ଭୁବନେଶ୍ୱର, ମାର୍ଚ୍ଚ ୨୮ (ଲୋକାଲ ୱାୟାର) : ଆଜିଠୁ କାର୍ଗୋ ବିମାନ ସେବା ଆରମ୍ଭ କରିବା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ସୂଚନା ଅନୁସାରେ, କାର୍ଗୋ ବିମାନ ଆଜି ରାୟପୁରରୁ ଅତ୍ୟାବଶ୍ୟକ ଔଷଧ ନେଇ ଭୁବନେଶ୍ୱର ଆସିବ ।
ବିମାନଟି ଅପରାହ୍ନ ୩ଟା ୩୦ରେ ରାୟପୁରରୁ ଛାଡି ୪ଟା ୫୦ରେ ଭୁବନେଶ୍ୱରରେ ପହଞ୍ଚିବ ।
ଭୁବନେଶ୍ୱରରେ ପହଞ୍ଚିଲା ପରେ ଅପରାହ୍ନ ୫ଟା ୨୦ରେ ଛାଡ଼ି ରାତି ୮ଟା ୨୦ରେ ଦିଲ୍ଲୀ ପହଞ୍ଚିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି ।
ଏହାସହ ଏହି ବିମାନ ପରବର୍ତ୍ତୀ ସମୟରେ ମଧ୍ୟ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ କରିବ ବୋଲି ଜଣାପଡ଼ିଛି ।
ଦେଶରେ ଲକ୍ ଡ଼ାଉନ୍ ପାଇଁ ଗତ ୨୨ ତାରିଖରୁ ବିମାନ ସେବା ବନ୍ଦ ରହିଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ କାର୍ଗୋ ବିମାନ ଆରମ୍ଭ କରଯାଇଛି ।
ଲୋକାଲ ୱାୟାର