିତ୍ତିହୀନ ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ।

ଲୋକାଲ ୱାୟାର

Filed Under: Odia, Politics, ରାଜନୀତି Tagged With: P, Politics, ରାଜନୀତି

ଭ୍ରମ ଦୂରେଇବା ପାଇଁ ସୂର୍ଯ୍ୟୋପରାଗ ବେଳେ ଖାଇଲେ କାର୍ଯ୍ୟକର୍ତ୍ତା

December 26, 2019 By Hrusikesh Mohanty Leave a Comment

ବ୍ରହ୍ମପୁର, ଡିସେମ୍ବର ୨୬(ଲୋକାଲ ୱାୟାର): ଭ୍ରମ ଦୂରେଇବା ପାଇଁ ଶିକ୍ଷାବିତ, କର୍ମକର୍ତା ଓ ହେତୁବାଦୀମାନେ ସୂର୍ଯ୍ୟୋପରାଗ ବେଳେ ବ୍ରହ୍ମପୁରର ଏକ ବେସରକାରୀ ସ୍କୁଲରେ ଜଳଖିଆ ଖାଇଛନ୍ତି ।

ଅନ୍ଧବିଶ୍ୱାସ ଯୋଗୁଁ ଅନେକ ଲୋକ ସୂର୍ଯ୍ୟୋପରାଗ ବେଳେ ଖାଆନ୍ତି ନାହିଁ । ପରାଗ ବେଳେ ଖାଇବା କ୍ଷତିକାରକ ବୋଲି ଥିବା ଭ୍ରମ ଓ ଅନ୍ଧବିଶ୍ୱାସ ଦୂରେଇବାକୁ ଆମେ ଉଦ୍ୟମ କରୁଛୁ ବୋଲି କହିଛନ୍ତି ହ୍ୟୁମାନିଷ୍ଟ ରାସନାଲିଷ୍ଟ ସଂଗଠନ (ଏଚଆରଓ)ର ସଭାପତି ଇ.ଟି. ରାଓ ।

ପୂର୍ବରୁ ଚନ୍ଦ୍ରଗ୍ରହଣ ବେଳେ ଏହି ସଂଗଠନ ଲୋକଙ୍କ ପାଇଁ ରାତ୍ରି ଭୋଜନ ଆୟୋଜନ କରିଥିଲା ।

ଏସବୁ କେବଳ ଅନ୍ଧବିଶ୍ୱାସ ବୋଲି ଅନେକ ଲୋକ ସଚେତନ ହେବା ସହ ଏହି ପୁରୁଣାକାଳିଆ କଥା ଆଉ ମାନୁନାହାନ୍ତି ବୋଲି କହିଛନ୍ତି ଶିକ୍ଷାବିତ ସୁଧୀର ରାଉତ ।

ପୂର୍ବରୁ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ବେଳେ ରାସ୍ତାଘାଟ ଶୂନଶାନ୍ ହୋଇ ଯାଉଥିଲା । ହେଲେ ଏବେ ଲୋକେ ଏସବୁ ଭ୍ରମ ସମ୍ପର୍କରେ ସଚେତନ ହେଲେଣି ଓ ବିଜ୍ଞାନକୁ ବିଶ୍ୱାସ କଲେଣି ।

ବିଜ୍ଞାନ ଚେତନା ମଂଚ (ଭିସିଏମ)ର ସଦସ୍ୟ ଥିବା କିଛି ବିଜ୍ଞାନ ଛାତ୍ର ଲୋକଙ୍କୁ ଏହି ମହାଜାଗତିକ ଦୃଶ୍ୟ ଦେଖାଇବା ପାଇଁ ଖଲ୍ଲିକୋଟ କଲେଜ ପଡିଆରେ ଆୟୋଜନ କରିଥିଲେ ।

ସ୍କୁଲ ପିଲାଙ୍କ ସହିତ ଅନେକ ଲୋକ ଖଲ୍ଲିକୋଟ କଲେଜ ଖେଳ ପଡିଆରେ ସମବେତ ହୋଇଥିଲେ ମଧ୍ୟ ମେଘୁଆ ପାଗ ଯୋଗୁଁ ବର୍ଷର ଶେଷ ସୂର୍ଯ୍ୟୋପରାଗ ଦେଖି ପାରିନଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: P, ଓଡିଶା, ଘଟଣା, ବ୍ରହ୍ମପୁର

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire